Kishori Mohini panigrahy

Abstract Romance Fantasy

4.7  

Kishori Mohini panigrahy

Abstract Romance Fantasy

ଭୁଲ୍ ର ପୁନରାବୃତ୍ତି

ଭୁଲ୍ ର ପୁନରାବୃତ୍ତି

4 mins
261



ମନୁଷ୍ୟ ଜୀବନ ରେ ଠିକ୍ ଏବଂ ଭୁଲ୍ ଉଭୟ କାମ କରିଥାଏ କିନ୍ତୁ ଭୁଲ୍ ରୁ ଶିକ୍ଷା ଗ୍ରହଣ କରି ନିଜ ଭୁଲ୍ ବୁଝି ସେହି ଭୁଲ୍ ପୁନର୍ବାର କରିବା ଅନୁଚିତ୍।ତାହା ଆମକୁ ବିପଦ ରେ ପକେଇଦେଇପାରେ।

    ଅନେକ ଦିନ ତଳ ର କଥା। ଗନ୍ଧର୍ବ ରାଜ୍ୟ ରେ ବିରସେନ ଙ୍କ ଶାସନ ଚାଲିଥିଲା ତାଙ୍କ ରାଣୀ ଙ୍କ ନାମ ଥିଲା ମିନାକ୍ଷୀ। ଗନ୍ଧର୍ବ ମାନେ ତନ୍ତ୍ର ଶକ୍ତି ର ଅଧିକାରୀ।ରାଜା ବିରସେନ ଏବଂ ରାଣୀ ମିନାକ୍ଷୀ ଙ୍କ ଏକମାତ୍ର ସୁନ୍ଦର ପୁତ୍ର ଚିତ୍ରସେନ।ଚିତ୍ରସେନ ରୂପ ରେ ଯେମିତି ଗୁଣ ରେ ବି ସେମିତି।ନର, ଦେବତା, ରାକ୍ଷସ, ଗନ୍ଧର୍ବ ଯିଏ ବି ରାଜ କୁମାର ଙ୍କୁ ଦେଖିବ ତାଙ୍କ ରୁପ ରେ ବିମୋହିତ ହେଇଯିବ।

   ଦିନେ ଚିତ୍ରସେନ ନିଜ ବନ୍ଧୁ ମାନଙ୍କ ସହ ବନ ବିହାର କରିବା ପାଇଁ ବାହାରିଲେ। ବନ ରେ ସମସ୍ତେ ମିଶି ବିହାର କରୁଥାନ୍ତି, ଶିକାର କରୁଥାନ୍ତି, ଜଳ ବିହାର କରୁଥାନ୍ତି ଠିକ୍ ଏହି ସମୟ ରେ ଚିତ୍ରସେନ ଙ୍କୁ ଏକ ସୁମଧୁର ସଙ୍ଗୀତ କର୍ଣ୍ଣପାତ ହେଲା। ସଙ୍ଗୀତ ର ସ୍ୱର ତାଙ୍କର ଶରୀର ଏବଂ ହୃଦୟ ରେ ସିଂହରଣ ସୃଷ୍ଟି କରିଦେଲା। କାହାର ସେ କୋକିଳ ପରି କଣ୍ଠ ଜାଣିବା ପାଇଁ ସେ ଉତ୍ସୁକ ହୋଇପଡିଲେ।ଯେଉଁ ଦିଗ ଆଡୁ ସଙ୍ଗୀତ ର ସ୍ୱର ଆସୁଥିଲା ସେହି ଦିଗ ଆଡ଼କୁ ସଙ୍ଗୀତ ରେ ମୁଗ୍ଧ ହୋଇ ସେ ଚାଲିବା ଆରମ୍ଭ କଲେ।

    କିଛି ଦୁର ଅତିକ୍ରମ କଲା ପରେ ସେ ଦେଖିଲେ ଏକ ସୁନ୍ଦର ଯୁବତୀ ପୋଖରୀ ରେ ସ୍ନାନ କରୁଛି ଏବଂ ମଧୁର ସ୍ୱର ରେ ସଙ୍ଗୀତ ଗାନ କରୁଛି।କିଛି ଦୁର ରେ ଅନ୍ୟ କେତୋ ଟି ଯୁବତୀ ମଧ୍ୟ ସ୍ନାନ କରୁଛନ୍ତି କିନ୍ତୁ ରାଜକୁମାର ଚିତ୍ରସେନ ଙ୍କ ଆଖି ସେଇ ସଙ୍ଗୀତ ଗାଉଥିବା ଯୁବତୀ ଙ୍କ ଉପରେ ଲାଖି ଗଲା।ଚିତ୍ରସେନ ଯୁବତୀ ର ରୂପ, ଲାବଣ୍ୟ ରେ ଆକର୍ଷିତ ହେଇ ଏକ ଲୟ ରେ ଯୁବତୀ ଙ୍କୁ ଦେଖୁଥିଲେ।ତାଙ୍କୁ ବାହ୍ୟ ଜଗତ ର ଜ୍ଞାନ ନଥିଲା। ଯୁବତୀ ଟି ତାଙ୍କୁ ପୋଖରୀ ରେ ପଦ୍ମ ଫୁଲ ଖେଳୁଥିବା ପରି ଦୃଷୀୟ ମାନ ହେଉଥିଲା।

