Anita Jena

Abstract Romance Fantasy

2.0  

Anita Jena

Abstract Romance Fantasy

ପ୍ରେମ ର ସଂଜ୍ଞା

ପ୍ରେମ ର ସଂଜ୍ଞା

4 mins
283



ରାଜା ତୁ ବୁଝୁନୁ କଣ ପାଇଁ ? କେତେ ଥର ଆଉ ସେ ତତେ ପ୍ରେମ ନିବେଦନ କରିବ ? ସେ ଗୋଟିଏ ଝିଅ ହେଇ ବି ନିଜ ମନ କୁ ଏତେ ସହଜ ରେ କହି ଦେଇ ପାରୁଛି ହେଲେ ତୁ? ଛିଃ ସାଙ୍ଗ ଛିଃ ତୁ ଏତେ ହୃଦୟ ହୀନ କେମିତି ହେଇ ପାରୁଛୁ ? ଥରେ ତ ବୁଝିବାକୁ ଚେଷ୍ଟା କର । ଏମିତି ବିରକ୍ତ ଭାବ ପ୍ରକାଶ କରି ରାଜା ଉପରେ ଚିଲ୍ଲେଇ ଉଠିଲା ନବୀନ । 

ରାଜା - ତୁ ଆଉ ମୋତେ ବୁଝେଇବା ପାଇଁ ଚେଷ୍ଟା କର ନାହିଁ । ମୁଁ ସବୁ ଜାଣିଛି ସେ ଝିଅ ଆଉ ସେ ପ୍ରେମ କିଛି ବି ଜରୁରୀ ନୁହେଁ ମୋ ପାଇଁ । ପ୍ରେମ କେବଳ ଏମିତି ଗୋଟିଏ ସମ୍ପର୍କ ଯୋଉଠି କେବଳ ଦୁଃଖ ଆଉ ଯନ୍ତ୍ରଣା ହିଁ ମିଳିବ । ମୋତେ ଏ ପ୍ରେମ ରେ ପଡି ଜୀବନ କୁ ନଷ୍ଟ କରିବାର ନାହିଁ । ତୁ ଚାଲି ଯା ଏଠୁ । 

ନବୀନ - କଣ କହିଲୁ ତୁ ? ପ୍ରେମ ତୋ ଜୀବନ କୁ ନଷ୍ଟ କରିଦେବ ? ତୁ କଣ ଭୁଲି ଗଲୁ ସ୍ଵାତୀ ସହ ବିତେଇ ଥିବା ସବୁ ମୁହୂର୍ତ୍ତ କୁ ? ସେତେବେଳେ ତ କହୁ ନ ଥିଲୁ ତୁ ପ୍ରେମ କଷ୍ଟ ଆଉ ଯନ୍ତ୍ରଣା ଦାୟକ ବୋଲି ? 

ରାଜା - ତୁ ଭଲ ଭାବେ ଜାଣିଛୁ ନବୀନ କଣ ପାଇଁ ମୁଁ ମନା କରୁଛି ? ସ୍ଵାତୀ ..... କେତେ ଭଲ ନ ପାଇ ଥିଲି ମୁଁ ତାକୁ ? ହେଲେ ସେ କଣ କଲା ? କେତେ ସହଜ ରେ ଆଉ କାହା ହାତ ଧରି ଚାଲିଗଲା ? ଥରେ ବି ଭାବିଲା ନାହିଁ ସେ ଛାଡ଼ି ଚାଲି ଗଲା ପରେ ମୁଁ କେମିତି ବଞ୍ଚିବି । 

ନବୀନ - କଣ ସବୁ ଝିଅ ସମାନ? ସ୍ଵାତୀ ତତେ ଧୋକା ଦେଲା ବୋଲି କଣ ମାମୁନି ବି ଧୋକା ଦବ ? ଗୋଟିଏ ବର୍ଷ ହେଲାଣି ସେ ତୋର ଅପେକ୍ଷା କରି ରହିଛି ଆଉ ତୁ କହୁଛୁ ତାକୁ ମନା କରିଦେବୁ ! 

ରାଜା - ମୁଁ ତ ତାକୁ କହି ନାହିଁ ମୋ ପାଇଁ ଅପେକ୍ଷା କରିବାକୁ ? ସେ କଣ ପାଇଁ ଅପେକ୍ଷା କରିଛନ୍ତି ମୋତେ । ମୁଁ ତ ତାଙ୍କୁ ଚିହ୍ନି ବି ନାହିଁ । 

ନବୀନ - ତୁ ସିନା ଜାଣିନୁ ତାକୁ । ହେଲେ ସେ ତ ତତେ ଜାଣିଛି ନା । ତୋ ପାଇଁ ସେ ନିଜ ଘର ଛାଡ଼ି ଆସି ଏଠି ରହିଛି । 

