Anita Jena

Abstract Comedy Tragedy

4  

Anita Jena

Abstract Comedy Tragedy

ମରୀଚିକା

ମରୀଚିକା

4 mins
173



ସେଦିନ ଶଙ୍କର ନିଜର ଆବଶ୍ୟକତା ଜିନିଷ ସବୁ ପ୍ୟାକ କରି , ନିଜ ପରିବାର ଆଉ ନିଜ ଲୋକ ଙ୍କ ଠୁ ବିଦାୟ ଦେଇ ଚେନ୍ନାଇ ବାହାରି ପଡ଼ିଲା । ଚେନ୍ନାଇ ର ଏକ ବଡ଼ କମ୍ପାନୀ ରେ ତାକୁ ଚାକିରୀ ମିଳି ଯାଇଥିଲା । ପ୍ରଥମ କରି ସେ ଟ୍ରେନ ରେ ଯାତ୍ରା କରୁଥିଲା । ମନ ରେ ରୋମାଞ୍ଚ ସହିତ ଥିଲା ଟିକେ ଭୟ ବି । ପ୍ରଥମ କରି ଘରୁ ଏକୁଟିଆ ଏତେ ବାଟ ଯିବାକୁ ଥାଏ ତାକୁ । ଘରୁ ମା ଦେଇ ଥିବା ପରଟା ଭଜା କୁ ଟିଫିନ୍ ରେ ପୁରେଇ ରଖି ଥାଏ । 

  ଠିକ୍ ସମୟରେ ଟ୍ରେନ ଆସି ପହଞ୍ଚି ଗଲା । ଶଙ୍କର ସମସ୍ତଙ୍କ ଠାରୁ ବିଦାୟ ଦେଇ ଟ୍ରେନ ରେ ଯାଇ ବସିଲା । ଖୁବ୍ ସହଜ ରେ ନିଜ ବଗି ପାଇଗଲା ଆଉ ଟିକେଟ ନମ୍ବର ହିସାବ ରେ ଯାଇ ନିଜ ସିଟ୍ ରେ ବସିଲା । ବାପା ଙ୍କ ର କଡ଼ା ତାଗିଦ୍ ଥିଲା କି ଅଜଣା ଲୋକ ଙ୍କ ଠାରୁ ଦୂରେଇ ରହିବାକୁ ।ତାଙ୍କ ଠାରୁ କିଛି ଖାଇବୁ ନାହିଁ କି କାହା ସହ ବେଶୀ ମିଶିବୁ ନାହିଁ । ସମସ୍ତଙ୍କ କଥା କୁ ମନ ରେ ରଖି ଚୁପ୍ ଚାପ୍ ହେଇ ବସିଥାଏ ଶଙ୍କର । 

   ଦୁଇ ଟା ପ୍ଲାଟଫର୍ମ ଯିବା ପରେ ଶଙ୍କର ର ସାମ୍ନା ସିଟ୍ ରେ ଆସି ବସିଲା ଗୋଟିଏ ଝିଅ । ଦେଖିବାକୁ ଥିଲା ଖୁବ୍ ସୁନ୍ଦର୍ ସତେ ଯେମିତି ଗୋଟିଏ ଚାଉଳ ରେ ଗଢା । ନ ଚାହୁଁ ଥିଲେ ବି ଶଙ୍କର ର ଆଖି ବାରମ୍ବାର ଝିଅ ଟି ଆଡକୁ ଚାଲି ଯାଉଥିଲା । ଶଙ୍କର ମନ ରେ ପ୍ରେମ ର ଫଗୁଣ ଆସିଗଲା ସତେ ଯେମିତି ଝିଅ ଟି କୁ ଦେଖି । ରାତି ପ୍ରାୟ ଏଗାର ଟା ପାଖା ପାଖି ହେବ ଶଙ୍କର ଟିଫିନ୍ ବାହାର କରି ଖାଇବାକୁ ଲାଗିଲା । ଏତିକି ବେଳେ ଟ୍ରେନ୍ ରେ ଖାଇବା ନେଇ ଆସିଲା ଲୋକ ଟିଏ , ବିରିୟାନି ବିରିୟାନୀ ବୋଲି ଡାକ ଦେଉଥାଏ । ଶଙ୍କର କୁ ଲାଗିଲା କାହିଁକି କେଜାଣି ଝିଅ ଟି ତାକୁ କିଛି କହିବା ପାଇଁ ଚାହୁଁଛି । ଶଙ୍କର ସାହସ ସଞ୍ଚୟ କରି କହିଲା ତମକୁ କିଛି ଦରକାର କି ? କିଛି କହିବାକୁ ଚାହୁଁଛ ? ଝିଅ ଟି ସଙ୍ଗେ ସଙ୍ଗେ କହିଲା ହଁ ମୋତେ ଜୋରରେ ଭୋକ ଲାଗୁଛି ଆଉ ମୁଁ ମୋ ପର୍ଶ କୁ ପାଉ ନାହିଁ । କୋଉଠି ହଜି ଯାଇଛି ବୋଧେ । 