   ଅନ୍ୟ ଯୁବତୀ ମାନଙ୍କ ମଧ୍ୟ ରୁ ଜଣେ ସଙ୍ଗୀତ ଗାଉଥିବା ଯୁବତୀ ଙ୍କୁ ରାଜକୁମାରୀ ସ୍ଵର୍ଣ୍ଣଲତା ବୋଲି ସମ୍ବୋଧନ କଲା ଓ ମିଠା ପରିହାସ କରି କହିଲା " ରାଜକୁମାରୀ ସ୍ୱର୍ଣାଲତା ଏପରି ମଧୁର ସ୍ୱର ରେ ସଙ୍ଗୀତ ଗାନ କରନ୍ତୁ ନାହିଁ।ଯଦି କେଉଁ ରାଜକୁମାର ଆପଣ ଙ୍କ ସୁମଧୁର କଣ୍ଠ ସ୍ବର ଶୁଣି ଆପଣଙ୍କ ପ୍ରେମ ରେ ପଡ଼ିଯିବେ"।

   ରାଜକୁମାରୀ ଲାଜ ରେ ସ୍ନାନ ସାରି ବାହାରକୁ ଆସିଲେ। ଚିତ୍ରସେନ ମନ୍ତ୍ରମୁଗ୍ଧ ହୋଇ ଏକ ଲୟ ରେ ରାଜକୁମାରୀ ଙ୍କୁ ହିଁ ଦେଖୁଥିଲେ।

    ହଟାତ ରାଜକୁମାରୀ ଙ୍କ ନଜର ଚିତ୍ରସେନ ଙ୍କ ଉପରେ ପଡ଼ିଲା ଚିତ୍ରସେନ ଙ୍କ ରୂପ ରେ ସେ ମୋହିତ ହେଇଗଲେ।ଚାରି ଚକ୍ଷୁ ର ମିଳନ ରେ ପ୍ରେମ ର ସମ୍ଭାଷଣ ସୃଷ୍ଟି ହେଲା। ସ୍ଵର୍ଣ୍ଣଲତା ସାହାସ କରି ଚିତ୍ରସେନ ଙ୍କ ନିକଟ କୁ ଗଲେ ଏବଂ ତାଙ୍କର ପରିଚୟ ପଚାରିଲେ।

   ଚିତ୍ରସେନ କହିଲେ, ହେ ସୁନ୍ଦରୀ ମୁଁ ହେଉଛି ଗନ୍ଧର୍ବ ରାଜା ମହାରାଜ ବିରସେନ ଙ୍କ ପୁତ୍ର ଚିତ୍ରସେନ। ଏବେ ନିଜର ପରିଚୟ ପ୍ରଦାନ କରନ୍ତୁ।

