Anita Jena

Thriller

3  

Anita Jena

Thriller

ଅପେକ୍ଷା

ଅପେକ୍ଷା

2 mins
187


ଜେଜେମାଆଙ୍କର ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା । ଜେଜେବାପା ଆଉ ଜେଜେମାଆ ସବୁବେଳେ ଚାହୁଁଥିଲେ, ଅନେକ ଆଶା ଥିଲା ତାଙ୍କର ମୋ ବଡ଼ ଦିଦିଙ୍କର ବିବାହ ଦେଖିବାକୁ । ଆମ ଦୁନିଆକୁ ଏକ ନୂଆ ପିଲାର ସ୍ଵାଗତ କରିବାକୁ ଅନେକ ଆଶା ବାନ୍ଧିଥିଲେ ମନରେ, ହେଲେ ବିଧିର ବିଧାନ ଅଲଗା କିଛି ହିଁ ଥିଲା । ହଠାତ୍ ଦିନେ ରାତିରେ ହୃଦଘାତରେ ଜେଜେବାପା ସବୁ ଦିନ ପାଇଁ ଆଖି ବୁଜି ଦେଲେ । ଜେଜେବାପାଙ୍କ ଚାଲିଯିବାଟା ସତେ ଯେମିତି ଘରର ମୂଳଦୂଆ ଦୋହଲେଇ ଦେଲା । ତଥାପି ଜେଜେବାପାଙ୍କର ଚାରି ଚାରିଟା ପୁଅ, ବୋହୂ ଆଉ ନାତି ନାତୁଣୀ ମିଶି ଜେଜେମାଆଙ୍କ ମୁହଁକୁ ଚାହିଁ ଜେଜେବାପା ଚାଲି ଯିବାର ଦୁଃଖକୁ ମନରୁ ପାଶୋରି ଦେଲେ । ସମ୍ପୂର୍ଣ୍ଣ ଭାବେ ନ ହେଲେ ବି ନିଜକୁ ବୁଝେଇ ନେଲେ । ସବୁବେଳେ ଚେଷ୍ଟା କଲେ ଜେଜେମାଆଙ୍କୁ ଖୁସିରେ ରଖିବା ପାଇଁ । ଦିଦିର ବାହାଘର ଦେଖିବାକୁ ଅନେକ ଇଚ୍ଛା ଥିଲା ଜେଜେବାପା ଆଉ ଜେଜେମାଆଙ୍କର ହେଲେ ଜେଜେବାପାଙ୍କର ସେ ଅପେକ୍ଷା ତାଙ୍କ ପାଇଁ ଅପେକ୍ଷାରେ ହିଁ ରହିଗଲା । 

 ଜେଜେମାଆ ବି ଭାରି ଆଶା ରଖି ଥିଲେ ଦିଦିର ବାହାଘର ଦେଖିବା ପାଇଁ । ହେଲେ ଦିଦିର ବାହାଘର ସ୍ଥିର ହେବା ଆଗରୁ ହିଁ କାଲି ରାତିରେ ହଠାତ୍ ଜେଜେମାଆ ଚେତା ହରେଇ ପଡ଼ିିଲେ । ସଙ୍ଗେ ସଙ୍ଗେ ହସ୍ପିଟାଲ୍ ନିଆ ଗଲା, ମୁଣ୍ଡ ସ୍କାନିଂ କରାଗଲା ଆଉ ରିପୋର୍ଟ ଆସିଲା ବ୍ରେନ୍ ଷ୍ଟ୍ରୋକ । ଅତ୍ୟଧିକ ରକ୍ତଚାପ ହେତୁ ନିଶ୍ଚଳ ପାଲଟି ଯାଇଛନ୍ତି ଜେଜେମାଆ । ନା ହାତ ଗୋଡ଼ ଚାଲୁଛି ନା କିଛି କଥା କହୁଛନ୍ତି । ଜୀବନର ଶେଷ ପ୍ରହରରେ ନିଃଶ୍ୱାସ ପହଞ୍ଚି ଯାଇଛି । ଡାକ୍ତର ହାତ ଟେକି ଦେବା ପରେ ଜେଜେ ମାଆ ଏବେ ଘରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ପୁଅ, ବୋହୂ, ନାତି ନାତୁଣୀଙ୍କ ସହିତ ହସ ଖୁସିରେ ସମୟ ଅତିବାହିତ କରୁଥିବା ମଣିଷଟି ନିଶ୍ଚଳ ପାଲଟି ଯାଇଛି । ଶରୀର ଆଉ ଆତ୍ମା ନିଜ ଭିତରେ ଲଢ଼େଇ କରି ଚାଲିଛନ୍ତି । ସମସ୍ତେ ଜଗି ରହିଛନ୍ତି, ବନ୍ଧୁ ବାନ୍ଧବଙ୍କର ଘରକୁ ସୁଅ ଛୁଟି ବାରେ ଲାଗିଛି । ଅନେକ ଆସୁଛନ୍ତି ଦେଖିବାକୁ ଆଉ ବଖାଣି ଦେଇ ଯାଉଛନ୍ତି ଜେଜେମାଆଙ୍କର ଭଲ ଗୁଣକୁ । 

 ବାସ୍ ଅବଶୋଶ ରହିଗଲା ନାତୁଣୀ ଜ୍ୱାଇଁକୁ ଦେଖିବାର । ବହୁତ୍ ଆଶା ରଖିଥିଲେ ନାତୁଣୀ ଜ୍ୱାଇଁକୁ ନିଜ ଦୁନିଆକୁ ସ୍ୱାଗତ କରିବା ପାଇଁ ବହୁତ୍ ଅପେକ୍ଷା ବି କରିଥିଲେ ହେଲେ ସେ ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା । 

 ନା ସ୍ଵପ୍ନ ପୂରଣ ହେଲା ଜେଜେବାପାଙ୍କର ନା ହିଁ ଜେଜେମାଆଙ୍କର । ନୂଆ ସଦସ୍ୟକୁ ସ୍ଵାଗତ କରିବା ବଦଳରେ ଚୀର ଦିନ ପାଇଁ ବିଦାୟ ନେବା ପାଇଁ ଆଜି ଯମ ସହିତ ଲଢ଼େଇ କରୁଛନ୍ତି । 

  ଆଉ ଦୁହିଁଙ୍କର ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା । । । ।



Rate this content
Log in

Similar oriya story from Thriller