ରାଜା - ଦେଖେ ସାଙ୍ଗ କେହି ନ ଜାଣିଲେ ବି ତୁ ଭଲ ଭାବରେ ଜାଣିଛୁ । ମୁଁ ମୋ ଜୀବନ ଠୁ ବି ବେଶୀ ଭଲ ପାଉଥିଲି ସ୍ଵାତୀ କୁ । ହେଲେ ଟଙ୍କା ତା ପାଇଁ ଏତେ ବଡ଼ ହେଇ ଗଲା ଯେ ସେ ମୋତେ ଭୁଲି ଯାଇ ଆଉ କାହା ସାଙ୍ଗ ରେ ଚାଲିଗଲା । 

  ତୁ ଜାଣିନୁ ସାଙ୍ଗ ପ୍ରେମ ସବୁବେଳେ ଗୋଟିଏ ଦୁଃଖ ଆଉ ଯନ୍ତ୍ରଣା ର ପାହାଡ଼ । ପ୍ରେମ କଲେ ଖୁସି ନୁହେଁ କେବଳ ଲୁହ ସହିବାକୁ ପଡେ । ମୁଁ ଯେତିକି କଷ୍ଟ ସହିଛି ମୋ ଜୀବନ ରେ ଆଉ ଥରେ ସେ ପ୍ରେମ ରେ ପଡି ଆଉ କଷ୍ଟ ସହିବାକୁ ଚାହୁଁ ନାହିଁ । ସ୍ଵାତୀ ର ସେ ଧୋକା ମୋ ଜୀବନ ର ମୋଡ଼ କୁ ବଦଳେଇ ଦେଇଛି । ପ୍ରେମ ଉପରେ ମୋର ଆଉ କୌଣସି ଭରସା କି ବିଶ୍ବାସ ନାହିଁ । ପ୍ରେମ ର ମୁଳଦୁଆ ସବୁବେଳେ ବିଶ୍ବାସ ହିଁ ହେଇଥାଏ ହେଲେ ଆଜି କା ଦୁନିଆ ରେ ପ୍ରେମ ର ସଂଜ୍ଞା ହିଁ ବଦଳି ଯାଇଛି । 

  ସ୍ଵାତୀ ତ ମୋ ପିଲାଦିନ ର ସାଙ୍ଗ ଥିଲା , ସେଥିରେ ବି ମୁଁ ତାକୁ ଜାଣି ପାରିଲି ନାହିଁ । ଆଉ ସେ ମୋ ମନର ଭାବନା କୁ ବୁଝି ପାରିଲା ନାହିଁ । ଆଉ ମୁଁ ମାମୁନି କୁ ତ ମୁଁ ଜମା ବି ଜାଣି ନାହିଁ । କେତେ ଦିନ ହେଲା ସେ ମୋତେ ଜାଣିଛି । 

ତୁ ଏ ସବୁ ଛାଡ଼ି ଦେ । ମନ ରୁ କାଢି ଦେ । ସେ ତତେ ଭାଇ କରିଛି ନା ତାହେଲେ ତୋ ଭଉଣୀ କୁ ବୁଝେଇ ଦେବୁ ମୋ ଠାରୁ ସେ ପ୍ରେମ ବନ୍ଧନ ର ଆଶା କରିବା ଛାଡ଼ି ଦେଉ । ମୁଁ କେବେ ବି ତାକୁ ସ୍ଵୀକୃତି ଦେଇ ପାରିବି ନାହିଁ । 

ନବୀନ - ଛାଡ଼ ତତେ ଆଉ ବୁଝେଇ କିଛି ଲାଭ ନାହିଁ । ତୁ କେବେ ହେଲେ ବି ଜୀବନ ରେ ଖୁସି ପାଇବୁ ନାହିଁ । ଏତେ ଭଲ ପାଉଛି ସେ ହେଲେ ତୁ ..... ଯିଏ ତତେ ଭଲ ପାଉ ନ ଥିଲା ତା ପଛ ରେ ଏତେ ସବୁ କରି ଦେଉ ଥିଲୁ ହେଲେ ଯିଏ ତତେ ଏତେ ଭଲ ପାଉଛି ତାକୁ ତୁ ଟିକେ ବି ନଜର ଦଉନୁ । ଠିକ୍ ଅଛି ମୁଁ ତାକୁ ଜଣେଇ ଦେବି ଆଉ ସେ ଯଦି ତା ପରେ ବି ତୋର ଅପେକ୍ଷା କରେ ତାହେଲେ ମୁଁ କହିବି ତା ଠୁ ବଡ଼ ମୂର୍ଖ ଆଉ କେହି ନାହାଁନ୍ତି ଦୁନିଆ ରେ । 