  ଏହା ଶୁଣି ସ୍ଵର୍ଣ୍ଣଲତା କହିଲେ ସେ ଏକ ସାଧାରଣ ମନୁଷ୍ୟ। ମତ୍ସ୍ୟ ଦେଶ ର ରାଜକୁମାରୀ ସ୍ୱର୍ଣାଲତା।ସେହି ସମୟ ରେ ମନୁଷ୍ୟ ଏବଂ ଗନ୍ଧର୍ବ ଙ୍କ ସମ୍ପର୍କ ମାନ୍ୟ ନଥିଲା।ସମାଜ ର ପ୍ରଥା କୁ ଖାତିର ନକରି ଚିତ୍ରସେନ ଏବଂ ସ୍ୱର୍ଣାଲତା ପ୍ରେମ ରେ ତଲ୍ଲୀନ ହେଇଗଲେ।ସେହି ସମୟ ରେ ଗନ୍ଧର୍ବ ରାଜ୍ୟ ରେ ଏକ ସିଦ୍ଧ ସନ୍ୟାସୀ ଙ୍କ ଆଗମନ ହେଲା।ଉଭୟ ବିରସେନ ଏବଂ ମିନାକ୍ଷୀ ସନ୍ୟାସୀ ଙ୍କ ସ୍ବାଗତ ଏବଂ ସେବା ରେ ନିଜକୁ ନିୟୋଜିତ କଲେ।ଚିତ୍ରସେନ ସ୍ୱର୍ଣଲତା ଙ୍କୁ ପାଇବା ପାଇଁ ସନ୍ୟାସୀ ଙ୍କ ସେବା କରି ତାଙ୍କୁ ସନ୍ତୁଷ୍ଟ କଲେ।ସନ୍ୟାସୀ ଚିତ୍ରସେନ ଙ୍କ ମନ କଥା ବୁଝି ପାରିଲେ, ସେ ଚିତ୍ରସେନ ଙ୍କୁ ଏକ ମନ୍ତ୍ର ଶିକ୍ଷା ଦ୍ଦେଲେ ଯାହା ଦ୍ଵାରା ସେ ଯେ କୌଣସି ପକ୍ଷୀ ର ରୂପ ନେଇ ଗୋପନ ରେ ସ୍ଵର୍ଣ୍ଣଲତା ଙ୍କ ସହ ଦେଖା କରିବାକୁ ଯାଇପାରିବେ କିନ୍ତୁ ସନ୍ଧ୍ୟା ସମୟ ରେ ସେହି ମନ୍ତ୍ର ର ପ୍ରୟୋଗ କଲେ ଏବଂ ସେହି ମନ୍ତ୍ର ର ରହସ୍ୟ କାହା ଆଗରେ ପ୍ରକଟ କରିବେ ନାହିଁ।

  ଏ ପଟେ ବିରସେନ ଏବଂ ମିନାକ୍ଷୀ ଚିତ୍ରସେନ ଙ୍କ ପ୍ରେମ ସମ୍ପର୍କ ରେ ଜାଣିପାରିଲେ।ସେ ଦୁହେଁ ଚିତ୍ରସେନ ଙ୍କୁ ଅନେକ ବୁଝାଇଲେ ଯେ ଗନ୍ଧର୍ବ ଏବଂ ମନୁଷ୍ୟ ର ସମ୍ପର୍କ ବିନାଶକାରୀ ସିଦ୍ଧ ହେବ କିନ୍ତୁ ଚିତ୍ରସେନ ଶୁଣିଲେ ନାହିଁ।

   ଥରେ ସେ ସନ୍ଧ୍ୟାବେଳେ ମନ୍ତ୍ର ପ୍ରୟୋଗ କଲେ ଦେଖିବା କଣ ଅସୁବିଧା ହେଇଯିବ ସନ୍ୟାସୀ ଜଣ ଙ୍କ ତାଙ୍କୁ ଅଯଥା ରେ ଭୟଭୀତ କରାଉ ନାହଁ ତି ତ। ମନ୍ତ୍ର ପ୍ରୟୋଗ ଦ୍ଵାରା ସେ ପକ୍ଷୀ ର ରୂପ ଧାରଣ କଲେ କିନ୍ତୁ ନିଜ ପୂର୍ବ ରୂପ କୁ ଫେରି ପାଇଲେ ନାହିଁ।ଗୁରୁ ଜନ ଙ୍କ କଥା ନ ଶୁଣି ଭୁଲ କରିବାର ଦଣ୍ଡ ମିଳିଲା ବୋଲି ସେ ବୁଝିପାରିଲେ। ସାଙ୍ଗେ ସାଙ୍ଗେ ସନ୍ୟାସୀ ଙ୍କ ପାଖକୁ ଗଲେ ତାଙ୍କୁ କ୍ଷମା ମାଗିଲେ ଏବଂ ନିଜ ପୂର୍ବ ଅବସ୍ଥା ଫେରେଇଦେବା ପାଇଁ ଅନୁରୋଧ କଲେ ଏବଂ ଆଉ ଏପରି ଭୁଲ କରିବେ ନାହିଁ କହି କ୍ଷମା ମାଗିଲେ। ସନ୍ୟାସୀ ଦୟା ଭାବ ଦେଖାଇ କ୍ଷମା କରିଦେଲେ ଏବଂ ଚିତ୍ରସେନ ଙ୍କୁ ନିଜ ପୂର୍ବ ରୂପ ଫେରେଇଦେଲେ। କେତେ ଦିନ ପରେ ସନ୍ୟାସୀ ଗନ୍ଧର୍ବ ରାଜ୍ୟ ରୁ ଚାଲିଗଲେ।