  ଶଙ୍କର ମନେ ମନେ ଭାବିଲା ଯାହା ହଉ ଭଗବାନ ମୋ ଡାକ ଶୁଣିଲେ ବୋଧେ । ଏଇ ହଉଛି ଠିକ୍ ସୁଯୋଗ ଝିଅ ଟି ସହିତ କଥା ଟା ଆଗକୁ ବଢେଇବା ପାଇଁ । ଶଙ୍କର କହିଲା ହଉ ଠିକ୍ ଅଛି । ମୋତେ ଜଣେ ବନ୍ଧୁ ଭାବି ଏଇ ନିଅ ଶହେ ଟଙ୍କା ଆଉ ବିରୀୟାନି ଆଣି ଖାଇ ଦିଅ । ସଙ୍ଗେ ସଙ୍ଗେ ଶାଗୁଣା ଝାମ୍ପି ନେଲା ଭଳି ଝିଅ ଟି ଶଙ୍କର ହାତ ରୁ ଶହେ ଟଙ୍କା ଛଡେଇ ଆଣି ବିରିୟାନି ନେଇ ଆସିଲା । ଶଙ୍କର ଭାବିଲା ଝିଅ ଟିଏ ବୋଧେ ଭୋକ ରେ ଥିଲା । 

  ଏଥର ଶଙ୍କର ଆଉ ସେ ଝିଅ ଙ୍କ ଭିତରେ ଗପସପ ର ଏକ ସେତୁ ନିର୍ମାଣ ହେଇଗଲା । ଶଙ୍କର ଆଉ ସେ ଝିଅ ଅନେକ ସମୟ ଗପି ଚାଲିଲେ । ଶଙ୍କର ଭାବି ନେଲା ଯେ ଏଇ ହିଁ ସେଇ ଝିଅ ଯାହା କୁ ନେଇ ସେ ଜୀବନ ରେ ଆଗକୁ ବଢ଼ିବ । ଶଙ୍କର ଅନେକ ସ୍ଵପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲା ସେ ଝିଅ କୁ ନେଇ କି । ୟା ଭିତରେ ଅନେକ ରାତି ବିତି ଯିବାରୁ ଦୁହେଁ ଶୋଇ ପଡ଼ିଲେ । 

   ସକାଳୁ ସକାଳୁ ଶଙ୍କର ଉଠି ଆଗ ଚାହିଁଲା ଝିଅ ଟି କୁ । ଝିଅ ଟି କୁ ସିଟ୍ ରେ ନ ଦେଖି ମନ ଦୁଃଖ କଲା ଶଙ୍କର ହେଲେ କିଛି ସମୟ ପରେ ଝିଅ ଟି ପୁଣି ଥରେ ଫେରି ଆସିଲା ଆଉ କହିଲା ମୁଁ ଟିକେ ୱାଶ୍ ରୁମ୍ ଯାଇ ଥିଲି । 

  ଶଙ୍କର ଲକ୍ଷ୍ୟ କଲା କି ଝିଅ ଟି ର ମନ ଦୁଃଖ ଅଛି , ଶଙ୍କର ପଚାରିଲା କଣ ହେଇଛି ? ମୋତେ ଯଦି ନିଜର ଭାବୁଛ ତାହେଲେ କୁହ । 

