Anita Jena

Abstract Tragedy Fantasy

3  

Anita Jena

Abstract Tragedy Fantasy

ଭେରି ଲକି

ଭେରି ଲକି

4 mins
250



ଆରେ ରାହୁଲ ସକାଳୁ ସକାଳୁ ଏମିତି ତୋର ମୁଡ୍ ଖରାପ କଣ ପାଇଁ ?


- କାଇଁ ନାଇଁ ତ ,ମୁଁ ଠିକ୍ ଅଛି ।


- ଠିକ୍ ଅଛୁ? ଯଦି ଠିକ୍ ଅଛୁ ତାହେଲେ ସେ ଅଫିସ୍ ବୟ ଉପରେ ଏତେ ଜୋରରେ ଚିଲ୍ଲେଇ ଉଠି ତାକୁ ଗାଳି କଲୁ କଣ ପାଇଁ ? ସେମିତି ରେ ବି ସେ କିଛି ବଡ଼ ଭୁଲ୍ କରି ନ ଥିଲା ତ । 


- ସିନିୟର୍ ମାନେ ଯଦି ଗାଳି କରିବେ ସେଥିରେ ବି ଭୁଲ୍ ! 


- ଦେଖେ ସାଙ୍ଗ , ଅଫିସ୍ ରେ ସମସ୍ତେ ଜାଣିଛନ୍ତି ତୁ ହଉଛୁ ସବୁ ଠୁ କୁଲ୍ ମଣିଷ । ଯିଏ କି ସବୁ ଜିନିଷ ଆଉ ସବୁ ଘଟଣା କୁ ଅତି ସହଜ ରେ ଶାନ୍ତ ଆଉ ନମ୍ର ଭାବରେ ସମାଧାନ କରିଥାଏ ଆଉ ସେଇ ମଣିଷ ଯଦି ବିନା କାରଣରେ ଏମିତି ବ୍ୟବହାର କରିବ ତାହେଲେ ସମସ୍ତେ ଆଶ୍ଚର୍ଯ୍ୟ ତ ହେବେ ନା । 


- କଣ କରିବି କହିଲୁ ତୁଷାର , ମୋ ଜୀବନର ମୋଡ଼ ସମ୍ପୂର୍ଣ୍ଣ ରୂପରେ ଏବେ ବଦଳି ଯାଇଛି । ଯାହା ସବୁ ମୋତେ ପସନ୍ଦ ନୁହେଁ ସେ ସବୁ କୁ ଆଖି ଆଗରେ ଦେଖି ଦେଖି ମୁଁ ବି ସେମିତି ପାଲଟି ଗଲିଣି । 


ତୁଷାର - ରାହୁଲ , ଶୁଣୁ ତୁ ଏମିତି ଚିନ୍ତା ରେ ରହିଲେ ତୋ ଦେହ ଖରାପ ହବ ଆଉ ସମସ୍ତଙ୍କ ସହିତ ସମ୍ପର୍କ ବି। ତୁ ଗୋଟିଏ କାମ କର ଚାଲେ ଏବେ ଆମେ କଫି ସପ୍ କୁ ଯିବା ଆଉ ସେଇଠି ବେଶୀ କଥା ହବା । 


ରାହୁଲ - ନାଇଁ ସାଙ୍ଗ , ଥାଉ । 


ତୁଷାର - ଆରେ ଚାଲେ । ସବୁ କଥା ର କିଛି ସମାଧାନ ଥାଏ ଆଉ ଅନ୍ୟ ଆଗରେ ନିଜ ଅସୁବିଧା ଆଉ ଚିନ୍ତା କୁ ଜାହିର କଲେ ବୋଝ କମିଯାଏ । ଏଇ କଥା ପରା ତୁ ସମସ୍ତଙ୍କୁ କହୁ ଆଉ ଆଜି ତତେ ମୁଁ କେମିତି ଏକୁଟିଆ ଛାଡ଼ି ଦେବି ? 

  ଦୁହେଁ ସାଙ୍ଗ ହେଇ କଫି ସପ୍ କୁ ଗଲେ । ତୁଷାର ଯାଇ ଦୁଇ କପ୍ କଫି ଅର୍ଡର୍ କରି କି ଆସିଲା । ଦୁହେଁ କଫି ପିଉ ପିଉ ତୁଷାର ପଚାରିଲା - ଏବେ କହ ସାଙ୍ଗ କଣ ହେଇଛି ? ଏମିତି ଚିନ୍ତା ରେ କଣ ପାଇଁ ଅଛୁ ତୁ ? 

