The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lalita Mohan Mishra

Drama Romance Tragedy

3  

Lalita Mohan Mishra

Drama Romance Tragedy

ବିକାଶର ଶେଷ ସ୍ପର୍ଶ

ବିକାଶର ଶେଷ ସ୍ପର୍ଶ

6 mins
12.3K


ଦୀର୍ଘ ଦୁଇ ବର୍ଷ ବିତିଗଲାଣି ତାପସୀ ତରୁଣକାନ୍ତଙ୍କ ବିବାହର । ସ୍ବାମୀ ସ୍ତ୍ରୀର ସମ୍ପର୍କ ରୂପକ ଗୃହଟି ମଜବୁତ୍ ହୋଇପାରିଲା ନାହିଁ । ତାପସୀ ରେଗୁଲାର ଚାକିରୀ କରିବାର ପାଞ୍ଚ ବର୍ଷ ବିତିଗଲାଣି ।

- କେତେଜଣ କୁହନ୍ତି ତାପସୀର ରୂପ ଲାବଣ୍ୟ ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ତରୁଣକାନ୍ତ ହେଲାନାହିଁ । ତାପସୀକୁ ମନଲାଖି ବର ନ ମିଳିବାରୁ ସେ ସିନା ତରୁଣକାନ୍ତଙ୍କୁ ବିବାହ କଲା ନ ହେଲେ ତାପସୀ କେଉଁଠି ଆଉ ଏ

- ସମ୍ପର୍କ ଏକ ନିରୀହ ପ୍ରଜାପତିଟିଏ, ଟିକିଏ ସ୍ନେହରେ ଆଉଁସି ଦେଲେ ହାତ ପାପୁଲିରେ ବସିଯାଏ ଆଉ ଛଳନାରେ ଜାବୁଡି ଧରିଲେ ସେ ମରିଯାଏ । ତରୁଣକାନ୍ତ ତାପସୀ ଠାରୁ ସେହିପରି ଶ୍ରଦ୍ଧା ଭଲପାଇବା ନ ପାଇବାରୁ କାହାକୁ କିଛି ନ କହି ନିଜ ମନର କଥା ନିଜେ ମାରି ସଦାସର୍ବଦା ରହୁଥାଏ । ତରୁଣକାନ୍ତ ଶାନ୍ତଶିଷ୍ଟ ସରଳ ହୃଦୟ । ପାଇଲେ ତାପସୀ ଠାରୁ ବର୍ଷେ କି ଦୁଇବର୍ଷ ସାନ ହେବ ।

- ଚାକିରୀଆ ପିଲାଟିଏ ଦେଖି ସିନା ବାପାମାଆ ବିବାହ କରାଇଦେଲେ କିନ୍ତୁ ତାପସୀର ବୟସକୁ ନଜର ଅନ୍ଦାଜ କଲେ ନାହିଁ । ତରୁଣକାନ୍ତ ବି ଏ, ବିଇଡି ହୋଇଥିଲେ ମଧ୍ୟ ଉପଯୁକ୍ତ ଚାକିରୀ ଅଭାବାରୁ ସେ ଗାଁ ପାଖରେ ବାଧ୍ଯ ହୋଇ ଶିକ୍ଷାକର୍ମୀ ଭାବରେ ନିଯୁକ୍ତି ପାଇଅଛି ।

- ବେକାର ଯୁଗ !  କ'ଣ କରିବ ଘରର ଆର୍ଥିକ ଅବସ୍ଥା ସେତେଟା ଭଲ ନାହିଁ ଏକମାତ୍ର ପାଠପଢୁଆ ପିଲା । ଘରର ଆର୍ଥିକ ଅବସ୍ଥାର ସୁଧାର ଆଣିବା ପାଇଁ ବାଧ୍ୟ ହୋଇ ତାପସୀକୁ ବିବାହ କରିନେଲା ।

- ତରୁଣକାନ୍ତ ତାପସୀକୁ କିଛି ହେଲେ ମନର କଥା କିମ୍ବା ହୃଦୟର କଥା କହି ପାରେ ନାହିଁ କି ପଚାରି ପାରେ ନାହିଁ । ଘରେ ଆଜ୍ଞାଧୀନ ଛାତ୍ର ଭାବରେ ସବୁ କାର୍ଯ୍ୟ କରେ  । କୌଣସି କଥାରେ ନା ପ୍ରତିବାଦ ନା ଅଧିକାର ?  ?

