Anita Jena

Tragedy Fantasy Inspirational

4  

Anita Jena

Tragedy Fantasy Inspirational

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

15 mins
209



ସେଦିନ ପ୍ରାୟ ରାତି ଦୁଇ ଟା ବେଳେ ହଠାତ୍ ମା ମା ହେଇ ଉଠି ପଡ଼ିଲେ ସୁନିଲ । ପାଖରେ ଶୋଇଥିବା ପତ୍ନୀ ତନୁଜା ଉଠି ଯାଇ କ'ଣ ହେଇଛି କଣ ହେଇଛି ବୋଲି ପଚାରିଲେ । ସୁନିଲ୍ କହିଲେ ନାଇଁ ତନୁଜା କିଛି ନୁହେଁ । ଗୋଟିଏ ଖରାପ ସ୍ବପ୍ନ ଦେଖିଲି ତ ସେଇଥି ପାଇଁ । 

 ତନୁଜା କହିଲେ ଏଇ ନିଅ ପାଣି ଟିକେ ପିଇ ଦେଇ ଶୋଇ ପଡ଼ । ଏମିତି ସ୍ବପ୍ନ ବେଳେବେଳେ ଆସି ଯାଏ ,ସେଥିପାଇଁ ଭୟ କରିବା କିଛି ଦରକାର୍ ନାହିଁ । ତମେ ନିସଙ୍କୋଚ ରେ ଶୋଇ ପଡ଼ । 

  ତନୁଜା ଙ୍କ କଥା ଶୁଣି ସିନା ସୁନିଲ ଟିକେ ଶୋଇବା ପାଇଁ ଚେଷ୍ଟା କଲେ ହେଲେ ନା ପାରିଲେ ନାହିଁ , ଆଖି କୁ ଆଉ ନିଦ ଆସିଲା ନାହିଁ । ଯେତେବେଳେ ବି ଆଖି ବୁଝିବା ପାଇଁ ଚେଷ୍ଟା କଲେ ଆଖି ଆଗରେ ନାଚି ଉଠି ଯାଉଥିଲା ସେ ଦୁଃସ୍ୱପ୍ନ । ବହୁତ୍ ଚେଷ୍ଟା କଲେ ଶୋଇବା ପାଇଁ ହେଲେ ପାରିଲେ ନାହିଁ । ସେମିତି ଚାହିଁ ଚାହିଁ ରାତି ପାହିଗଲା । 

  ସକାଳ ହେଉ ହେଉ ନିଜର କିଛି ଜିନିଷ ପତ୍ର ବ୍ୟାଗ୍ ରେ ପୁରେଇ ଦେଇ ସୁନିଲ୍ କହିଲେ ତନୁଜା ମୁଁ ଏବେ ଏଇ ସଙ୍ଗେ ସଙ୍ଗେ ଗାଁ କୁ ଯିବି । କାଲି ରାତିରେ ମୁଁ ମା କୁ ନେଇ ଖରାପ ସ୍ବପ୍ନ ଦେଖିଛି । ସେତିକି ବେଳୁ ନା ମୋତେ ଭଲ ରେ ନିଦ ହେଉଛି ନା ଆଉ କିଛି ମୋ ମୁଣ୍ଡ କୁ ଆସୁଛି । 

  ତନୁଜା କହିଲେ ମୁଁ ବୁଝୁଛି ତମ ମନର ପରିସ୍ଥିତି କୁ । ହେଲେ ଏବେ ବାହାରେ ଯୋଉ ପରିସ୍ଥିତି କେହି ହେଲେ ବି ଘରୁ ବାହାରକୁ ଯିବା ପାଇଁ ସାହସ କରୁ ନାହାଁନ୍ତି । ତମେ ଏତେ ବାଟ କେମିତି ଯିବ ? ଆଉ କୋଉଥିରେ ଯିବ ? 

 ସୁନିଲ୍ କହିଲେ ମୁଁ ମୋ ସାଙ୍ଗ ଦିବାକର ସହିତ କଥା ହେଇଛି , ମା ଙ୍କୁ ଦେଖା କରିବା ପାଇଁ ତାକୁ କାକୁତି ମିନତି କରିବାକୁ ସେ ମୋ ପାଇଁ ଗୋଟିଏ ପାସ୍ ଯୋଗାଡ଼ କରି ଦେଇଛି । ମୁଁ ଗୋଟିଏ କାର ବି ବୁକ୍ କରିଛି ସେଇଥିରେ ଯିବି । 

 ତନୁଜା କହିଲେ ଠିକ୍ ଅଛି ମୁଁ ବି ବାହାରି ପଡୁଛି । ସୋମ କୁ ନେଇ ଆମେ ବାହାରି ପଡ଼ିବା । ଗାଡ଼ି କେତେବେଳେ ଆସିବ? 

 ସୁନିଲ କହିଲେ ନାଇଁ ତନୁଜା ନାଇଁ ତମେ ଆଉ ସୋମ ଘରେ ରୁହ । ଏ ପରିସ୍ଥିତି ରେ ତମେ ଦି ଜଣ ଯିବା ସୁବିଧା ଜନକ ନୁହେଁ । ମୁଁ ଯାଉଛି ଦେଖେ ମା ସେଠି କେମିତି ଅଛି ? ମୁଁ ତମକୁ ଫୋନ କରି ଜଣେଇ ଦେବି । ତମେ ସୋମ ର ଆଉ ନିଜର ଯତ୍ନ ନେଉ ଥିବ । ମୁଁ ଶୀଘ୍ର ଫେରି ଆସିବାକୁ ଚେଷ୍ଟା କରିବି । ତମେ ଯାହା ବି କର ବାହାରକୁ ଜମା ବି ବାହାରିବ ନାହିଁ । ବାହାରେ ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି । ଯେତିକି ସତର୍କତା ଅବଲମ୍ବନ କରିବା ଆମେ ସୁରକ୍ଷିତ ରହିବା । 

  ତନୁଜା କହିଲେ ହେଲେ ତମେ ଏକୁଟିଆ ସେଠି କି ଯିବ ମୋତେ କାଇଁ ଠିକ୍ ଲାଗୁ ନାହିଁ । ସେଠି ତମକୁ କଣ ଘରେ କେହି ପୁରେଇବେ ? 

