STORYMIRROR

Dr Jharana Satapathy

Classics

3  

Dr Jharana Satapathy

Classics

ଭକ୍ତିଭାବ

ଭକ୍ତିଭାବ

1 min
240

ସକାଳୁ ସକାଳୁ ବୋଉର ଅଭ୍ୟାସ ଠାକୁର ପୂଜା କରିବା। ନିତି ପାହାନ୍ତି ସକାଳୁ ବଡ ପାଟିରେ ଠାକୁରଙ୍କର ଜଣାଣ ସବୁଗାଇ ନିଦରୁ ସମସ୍ତଙ୍କୁ ଉଠାଇଦିଏ। ବେଳେବେଳେ ମତେ ଚିଡା ମାଡେ ବୋଉ ଟିକେ ଶାନ୍ତିରେ ମଣିଷକୁ ଶୁଆଇ ଦେବନି। ନିଜେ ସିଏ ଏତେ ଶୀଘ୍ର ଉଠିବ ତାସହ ଅନ୍ୟ ମାନଙ୍କୁ ଵି ଉଠାଇଦେଵ। ଏତେବଡ ପାଟିରେ ଜଗନ୍ନାଥଙ୍କ ଜଣାଣ ଵୋଲୁଥାଏ ସତରେ ସେ କାଳିଆ ସାଆନ୍ତ ଗମ୍ଭିରା ଭିତରୁ ଆସି ତା ଡାକ ଶୁଣିଦେବେ। ନିଜ ହାତରେ ଭଳିକି ଭଳି ଫୁଲ ତୁଳସୀ ତୋଳି ଘରେ ପୂଜାକରେ ଏବଂ ଆଉ କିଛି ଫୁଲ ମନ୍ଦିରକୁ ନେଇକି ଯାଏ। ଦୟଣା,ତୁଳସୀ ମିଶେଇ ବଡ ବଡ ମାଳ ତିଆରି କରେ। ବଡି ଭୋରରୁ ଉଠି ତା କାମ ହେଲା ଫୁଲ ତୋଳିବା । ଏତେ ବଡ ବଗିଚାରୁ ନିଜେ ସେ ଏକୁଟିଆ ଫୁଲ ତୋଳିବା ସହଜ କଥା ନୁହଁ ପୁଣି ଏ ଵୟସରେ। ସିଏ ପରା ଠାକୁର ଜଗନ୍ନାଥଙ୍କ ପରମ ଭକ୍ତ। ଫୁଲତକ ସବୁନେଇ ମନ୍ଦିରର ଦ୍ବାର ଖୋଲିବା ଖୋଲିବା ସଙ୍ଗେ ସଙ୍ଗେ ବସିଯାଏ ଚକାମାଡି ସବୁ ଗୁନ୍ଥିବା ପାଇଁ। ସେ ନିଜେ ହାତରେ ଗୁନ୍ଥିଦିଏ ଭଳିକି ଭଳି ଫୁଲମାଳ କାଳିଆ ପାଇଁ । କିନ୍ତୁ ଏବେକିଛି ଦିନ ହେଲା ତା ମନ ଭାରି ଦୁଃଖରେ ରହୁଛି । କରୋନା ଲାଗି ସବୁ ଧର୍ମାନୁଷ୍ଠାନ,ମନ୍ଦିର ସବୁ ବନ୍ଦବାନ୍ଦ ହୋଇଯାଇଛି। ସବୁ ଲକ୍ ଡାଉନ। ଘରୁ ବାହାରିବାଟା ମୁସ୍କିଲ ହୋଇଯାଇଛି। ଖାଲି ମନର ଦୁଃଖ ମନରେ ରଖିଛି। କାଳିଆ କାଳିଆ ହେଉଛି। ଖାଲି ଜଗି ବସିଛି କେବେ ଏ ଲକ୍ ଡାଉନ ସରିବ ନିଜ ହାତରେ କାଳିଆ ପାଇଁ ଫୁଲତକ ଗୁନ୍ଥିଦେଇ ମନ୍ଦିର ନେବ। ମୁଁ ତାକୁ ଦେଖି ଵେଳେ ଵେଳେ ଭାବେ ଶବରୀର ଭକ୍ତିଭାବ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି  ଯେପରି ଥିଲା ଠିକ୍ ମୋ ବୋଉର ଭକ୍ତିଭାବ କାଳିଆ ପ୍ରତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics