Anita Jena

Action Inspirational Others

4.0  

Anita Jena

Action Inspirational Others

ଭିନ୍ନ ଏକ ରାସ୍ତା

ଭିନ୍ନ ଏକ ରାସ୍ତା

4 mins
169



ସେଦିନ ସୋମବାର ଥାଏ । ପ୍ରତୀକ ସକାଳୁ ସକାଳୁ ଶୀଘ୍ର ଉଠି ଯାଇ ପତ୍ନୀଙ୍କୁ ଜଳଖିଆ ତିଆରି କରିବାକୁ କହି ଦେଇ ଡ୍ରାଇଭରକୁ ଗାଡ଼ି ବାହାର କରିବା ପାଇଁ କହିଲେ । ପୂର୍ବ ଦିନରୁ ଦୋକାନରୁ କିଣି ଆଣିଥିବା ଭୋଗ ସାମଗ୍ରୀ ଧରି ବସି ପଡ଼ିଲେ ଗାଡ଼ିରେ । ଘର ଠାରୁ ଦଶ କିଲୋମିଟର ଦୂର ଏକ ଶିବ ମନ୍ଦିରକୁ ପ୍ରତ୍ୟେକ ସୋମବାର ଦିନ ପ୍ରତୀକ ଯାଇ ଭୋଗ କରିବା ସହ କିଛି ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତି । ଦୀର୍ଘ ଦଶ ବର୍ଷ ହେଇଗଲାଣି ପ୍ରତୀକଙ୍କର ଏମିତି କରିବା । କେହି କିଛି ପଚାରିଲେ କିଛି ଉତ୍ତର ଦିଅନ୍ତି ନାହିଁ ସେ । ବାସ୍କୁହନ୍ତି ଏମିତି କରିଲେ ମୋତେ ଶାନ୍ତି ମିଳେ, ମୋ ଜୀବନର ଗୋଟିଏ ମୂଲ୍ୟବାନ ନିଷ୍ପତି ହେଉଛି ଏଇ କାମ କରିବା ଆଉ ଏମିତି କରି ମୁଁ ମୋର କର୍ତ୍ତବ୍ୟ କରୁଛି । ଏମିତି କି ନିଜ ପତ୍ନୀଙ୍କ ଠାରୁ ବି ଲୁଚେଇ ରଖିଛନ୍ତି ଏ ଘଟଣା ପଛର ରହସ୍ୟ । 

  ମନ୍ଦିର ଯିବା ବାଟରେ ଗୋଟିଏ ଚାରି ଛକ ପଡେ , ସେଇ ଛକ ସବୁବେଳେ ଭିଡ଼ ଥାଏ , ସେଦିନ ବି ପ୍ରବଳ ଭିଡ଼ ଥାଏ ରାସ୍ତା । ଟ୍ରାଫିକ ପୋଲିସ୍ ର ସିଗନାଲ୍ ପାଇ ଡ୍ରାଇଭର ଗାଡ଼ି ଅଟକାଇ ଦେଲା । ପ୍ରତୀକ ଗାଡ଼ି ଭିତରେ ବସି ରହି ଚାହିଁଲେ ରାସ୍ତା କଡରେ ଥିବା ସେ ଷ୍ଟପ ବୋର୍ଡକୁ ଦେଖି ଆଉ ମନେ ମନେ ଭାବିଲେ ସତରେ ଏ ବୋର୍ଡ ଭଳି ମୋ ଜୀବନ ବି ସବୁଦିନ ପାଇଁ ଷ୍ଟପ୍ ହେଇ ରହି ଯାଇଥାନ୍ତା ଯଦି ବାବା ମୋତେ ସେଦିନ ମନ୍ଦିର ବାହାରୁ ନେଇ ଆସି ନ ଥାନ୍ତେ । ହେଲେ ମୁଁ କେତେ ବଡ଼ ପାପୀ ଆଉ ଅପରାଧୀ ଯିଏ ମୋତେ ନୂଆ ଜୀବନ ଦେଲେ ମୁଁ ତାଙ୍କୁ ହିଁ ପାଦ ରେ ଆଡେଇ ଦେଲି । ସେଇ ମଣିଷକୁ ଟିକିଏ ଖୁସି ଦେଇ ପାରିଲି ନାହିଁ ଯିଏ ମୋ ପାଇଁ ନିଜ ଲୋକଙ୍କ ସହ ଲଢ଼ି ଯାଇଥିଲା । ପ୍ରତୀକ ଭାବି ବସିଲେ ଅତୀତର ଘଟଣାକୁ ।