- ବିବାହର ଦୁଇ ବର୍ଷ ପରେ ମଧ୍ୟ ନା ତ ନୂତନ ଅତିଥିର ଆଗମନ ହୋଇଛି, ନା ହସଖୁସି ମଜାଗପ ଦୁଇଜଣଙ୍କ ମଧ୍ୟରେ ବାଣ୍ଟିଛନ୍ତି, କିଏ କେବେ ଦେଖି ନାହାଁନ୍ତି କି ଅନୁଭବ କରି ପାରି ନାହାଁନ୍ତି । ସମାଜ ଆଖିରେ ଦୁଇଜଣ ସ୍ବାମୀ ସ୍ତ୍ରୀ । ପ୍ରକୃତରେ ବାସ୍ତବବାଦୀ ସମ୍ପର୍କର ବହୁ ଦୂରରେ । ହାଲୋ ହାଏ ରେ ଘର ଚାଲିଛି । ଯେ ଯାହାର କର୍ମରେ ବ୍ୟସ୍ତ ।

- ଆଜି ସ୍ବାସ୍ଥ୍ୟ ଭଲ ନ ଥିବା ଦର୍ଶାଇ ତରୁଣକାନ୍ତ ଗୋଟିଏ ଦିନ ଛୁଟି ନେଇଛନ୍ତି । ସେଥିପାଇଁ ସ୍କୁଲକୁ ଯାଇ ନାହାଁନ୍ତି ।

- ହଠାତ୍ ଘରର କନିଙ୍ଗ ବେଲ୍ ଟି ବାଜି ଉଠିଲା । ଦ୍ବାର ପାଖକୁ ଯାଇ ଦେଖନ୍ତି ତ କୋରିୟର ବାଲା ଗୋଟିଏ ପାର୍ସଲ ହାତକୁ ବଢ଼ାଇ ଦେଇଛି । ତରୁଣକାନ୍ତ ପାର୍ସଲଟି ନେଇ, କୋରିୟର ବାଲାର କାଗଜରେ ଦସ୍ତଖତ କରି ଦ୍ବାର ବନ୍ଦ କରିଦେଲେ ।

- ପାର୍ସଲଟି ତାପସୀ ଙ୍କ ନାମରେ ଥିଲା । ତରୁଣକାନ୍ତ ପାର୍ସଲଟି ଖୋଲିବା ପାଇଁ ଉଦ୍ୟତ ହେଉଥିଲା ବେଳେ ହଠାତ୍ କାହିଁକି କେଜାଣି ତାଙ୍କ ମନରେ ଏକ ଅଜଣା ପ୍ରଶ୍ନ ଘେରି ଆସିଲା !  !  !

- ହଠାତ୍ ପାର୍ସଲଟିକୁ ଖୋଲିବା ବଦଳରେ ପ୍ରେରକର ଠିକଣାଟିକୁ ଓ ନାମଟିକୁ ବାରମ୍ବାର ପଢିବାକୁ ଲାଗିଲେ । ନାମଟି ଅଚିହ୍ନା ଥିଲେ ମଧ୍ୟ ପୂର୍ବରୁ ଶୁଣା ଶୁଣା ଲାଗୁଥିଲା । କାରଣ କୌଣସି ନା କୌଣସି ପ୍ରସଙ୍ଗରେ ତାପସୀ ଏହି ନାମଟି ତରୁଣକାନ୍ତ ଆଗରେ କେତେଥର ଉଚ୍ଚାରଣ କରିଛି ।

- ପାର୍ସଲଟିକୁ ଖୋଲିଲେ କାଳେ ତାପସୀ ଖରାପ ଭାବିବ ଅନୁଭବ କରି  ତାପସୀର ଆସିବା ବାଟକୁ ଅପେକ୍ଷା କଲେ ଏବଂ ଟେବୁଲ ଉପରେ ପାର୍ସଲଟିକୁ ରଖିଦେଲେ । ତାପସୀ ଯେତେବେଳେ ଘରକୁ ଫେରିଛନ୍ତି ସଙ୍ଗେ ସଙ୍ଗେ ତାପସୀର ହାତକୁ ବଢ଼ାଇ ଦେଇଛନ୍ତି ପାର୍ସଲଟି ।