 ସୁନିଲ କହିଲେ ଆରେ ତମେ ସେମିତି କଣ ପାଇଁ ଭାବୁଛ ? ସେଠି ପରା ମୋ ମା ଅଛି , ସମସ୍ତେ ସିନା ମୋତେ ପର କରିଦେବେ ହେଲେ ମୋ ମା ସେ ମୋତେ କେବେ ବି ପର କରିବ ନାହିଁ । ଆଜି ବି ମୋ ମା ମୋତେ ସେତିକି ସ୍ନେହ ପ୍ରେମ କରେ ଯେତିକି ଆଗରୁ କରୁଥିଲା । ସମୟ ଆଉ ପରିସ୍ଥିତି ସିନା ଆମ ଭିତରେ ଦୂରତା ର ପାଚେରି ତିଆରି କରି ଦେଇଛି ହେଲେ ଆମ ଭିତରେ ଥିବା ସେ ଅତୁଟ ସମ୍ପର୍କ ଆଜି ବି ସେମିତି ଅଛି । 

  ଜାଣିଛ ତନୁଜା ପିଲା ଟି ଦିନରୁ ମା ମୋତେ ଶିଖେଇଚି ସମ୍ପର୍କ ର ମୂଲ୍ୟ କ'ଣ ? ଚାହିଁଲେ ବି ମୁଁ ତାକୁ ମୋ ମନ ରୁ କେବେ ବି ଦୂରେଇ ଦେଇ ପାରିବି ନାହିଁ । 

ତନୁଜା କହିଲେ ମୁଁ ଜାଣେ ସୁନିଲ ତମେ ମା ଙ୍କୁ କେତେ ଭଲ ପାଅ ହେଲେ ତମ ଭାଇ ମାନେ ? ସେ ତ ଗୋଟିଏ ବି ସୁଯୋଗ ଛାଡ଼ୁ ନାହାଁନ୍ତି ତମକୁ ତଳେ ପକେଇବାକୁ । ଜଣା ନାହିଁ ତମକୁ ସେଠି ଦେଖି ତମ ଭାଇ ମାନେ କେମିତି କ'ଣ ବ୍ୟବହାର କରିବେ ? ପୂର୍ବ ଥର ତମକୁ ଧକ୍କା ଦେଇ ବାହାର କରିବାକୁ ବି ପଛାଇ ନ ଥିଲେ । 

  ସୁନିଲ୍ କହିଲେ ମୁଁ ବୁଝୁଛି ତନୁଜା ହେଲେ ଏଇ ଛୋଟ ଅପମାନ ପାଇଁ ତ ମୁଁ ମୋ ନା ର ସେ ଅନାବିଳ ସ୍ନେହ ପ୍ରେମ କୁ ଆଡେଇ ଦେଇ ପାରିବି ନାହିଁ ନା । ମା କୁ ନେଇ କାଲି ରାତିରେ ମୁଁ ଗୋଟିଏ ବହୁତ୍ ଖରାପ ସ୍ବପ୍ନ ଦେଖିଲି ଆଉ ସେବେ ଠାରୁ ମୋ ମନ ଜମା ବି ବୁଝୁ ନାହିଁ । ପାଖରୁ ନ ହେଲେ ନାଇଁ ଦୂର ରୁ ଯଦି ଥରେ ମୁଁ ମା କୁ ଦେଖି ନେବି ତାହେଲେ ମୋ ମନ ଶାନ୍ତ ହବ ନହେଲେ ମୁଁ କିଛି ବି କାମ କରି ପାରିବି ନାହିଁ । ଗୋଟିଏ ସପ୍ତାହ ହେଲା ମା ମୋତେ ଆଉ ଫୋନ୍ ବି କରୁନି । ମା ଲୁଚି ଲୁଚି ଗାଁ ପିଲାଙ୍କ ଫୋନ୍ ରୁ ଫୋନ୍ ଟିକେ କରି ଦିଏ ମଝିରେ ମଝିରେ ତିନି ଚାରି ଦିନ ରେ ଥରେ । ହେଲେ ଏଥର କାହିଁକି କେଜାଣି ତା ଫୋନ୍ ଆସୁନି , ମୋ ମନ କୁ ବୁଝେଇ ପାରୁନି ଜମା ବି । ତମେ ବ୍ୟସ୍ତ ହୁଅନି ତନୁଜା ଘରେ ତ ସବୁ ସଉଦା ପତ୍ର ଅଛି ଆଉ ଯଦି କିଛି ଦରକାର ହୁଏ ଅନିଲ କୁ ଫୋନ୍ କରି କହିଦେବ ମୁଁ ତାକୁ କହିଛି ସେ ଆଣି ଘରେ ଦେଇ ଯିବ । ମୁଁ ଶୀଘ୍ର ଫେରି ଆସିବା ପାଇଁ ଚେଷ୍ଟା କରିବି ଯଦି ନ ଆସି ପାରିଲି ତାହେଲେ ତମକୁ ଫୋନ୍ କରି ଜଣେଇ ଦେବି ।

 ତନୁଜା ମୁହଁ କୁ ଟିକେ ଶୁଖେଇ ଦେଇ କହିଲେ ହଉ ଠିକ୍ ଅଛି ହେଲେ ନିଜର ଯତ୍ନ ନେବ । ପହଞ୍ଚି କି ଆଗ ମା ଙ୍କ ଖବର ମୋତେ ଜଣେଇବ । ସେଠିକାର ପରିସ୍ଥିତି କୁ ଦେଖି ଚାହିଁ ସେଠି ରହିବାର ନିଷ୍ପତି ନେବ । 

 ସୁନିଲ କହିଲେ ହଁ ତନୁଜା ମୁଁ ଦେଖି ଚାହିଁ ସବୁ କରିବି । ତମେ ଅଯଥା ରେ ଏତେ ଚିନ୍ତା କରୁଛ । ହଉ ଏଇ ଦେଖ ଗାଡ଼ି ଆସି ଅନେକ ବେଳୁ ଛିଡ଼ା ହେଲାଣି ମୁଁ ଆସୁଛି ଏବେ । 