  ଝିଅ ଟି କହିଲା କଥା କଣ କି ? ମୋର ଏବେ ଦଶ ହଜାର ଟଙ୍କା ଦରକାର । ମୁଁ ଯୋଉ ଜାଗା କୁ ଯାଉଛି ସେଇଠି ମୋତେ ଟଙ୍କା ର ଆବଶ୍ୟକତା ରହିଛି । ହେଲେ ମୁଁ ଏଠି କାହାକୁ ବି ଜାଣି ନାହିଁ, ମୋତେ କିଏ ସାହାଯ୍ୟ କରିବ ! ତମେ ଯଦି ଟିକେ ସାହାଯ୍ୟ କରନ୍ତ ତାହେଲେ ଭଲ ହୁଅନ୍ତା । 

  ଶଙ୍କର ଆଗ ପଛ କିଛି ବିଚାର ନ କରି ଚଳିବା ପାଇଁ ଆଣିଥିବା ଟଙ୍କା ରୁ ଦଶ ହଜାର ଟଙ୍କା କାଢି ବଢେଇ ଦେଲା ଝିଅ ଟି ହାତ କୁ । ଝିଅ ଟି କୃତଜ୍ଞତା ର ନଜର ରେ ଚାହିଁଲା ଶଙ୍କର କୁ ଆଉ ଶଙ୍କର ର ହାତ ଧରି ଧନ୍ୟବାଦ ଜଣାଈଲା । ସେଇଥିରେ ହିଁ ଶଙ୍କର ର ପେଟ ପୁରି ଉଠିଲା । ଶଙ୍କର ଆଖି ବୁଜି ବିଶ୍ବାସ କରି ସାରିଥିଲା ଝିଅ ଟି କୁ । ଝିଅ ଟି ଶଙ୍କର କୁ ନିଜର ଫୋନ୍ ନମ୍ବର ଦେଲା ଆଉ କହିଲା ମୁଁ ଘରେ ପହଁଚିବା ପରେ ପରେ ହିଁ ତମକୁ ତମ ଟଙ୍କା ଫେରେଇ ଦେବି । 

  ସେଇଠୁ ଝିଅ ଟି ତା ପ୍ଲାଟଫର୍ମ ରେ ଓହ୍ଲେଇ ପଡ଼ିଲା । ଶଙ୍କର ଚେନ୍ନାଇ ରେ ପହଞ୍ଚି ରୁମ୍ ରେ ରହିବା ପରେ ଘର ଲୋକଙ୍କୁ ଫୋନ୍ କରି ଜଣେଇ ଦେଲା । ଆରାମ କରି ସାରିବା ପରେ ଯେତେବେଳେ ସେ ଝିଅ ଟି ର ନମ୍ବର କୁ ଫୋନ୍ ଲଗେଇଲା , ସେପଟୁ ଶୁଣିଲା ଆପଣ ଡାଏଲ୍ କରିଥିବା ନମ୍ବର ଟି ଭୁଲ୍ ଅଛି , ଦୟା କରି ଯାଞ୍ଚ କରନ୍ତୁ । ବାରମ୍ବାର କଲ୍ କଲା ଶଙ୍କର ଆଉ ଶେଷ ରେ ସବୁ ଥର ଭୁଲ୍ ନମ୍ବର ଶୁଣି ବିଚାର ଶଙ୍କର ମୁଣ୍ଡ ରୁ ପ୍ରେମ ର ନିଶା ସମ୍ପୂର୍ଣ୍ଣ ରୂପେ ଉତୁରି ଗଲା ଆଉ ସେ ଭଲ ଭାବରେ ବୁଝି ପାରିଲା ଯେ ଝିଅ ଟି ତାକୁ ଚୂନ ଲଗେଇ ଦେଇଛି । 

  ମନେ ମନେ ଶଙ୍କର ଭାବିଲା ଗୋଲାପ ର ପାରିଜାତ ଭାବି ଥିବା ଝିଅ ଯେ ମରୀଚିକା ହେଇ ବାହାରିବ ମୁଁ କେବେ ଭାବି ନ ଥିଲି । ଖର୍ଚ୍ଚ ବାବଦ କୁ ଆଣିଥିବା ଟଙ୍କା କୁ ଯେ ସେ ଝିଅ ଲୁଟି ନେଇଛି ନା ଏ କଥା କାହାକୁ କହି ପାରୁଥିଲା ସେ ନା ସେ କଥା କୁ ଭୁଲି ପାରୁଥିଲା ।





Rate this content
Log in

Similar oriya story from Abstract