- ପାର୍ସଲଟି ତରୁଣକାନ୍ତଙ୍କ ହାତରୁ ନେଇ ତାପସୀ ଦେଖିଲେ - ପ୍ରେରକର ଠିକଣାରେ ଲେଖାଥିଲା ବିକାଶ ରଞ୍ଜନ ପତି, ଆଇ ଆର କଲୋନୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୨

- ତାପସୀକୁ ଜାଣିବା ପାଇଁ ଚିହ୍ନିବା ପାଇଁ ସମୟ ଲାଗିଲା ନାହିଁ ତାପସୀ ଜୀବନର ପ୍ରଥମ ପୁରୁଷ ବିକାଶ । ବିଜେବି କଲେଜରେ ପାଠ ପଢୁଥିଲା ବେଳେ ମନ, ପ୍ରାଣ,ଶରୀର, ହୃଦୟ ଦେଇ ଭଲ ପାଉଥିଲା ବିକାଶକୁ । ଦୁଇଜଣ ଦୁଇଜଣଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରୁ ନ ଥିଲେ । ବିକାଶ କଥା ଛଳରେ ତାପସୀକୁ କେତେଥର କହିଛି - ତୁମେ ମୋର ଆଭା ତୁମେ ମୋ ପ୍ରଭାତ ତୁମେ ମୋର ନୟନ ତାରା ତୁମେ ମୋର ଆୟୁଷ, ତୁମେ ମୋର ବୟସ ତୁମେ ମୋର ଜୀବନ ସତ୍ତା ।

- ଦୁଇଜଣ ଯାକ ଇନ୍ଦିରାଗାନ୍ଧୀ ପାର୍କରେ ବସି କେତେ ସନ୍ଧ୍ୟା କଟାଉଛନ୍ତି । କେତେ ଖୁସି ଗପ ମଜା କରିଛନ୍ତି। ବେଳେ ବେଳେ ବୁଲିଯିବା ବାହାନାରେ ପୁରୀ ସମୁଦ୍ରକୂଳ ବେଳାଭୂମିରେ ସମୂଦ୍ରର ଲହରୀ ସହିତ ନିଜ ଯୌବନର ଲହରୀକୁ ଖେଳାଇଛନ୍ତି । ତୂମେ ମୋର ଆବେଗ ତୁମେ ମୋର ରୋମାଞ୍ଚ ତୁମେ ମୋର ସ୍ବପ୍ନ, ଆଉ ବାସ୍ତବ ତୁମେ ମୋର ପ୍ରାଣ ତୁମେ ମୋର ଏକାନ୍ତ ତୁମେ ମୋର ସୃଜନୀ, ଆଉ ବନ୍ଧନୀ ତୁମେ ମୋର ଆତ୍ମା, ଆଉ ମୋକ୍ଷ ପ୍ରତି ମୂହୁର୍ତ୍ତରେ ତୁମେ ସତ୍ତା ମୟ ବିକାଶ ତାପସୀକୁ ବହୁଥର କହୁଥାଏ ।

- ସେଦିନ ବୁଲୁବୁଲୁ ସନ୍ଧ୍ୟା ଗଡି ରାତି ହୋଇଗଲାଣି କାହାରିକୁ ଜଣା ନାହିଁ । ତାପସୀ ହଷ୍ଟେଲରେ ରୁହେ ଆଉ ବିକାଶର ନିଜ ଘର ଭୁବନେଶ୍ୱର । ଶୀତ ଦିନ ଶୀତ ଲାଗିଲାଣି  । ତେଣୁ ଡେରି ନ କରି ବିକାଶ ତାପସୀକୁ ହଷ୍ଟେଲର ଗେଟ୍ ପାଖରେ ରେ ଯେତେବେଳେ ଛାଡି ଦେଇଛନ୍ତି। ସେତେବେଳେ ତାପସୀ ବିକାଶକୁ ଅପେକ୍ଷା କରିବାକୁ କହି ହଷ୍ଟେଲ ଭିତରକୁ ଯାଇଛି । କିଛି ସମୟ ପରେ ଏକ ନାଲି ସାଲ୍ ଟିଏ ଆଣି ବିକାଶର ହାତକୁ ବଢ଼ାଇ ଦେଇଛି । ଶୀତ ଲାଗୁଛି ଏହାକୁ ଘୋଡାଇ ହୋଇ ପଳାଇ ଯାଅ ନଚେତ୍ ଶୀତରେ ଗାଡି ଚଳାଇ ପାରିବ ନାହିଁ ବୋଲି ପରାମର୍ଶ ଦେଇ ତାପସୀ ମେଲାଣି ଦେଇଛି । 