  ତନୁଜା ଦୁଆର ବନ୍ଧ ରେ ଛିଡ଼ା ହେଇ ବିଦାୟ ଦେଲେ ସୁନିଲ କୁ । ସୁନିଲ ସବୁ ଜିନିଷ ପତ୍ର ଗାଡି ରେ ରଖି ଗାଁ ଅଭିମୁଖେ ବାହାରି ପଡିଲେ । ତନୁଜା ମନେ ମନେ ଭଗବାନ୍ ଙ୍କୁ ପ୍ରାର୍ଥନା କରିଥାନ୍ତି ହେ ଭଗବାନ ଏଥର ଯେମିତି କିଛି ଅସୁବିଧା ନ ହୁଏ , ପୂର୍ବ ଥର ଯେତେବେଳେ ଆମେ ସମସ୍ତେ ଗାଁ କୁ ଯାଇ ଥିଲୁ ତାଙ୍କ ଦି ଭାଇ ମିଶି ଆମକୁ ଘରୁ ବାହାର କରିଦେଇଥିଲେ । ଅନେକ ଅପମାନ ଆଉ ଗାଳି ଦେଇ ଆମକୁ ତିରସ୍କାର କରିଥିଲେ । ଗାଁ ରେ ଗାଁ ଯାକ ର ଲୋକ ଛିଡ଼ା ହେଇ ଆମ ମୁହଁ କୁ ଚାହୁଁ ଥିଲେ । ଭାରି ଖରାପ ଲାଗୁଥିଲା ଆମକୁ । ସେଥିରେ ବି ତାଙ୍କ ମନ ଶାନ୍ତି ହେଲା ନାହିଁ ଯେ ସେ ଆମକୁ ଧମକ ଦେଇଥିଲେ ଯଦି ଆଉ ଥରେ ବି ଏ ଗାଁ କୁ ଆସିବାକୁ ଚେଷ୍ଟା କରିଥିବ ତାହେଲେ ଆଉ ଫେରିବା ପାଇଁ ରାସ୍ତା ମିଳିବ ନାହିଁ । ସିଧା ରାସ୍ତା ଦେଖେଇ ଦେବୁ ଗାଁ ମଶାଣି କୁ । ଏ ସବୁ କଥା ଭାବି ତନୁଜା ଭାରି ବ୍ୟସ୍ତ ହେଉ ଥାନ୍ତି ଆଉ କିଛି ଅଘଟଣ ନ ଘଟୁ ବୋଲି ଠାକୁର ଙ୍କୁ ଡାକୁ ଥାନ୍ତି ।  

  ସୁନିଲ କାର ରେ ବସି ଗାଁ ଅଭିମୁଖେ ବାହାରି ଯାଇ ଥାନ୍ତି । ଗାଡ଼ି ତାର ଗଡ଼ି ଚାଲି ଥାଏ । ଆଉ ସୁନିଲ ଙ୍କ ଆଖି ଆଗରେ ନାଚି ଯାଉଥାଏ ତାଙ୍କ ପିଲାଦିନ , ଗାଁ ର ପରିବେଶ , ରାସ୍ତା ଘାଟ , ପର୍ବ ପର୍ବାଣୀ , ଭାଇ ଭଉଣୀ ଆଉ ମା ବାପା ଙ୍କ ସହିତ କାଟି ଥିବା ଅନେକ ମୁହୂର୍ତ୍ତ ସବୁ । ସେ ଚାହିଁ ରହି ଥାନ୍ତି ରାସ୍ତା କଡ ରେ ଥିବା ସବୁ ଗଛ ଲତା ମାନଙ୍କୁ ଯେମିତି ସେ ଗାଡ଼ି ର ସ୍ପିଡ ସହିତ ଗଛ ଲତା ବି ଖୁବ୍ ଜୋରରେ ଦୂରେଇ ଯାଉ ଥାଆନ୍ତି ସେମିତି ସୁନିଲ ଙ୍କୁ ଦୂରେଇ ଦେଇଛନ୍ତି ତାଙ୍କ ପରିବାର ଲୋକ । ତାଙ୍କ ଆପଣାର ସମ୍ପର୍କୀୟ । 

  କିଛି ନ ଥାଇ ଦିନେ ଭଗବାନ ସୁନିଲ ଙ୍କୁ ସବୁ କିଛି ଦେଇଥିଲେ ଆଉ ପୁଣି ଥରେ ସେ ସବୁ କିଛି କୁ ଅତି ସହଜ ରେ ଛଡେଇ ନେଲେ ତା ଠାରୁ । କାର ଡୋର୍ ଖୋଲା ଥାଏ ଆଉ ମୁକ୍ତ ପରିବେଶ ର ଖୋଲା ପବନ ଆସି ମୁଦି ଦେଉଥାଏ ସୁନିଲ ଙ୍କ ର ଆଖି କୁ । ସହଜ ରେ ତ ଲକ୍ ଡାଉନ୍ ରାସ୍ତା ରେ ବେଶୀ ଗାଡ଼ି ମଟର ଯାତାୟାତ କରୁ ନାହିଁ । ଚାରି ଆଡେ ନିରବତା ଯେମିତି ମହାମାରୀ ସହିତ ମିଶି କାୟା ବିସ୍ତାର କରି ରହିଛି । ବନ୍ଦ୍ ଆଖି ରେ ସୁନିଲ ଅତୀତ ର ପୃଷ୍ଠା ରେ ନିଜକୁ ହଜେଇବା ରେ ଲାଗିଲେ । ଆଖି ଆଗରେ ତାଙ୍କର ନାଚି ଉଠିଲା ତାଙ୍କର ସେ ସବୁ ମୁହୂର୍ତ୍ତ ଯାହା ତାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା । 

  ହେତୁ ପାଇଲା ଦିନରୁ ହିଁ ସୁନିଲ ନିଜକୁ ପାଇଥିଲେ ଗୋଟିଏ ରାସ୍ତା କଡ଼ ରେ । କେତେବେଳେ ମନ୍ଦିର ବେଢ଼ା ରେ ତ କେତେବେଳେ ରାସ୍ତା କଡ଼ ଗଛ ମୂଳ ରେ । ଲୋକ ମାନଙ୍କ ଠାରୁ ଖାଇବା ମାଗି ନେଇ ନିଜର ଭୋକ ମେଣ୍ଟାଉ ଥିଲେ ସେ । ରାତି ହେଲେ ଯାଇ ମନ୍ଦିର ବେଢ଼ା ରେ ଶୋଇ ପଡ଼ୁ ଥିଲେ ।  

  ଦିନେ ମନ୍ଦିର ବାହାରେ ବସି ସେ ଭିକ ମାଗୁ ଥାଆନ୍ତି , ଏହି ସମୟରେ ଜଣେ ଦମ୍ପତି ସେଇ ମନ୍ଦିର କୁ ଆସିଲେ , ମନ୍ଦିର ରେ ପୂଜା ସାରି ଫେରିଲା ବେଳକୁ ସୁନିଲ ଯାଇ ତାଙ୍କ ବାଟ ଅଟକେଇଲା ଆଉ କହିଲା ବାବୁ , ଦେଖିଲେ ଏ କଣ ଆପଣଙ୍କର ଚେନ୍ ? ଆପଣ ମନ୍ଦିର ଭିତରକୁ ଗଲା ବେଳେ ଏଇଟା ଆପଣଙ୍କ ବେକ ରୁ ଖସି ପଡ଼ିଲା । ମୁଁ ଆପଣଙ୍କୁ ସେତେବେଳେ ଡାକିଲି ଯେ ହେଲେ ଆପଣ ଶୁଣି ପାରିଲେ ନାହିଁ । ମୁଁ ମନ୍ଦିର ଭିତରକୁ ଯାଇ ପାରିଲି ନାହିଁ କାହିଁକି ନା ମୁଁ ଗାଧେଇ ନ ଥିଲି । ଭାବିଲି ଆପଣ ଫେରିଲା ବେଳେ ଆପଣଙ୍କୁ ଫେରେଇ ଦେବି । 