  ରାହୁଲ କହିଲା କଣ ଆଉ କହିବି ସାଙ୍ଗ ଘରେ ମୋର ଆଉ ପ୍ରାର୍ଥନା ର ସମ୍ପର୍କ କୁ ନେଇ ବିବାଦ ଲାଗି ରହିଛି । ଘରେ ମା ଜମା ବି ରାଜି ହେଉ ନାହିଁ ଆମ ଦି ଜଣଙ୍କ ବିବାହ ପାଇଁ । କଣ କରିବି ମୁଁ କିଛି ବୁଝି ପାରୁନି । 


ତୁଷାର - ହେଲେ କଣ ପାଇଁ ? ପ୍ରାର୍ଥନା ତ ଭାରି ଭଲ ଝିଅ ଟିଏ । ଆଉ ମାଉସୀ ତାକୁ ଆଗରୁ ବି ଜାଣିଛନ୍ତି ଏବେ କଣ ହେଲା ? 


ରାହୁଲ - କଥା ଟା ପ୍ରାର୍ଥନା କୁ ପସନ୍ଦ କୁ ନାପସନ୍ଦ କରିବାର ନୁହେଁ , କଥା ଟା ହେଉଛି ପ୍ରାର୍ଥନା ର ବାପା ସେ ସବୁ ଦେଇ ପାରିବେ ନାହିଁ ଯାହା ମା ତାଙ୍କୁ ଦାବି କରୁଛି । 


ତୁଷାର - ମାନେ ? 


ରାହୁଲ - ଆରେ କାଲି ପ୍ରାର୍ଥନା ର ବାପା ଆଉ ମଉସା ଆମ ଘରକୁ ଆସିଥିଲେ ବାହାଘର ତାରିଖ ଠିକ୍ କରିବା ପାଇଁ ଆଉ ସେଠି ଯୌତୁକ କଥା ବି ଉଠିଲା । ମୁଁ ଆଗରୁ କହି ସାରିଥିଲି କି ମୋର ସେ ସବୁ କିଛି ଦରକାର ନାହିଁ ବାସ୍ ପ୍ରାର୍ଥନା ତାର ନିଜ ପାଇଁ ଯାହା ନେଇ କି ଆସୁଛି ଆସୁ । 

  ହେଲେ ମୋ ମା ଙ୍କ ର ଗୋଟିଏ ଜିଦି ପ୍ରାର୍ଥନା ଘର ର ସବୁ ଜିନିଷ ଆଣିବା ସହିତ ମୋ ପାଇଁ ଗୋଟିଏ ବୁଲେଟ ଆଉ ନଗଦ ତିନି ଲକ୍ଷ ଟଙ୍କା ଆଣିବ । ହେଲେ ପ୍ରାର୍ଥନା ବାପା ଙ୍କ ର ଏତେ ସବୁ ଦେବା ପାଇଁ ସମର୍ଥ ନୁହଁନ୍ତି । କିନ୍ତୁ ମା ଏସବୁ ବୁଝିବାକୁ ନାରାଜ । ତାଙ୍କ ମୁହେଁ ମୁହେଁ କହିଦେଲା ଯଦି ଏ ସବୁ ଦେଇ ପାରିବେ ନାହିଁ ତାହେଲେ ଏ ବାହାଘର ସମ୍ଭବ ନୁହେଁ । 

  ମୁଁ କିନ୍ତୁ ଯଦି ବାହା ହେବି ତାହେଲେ କେବଳ ପ୍ରାର୍ଥନା କୁ ହିଁ ବାହା ହେବି । 


ତୁଷାର - ହେଲେ ମାଉସୀ ଏ ସବୁ ଦାବି କଣ ପାଇଁ କରୁଛନ୍ତି ? ମୁଁ ଯାହା ଜାଣିଛି ତମ ଘରେ ତ କୌଣସି ଜିନିଷ ର କିଛି ବି ଅଭାବ ନାହିଁ । 


ରାହୁଲ - ମୁଁ ବି ସେଇ କଥା ଭାବୁଛି ତୁଷାର । ମା କୁ କେମିତି ବୁଝେଇ କହିବି ? ନା ମା କଥା କୁ ଟାଳି ପାରିବି ନା ପ୍ରାର୍ଥନା କୁ ଛାଡ଼ି ପାରିବି ? ବୁଝି ପାରୁନି ଏବେ ମୋତେ ଏ ସମୟ କୋଉ ମୋଡ଼ ରେ ନେଇ ଛିଡ଼ା କରିଦେବ ? 


ରାହୁଲ - ହଉ ଠିକ୍ ଅଛି । ତୁ ବ୍ୟସ୍ତ ହଅନି ସବୁ କିଛି ଠିକ୍ ହେଇଯିବ । ତୋ ଜୀବନର ମୋଡ଼ ବଦଳିବ ଆଉ ତତେ ତୋ ପ୍ରେମ ସହିତ ନେଇ ହିଁ ମିଶେଇ ଦବ । ଏବେ ଚାଲେ ସେପଟେ ବସ୍ ରାଗି ଯିବେ ଲେଟ୍ ହେଲେ । 