- ସମୟ ଗଡି ଗଡି ଯାଏ ବୟସ ବଢି ବଢି ଯାଏ । କିଏ କାହାକୁ ଅପେକ୍ଷା କରେନାହିଁ । ଆଜିର କଥା ଆସନ୍ତା କାଲିକୁ ନ ଥାଏ । ରହିଯାଏ ଖାଲି କିଛି ଚିହ୍ନ ଆଉ କିଛି ସ୍ମୃତି ।

- ଏହା ଭିତରେ ଦୀର୍ଘ ଆଠବର୍ଷ ବିତିଯାଇଛି । ତାପସୀକୁ ଅପେକ୍ଷା କରି ବିକାଶ ଆଉ ବିବାହ କରି ପାରି ନାହିଁ । ସେପଟେ ବିକାଶ କିଛି ଚାକିରୀ ବାକିରୀ କରିନାହିଁ ବୋଲି ତାପସୀର ବାପା ମାଆ ଝିଅଟିକୁ ଗୋଟିଏ ବେକାରିଆ ସାଥିରେ ବାନ୍ଧି ଦେବାକୁ ରାଜି ହେଲେ ନାହିଁ । ସମୟ କ୍ରମେ ତାପସୀର ବୟସ ଗଡି ଗଡି ଯାଉଛି । ଝିଅ ଘିଅ ସଦୃଶ । ରହିଲେ ବଡ ଅସୁବିଧା । ପରିଜନଙ୍କର ବହୁ ବୁଝାସୁଝା ପରେ ଶେଷରେ ତରୁଣକାନ୍ତ ସହିତ ବିବାହ ହୋଇଛି ତାପସୀର ।  ତରୁଣକାନ୍ତଙ୍କୁ ବିବାହ କରିନେଲା ସିନା ତାପସୀ କିନ୍ତୁ ବିକାଶକୁ ଭୁଲି ତରୁଣକାନ୍ତଙ୍କୁ ନିଜର କରିପାରିଲା ନାହିଁ ।

- ଏହି ସବୁ ଦୃଶ୍ୟ ଗୁଡିକ ଚଳଚ୍ଚିତ୍ରର ରିଲ୍ ଭଳି ତାର ଆଖି ଆଗରେ ନାଚି ଯାଉଥିଲା । ତାପସୀ ନିଜ ବେଡ ରୁମ୍ କୁ ଯାଇ ଅତି ସନ୍ତର୍ପଣରେ ପାର୍ସଲଟି ଖୋଲିଲା । ଦେଖିଲା ତାର ସେହି ବିଗତ ସନ୍ଧ୍ୟାରେ ବିକାଶକୁ ଦେଇ ଥିବା ନାଲି ସାଲ୍ ଟି ଏବଂ ତାହା ସାଥିରେ ବିକାଶ ଦେଇ ଏକ ହାତଲେଖା ଚିଠି । ତାପସୀ ଚିଠିଟିକୁ ପଢିବାକୁ ଲାଗିଲା

ତାପସୀ,

ମୋର ଶୁଭେଚ୍ଛା ନେବ । ମୁଁ ତୁମକୁ ଦେଇଥିବା କଥା ରଖି ପାରିଲି ନାହିଁ । ସେଥିପାଇଁ ମୁଁ ଅଭିଶପ୍ତ ଦୁଃଖିତ ମ୍ରିୟିତ । ତୁମର ସ୍ବପ୍ନକୁ ପୂରଣ କରିପାରିଲି ନାହିଁ କି ବିଗତ ଦିନର ସ୍ମୃତିକୁ ଆଜି ପର୍ଯ୍ୟନ୍ତ ଭୁଲି ପାରିଲି ନାହିଁ । ତୁମର ସେହି ସ୍ମୃତିରେ ମୁଁ ଜାଳି ପୋଡି ଛାରଖାର ହୋଇଗଲି ।

