Anita Jena

Drama Inspirational Thriller

3  

Anita Jena

Drama Inspirational Thriller

ଦ୍ଵିତୀୟ ଭଗବାନ

ଦ୍ଵିତୀୟ ଭଗବାନ

4 mins
235



ରାସ୍ତା ର ଗୋଟିଏ କଡ ରେ ଚାଲି ଚାଲି ଆସୁଥାଏ ସୁନିତା । କିଛି ବାଟ ପରେ ହଠାତ୍ ବସି ପଡି ଭେଁ ଭେଁ ହେଇ କାନ୍ଦିବାକୁ ଲାଗିଲା ସେ ଆଉ ଆଗ ପଛ କିଛି ନ ଭାବି ସାମ୍ନା ରୁ ଆସୁଥିବା ଟ୍ରକ୍ ଆଗକୁ ଡେଇଁ ପଡିଲା । ଛିଟିକି ହେଇ ପଡ଼ିଲା ରାସ୍ତା ର ଆର ପାର୍ଶ୍ଵକୁ। ଚାହୁଁ ଚାହୁଁ ଅନେକ ଲୋକ ରୁଣ୍ଡ ହେଇଗଲେ । ଆମ୍ବୁଲାନ୍ସ ଯୋଗେ ପଠେଇ ଦିଆଗଲା ସୁନିତା କୁ ହସ୍ପିଟାଲ୍ । ପୋଲିସ୍ ଆସି ଅାଖ ପାଖ ଲୋକ ଆଉ ଟ୍ରକ୍ ଡ୍ରାଇଭର୍ ପାଖରୁ ପଚାରି ତଥ୍ୟ ସଂଗ୍ରହ କଲା । ଟ୍ରକ୍ ଡ୍ରାଇଭର ନିଜ ମାଲିକ ( ରଞ୍ଜିତ ମହାନ୍ତି ) କୁ ଏ ବିଷୟରେ ଜଣେଇବା ପରେ ମାଲିକ ଜଣକ ହସ୍ପିଟାଲ ଆସି ଡାକ୍ତରଙ୍କ ସହିତ କଥା ହେଲେ ସୁନିତା ର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ । 

  ଡାକ୍ତର କହିଲେ ଭଗବାନ ଙ୍କ କୃପା ରୁ ଝିଅଟିକୁ ବେଶୀ ଆଘାତ ଲାଗି ନାହିଁ । ଦି ଦିନ ଭିତରେ ସେ ସମ୍ପୂର୍ଣ ରୂପେ ଭଲ ହେଇଯିବ । ରଞ୍ଜିତ ଡାକ୍ତରଙ୍କୁ ନିଜର ଫୋନ୍ ନମ୍ୱର୍ ଦେଇ କହିଲେ ଆଚ୍ଛା ହଉ ଠିକ୍ ଅଛି ସାର୍ । ଯେତେବେଳେ ଝିଅ ଟି ର ଚେତା ଫେରି ଆସିବ ଆଉ ସେ ଠିକ୍ ହେଇଯିବ ଆପଣ ମୋତେ କଲ୍ କରିଦେବେ ମୁଁ ଆସି ଝିଅକୁ ନେଇ ଯିବି । ଏହା କହି ସେ ସବୁ ଟଙ୍କା ଚିକିତ୍ସା ବାବଦକୁ ହସ୍ପିଟାଲ୍ ରେ ଜମା କରି ଦେଇ ଚାଲି ଆସିଲେ । 

  ଦୁଇ ଦିନ ପରେ ଯେତେବେଳେ ସୁନିତା ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଲା । ଡାକ୍ତର ରଞ୍ଜିତଙ୍କୁ ଫୋନ୍ କରି ସୁନିତା ବିଷୟରେ ଜଣେଇବା ପରେ ରଞ୍ଜିତ ଆସି ସୁନିତା କୁ ନିଜ ଘରକୁ ନେଇ ଗଲେ । 

  ସୁନିତା ଟିକେ ଆରାମ କରିବା ପରେ ରଞ୍ଜିତ ଆସି ତାକୁ କହିଲେ - ତମକୁ ଦେଖିଲେ ତମେ ଗୋଟିଏ ଶିକ୍ଷିତ ଝିଅ ଭଳି ଲାଗୁଛ ହେଲେ ଏମିତି ଆତ୍ମହତ୍ୟା ଭଳି ପାପ କୁ କେମିତି ଆପଣେଇ ନେଲ ? କ'ଣ ଏମିତି ଘଟିଗଲା ତମ ଜୀବନରେ ଯେ ନିଜ ଜୀବନ କୁ ହିଁ ବାଜି ଲଗେଇ ଦେଲ ? 

