Writer Roja Panda

Romance

5.0  

Writer Roja Panda

Romance

ବିରହ ବେଦନା

ବିରହ ବେଦନା

2 mins
397


ବର୍ଷ ବର୍ଷ ଧରି ପ୍ରେମିକାର ବିରହ ଦୁଃଖରେ ମ୍ରିୟମାଣ ତାପସ ଆଜି ରାସ୍ତା କଡରେ ବୁଲୁଥିବା ଅବସ୍ଥାରେ ତାର ପ୍ରେମିକାକୁ ଅନ୍ୟ ଏକ ପୁରୁଷ ସହିତ ଦେଖି ଆହୁରି ଦୁଃଖରେ ଭାଙ୍ଗି ପଡ଼ିଲା । ତୃପ୍ତି ତାର ଅତି ଆପଣାର ତୃପ୍ତି ଆଜି ଆଉ କାହା କାନ୍ଧରେ ହାତ ରଖି ବାଟ ଚାଲୁଛି । ତାପସର ମନେ ପଡ଼ିଗଲା ତା ଅତୀତ କଥା । ବସନ୍ତ ଋତୁର ଆଗମନରେ କେମିତି ସେ ଆଉ ତା ପ୍ରେମିକା ତୃପ୍ତି ଦୁହେଁ ମତୁଆଲା ପ୍ରଜାପତି ପରି ଏଇ ଡାଳରୁ ସେଇ ଡାଳକୁ ଉଡି ପ୍ରେମରେ ବିଭୋର ଥିଲେ । ମନ ଆକାଶରେ ସାଇତିଥିଲେ ଅସୁମାରୀ ଆଶା । ମଳୟର ସାଥେ ସାଥେ ଚନ୍ଦନର ମହକ ପରି ତାଙ୍କ ପ୍ରେମର ବାସ ଛୁଟିଗଲା ଉଭୟଙ୍କର ଘର ଲୋକଙ୍କ ପାଖକୁ । ତୃପ୍ତିର ଘର ଲୋକ ତ ଦୁହିଙ୍କ ବିବାହ ପାଇଁ ରାଜିଥିଲେ । ହେଲେ କେଜାଣି କେଉଁ ଭୁଲ ପାଇଁ ତୃପ୍ତି ତାପସକୁ ଛାଡ଼ି ଚାଲିଗଲା । ଆଜି ବହୁତ ଦିନ ପରେ ତାପସର ତୃପ୍ତି ସହିତ ଦେଖା ହେଇଛି, ସେ ପୁଣି ଅନ୍ୟ ଏକ ଅଚିହ୍ନା ପୁରୁଷ ସହିତ । ତଥାପି ତାପସ ମନରେ ସାହସ ବାନ୍ଧି ତୃପ୍ତି ପାଖକୁ ଗଲା । ତୃପ୍ତିକୁ ବହୁତ ଗାଳିଦେଲା । ନିଜ ମନ ତଳର ସବୁତକ ରାଗ,ଅଭିମାନ ଅଜାଡ଼ିଦେଲା ତୃପ୍ତି ଉପରେ । ତୃପ୍ତି ନିରୁତ୍ତର । ତାପସ ଭର୍ତ୍ସନା କରିଚାଲିଛି ତୃପ୍ତିକୁ । ତାର ଚରିତ୍ରକୁ ନେଇ ଏକ ରଙ୍ଗମଞ୍ଚ ସଜେଇ ଧିକ୍କାର କରିଛି ବହୁତ । ତଥାପି ତୃପ୍ତି ନିରୁତ୍ତର । ଶେଷରେ ତୃପ୍ତି ସହିତ ଥିବା ସେଇ ଅଚିହ୍ନା ପୁରୁଷର ଧର୍ଯ୍ୟର ସୀମା ଟପିଗଲା । ସେ ତାପସକୁ ଗୋଟେ ଶକ୍ତ ଚାପୁଡ଼ା ପକାଇଲା । ତାପସ କିଛି କହିବା ପୂର୍ବରୁ ସେଇ ଅଚିହ୍ନା ପୁରୁଷ ଜଣକ ତାପସକୁ ଉତ୍ତର ଦେଲା ଯେ ତାପସର ମାଆ ଆଉ ବାପା ତୃପ୍ତିକୁ ଅକ୍ସିଡେଣ୍ଟ କରାଇଥିଲେ । ହଁ ! ଯେଉଁଦିନ ତାପସ ଆଉ ତୃପ୍ତିର ନିର୍ବନ୍ଧ ଦିନ ଠିକ ହେଇଥିଲା ଠିକ ସେଇଦିନ ନିର୍ବନ୍ଧ ମଣ୍ଡପକୁ ଆସିବା ପୂର୍ବରୁ ତୃପ୍ତିକୁ ସେମାନେ ମିଛ କହି ଏକ ଅଜଣା ଜାଗାକୁ ଡାକିନେଇ ତା ଦେହରେ ଗାଡି ପିଟିଦେଲେ । ତୃପ୍ତି ସେଇ ଗାଡି ଧକ୍କା ଦ୍ୱାରା ନିଜର ଦୃଷ୍ଟି ଶକ୍ତି ହରାଇ ବସିଲା । ସେଇଥିପାଇଁ ସେଇ ପୁରୁଷ ଜଣକ ତୃପ୍ତିକୁ ସାହାଯ୍ୟ କରୁଛି । ଆଉ ସେଇ ଅଚିହ୍ନା ପୁରୁଷ ଜଣକ ହେଉଛି ତୃପ୍ତିର ପିଲାଦିନର ସାଙ୍ଗ । ତାପସ ଏସବୁ ଶୁଣି ବିଶ୍ୱାସ କରିପାରିଲା ନାହିଁ । ତା ବାପା ଆଉ ମାଆ ଦୁହେଁ ତାକୁ ତ ବହୁତ ଭଲ ପାଆନ୍ତି । ସେ କାହିଁକି ଏମିତି କରିବେ ? ହଜାରେ ପ୍ରଶ୍ନ ତାପସର ମନରେ ଉଙ୍କି ମାରିଲା । ଶେଷରେ ସେ ବୁଝିଲା ଯେ ତୃପ୍ତିର ବାପା ଆଉ ମାଆ ଗରିବ ଥିଲେ ବୋଲି ତାପାସର ବାପା,ମାଆ ଚାହୁଁନଥିଲେ ତାଙ୍କ ସହିତ ବନ୍ଧୁ ବାନ୍ଧିବା ପାଇଁ । ଗରିବ ଘରେ ବନ୍ଧୁ କରି ନିଜର ସମ୍ମାନ ନଷ୍ଟ ହେଇଯିବାର ଭୟରେ ସେମାନେ ଏମିତି କୁଚକ୍ରାନ୍ତ କରିଥିଲେ । ତାପସ ଆଖିରୁ ଲୁହ ଧାର ଛୁଟିଲା । ସେ ତୃପ୍ତିର ହାତ ଧରି ତାକୁ କ୍ଷମା ମାଗିଲା ଏବଂ ଆଉଥରେ ତୃପ୍ତିକୁ ବିବାହ ପାଇଁ ପ୍ରସ୍ତାବ ଦେଲା । ଶେଷରେ ତୃପ୍ତି ଆଉ ତାପସ ବିବାହ କରି ଖୁସିରେ ରହିଲେ । 


Rate this content
Log in

Similar oriya story from Romance