ମୁଁ ଏବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଅଛି । ତୁମକୁ ତ ନିଜର କରିପାରିଲି ନାହିଁ ତେଣୁ ତୁମେ ଦେଇଥିବା ସେହି ନାଲି ସାଲ୍ ଟି ମୋ ପାଖରେ ରହି ଆଉ ଲାଭ କ'ଣ ?  ତୁମର ସ୍ମୃତିକୁ ରଖି ମୁଁ ଶାନ୍ତି ପାଇ ପାରିବି ନାହିଁ । ଖରାପ ଭାବିବ ନାହିଁ ପାରିବ ଯଦି ମୋତେ କ୍ଷମା କରିଦେବ ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ମୋର ଆତ୍ମା ଶାନ୍ତି ପାଇ ପାରିବ ।

 (ଇତି)

 ବିକାଶ

- ତାପସୀର ଆଖିରୁ ଅଜାଣତରେ କେତେବେଳେ ଅମାନିଆ ଲୁହ ଝରି ଚାଲିଛି ତାକୁ ଜଣା ନାହିଁ । ଅଦୂରରୁ ସାଥୀ ତରୁଣକାନ୍ତ କ'ଣ ହୋଇଛି ବୋଲି ପଚାରିବେ ବୋଲି ପାଖକୁ ଆସିଲା ବେଳେ ତାପସୀ କିଛି ଉତ୍ତର ନ ଦେଇ ତରୁଣକାନ୍ତଙ୍କ ହାତକୁ ଚିଠିଟି ବଢ଼ାଇ ଦେଇଛି ।

- ତରୁଣକାନ୍ତ ଚିଠିଟିକୁ ପଢିସାରି ଦୁଃଖିତ ଅନୁଭବ କରିଛନ୍ତି । ଏହି ସମୟରେ ବିକାଶକୁ ଦେଖି ଯିବା ପାଇଁ କଟକ ଯିବାକୁ ପରାମର୍ଶ ଦେଇଛନ୍ତି । ତାପସୀ ହଁ ଭରିବା ପରେ ଦୁହେଁ କଟକ ଅଭିମୁଖେ ବାହାରିଥିଲେ । ଦୁଇଜଣ ଯାକ ସାଙ୍ଗ ହୋଇ ଗୋଟିଏ ଗାଡି ଭଡା କରି କଟକ ଅଭିମୁଖେ ଯାଇଥିଲେ ।

- ରାସ୍ତାରେ ଅନେକ ପ୍ରଶ୍ନ ଅନେକ ଆଶା ଆଶଙ୍କା ଅନେକ ଦ୍ବନ୍ଦ ଅନେକ ଦୁଶ୍ଚିନ୍ତା ସତରେ କ'ଣ ଠାକୁର ବିକାଶକୁ ଏତେ ବଡ ଦଣ୍ଡ ଦେଇଥିବେ ?  ?  ? ତାପସୀ ଠାକୁରଙ୍କୁ ବାରମ୍ବାର ପ୍ରାର୍ଥନା କରୁଥାଏ- ପ୍ରଭୁ ! ବିକାଶକୁ ଭଲରେ ରଖିଥାନ୍ତୁ ! ! ! ମୋର ନ ହେଲା ନାହିଁ ଆଉ କାହାର ହେଉ ମୋର ଏତିକି ପ୍ରଣତି ।

- କଟକ ମେଡିକାଲରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ଆଠଟା ହୋଇ ଗଲାଣି । ବଡ ଡାକ୍ତରଖାନା ରୁମ ନମ୍ବର ଉପର ତଳ ହୋଇ ବେଡ୍ ନମ୍ବର ପଚାରି ବୁଝି ବେଡ ପାଖରେ ପହଞ୍ଚିଲା ବେଳକୁ ସେଠାରେ ଥିବା କେତେଜଣ କହିଲେ - ଦୁଇ ତିନି ଦିନ ହେବ ଆଉ ଖାଇବା ପିଇବା ପ୍ରାୟ ବିକାଶ ନ ଥିଲା । କିନ୍ତୁ କ୍ଷୀଣ କଣ୍ଠରେ କେଉଁ ଏକ ଅଜଣା ତାପସୀର ନାମକୁ ବାରମ୍ବାର ଉଚ୍ଚାରଣ କରି ଖୋଜୁଥିଲା ...।