  ସୁନିତା ଭେଁ ଭେଁ ହେଇ କାନ୍ଦି ଉଠିଲା ଆଉ କହିଲା ମୋତେ ଆପଣ ବଞ୍ଚେଇ ଆଣିଲେ କ'ଣ ପାଇଁ ? ମୁଁ ମରିବାକୁ ଚାହେଁ , ମୋତେ ମରିବା ପାଇଁ ଛାଡ଼ି ଦିଅ । ରଞ୍ଜିତ ସୁନିତା କୁ ବୁଝେଇ କହିଲେ ଦେଖ ଭଉଣୀ ଜୀବନରେ ମୃତ୍ୟୁକୁ ବାଛି ନେଲେ ଯେଉଁ ମାନେ ଭାବନ୍ତି ସବୁ କିଛି ଠିକ୍ ହେଇଯିବ ତାଙ୍କ ଠୁ ମୂର୍ଖ  ଏ ଦୁନିଆ ରେ କେହି ନାହାଁନ୍ତି । ଜୀବନ ରେ ସୁବିଧା ଅସୁବିଧା ଲାଗି ରହିବ ଯଦି ସେ ସବୁ ସାମ୍ନା ନ କରି ମରଣ କୁ ବାଛି ନେଲେ ସବୁ କିଛି ଠିକ୍ ହେଇ ଯାଉ ଥାଆନ୍ତା ତାହେଲେ ଲୋକ ସବୁ ମୃତ୍ୟୁ କୁ ଆଉ ଡରନ୍ତେ ନାହିଁ । ମୁଁ ତୋର ଭାଇ ଭଳି ତୁ ମୋତେ କହି ପାରୁ କଣ ହେଇଛି ? ମୁଁ ଯଦି ପାରିବି ତାହେଲେ ତତେ ନିଶ୍ଚେ ସାହାଯ୍ୟ କରିବି । 

  ସୁନିତା କହିବା ଆରମ୍ଭ କଲା - ମୋ ନାଁ ସୁନିତା । ମୁଁ ବିଏ ପାସ୍ କରିଛି । ମୋ ବାପା ଜଣେ ଶିକ୍ଷକ ଥିଲେ । ମା କୁ ମୁଁ ପିଲା ଦିନରୁ ହରେଇ ଦେଇଥିଲି । ବାପା ଭଲ ଘର ଦେଖି ମୋର ବାହାଘର କରିଦେଲେ । ହେଲେ ମୁଁ ଅଭାଗିନୀ ବାହାଘର ର ଦେଢ଼ ବର୍ଷ ପରେ ମୋ ସ୍ବାମୀ ଚାଲିଗଲେ , ମୁଁ ସେତେବେଳକୁ ଅନ୍ତସତ୍ଵା ଥାଏ । ସ୍ବାମୀ ଙ୍କ ଚାଲିଯିବା ପରେ ଶାଶୁ ଘର ଲୋକ ମୋତେ ନିର୍ଯାତନା ଦେବା ଆରମ୍ଭ କରିଦେଲେ । ପାଞ୍ଚ ମାସ ପରେ ମୋର ଝିଅ ଟିଏ ଜନ୍ମ ହେଲା । ଝିଅ ଟିଏ ଜନ୍ମ ହେଲା ବୋଲି ତାଙ୍କର ଆହୁରି ରାଗ ବଢ଼ିଗଲା ଆଉ ମୋତେ ସେ ଘରୁ ବାହାର କରିଦେଲେ । ଦୁଃଖ ସବୁ ଯେମିତି ମୋ ଆଖି ରୁ ଆତ୍ମା ଯାଏଁ ଲେଖା ହେଇଛି । ଜୀବନରେ ଆଖି ର ଲୁହ ଶୁଖିଲା ନାହିଁ କି ଆତ୍ମାର କୋହ ଥମିଲା ନାହିଁ । ଘରୁ ବାହାରି ଆସିବା ପରେ ପର ଘରେ ପାଇଟି କରି ମୋର ଆଉ ମୋ ଝିଅ ର ପେଟ ପୋଷିଲି । ହେଲେ ଦୁଃଖ ମୋର ସେତିକି ରେ ସରିଲା ନାହିଁ ଦିନେ ଝିଅ ର ଦେହ ଭୀଷଣ ଖରାପ ହେଇଗଲା । ଡାକ୍ତର ଙ୍କ ପାଖକୁ ନେଇ କି ଗଲି ଡାକ୍ତର କହିଲେ ଝିଅ ର ହାର୍ଟ ରେ ଗୋଟିଏ ହୋଲ୍ ଅଛି ଆଉ ଯେତେ ଶୀଘ୍ର ସମ୍ଭବ ଅପରେଶନ୍ କରିବାକୁ ପଡ଼ିବ । ହେଲେ ମୋ ପାଖରେ ଏତେ ଟଙ୍କା କୋଉଠୁ ଆସିବ ! ଡାକ୍ତର ଙ୍କୁ ଅନୁରୋଧ କରି ଝିଅ କୁ ହସ୍ପିଟାଲ୍ ରେ ଆଡ଼ମିଶନ କଲି କହିଲି ସାତ ଦିନ ଭିତରେ ହିଁ ମୁଁ ଟଙ୍କା ଯୋଗାଡ କରି ଆଣିବି । ନିଷ୍ପତ୍ତି ନେଲି ବାହାରେ ଯାଇ ଚାକିରୀ ଖଣ୍ତେ ଖୋଜିବି ହେଲେ ଆଜି କୁ ଆଠ ଦିନ ହେଇଗଲା ବୁଲି ବୁଲି ଚାକିରୀ ଖଣ୍ଡେ ପାଇଲି ନାହିଁ । ମୋ ଝିଅ ର ଅପରେଶନ୍ ହେଇ ପାରିବ ନାହିଁ , ମୁଁ ଏତେ ହତଭାଗିନୀ ଟିଏ ଯେ ନିଜ ଛୁଆ ପାଇଁ କିଛି କରି ପାରିଲି ନାହିଁ । ସେଇଥି ପାଇଁ ନିଷ୍ପତି ନେଲି ନିଜ ଛୁଆ ର ମଲା ମୁହଁ ଦେଖିବା ଅପେକ୍ଷା ଏ ଛାର ଜୀବନ କୁ ହିଁ ଶେଷ କରି ଦେବା ଭଲ ହବ । ସେୟା ଭାବି ମୁଁ ଟ୍ରକ୍ ଆଗକୁ ଡେଇଁ ପଡ଼ିଥିଲି । 