  ଦମ୍ପତି ଜଣଙ୍କ ସୁନିଲ ଙ୍କ ମୁହଁ କୁ ଚାହିଁଲେ । ସୁନିଲ ର ସଚ୍ଚୋଟତା ଦେଖି ସେ ଖୁବ୍ ଖୁସି ହେଲେ । ଯେତେବେଳେ ଦମ୍ପତି ଜଣଙ୍କ ଜାଣିଲେ ସୁନିଲ ଅନାଥ ଆଉ ସେ ଏମିତି ମନ୍ଦିର ଆଉ ରାସ୍ତା କଡ଼ରେ ରହି ଜୀବନ କାଟୁଛି ସେ ଦୁହେଁ ନିଷ୍ପତି ନେଲେ ହେ ସୁନିଲ କୁ ନିଜ ସହିତ ତାଙ୍କ ଘରକୁ ନେଇ ଯିବେ । 

  ଆଉ କିଛି ନ ଭାବି ଦମ୍ପତି ( ରଘୁବୀର ଓ ପ୍ରମିଳା ଦେବୀ ) ସୁନିଲ କୁ ଘରକୁ ନେଇ ଆସିଲେ । ପ୍ରମିଳା ଦେବୀ ଙ୍କ ର କିଛି ପିଲା ଛୁଆ ନ ଥିବାରୁ ସେ ସବୁବେଳେ ପିଲା ଟିଏ ପାଇଁ ଠାକୁରଙ୍କ ପାଖରେ ଗୁହାରି କରୁଥିଲେ । ଦୁହେଁ ସୁନିଲ କୁ ଖୁବ୍ ଭଲ ପାଇବା ଦେଲେ ଆଉ ସ୍ନେହ ଶ୍ରଦ୍ଧା କଲେ । ଧିରେ ଧିରେ ସୁନିଲ ସେମାନଙ୍କୁ ନିଜର ବାପା ମା ବୋଲି ମାନି ନେଲା । ସୁନିଲ କୁ ଘରକୁ ଆଣିବାକୁ ଦୁଇ ବର୍ଷ ପରେ ପ୍ରମିଳା ଦେବୀ ଗର୍ଭବତୀ ହେଲେ ଆଉ ତାଙ୍କର ଦୁଇ ଟି ଯମଜ ପୁଅ ଜନ୍ମ ନେଲେ । 

  ରଘୁବୀର ଭାରି ଖୁସି ହେଲେ ସୁନିଲ ଉପରେ ସବୁବେଳେ କହିଲେ ଏ ହଉଛି ମୋ ଘର ପାଇଁ ଶୁଭ , ସେ ଆସିବା ପରେ ହିଁ ମୋର ସବୁ କିଛି ଭଲ ହେଉଛି । ନିଜ ପିଲା ହେବା ପରେ ବି ରଘୁ ଓ ପ୍ରମିଳା ଦୁହେଁ ସୁନିଲ କୁ ନିଜ ପିଲା ଭଳି ସ୍ନେହ ଶ୍ରଦ୍ଧା କରୁଥିଲେ । 

  ଧିରେ ଧିରେ ପିଲା ମାନେ ବଡ଼ ହେବାକୁ ଲାଗିଲେ, ଯେତେବେଳେ ସେମାନଙ୍କର ହେତୁ ପାଇଲା ସେମାନେ ଅନ୍ୟ ମାନଙ୍କ ଠାରୁ ଶୁଣିଲେ ସେ ସୁନିଲ ତାଙ୍କର ନିଜ ଭାଇ ନୁହେଁ ସେବେ ଠୁ ହିଁ ସେ ସୁନିଲ କୁ ଅଲଗା ନଜର ରେ ଦେଖିଲେ । ହେଲେ ସୁନିଲ କେବେ ବି ସେମାନଙ୍କୁ ନିଜ ଭାଇ ଛଡ଼ା ଆଉ କିଛି ଭାବୁ ନ ଥିଲା । 

  ସତ କଥା ଥିଲା ରଘୁ ଓ ପ୍ରମିଳା ଦୁହେଁ ନିଜ ପିଲା ଠୁ ଅଧିକ ସୁନିଲ କୁ ଭଲ ପାଉଥିଲେ । ସମୟ ଗଡ଼ି ଚାଲିଲା ଦିନେ ହଠାତ୍ ଖରା ସମୟରେ ବିଲ ରେ କାମ କରୁଥିବା ସମୟରେ ରଘୁ ଚେତା ହରେଇ ପଡ଼ିଗଲେ ଆଉ ସେଇ ଦିନ ଠାରୁ ତାଙ୍କ ଶରୀର ଅଚଳ ହେଇଗଲା । ଶଯ୍ୟାଶାୟୀ ହେଇଗଲେ ସେ । 

  ସେତେବେଳକୁ ସୁନିଲ କୁ ହେଇଥାଏ ଚଉଦ ବର୍ଷ । ବାପା ଙ୍କ ର ଏମିତି ଅବସ୍ଥା ଯୋଗୁଁ ସୁନିଲ ନିଜ ଇଚ୍ଛା ରେ ତାର ପାଠ ପଢା ରେ ଡୋରୀ ବାନ୍ଧି ଦେଲା । ଘରେ ରହି ବାପା ଙ୍କ ସେବା କରିବା ସହିତ ଜମି ବାଡି ର ଦେଖାଶୁଣା କଲା ।  

  ପ୍ରମିଳା ଦେବୀ ସବୁବେଳେ ଭୂରି ଭୂରି ପ୍ରଶଂସା କରୁ ଥାନ୍ତି ସୁନିଲ ର । ବୟସ ବଢିବା ସହିତ ପିଲା ମାନେ ବଡ଼ ହେଲେ ଆଉ ତାଙ୍କର ମାନସିକତା ରେ ପରିବର୍ତ୍ତନ ଆସିଲା । ପ୍ରମିଳା ଦେବୀ ପ୍ରଥମେ ଭଲ ଝିଅ ଟିଏ ଦେଖି ସୁନିଲ ର ବାହାଘର କରିଦେଲେ । ସୁନିଲ ତଳ ଦି ଭାଇ ଙ୍କ ପାଠ ପଢ଼ା ଖର୍ଚ୍ଚ ରେ କେବେ ବି ହେଳା କରୁ ନ ଥିଲା । 