  ଦୁହେଁ ଅଫିସ୍ ଚାଲିଗଲେ । ସନ୍ଧ୍ୟା ରେ ରାହୁଲ ଘରକୁ ଫେରିଲା ଆଉ ଦେଖିଲା ଘରକୁ ପୁରୋହିତ ଆସିଛନ୍ତି ଆଉ ମା ତାଙ୍କ ପାଖରେ ବସି ବାହାଘର ତାରିଖ ସ୍ଥିର କରୁଛନ୍ତି । ରାହୁଲ କୁ ଦେଖି ମା ପାଖକୁ ଆସିଲେ ଆଉ କହିଲେ ଆରେ ବାପା ଆ ଦେଖେ ପୁରୋହିତ ତୋର ଆଉ ପ୍ରାର୍ଥନା ର ବାହାଘର ତାରିଖ ଆର ମାସ ଦଶ କୁ ସ୍ଥିର କରିଛନ୍ତି । ରାହୁଲ ବୁଝି ପାରୁ ନ ଥାଏ ଏ ସବୁ କଣ ହେଉଛି ? ହଠାତ୍ ମା ପ୍ରାର୍ଥନା ସହିତ ବିବାହ ପାଇଁ ରାଜି କେମିତି ହେଇଗଲା ? ଖୁସି ରେ ରାହୁଲ ର ପାଟି ରୁ କିଛି ବଚନ ବି ବାହାରୁ ନ ଥାଏ । 

  ପୁରୋହିତ ଯିବା ପରେ ରାହୁଲ ନିଜ ମା ଙ୍କୁ ଜାବୁଡ଼ି ଧରି କହିଲା ଆଇ ଲଭ୍ ୟୁ ମା ଆଇ ଲଭ୍ ୟୁ ସୋ ମଚ୍ । ମୁଁ ଜାଣି ଥିଲି ମା ତମେ କେବେ ବି ମୋ ଖୁସି କୁ ଅଣଦେଖା କରିବ ନାହିଁ । 

  ରାହୁଲ ର ମା କହିଲେ ମୋତେ କ୍ଷମା କରି ଦେ ପୁଅ , ମୁଁ ଏ ଯୌତୁକ ଆଉ ଜିନିଷ ପତ୍ର କୁ ଦାବି କରି ତୋ ମନ ରେ ଆଉ ପ୍ରାର୍ଥନା ର ଘର ଲୋକଙ୍କ ମନ ରେ କଷ୍ଟ ଦେଇଛି । ମୁଁ ଏ ସବୁ କଲା ବେଳେ ଭୁଲି ଯାଇଥିଲି ମୋର ବି ଗୋଟିଏ ଝିଅ ଅଛି ଆଉ ଦିନେ ସେ ବି ବାହା ହେଇ ଆଉ କାହା ଘରକୁ ଯିବ । ଆଉ ଯଦି ସେତେବେଳେ ପୁଅ ଘର ଏମିତି ଦାବି କରନ୍ତି ତାହେଲେ ମୋତେ କେତେ କଷ୍ଟ ହବ ଆଉ ମୋ ଝିଅ କୁ ବି ! ସତରେ ମଣିଷ ନିଜ କଥା ଆସିଲେ ହିଁ ସବୁ କିଛି ବୁଝି ଥାଏ । 

  ରାହୁଲ ଭାବୁଥାଏ ଏ ସବୁ ସମ୍ଭବ କେମିତି ହେଲା ? ହଠାତ୍ ତାର ନଜର ପଡ଼ିଲା ରୋଷେଇ ଘରୁ ତୁଷାର ପ୍ଲେଟ୍ ରେ ମିଠା ଧରି ବାହାରକୁ ଆସୁଛି ।ରାହୁଲ କୁ ଆଉ ଭାବିବାକୁ ହିଁ ପଡ଼ିଲା ନାହିଁ ଯେ ଏ ସବୁ କେମିତି ସମ୍ଭବ ହେଲା ? କାରଣ ସେ ବୁଝି ପାରିଲା ଯେ ମା କୁ ବୁଝେଇବା ପଛରେ ଏଇ ତୁଷାର ର ହିଁ ହାତ ଅଛି । 

  ତୁଷାର ମିଠା ଆଣି ସମସ୍ତଙ୍କୁ ଖୁଆଇ ଦେଲା ଆଉ ରାହୁଲ ତୁଷାର କୁ ହଗ୍ କରି କହିଲା - ଥାଙ୍କ ୟୁ ସାଙ୍ଗ । ତୁ ମୋର ସବୁ ପ୍ରୋବ୍ଲେମ୍ କୁ କେତେ ସହଜ ରେ ସ୍ଲଭ୍ କରି ଦେଉଛି । ଆମ୍ ଭେରି ଲକି ଟୁ ହାଭ୍ ଏ ଫ୍ରେଣ୍ଡ୍ ଲାଇକ ୟୁ ।  

   ସମୟ କି ପରିସ୍ଥିତି ନୁହେଁ ତୁ ହିଁ ମୋ ଜୀବନର ମୋଡ଼ ବଦଳେଇ ଦେଲୁ ।




Rate this content
Log in

Similar oriya story from Abstract