  ଏତକ କହି ଦେଇ ନବୀନ ଚାଲିଗଲା ରାଜା ପାଖରୁ ଆଉ ପହଞ୍ଚି ଗଲା ମାମୁନି ପାଖରେ । କହିଲା ମାମୁନି ତୁ ଭୁଲି ଯାଆ , ରାଜା କୁ । ସେ ମଣିଷ ନୁହେଁ , ମଣିଷ ନୁହଁ ତ ଗୋଟିଏ ହୃଦୟ ହୀନ ମଣିଷ ଟିଏ । ମନ ବୋଲି ତାର କିଛି ବି ନାହିଁ । ପଥର ପାଲଟି ଯାଇଛି ସେ । 

  ସେ ଆଉ ଜଣ କୁ ଭଲ ପାଉଥିଲା ଜାଣି ବି ତୁ ତାକୁ ପାଗଳ ଭଳି ଭଲ ପାଉଛୁ ହେଲେ ସେ ......ସବୁ ଶୁଣି କାନ୍ଦି କାନ୍ଦି ରହିଲା ମାମୁନି । ମନେ ମନେ ଭାବିଲା ହଉ ରାଜା ଯାହା ଭାବୁଛନ୍ତି ଭାବନ୍ତୁ । ପ୍ରେମ ତ କାହାକୁ ଜବରଦସ୍ତି କରା ଯାଏ ନାହିଁ ନା । ଯଦି ସେ ମୋ ଭାଗ୍ୟ ରେ ଥିବେ ତାହେଲେ ନିଶ୍ଚେ ମିଳିବେ । ହେଲେ ମୁଁ ସବୁଦିନ ତାଙ୍କୁ ଅପେକ୍ଷା କରି ରହି ଥିବି । 

 ବିତି ଗଲା ଦି ଦିନ । ସେଦିନ ରାଜା ଅଫିସ୍ ରୁ ଫେରୁ ଥାଏ ଆଉ ହଠାତ୍ ସାମ୍ନା ପଟ ରୁ ଧକ୍କା ଦେଲା ଗୋଟିଏ ଟ୍ରକ । ରକ୍ତାତ ଅବସ୍ଥାରେ ରାସ୍ତା ରେ ଛାଟି ପିଟି ହେଉଥାଏ ସେ । ସେଇ ରାସ୍ତା ଦେଇ ଯାଉଥାଏ ମାମୁନି , ରାଜା କୁ ଦେଖି ଅଟକି ଗଲା ସେ , ଆଉ ହସ୍ପିଟାଲ୍ ନେଇ ଗଲା ରାଜା କୁ । ରାଜା ର ମୁଣ୍ଡ ରେ ଗଭୀର ଆଘାତ ଲାଗି ଥାଏ । ଆଉ ରକ୍ତ ଦରକାର ବୋଲି ଡାକ୍ତର ଜଣେଇ ଦେଲେ । ମାମୁନି ନିଜ ରକ୍ତ ଦେଇ ରାଜା ର ଜୀବନ ବଞ୍ଚେଇଲା । 

  ଯେତେବେଳେ ରାଜା ସୁସ୍ଥ ହେଲା ଆଉ ସବୁ କିଛି ଜାଣିଲା ସେତେବେଳେ ସେ ମାମୁନି କୁ ପାଖକୁ ଡାକି କହିଲା ମୋତେ କ୍ଷମା କରି ଦିଅ ମାମୁନି । ମୁଁ ତମ ଆଗରେ ଗୋଟିଏ ଅପରାଧୀ । ତମ ନିଃସ୍ଵାର୍ଥପର ଭଲ ପାଇବା କୁ ମୁଁ ସ୍ବାର୍ଥ ବୋଲି ଭାବି ନେଇ ଥିଲି । ତମକୁ ବି ଅନ୍ୟ ମାନଙ୍କ ଭଳି ସ୍ବାର୍ଥ ଆଉ କିଛି ପାଇବାର ଆଶା ନେଇ ସମ୍ପର୍କ ଯୋଡା ମଣିଷ ବୋଲି ଭାବି ଥିଲି । ହେଲେ ତମ ପ୍ରେମ ମୋ ଜୀବନର ମୋଡ଼ ବଦଳେଇ ଦେଲା । 

  ସତରେ ଦୁନିଆ ର ପ୍ରେମ ର ସଂଜ୍ଞା ସମସ୍ତଙ୍କ ପାଇଁ ଅଲଗା ଅଲଗା ଆଉ ମୋ ପାଇଁ ପ୍ରେମ ର ସଂଜ୍ଞା ଆଜି ଠୁ କେବଳ ତମେ । ଆଉ ତମେ । 

ରାଜା ର କଥା ଶୁଣି ମାମୁନି ଆଖି ରୁ ଝରି ଆସିଲା କେଇ ଟୋପା ଲୁହ ।


Rate this content
Log in

Similar oriya story from Abstract