  ଦୁଇ ବର୍ଷ ପରେ ପ୍ରମିଳା ଦେବୀ ଅନ୍ୟ ଦୁଇ ପୁଅ ଙ୍କ ବି ବିବାହ କରିଦେଲେ । ହେଲେ କିଛି ଦିନ ପରେ ସବୁ କିଛି ବଦଳି ଗଲା । ପ୍ରମିଳା ଦେବୀ ଙ୍କ ପିଲା ଦି ଜଣ କଥା କଥା ରେ ସୁନିଲ କୁ ଅନେକ କିଛି ଶୁଣେଇ ଦିଅନ୍ତି । ପ୍ରମିଳା ଦେବୀ ବିରୋଧ କଲେ ତାଙ୍କୁ ବି ଛାଡନ୍ତି ନାହିଁ । 

  ଏତେ ଦିନ ଶଯ୍ୟାଶାୟୀ ହେବା ପରେ ଦିନେ ହଠାତ୍ ସବୁଦିନ ପାଇଁ ଆଖି ବୁଜି ଦେଲେ ରଘୁବୀର । ପ୍ରମିଳା ଦେବୀ ଭାଙ୍ଗି ପଡିଲେ ସମ୍ପୂର୍ଣ୍ଣ ଭାବରେ । ରଘୁବୀର ଙ୍କ ଏକାଦଶ କର୍ମ ସରିବା ପରେ ପରେ ହିଁ ଘରେ ଆରମ୍ଭ ହେଇ ଗଲା ବାଦ ବିବାଦ । ଦୁଇ ଭାଇ ମିଶି ସୁନିଲ କୁ ଘରୁ ବାହାର କରିଦେବା ପାଇଁ ନିଷ୍ପତି ନେଲେ । ଅନେକ ଲାଞ୍ଛନା ଦେଲେ ସେ ସୁନିଲ କୁ । 

  ପ୍ରମିଳା ଦେବୀ କିନ୍ତୁ ଏ ସବୁ କୁ ସହି ପାରିଲେ ନାହିଁ । ଦୁଇ ଭାଇ ମିଶି ପ୍ରମିଳା ଦେବୀ ଙ୍କୁ ବି ନିର୍ଯାତନା ଦେବା ଆରମ୍ଭ କରିଦେଲେ । ସୁନିଲ ଦିନେ ଘର ଛାଡ଼ି ଆସିବା ପାଇଁ ନିଷ୍ପତି ନେଲେ ଆଉ ପ୍ରମିଳା ଦେବୀ ଙ୍କୁ ଯାଇ କହିଲେ ମା ମୁଁ ଜାଣେ ତୋ ଭଳି ମା କୁ ଛାଡ଼ି ଯିବା ମୋ ପାଇଁ ଅଭିଶାପ ସଦୃଶ ହେଲେ ମୋ ପାଇଁ ତୁ କଷ୍ଟ ପାଇବୁ , ଗାଳି ଶୁଣିବୁ ଏ ସବୁ ମୁଁ କେବେ ବି ସହି ପାରିବି ନାହିଁ । 

  ପ୍ରମିଳା ଦେବୀ ଙ୍କ ଠାରୁ ଅନୁମତି ନେଇ ସବୁଦିନ ପାଇଁ ଘର ଛାଡ଼ି ଚାଲି ଆସିଲା ସୁନିଲ ପତ୍ନୀ ତନୁଜା ଙ୍କ ସହିତ । ସେହି ଦିନ ଠାରୁ ଆଉ କେବେ ବି ସେ ଘରକୁ ଫେରିବା କଥା ଚିନ୍ତା କରି ନାହିଁ । ହେଲେ ଦିନେ ସେ ମା କୁ ଦେଖା କରିବା ପାଇଁ ଗାଁ କୁ ଫେରିଥିଲେ ହେଲେ ସେବେ ଯାଏଁ ବି ଭାଇ ମାନେ ତାକୁ ସାବତ ଭାଇ ନଜର ରେ ଦେଖୁଥିଲେ । ଅନେକ ଅପମାନ ଆଉ ଗାଳି ଦେଇ ତାକୁ ବାହାର କରି ଦେଇଥିଲେ ।ସେଇ ଦିନ ଠୁ ପ୍ରମିଳା ଦେବୀ ସୁନିଲ କୁ ନିଜ ରାଣ ଦେଇ କହିଥିଲେ ବାପା ରେ ଯାହା ବି ହେଇ ଯାଉ ତୁ ଆଉ କେବେ ବି ଏ ଗାଁ କୁ ଆସିବୁ ନାହିଁ । ତୋ ମା ହୃଦୟ ରେ ତୁ ସବୁଦିନ ତାର ଗେହ୍ଲା ପୁଅ ହେଇ ରହି ଥିବୁ । 

  ହେଲେ ଆଜି ସୁନିଲ ପ୍ରମିଳା ଦେବୀ ଙ୍କ ରାଣ କୁ ଭୁଲି ଯାଇ ଧାଇଁ ଆସିଛି ଗାଁ କୁ । କାହିଁକି ନା ତାକୁ ଲାଗୁଛି ଯେମିତି ତା ମା କୌଣସି ଏକ ଅସୁବିଧା ରେ ଅଛି । ତାର ସାହାଯ୍ୟ ଲୋଡା କରୁଛି । 

  ହଠାତ୍ କାହାର ଡାକ ଶୁଣି ସୁନିଲ ର ଭାବନା ରେ ପୂର୍ଣ୍ଣଛେଦ ପଡ଼ିଲା । ନିଜ ଭାବନା ରୁ ବାହାରି ଆସି ସୁନିଲ ଦେଖିଲେ ଗାଡ଼ି ଆସି ପହଞ୍ଚି ସାରିଛି ତାଙ୍କ ଠିକଣା ରେ । ତାଙ୍କ ଗାଁ ର ସେଇ ରାସ୍ତା ରେ ଯୋଉଠି ସେ ଦିନେ ବାଲି ଧୂଳି ରେ ଖେଳି ବୁଲି ବଡ଼ ହେଇଥିଲେ । 