- କିଏ ସେ ତାପସୀ କ'ଣ ପାଇଁ ରୋଗୀ ଖୋଜୁଛି ଏ ସବୁ ପ୍ରଶ୍ନର ତ ଉତ୍ତର କାହା ପାଖରେ ନାହିଁ କିନ୍ତୁ ତାର ବାପା ତାକୁ ସାନ୍ତ୍ବନା ଦେଇ କହୁଥାନ୍ତି ତାପସୀକୁ ଡକାଇଛୁ ସେ ଆସୁଛି

- ବିକାଶକୁ କିଛି ସମୟ ହେବ ଉଚ୍ଚ ଚିକିତ୍ସା ନିମିତ୍ତ ବମ୍ବେ ନେଇ ଗଲେ । ତାପସୀ ନିଜକୁ ଭାବି ହେଉଥାଏ ସତରେ ମୁଁ କେଡେ ସ୍ବାର୍ଥପର ? ଯାହାକୁ ଜୀବନର ସାଥୀ କରିବି ବୋଲି କଥା ଦେଇଥିଲି, ସେ କଥା ତ ରଖି ପାରିଲି ନାହିଁ ହେଲେ ଆଶା କରି ଆସିଥିଲି । ନିଜର ପ୍ରଥମ ପୁରୁଷକୁ ଏ ସମୟ ଟିକେ ଦର୍ଶନ କରିବି ସାନ୍ତ୍ବନା ଦେବିମନର ବେଦନାକୁ ଦୂର କରିବି ତାହା ବି କରିପାରିଲି ନାହିଁ ସତରେ କ'ଣ ମୁଁ ବମ୍ବେ ଯାଇ ପାରିବି ?  

- ଅଦୂରରେ ଠିଆ ହୋଇଥିବା ତରୁଣକାନ୍ତ ଭାବି ହେଉଥାଏ ହେ ପ୍ରଭୁ ! ଏସବୁ କ'ଣ ଘଟି ଯାଉଛି...

ତାପସୀ ନିଜକୁ ପ୍ରଶ୍ନ କରୁଥାଏ ମୋର ପ୍ରଥମ ପ୍ରେମିକକୁ ଭୁଲି ନ ପାରି ଏତେ ବାଟ ପଳାଇ ଆସିଲି, ଅଥଚ ମୋତେ ଏତେ କଷ୍ଟ କରି ସେ ଆଣିଲେ। ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ନିଜର କରି ପାରିଲି ନାହିଁ । ଅଗ୍ନିକୁ ସାକ୍ଷୀ ରଖି ଯାହାର ହାତ ଧରିଲି, ତାକୁ ନିଜର କରି ପାରିଲି ନାହିଁ । ନିଜକୁ ଧିକ୍କାର କଲା ତାପସୀ । କ'ଣ କଲେ ଭଲ ହେବ କ'ଣ କଲେ ଖରାପ ହେବ ଚିନ୍ତା କରି ପାରିଲା ନାହିଁ। ସଙ୍ଗେ ସଙ୍ଗେ ତରୁଣକାନ୍ତଙ୍କୁ କୋଳାଗ୍ରତ କରି କାନ୍ଦିବାକୁ ଲାଗିଲା । ତାପସୀ କହିଲା - ସତରେ ତୁମେ କେତେ ମହାନ୍ । ତୁମେ ମୋର ଶ୍ରେଷ୍ଠ ପୁରୁଷ ତୁମେ ହିଁ ମୋର ଜନ୍ମ ଜନ୍ମର ସାଥୀ । ଏତେ ଦିନ ପରେ ତାପସୀ ତାର ଭୁଲ୍ କୁ ବୁଝି ପାରି ଥିବାରୁ ତରୁଣକାନ୍ତ ନିଜକୂ ଧନ୍ୟ ମନେ କରୁଥିଲେ। 


Rate this content
Log in

More oriya story from Lalita Mohan Mishra

Similar oriya story from Drama