ଅନାଥ ପିଲାଟିଏ ଥିଲେ ପ୍ରତୀକ, କେହି ଜଣେ ଆଣି ତାକୁ ସେ ଶିବ ମନ୍ଦିରରେ ଛାଡି ଦେଇ ଯାଇଥିଲା । ହେତୁ ପାଇବା ଦିନ ଠୁ ପ୍ରତୀକ ନିଜକୁ ସେଇ ମନ୍ଦିରରେ ଦେଖିବାକୁ ପାଇଲେ । ମନ୍ଦିରର ଝାଡୁ କାମକୁ ଅତି ଆନନ୍ଦରେ କରେ ପ୍ରତୀକ । ଲୋକ ମାନେ ଦେଉଥିବା ଭୋଗକୁ ଖାଇ ସେ ଦିନ କାଟେ । ଦିନେ ଜଣେ ସହୃଦୟ ବ୍ୟକ୍ତି , ଦୀନବନ୍ଧୁ ଶତପଥୀ ନାମକ ବ୍ୟକ୍ତି ସେହି ମନ୍ଦିରକୁ କିଛି କାମରେ ଆସିଥିଲେ । ସେ ଫେରିବା ବେଳେ ତାଙ୍କ ପ୍ୟାକେଟରୁ ତାଙ୍କର ଟଙ୍କା ବଣ୍ଡଲ୍ ଟିଏ ଖସି ପଡିଲା ଆଉ ତାକୁ ପ୍ରତୀକ ପାଇଲା । ସେ ଦଉଡ଼ି ଯାଇ ଦୀନବନ୍ଧୁଙ୍କୁ ତାଙ୍କ ଟଙ୍କା ଫେରେଇ ଦେଲା । ଦୀନବନ୍ଧୁ ପିଲା ଟିର ସଚ୍ଚୋଟତା ଦେଖି ଖୁବ୍ ଖୁସି ହେଲେ ଆଉ ପିଲାଟି ବିଷୟରେ ଜାଣିବା ପାଇଁ ଚାହିଁଲେ । ପିଲାଟିର କେହି ନ ଥିବା ଜାଣି ସେ ତାକୁ ନିଜ ସହିତ ନିଜ ଘରକୁ ନେଇ ଗଲେ । 

   ଯୋଗକୁ ଦୀନବନ୍ଧୁ ବି ଅନାଥ ଥିଲେ, ତାଙ୍କ ବାପା , ମା ଆଉ ପତ୍ନୀଙ୍କୁ ସେ ଗୋଟିଏ ସଡ଼କ ଦୁର୍ଘଟଣାରେ ହରେଇ ସାରିଥିଲେ । ପ୍ରତୀକକୁ ଘରକୁ ଆଣି ତାକୁ ନିଜ ପୁଅ ଭଳି ରଖିଲେ । ପ୍ରତୀକକୁ ବାପାର ନାଁ ଦେଇ ତାର ପାଠ ପଢାର ବ୍ୟବସ୍ଥା ବି କଲେ । ପ୍ରତୀକ ପାଠ ପଢିଲା । ଦୀନବନ୍ଧୁ ତାର କୌଣସିଟିରେ ବି ଅଭାବ ରଖି ନଥିଲେ । ହେଲେ ପ୍ରତୀକ କୁସଙ୍ଗତରେ ପଡି ଦିନକୁ ଦିନ ବିଗିଡ଼ିବାରେ ଲାଗିଲା । ଟଙ୍କା ନେଇ ଅଯଥା ରେ ଖର୍ଚ୍ଚ କରିବାକୁ ଲାଗିଲା । ଦୀନବନ୍ଧୁଙ୍କ ଉପଦେଶ ତାକୁ କଲରା ଠାରୁ ବି ବେଶୀ ପିତା ଲାଗିଲା । ଦିନକୁ ଦିନ ସେ ଦୀନବନ୍ଧୁଙ୍କୁ ନିଜର ଶତ୍ରୁ ବୋଲି ଭାବିବାକୁ ଲାଗିଲା । ଆଉ ଦିନେ ଘର ଛାଡ଼ି ଚାଲି ଗଲା ଆଉ କହି ଦେଇ ଗଲା ମୁଁ ଯଦି ତମ ନିଜ ପୁଅ ହେଇଥାନ୍ତି ତାହେଲେ ତମେ ମୋତେ ଏମିତି ସବୁ କଥାରେ ରୋକି ନ ଥାଆନ୍ତ । 