  ଗାଡ଼ି ରୁ ଓହ୍ଲେଇ ଜିନିଷ ପତ୍ର ବାହାର କଲେ ସୁନିଲ । ଗାଁ ର କିଛି ପିଲା ଧାଇଁ ଆସି କହିଲେ ଆରେ ସୁନିଲ ଭାଇ ଆସିଛନ୍ତି ସୁନିଲ ଭାଇ ଆସିଛନ୍ତି । ସୁନିଲ ସମସ୍ତଙ୍କୁ ଦେଖା କରି ନିଜ ଘର ଆଡ଼କୁ ପାଦ ବଢେଇଲେ । ହେଲେ ଗାଁ ଲୋକ ଙ୍କ ଠାରୁ ଯାହା ଶୁଣିଲେ ସୁନିଲ ଙ୍କ ପାଦ ତଳୁ ମାଟି ଖସି ଗଲା ଯେମିତି । ଗୋଟିଏ ସପ୍ତାହ ହେଲା ପ୍ରମିଳା ଦେବୀ କରୋନା ମହାମାରୀ ରେ ଆକ୍ରାନ୍ତ । ହେଲେ ସବୁ ଠୁ ବେଶୀ ତାଙ୍କ କଷ୍ଟ ହେଲା ଶୁଣି କି ଯେ ପ୍ରମିଳା ଦେବୀ ଙ୍କୁ ତାଙ୍କ ଦୁଇ ପୁଅ ଘରୁ ବାହାର କରି ଦେଇଛନ୍ତି । ନା ଡାକ୍ତରଖାନା ନେଇଛନ୍ତି ନା ତାଙ୍କର କିଛି ଯତ୍ନ ନେଉଛନ୍ତି । ଗାଁ ଲୋକ ତ ବାଛନ୍ଦ କରି ଦେଇଛନ୍ତି ହେଲେ ନିଜ ଲୋକ ବି , ନିଜ ପୁଅ ବୋହୂ ବି ତାଙ୍କୁ ଆପଣେଇ ନେଇ ନାହାଁନ୍ତି । ପ୍ରମିଳା ଦେବୀ ଗହୀର ମଝିରେ ଥିବା ଗୋଟିଏ ଗୁହାଳ ଘରେ ରହୁଛନ୍ତି ଆଉ ଦିନ କୁ ଦିନ ତାଙ୍କ ଅବସ୍ଥା ଆହୁରି ଜଟିଳ ହେବାରେ ଲାଗିଛି । ସୁନିଲ ଏ ସବୁ ଶୁଣି ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ , ସିଧା ଦଉଡ଼ି ଗଲେ ସେ ଗୁହାଳ ଘର ଭିତରକୁ । ପ୍ରମିଳା ଦେବୀ ବାହାରୁ ସୁନିଲ କୁ ଦେଖି ଖୁସି ରେ ଗଦ ଗଦ ହେଇ ଉଠିଲେ । ହେଲେ ସେ ଦୂର ରୁ ହାତ ରଖି ଗୁହାଳ ଘର ର କବାଟ କୁ ବନ୍ଦ୍ କରି ଦେଲେ । 

  ସୁନିଲ ବାହାରେ ଥାଇ କହିଲେ ମା ମା ତୁ ଏମିତି କବାଟ କଣ ପାଇଁ ବନ୍ଦ୍ କରୁ ଦେଉଛି ? ତୁ ବି କଣ ମୋ ଭାଇ ମାନଙ୍କ ଭଳି ମୋତେ ପର ଭାବୁଛୁ ? ମୁଁ କଣ ମା ସତରେ ତୋର ସାବତ ପୁଅ ? ତୁ କଣ ମୋତେ ଆଉ ଆଗ ଭଳି ଭଲ ପାଉନୁ ? ମୁଁ ଏଇ କିଛି ବର୍ଷ ହେଲା ଦୂର କୁ ଚାଲିଗଲି ବୋଲି କଣ ତୋ ମନ ରୁ ବି ମୁଁ ଦୂରେଇ ଗଲି ? କବାଟ ଖୋଲ ମା , ତୋ ପୁଅ ଏତେ ବାଟ ରୁ ଆସିଛି ତତେ ଟିକେ ଦେଖିବା ପାଇଁ । 

  ଭିତରୁ ପ୍ରମିଳା ଦେବୀ କାନ୍ଦି କାନ୍ଦି କହୁ ଥାଆନ୍ତି ନାଇଁ ରେ ପୁଅ , ତତେ ମୁଁ କେମିତି ଭୁଲି ଯିବି? ତୁ ପରା ମୋ ଜୀବନ । ହେଲେ ମୁଁ ଏବେ ସମସ୍ତଙ୍କ ପାଇଁ ଅଛୁଆଁ ପାଲଟି ଯାଇଛି । ମୋ ପାଖକୁ ଆସିଲେ ମୁଁ ତତେ ଟିକେ ଗେଲ ବି କରି ପାରିବି ନାହିଁ ଓଲଟା ତତେ ମୁଁ ମୋ ପାଖରୁ ଏ ମାରାତ୍ମକ ରୋଗ ଦେଇ ଦେବି । ଗୋଟିଏ ମା ହେଇ କଣ ମୁଁ କେବେ ମୋ ପୁଅ କୁ ଏମିତି ରୋଗ ଦେଇ ପାରିବି ? 

  ସୁନିଲ ବାହାରୁ ଥାଇ କହିଲେ - କୋଉ ରୋଗ କଥା କହୁଛୁ ତୁ ମା ମୋତେ ? ଯେତେବେଳେ ମୁଁ ମନ୍ଦିର ବେଢ଼ା ରେ ଶୋଉ ଥିଲି , ଲୋକ ଙ୍କ ଠାରୁ ଖାଇବା ମାଗି କରି ଖାଉଥିଲି ସେତେବେଳେ ତ ମୁଁ ତୋ ଭଲ ପାଇବା ସ୍ନେହ କୁ ଆଡେଇ ଦେଇ ନ ଥିଲି । ତୁ ଦୁନିଆ ର ଭାବନା,ଲୋକଙ୍କ କଥା କୁ ଖାତିର ନ କରି ମୋତେ ଆପଣେଇ ନେଇ ଥିଲୁ । ନିଜର ଦୁଇ ଦୁଇ ଟା ପୁଅ ଥାଇ ବି ତୁ ମୋତେ କେବେ ବି ପର ବୋଲି ଅନୁଭବ କରିବାକୁ ଦେଇନୁ । ନିଜ ପିଲା ମାନଙ୍କ ଠାରୁ ମୋତେ ବେଶୀ ସ୍ନେହ ଶ୍ରଦ୍ଧା ଦେଇଛୁ । ମୋ ପାଖରେ ଏତେ କମି ଥାଇ ତୁ ମୋତେ ଆପଣେଇ ନେଇ ଥିଲୁ ଯଦି ମୁଁ କାହିଁକି ତତେ ଆପଣେଇ ନେଇ ପାରିବି ନାହିଁ ଯଦି ତତେ ଏ ମହାମାରୀ ଆପଣେଇ ନେଇଛି । ମୋ ପାଇଁ ମୋ ମା ଠୁ ବଡ଼ ଆଉ କିଛି ବି ନୁହେଁ ମା , ମୋ ମା ଯଦି ତା ନିଜ ପିଲା ଙ୍କ ଭାଗ ରୁ ଖାଇବା ଆଣି ମୋତେ ଦେଇ ପାରିଥିଲା ତାହେଲେ ଏ ସମୟରେ ମୁଁ କଣ ମୋ ମା ର ଟିକିଏ ସାହାରା ହେଇ ପାରିବି ନାହିଁ । ମୁଁ କଣ ଏତେ ସ୍ୱାର୍ଥପର ହେଇ ପାରିବି ମା ? 