  ରଞ୍ଜିତ ସୁନିତା ର ସବୁ କଥା ଶୁଣିଲେ ଆଉ କହିଲେ ଭଉଣୀ ସବୁବେଳେ ଗୋଟିଏ କଥା ମନେ ରଖିବ ଦୁନିଆରେ ଭଗବାନ୍ ଅଛନ୍ତି ଯିଏ କି ଗୋଟିଏ ରାସ୍ତା ବନ୍ଦ୍ ହେଇଗଲେ ଅନ୍ୟ ରାସ୍ତା ଖୋଲି ଦିଅନ୍ତି । ମାନୁଛି ତମେ ଜୀବନରେ ଅନେକ କଷ୍ଟ ସହିଛ ହେଲେ ଏମିତି ଆତ୍ମହତ୍ୟା କୁ ଆପଣେଇ ନେବା ତମର ସବୁ ଠୁ ବଡ଼ ଭୁଲ୍ । 

  ରଞ୍ଜିତ ସୁନିତା କୁ ସାଙ୍ଗ ରେ ନେଇ ହସ୍ପିଟାଲ୍ କୁ ଗଲେ ଯୋଉଠି ସୁନିତା ର ଝିଅ ଆଡ଼ମିଟ ହେଇଥିଲା । ରଞ୍ଜିତ ଟଙ୍କା ଜମା କରିବାରୁ ଝିଅ ର ଅପେରେଶନ ହେଲା ଆଉ କିଛି ଦିନ ପରେ ସୁନିତା ଝିଅ କୁ ନେଇ ଘରକୁ ଫେରିଲା । 

  ରଞ୍ଜିତ ର ପାଦ ଛୁଇଁ ସୁନିତା କହିଲା ଭାଇ ଶୁଣିଥିଲି ଦୁନିଆରେ ଜଣେ ହିଁ ଅଛନ୍ତି ଯିଏ ସବୁ ଦୁଃଖ ଆଉ ସୁଖ ରେ କରୁଣା ଢାଳନ୍ତିି ହେଲେ ମୋ ପାଇଁ ଦୁନିଆରେ ଗୋଟିଏ ଭଗବାନ୍ ନୁହେଁ ଦୁଇ ଦୁଇ ଟି ଭଗବାନ୍ ଅଛନ୍ତି । ପ୍ରଥମ ସିଏ ଯିଏ ମୋତେ ତମକୁ ମୋ ପାଖକୁ ପଠେଇଛନ୍ତି ଆଉ ମୋର ଦ୍ଵିତୀୟ ଭଗବାନ ହଉଛ ତମେ ଯିଏ କି ଭଗବାନ ଙ୍କ ଆଦେଶ ପାଇ ମୋ ପାଖକୁ ଆସିଲ ଆଉ ମୋତେ ପୁଣି ଥରେ ବଞ୍ଚିବା ଶିଖେଇ ଦେଲ । 

  ରଞ୍ଜିତ ଅନାଥ ହେଇଥିବାରୁ ସେଇ ଦିନ ଠୁ ସୁନିତା ତାର ଝିଅ କୁ ନେଇ ରଞ୍ଜିତ ଘରେ ଖୁସି ରେ ରହିଲା ।





Rate this content
Log in

Similar oriya story from Drama