   କିଛି ଦିନ ଯାଏଁ ଦୀନବନ୍ଧୁ ପ୍ରତୀକକୁ ଅନେକ ଖୋଜିଲେ । ଦିନ ହଠାତ୍ ପ୍ରତୀକ ଖବର ପାଇଲା ଦୀନବନ୍ଧୁଙ୍କ ଦେହ ବହୁତ୍ ଖରାପ୍ , ତାକୁ ତା ବିବେକ ବାଧା ଦେଲା ଆଉ ସେ ଧାଇଁ ଆସିଲା ଘରକୁ । ଆସିଲା ବେଳକୁ ଆଉ କିଛି ବି ନ ଥିଲା । ଦୀନବନ୍ଧୁଙ୍କ ଶରୀର ନିଶ୍ଚଳ ପାଲଟି ଯାଇଥିଲା । ପ୍ରତୀକ ତାଙ୍କ ପାଦ ତଳେ ଲୋଟି ଯାଇ ନିଜକୁ ଖୁବ୍ ଧିକାର୍ କଲା । ନିଜ ଭୁଲ୍ ପାଇଁ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କଲା ହେଲେ ସେତେବେଳକୁ ଆଉ ଦୀନବନ୍ଧୁ ଜୀବିତ ନ ଥିଲେ କ୍ଷମା ଦେବାକୁ । ପ୍ରତୀକ ନିଜ ଭୁଲ୍ ବୁଝି ପାରୁ ଥାଏ , ଏତିକି ବେଳେ ଦୀନବନ୍ଧୁଙ୍କର ଓକିଲ ଖଣ୍ଡେ କାଗଜ ବଢେଇ ଦେଲେ ପ୍ରତୀକ ହାତକୁ । ପ୍ରତୀକ ଖୋଲି ଦେଖିଲେ ଯେ ଦୀନବନ୍ଧୁ ଖଣ୍ଡିଏ ଚିଠି ଲେଖିଛନ୍ତି ଆଉ ସେଥିରେ ଲେଖା ଥିଲା - ମୋତେ କ୍ଷମା କରି ଦେବୁ , ତତେ ମୁଁ ନିଜର କରି ପାରିଲି ନାହିଁ । ହୁଏତ ମୋ ଭଲ ପାଇବାରେ କୋଉଠି କିଛି ଊଣା ରହିଗଲା । ହେଲେ ମୁଁ ତତେ କେବେ ବି ମୋ ନିଜ ଠୁ ଅଲଗା ଭାବି ନାହିଁ । ଜୀବନ ରେ ମୁଁ ବହୁତ୍ ଏକା ଥିଲି ହେଲେ ତୋର ଆସିବ ପର ଠୁ ମୁଁ ହସିବା ଶିଖି ଥିଲି । ତୁ ଯେଉଁ ଦିନ ଘର ଛାଡ଼ି ଚାଲିଗଲୁ ସେଦିନ ମୁଁ ନିଜକୁ ବହୁତ୍ କଷ୍ଟ ଦେଇଛି । ହେଲେ ତତେ ମଣିଷ ହେବାର ଦେଖିବାର ସ୍ବପ୍ନ ମୋର ଅଧୁରା ହେଇଯିବ ଭାବି ମୁଁ ପ୍ରତିକ୍ରିୟା କରିଥିଲି ହେଲେ ତୁ ବୁଝିବା ଭୁଲ୍ କଲୁ । ମୁଁ ଚାହେଁ କେବଳ ତୁ ଖୁସିରେ ରହ । ଜୀବନର ପରିପକ୍ୱ ଅବସ୍ଥାରେ ତୁ ଯେମିତି ସବୁ ଜିନିଷ ନିଜ ପାଖରେ ପା । କେବଳ ଟଙ୍କା ଯେ ସବୁ କିଛି ଭାବିବା ଭୁଲ୍ । ଜୀବନରେ ସମ୍ପର୍କ , ଭଲ ପାଇବା, ସ୍ନେହ ଶ୍ରଦ୍ଧା ଏ ସବୁ ଟଙ୍କା ଠାରୁ କାହିଁ କେତେ ମୂଲ୍ୟବାନ । ସବୁବେଳେ ଚେଷ୍ଟା କରିବୁ ସମ୍ପର୍କକୁ ତୁଟିବାକୁ ଦେବୁ ନାହିଁ । ଜୀବନ ଲରେ ସମ୍ପର୍କକୁ ଛାଡ଼ି ଦେଲେ ଅନ୍ୟ କିଛି ବି ଚୀର ସ୍ଥାୟୀ ନୁହେଁ । କିଛି ପାଇବାକୁ ହେଲେ କିଛି ହରେଇବା ପାଇଁ ସବୁବେଳେ ପ୍ରସ୍ତୁତ ରହିବୁ । ଯେମିତି ମୁଁ ହରେଇ ସାରିଛି ତତେ, ମୋ ପରିବାରକୁ ଅନେକ ଗୁଡ଼ିଏ ସମ୍ପର୍କକୁ । ଶେଷରେ ଆଜି ମୁଁ ଏକୁଟିଆ । 