  ଭିତରୁ ପ୍ରମିଳା ଦେବୀ କାନ୍ଦି କାନ୍ଦି କହୁ ଥାଆନ୍ତି ନାଇଁ ରେ ପୁଅ ନାଇଁ ମୁଁ ବି ଏତେ ବଡ଼ ସ୍ୱାର୍ଥପର ହେଇ ପାରିବି ନାହିଁ । ମା ହେଇ ପୁଅ କୁ ଏତେ ବଡ଼ ମାରାତ୍ମକ ରୋଗ କେମିତି ଦେଇ ପାରିବି ! ତତେ ଦୂର ରୁ ଟିକିଏ ଦେଖି ଦେଲି ମୋ ମନ ଟା ଶାନ୍ତି ହେଇଗଲା । ତୁ ଏବେ ଫେରି ଯା ପୁଅ , ବୋହୂ ଆଉ ନାତି ସହିତ ଭଲ ରେ ରହିବୁ । 

  ସୁନିଲ କହିଲେ ନାଇଁ ମା ନାଇଁ ତୁ ଯେବେ ଯାଏଁ କବାଟ ନ ଖୋଲିଛୁ ମୁଁ ଏଠୁ କୁଆଡ଼େ ବି ଯିବି ନାହିଁ । 

 ପ୍ରମିଳା ଦେବୀ କହିଲେ ତୁ କଣ ପାଇଁ ଏମିତି ଅମାନିଆ ହଉଛୁ ରେ ପୁଅ , ମୁଁ ଭଲ ଅଛି । ତୁ ଚାଲି ଯା ଏଠୁ । 

  ସୁନିଲ କହିଲେ ମା ତୁ ଥରେ କବାଟ ଖୋଲି ଦେ ତୋ ବୋହୂ ତୋ ପାଇଁ ଖାଇବା ପଠେଇଛି । ତୁ ଖାଇବୁ ନାହିଁ ? 

  ସୁନିଲ ଯେତେ ଯାହା କହିଲେ ବି ପ୍ରମିଳା ଦେବୀ ନିଜ ଜିଦି ରେ ଅଟଳ ରହି ଜମା ବି କବାଟ ଖୋଲିଲେ ନାହିଁ । ସୁନିଲ ସେମିତି ଘର ବାହାରେ ବସି ରହିଥାନ୍ତି । 

  କିଛି ସମୟପରେ ହଠାତ୍ ପ୍ରମିଳା ଦେବୀ କାଶିବାକୁ ଆରମ୍ଭ କଲେ , ଅନେକ ସମୟ ଧରି ତାଙ୍କର କାଶ ବନ୍ଦ୍ ହେଲା ନାହିଁ । ସୁନିଲ ପାଣି ଦେବା ପାଇଁ ନିଜ ବ୍ୟାଗ ଦେଖିଲେ ହେଲେ ତାଙ୍କ ବ୍ୟାଗ ରୁ ପାଣି ସରି ଯାଇଥିଲା ଆଉ ପ୍ରମିଳା ଦେବୀ ଥିବା ଘର ଭିତରେ ବି ପାଣି ନ ଥିଲା ବୋଲି ପ୍ରମିଳା ଦେବୀ କହିଲେ । 

  ସୁନିଲ ଛିଡ଼ା ହେଇ ସିଧା ଧାଇଁଲେ ଘରକୁ । ହେଲେ ହଠାତ୍ ଦୁଇ ଭାଇ ଘର ଭିତରୁ ବାହାରି ଆସିଲେ ଆଉ କହିଲେ - ତୁ ଭିକାରୀ ପୁଣି କଣ ପାଇଁ ଏଠି କି ଆସିଛୁ ? ଏ ଘରେ ତୋ ପାଇଁ ଟିକିଏ ବି ଜାଗା ନାହିଁ । ବାହାରି ଯା ଏଠୁ ଶୀଘ୍ର ବାହାରି ଯା । 

 ସୁନିଲ କହିଲେ ଦେଖ ଭାଇ ମାନେ ମୁଁ ଏଠି କି ତମ ସମ୍ପତି ରେ ଭାଗ ନେବା ପାଇଁ ଜମା ବି ଆସି ନାହିଁ । ବାସ୍ ମା ପାଇଁ ଟିକିଏ ପାଣି ନେବାକୁ ଆସିଛି । ମୋତେ ଟିକେ ପାଣି ଦେଇ ଦିଅ ମୁଁ ଏଠୁ ଚାଲିଯିବି । 

  ହେଲେ ଦୁଇ ଭାଇ ପାଣି ଦେବେ କଣ ଓଲଟା କହିଲେ ଓଃ ତୁ ଏବେ ଆସି ଆମ ମା ନିଜ ଆଡକୁ ବଶ କରିବା ପାଇଁ ଚେଷ୍ଟା କରୁଛୁ । ଆମ ମା ର ଯତ୍ନ ଆମେ ଠିକ୍ ଭାବରେ ନେଇ ପାରିବୁ । 

 ସୁନିଲ ଏଥର କିନ୍ତୁ ଆଉ ଚୁପ୍ ରହିଲେ ନାହିଁ ଖୁବ୍ ଜୋରରେ ରାଗି ଯାଇ କହିଲେ - କଣ କହିଲ ତମେ ମୋ ମା ର ଆମେ ଯତ୍ନ ନେବୁ ? ଏଇ ଯତ୍ନ ନେଉଛ ତମେ ? ଗୁହାଳ ଘରେ ମା କୁ ରଖି ଯତ୍ନ ନେଉଚ ବୋଲି କହୁଛ ? ମହାମାରୀ ହେଇଗଲା ମା କୁ ବୋଲି ତମେ ତାକୁ ଘରୁ ବାହାର କରିଦେଲ ? ଯୋଉ ମା କୁ ତମେ ଘରୁ ବାହାର କରିଦେଲେ ସେଇ ମା ଦିନେ ତମକୁ ଦଶ ମାସ ଦଶ ଦିନ ଗର୍ଭ ରେ ରଖି, କେତେ ଯେ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା ତମକୁ ହେଲେ ତମେ କଣ କଲ ସାମାନ୍ୟ ରୋଗ ଯୋଗୁଁ ତମେ ମା କୁ ଘରୁ ବାହାର କରିଦେଲ । 

