Prasant Kumar Senapati

Drama

2  

Prasant Kumar Senapati

Drama

ବିକଳାଙ୍ଗ ମାନସିକତା

ବିକଳାଙ୍ଗ ମାନସିକତା

1 min
7.5K


ବିକଳାଙ୍ଗ ମାନସିକତା-: ସ୍ୱାମୀଙ୍କର ମୃତ୍ୟୁକୁ କୋଡିଏ ବର୍ଷ ପୁରି ସାରିଥିଲା । ବୟାଳିଶି ବର୍ଷରେ ପାଦ ରଖିଥିବା କମଳା ସକ୍ଷମ ଅନୁସାରେ ଦୁଇ ପିଲାଙ୍କୁ ପର ଘରେ ଅଇଁଠା ବାସନ ମାଜି ଯଥା ସମ୍ଭବ ପଢାଇଥିଲା । ପରିବାର'ର ଅଭାବ ଅସୁବିଧା ସତ୍ତ୍ୱେ ବି କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ସୋନୀ ଏକ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମ୍.ସି.ଏ କରି ସାରିଥାଏ । ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପଢି ଚୟନ ହେବା ପୂର୍ବରୁ ସୋନୀ ପାଇଁ ଏକ ବିବାହ ପ୍ରସ୍ଥାବ ଆସିଲା । କମଳା ଖୁସି ତ ଥିଲା, କିନ୍ତୁ ପଇସାର ଘୋର ଅଭାବ ଅନାଟନ ମଧ୍ୟରେ ସେ ଛନ୍ଦି ହୋଇ ଯାଉଥିଲା । ସେମାନେ ଯୌତୁକ ଦାବୀ କରି ନଥିଲେ ସତ, କିନ୍ତୁ ବରଯାତ୍ରୀଙ୍କ ସ୍ୱାଗତ ଅଭ୍ୟର୍ଥନା ପାଇଁ ବି ପଇସା ଦରକାର । ଶେଷରେ ଜଣେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ଶୁଶିଳ କୁମାର ଆଗକୁ ଆସି କମଳା ଦେବୀଙ୍କ ସହାୟତା କଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, ସ୍ତ୍ରୀ ଚାରିବର୍ଷ ପୂର୍ବରୁ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଯାଇ ସାରିଥିଲେ । ଅବସର ସମୟରେ ମିଳିଥିବା ଧନରାଶି ସେ ଗଚ୍ଛିତ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟ କନ୍ୟାଦାନ କଲେ ଓ ସୋନୀ ସକୁଶଳେ ବିଦା ହୋଇ ଶାଶୁଘରକୁ ଗଲା । ବାସ୍ କିଛିଦିନ ପରେ ମହଲାରେ ପ୍ରଧାନ ଆଚାର୍ଯ୍ୟ ଓ କମଳା ଦେବୀଙ୍କ ଗୁପ୍ତ ପ୍ରଣୟର କାହାଣୀ ଶୁଣିବାକୁ ମିଳୁଥିଲା ।


Rate this content
Log in

Similar oriya story from Drama