 ଜୀବନରେ କେହି ହେଲେ ସାଙ୍ଗରେ ରହିବେ ନାହିଁ। ସବୁବେଳେ ଏମିତି କରିବୁ ଯେମିତି ଲୋକ ତୋ ପଛରେ ଗୋଡେଇବେ ତୁ ତାଙ୍କ ପଛରେ ନୁହେଁ । ସବୁବେଳେ ସାହାଯ୍ୟର ହାତକୁ ବଢେଇ ରଖି ଥିବୁ ।

  ତୋର ଏ ଅଭାଗା ବାପାର ସବୁ ଭୁଲ କୁ କ୍ଷମା କରିଦେବୁ । ଓକିଲଙ୍କ ଠୁ ଜାଣିବାକୁ ପାଇଲେ ପ୍ରତୀକ ଦୀନବନ୍ଧୁ ତାଙ୍କର ସବୁ ସମ୍ପତି ପ୍ରତୀକ ନାଁ ରେ କରି ଦେଇ ଯାଇଛନ୍ତି । 

  ପ୍ରତୀକ ଏ କଥା ଶୁଣି ଭାରି ପଶ୍ଚାତାପ କଲା ନିଜ ଭୁଲ୍ ଆଉ ବ୍ୟବହାର ପାଇଁ । ସେହି ଦିନ ଠୁ ସେ ନିଜକୁ ବୁଝେଇବା ପାଇଁ, ନିଜ ଭୁଲ୍ କୁ ପ୍ରାୟଶ୍ଚିତ କରିବା ପାଇଁ ସୋମବାର ଦିନ ଯାଇ ଦୁଃଖୀ ଦରିଦ୍ର ଲୋକଙ୍କୁ ଖାଇବାକୁ ଦେଇ ସାହାଯ୍ୟର ହାତ ବଢ଼ାଇ ଦିଏ ଭିନ୍ନ ଏକ ରାସ୍ତାକୁ ଆପଣେଇ । ଆଉ ମନେ ପକାଏ ସେ ବି ଦିନେ ଏଇ ଜାଗା ରେ ଥିଲା ଆଉ ତାକୁ ମଣିଷ କରିବା ପାଇଁ ଦୀନବନ୍ଧୁ ନିଜର ସବୁ କିଛି ତାକୁ ଦେଇ ଦେଇଛନ୍ତି । 

   ଗାଡ଼ିର ହର୍ଣ୍ଣରେ ପ୍ରତୀକ ଟିକେ ପ୍ରକୃସ୍ଥିତ ହେଲେ ଗାଡ଼ି ମନ୍ଦିର ଆଗରେ ପହଞ୍ଚି ସାରିଥାଏ । ସବୁ ଥର ଭଳି ପ୍ରତୀକ ମନ୍ଦିର ବେଢ଼ା ପରିକ୍ରମା କରି ଖାଇବା ବାଣ୍ଟିବାକୁ ଲାଗି ପଡ଼ିଲେ ।



Rate this content
Log in

Similar oriya story from Action