  ଆରେ ମା ର ଯଦି କିଛି ହେଇ ଯାଏ ତାହେଲେ ସେଥିପାଇଁ ଦାୟୀ ଏ କରୋନା ରୋଗ ନୁହେଁ ବରଂ ଦାୟୀ ହେଉଛ ତମେ ମାନେ । ଏ ସମୟରେ ରୋଗ କୁ ଘୃଣା କରିବା ଉଚିତ ରୋଗୀ କୁ ନୁହେଁ । ରୋଗୀ ପୁଣି ତମ ମା , କେମିତି କା ପୁଅ ତମେ ? ତମକୁ ଟଙ୍କା ପଇସା ଆଗରେ ଆଉ କିଛି ବି ଦେଖା ଯାଉନି । ଛାଡ଼ ତମ ଭଳି ସ୍ୱାର୍ଥପର ପୁଅ କୁ ଜନ୍ମ ଦେବା ଠୁ ଭଲ ଥିଲା ମୋ ମା ର କୌଣସି ଛୁଆ ନ ଥିଲେ । 

  ଏବେ ତମ ମାନଙ୍କ ସହିତ ଯୁକ୍ତି କଲେ ହୁଏତ ମୁଁ ମୋ ମା କୁ ସବୁଦିନ ପାଇଁ ହରେଇ ଦେବି । ସୁନିଲ କାନ୍ଦି କାନ୍ଦି ଗାଁ ନଳକୂପ ରୁ ପାଣି ଆଣି ପ୍ରମିଳା ଦେବୀ ଙ୍କ ପାଖକୁ ଗଲେ ଆଉ ମା ମା ବୋଲି ଡାକିଲେ ହେଲେ ଏ କଣ ? ମା ଆଉ କଣ କିଛି ଉତ୍ତର ଦେଉ ନାହାନ୍ତି ? ଅନେକ ସମୟ ଧରି ସୁନିଲ ବାହାରୁ ଡାକିବା ପରେ ବି ପ୍ରମିଳା ଦେବୀ କିଛି ଉତ୍ତର ଦେଲେ ନାହିଁ । ସୁନିଲ ବାଧ୍ୟ ହେଇ କବାଟ ଭାଙ୍ଗି ଭିତରକୁ ଗଲେ ହେଲେ ସେତେବେଳକୁ ସବୁ କିଛି ଶେଷ ହେଇ ସାରିଥିଲା । ମହାମାରୀ ସମ୍ପୂର୍ଣ୍ଣ ରୂପେ ନିଶ୍ଚଳ କରି ଦେଇଥିଲା ପ୍ରମିଳା ଙ୍କ ଶରୀର କୁ ।  

 ମା , ମା ,ଆଖି ଖୋଲି ଦେ ମା , ଥରେ ମୋତେ ପୁଅ ବୋଲି ଡାକି ଦେ , ଦେଖେ ମା ତୋ ପୁଅ ଫେରି ଆସିଛି । ତତେ ବଡ଼ ଡାକ୍ତର ପାଖକୁ ନେଇ ତତେ ଭଲ କରି ଆଣିବ ତୋର ଏ ପୁଅ ମା । ତୋର ଦି ଟା ପୁଅ ସିନା ସ୍ୱାର୍ଥପର ହେଇଗଲେ ହେଲେ ତୋର ବଡ଼ ପୁଅ ଆଜି ବି ତୋର ସେତିକି ସମ୍ମାନ କରେ ଯେତିକି ପିଲା ଟି ଦିନରୁ କରି ଆସିଛି । ହେଲେ ନା ପ୍ରମିଳା ଦେବୀ ଆଉ ଏ ଦୁନିଆ ରେ ନାହାଁନ୍ତି ପାଲଟି ଯାଇଛି ତାଙ୍କ ଶରୀର ନିଶ୍ଚଳ ଆଉ ନିର୍ବାକ । 

  ଭେଁ ଭେଁ କାନ୍ଦି ଉଠିଲେ ସୁନିଲ । ସେ କେବେ ବି ଭାବି ନ ଥିଲେ ଏ ମହାମାରୀ ତାଙ୍କ ଠୁ ତାଙ୍କର ଅତି ପ୍ରିୟ ମଣିଷ କୁ ଏମିତି ଛଡେଇ ନବ । 

  ଅଳ୍ପ ସମୟ ଭିତରେ ଗାଁ ସାରା ଖେଳି ଗଲା ପ୍ରମିଳା ଦେବୀ ଙ୍କ ମରିବା ଖବର । ଗାଁ ଲୋକ ସବୁ ତାଟି କବାଟ ଦେଇ ଘର ଭିତରେ ରହିଲେ । ପ୍ରମିଳା ଦେବୀ ଙ୍କ ନିଜ ପୁଅ ଦୁହେଁ ବି ମୁହଁ ବୁଲେଇ ଦେଲେ ଶେଷରେ ସୁନିଲ ନିଜେ ଏକୁଟିଆ ପ୍ରମିଳା ଦେବୀ ଙ୍କ ଶବ କୁ କାନ୍ଧ ରେ ବୋହି ବୋହି ନେଇ ମଶାଣି ରେ ଦାହ କଲେ । 

  ଗାଁ ଲୋକ ନିଜ ଭିତରେ କଥା ହେଉଥାନ୍ତି ଧନ୍ୟ ରେ ପୁଅ ତୁ ଧନ୍ୟ , ନିଜ ଔରସ ରୁ ଜନ୍ମ ହେଇଥିବା ପୁଅ ଏ ସମୟରେ ମୁହଁ ବୁଲେଇ ଦେଲେ ହେଲେ ରାସ୍ତା କଡ଼ ରୁ ଗୋଟେଇ ଆଣିଥିବା ଗୋଟିଏ ଅନାଥ ପିଲା ଆଜି ନିଜ ଜୀବନ ମୁଁ ଖାତିର ନ କରି ମା ପାଇଁ ଏତେ ସବୁ କରିଗଲା । 

  ଭିନ୍ନ ଏକ ସମ୍ପର୍କ କୁ ଏକ ପବିତ୍ର ପ୍ରତିଶ୍ରୁତି ରେ ବାନ୍ଧି ଦେଲା । ଆଜି ଏ ମହାମାରୀ ଆପଣା, ରକତ ସମ୍ପର୍କ ରେ ପାଚେରୀ ଆଣି ଦେଉଛି ହେଲେ ଆଜି ବି ମଣିଷ ଭିତରେ ମଣିଷ ପଣିଆ ବଞ୍ଚି କି ଅଛି । 


  " ସମ୍ପର୍କ ଦୁର୍ବଳ ହେଇ ଚାଲିଛି 

     ମହାମାରୀ ର କାୟା ରେ , 

ଆପଣା ପର ହେଇ ଚାଲିଛନ୍ତି 

     ସାଜି ଘୃଣା ର ପାତ୍ର ରେ । 

ସାଜି ପୁଣି ଦେବଦୂତ

         କେହି କେହି , 

ସତେ ତାଙ୍କ ସହିତ ଗଢି ଉଠିଛି

   ଭିନ୍ନ ଏକ ସମ୍ପର୍କ । 

ଭିନ୍ନ ଏକ ସମ୍ପର୍କ ।




Rate this content
Log in

Similar oriya story from Tragedy