  ଚିତ୍ରସେନ ସବୁବେଳେ ପକ୍ଷୀ ରୂପ ଧାରଣ କରି ସ୍ଵର୍ଣ୍ଣଲତା ସହ ମିଶିବାକୁ ଯାଆନ୍ତି।ଥରେ ସ୍ୱର୍ଣାଲତା ଚିତ୍ରସେନ ଙ୍କୁ ପକ୍ଷୀ ରୁ ମନୁଷ୍ୟ ରେ ପରିବର୍ତ୍ତନ ହେବାର ଦେଖିଦେଲେ।ସେ ଚିତ୍ରସେନ ଙ୍କୁ ତାହାର ରହସ୍ୟ ପଚାରିଲେ। ସନ୍ୟାସୀ ଙ୍କ କଥା ରକ୍ଷା କରି ସେ ସ୍ୱର୍ଣାଲତା ଙ୍କୁ ମନ୍ତ୍ର ବିଷୟ ରେ କିଛି କହିନଥିଲେ।ସେ ଦିନ କିନ୍ତୁ ସ୍ୱର୍ଣାଲତା ଜିଦ୍ ଧରି ବସିଲେସେ କହିଲେ, ପ୍ରିୟତମ , ଯାହାକୁ ହୃଦୟ ରୁ ପ୍ରେମ କର ତାହା ଆଗରେ କୌଣସି କଥା ଗୋପନ ରଖିବା ଠିକ୍ ନୁହେଁ।ରାଜକୁମାରୀ ଙ୍କ ମିଠା କଥା ଶୁଣି ଚିତ୍ରସେନ ତାଙ୍କୁ ସବୁ କଥା କହିଦେଲେ। ରାଜକୁମାରୀ ପୁଣି ଜିଦ୍ କଲେ ସେ ନିଜ ଚକ୍ଷୁ ରେ ମନ୍ତ୍ର ର ପ୍ରୟୋଗ ଦେଖିବେ।ଏହା ଶୁଣି ଚିତ୍ରସେନ ମନ୍ତ୍ର ପ୍ରୟୋଗ କରିଦେଲେ ସେହି ସମୟ ରେ ସନ୍ଧ୍ୟା ହୋଇସାରିଥିଲା।ମନ୍ତ୍ର ଉଚ୍ଚାରଣ କରି ପକ୍ଷୀ ରୂପ ନେଇଗଲେ କିନ୍ତୁ ପୁନର୍ବାର ନିଜ ରୂପ କୁ ଆସିପରିଲେ ନାହିଁ।ମନ୍ତ୍ର ଉଚ୍ଚାରଣ ର ଦୁଇ ଟି ଯାକ ନିୟମ ସେ ଭାଙ୍ଗି ଦେଇଥିଲେ।ସେହି ସମୟ ରେ ସ୍ୱର୍ଣାଲତା କ୍ଷମା ମାଗିଲେ ଏବଂ ନିଜ ଜିଦ୍ ର ଫଳ ପାଇଁ ପଶ୍ଚାତାପ କଲେ।

  ସେହି ସମୟ ରେ ଚିତ୍ରସେନ ଙ୍କୁ ନିଜ ପିତା ମାତା ଙ୍କ କଥା ମନେ ପଡ଼ିଲା ଯେ ଗନ୍ଧର୍ବ ଏବଂ ମନୁଷ୍ୟ ଙ୍କ ସମ୍ପର୍କ ବିନାଶକାରୀ ସିଦ୍ଧ ହେବା।ଚିତ୍ରସେନ ନିଜ ଗୁରୁଜନ ଙ୍କ କଥା ମାନି ନଥିଲେ ଏବଂ ମନ୍ତ୍ର ପ୍ରୟୋଗ ରେ ବାରମ୍ୱାର ଭୁଲ କରିଥିଲେ ତେଣୁ ସେ ନିଜ ପୂର୍ବ ରୂପ କୁ ଆଉ ଫେରି ପାଇଲେ ନାହିଁ।

   ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ , ଜୀବନ ରେ ଥରେ କରିଥିବା ଭୁଲ୍ ପୁନର୍ବାର କରିବା ଉଚିତ ନୁହେଁ। ଭୁଲ୍ ରୁ ଶିକ୍ଷା ଗ୍ରହଣ କରି ଭୁଲ କୁ ସୁଧାରିବା ଉଚିତ।


Rate this content
Log in

Similar oriya story from Abstract