STORYMIRROR

Anita Jena

Abstract Romance Fantasy

4  

Anita Jena

Abstract Romance Fantasy

ତୁମେ ମୋର

ତୁମେ ମୋର

3 mins
225


ଓଃ ହୋ ରିମା ଯାହା ହଉ ଏବେ ଆମେ ଆସି ସୁରକ୍ଷିତ ଜାଗାରେ ପହଞ୍ଚି ଗଲେ । ଏବେ ଆମକୁ ଆଉ କେହି ବି ଖୋଜି ପାରିବେ ନାହିଁ ଖାସ୍ କରି ତମ ଭାଇ ଆଉ ଭାଉଜ । 


- ହଁ ଆକାଶ ଠିକ୍ କହିଛ ତମେ । ଏବେ ଆମେ ନିରାପଦରେ । 


- ରିମା ତମେ କାନ୍ଦୁଛ ! ହେଲେ କଣ ପାଇଁ ? ତମେ କଣ ଖୁସି ନୁହଁ ମୋ ସହ ଆସି କି? 


- ନାଇଁ ଆକାଶ , ତମ ସହିତ ଆସି ମୁଁ ଖୁସି ନୁହଁ ଏମିତି କେବେ ଭାବିବ ନାହିଁ । ଓଲଟା ମୁଁ ତ ତମ ପାଖରେ କୃତଜ୍ଞ । ତମେ ମୋତେ ଗୋଟିଏ ନୂଆ ଜୀବନ ଦେଇଛ । କହିବାକୁ ମୋତେ ବଞ୍ଚିବା ଶିଖେଇଛ ତମେ । 


- ଆଇ ଲଭ୍ ୟୁ ରିମା । ତମେ ମୋ ଉପରେ ଭରସା କରି ମୋ ଉପରେ ବିଶ୍ବାସ ରଖି ସବୁ କିଛି ଛାଡ଼ି ନିଜ ପରିବାର ଲୋକଙ୍କୁ ବି ମୋ ସହିତ ଏତେ ଦୂର ଚାଲି ଆସିଲ । ଏ ବିଶ୍ବାସ କୁ ତମର ମୁଁ କେବେ ବି ଭାଙ୍ଗିବା ପାଇଁ ଦେବି ନାହିଁ । ସବୁବେଳେ ଚେଷ୍ଟା କରିବି ତମକୁ ଖୁସି ରେ ରଖିବା ପାଇଁ । 


- ସତ କହିବି ଆକାଶ ମୋର ଆଉ କିଛି ବି ଦରକାର ନାହିଁ । ଲୁଣ ଭାତ ହେଲେ ବି ମୁଁ ଖାଇ ରହି ଯିବି ଯଦି ତମେ ଆଉ ତମ ଭଲ ପାଇବା ଏମିତି ମୋ ସାଙ୍ଗରେ ଥିବ । 

  ତମକୁ କେମିତି ମୁଁ ଧନ୍ୟବାଦ ଜଣେଇବି ବୁଝି ପାରୁନି । ସତ କହିବି ଆଜି ମୁଁ ଯେତିକି ଖୁସି ଅନୁଭବ କରୁଛି ପିଲା ଟି ଦିନରୁ କେବେ ବି ଏମିତି ଅନୁଭବ କରି ନ ଥିଲି । ମୋ ମା ମୋତେ ଜନ୍ମ ଦେଇ କି ହିଁ ଆର ପାରି କୁ ଚାଲିଗଲା। ବାପା ମା ମଲା ପରେ ବଡ଼ ମା କୁ ଘରକୁ ନେଇ ଆସିଲେ ଆଉ କହିଲେ ମୁଁ ବଡ଼ ମା କୁ ଆଗରୁ ବାହା ହେଇ ବାହାରେ ରଖିଥିଲି ଆଉ ତାଙ୍କ ସହିତ ଘରକୁ ବି ଆସିଥିଲେ ରାଜୁ ଭାଇ। 

  ମୋର ଯେତେବେଳେ ହେତୁ ଆସିଲା ମୁଁ ଜାଣିଲି ଯେ ରାଜୁ ଭାଇ ମୋର ସାବତ ଭାଇ ଆଉ ବଡ଼ ମା ମୋ ନିଜ ମା ନୁହେଁ । ତାଙ୍କର ମୋ ପ୍ରତି ବ୍ୟବହାର ହିଁ ମୋତେ ସବୁବେଳେ ଜଣେଇ ଦେଇଥିଲା କି ସେ ମୋ ନିଜର ନୁହଁନ୍ତି ବୋଲି । 

  ମୁଁ ଯେତେବେଳେ ଅଠର ବର୍ଷ ର ହେଲି ବାପା ଚାଲିଗଲେ ତା ପରେ ତ ମୋ ଉପରେ ତାଙ୍କର ନିର୍ଯାତନା ଆହୁରି ବଢି ଗଲା । ଆମର ବରଫ ଷ୍ଟୋର ଥିଲା , ଯେତେବେଳେ ମୁଁ କିଛି ଭୁଲ୍ କରି ଦିଏ ସେ ଜାଣତରେ ହେଉ ଅବା ଜାଣି କି ନ ହେଉ ଭାଇ ଆଉ ଭାଉଜ ନେଇ ମୋତେ ସେ ବରଫ ଘରେ ପୁରେଇ ଦେଉ ଥିଲେ । ସେ ବରଫ ଘରର ଜୀବନ ବିଷୟରେ ଭାବିଲେ ଏବେ ବି ମୋତେ ଭୟ ଲାଗୁଛି । ଦେହ ହାତ ମୋର ଥଣ୍ଡା ହେଇଯାଏ । ଶରୀର ଅବଶ ହେଇଯାଏ ହେଲେ ତା ପ୍ରତି କେହି ବି ଧ୍ୟାନ ଦିଅନ୍ତି ନାହିଁ । ସେ ଘରୁ ବାହାରିବା ପରେ ଥଣ୍ଡା ଜ୍ଵରରେ ପଡେ ମୁଁ ତଥାପି ଔଷଧ ଆଣି ଦିଅନ୍ତି ନାହିଁ । 

  ଶେଷରେ ମୁଁ ବାଧ୍ୟ ହେଲେ ତମ ସହ ଘରୁ ଗୋଡ଼ କାଢି ଚାଲି ଆସିବା ପାଇଁ । ହେଲେ ମୁଁ କେବେ ବି ଚାହୁଁ ନ ଥିଲି ଏମିତି ଭୁଲ୍।କରିବା ପାଇଁ ହେଲେ ସମୟ ଆଉ ପରିସ୍ଥିତି ମୋତେ ବାଧ୍ୟ କଲା ।  

  

 - ହଁ ରିମା ତମେ କିଛି ବି ଭୁଲ୍ କରିନ ? ଯିଏ ମଣିଷ ହେଇ ବି ଗୋଟିଏ ମଣିଷ ସହିତ ଏମିତି ବ୍ୟବହାର କରି ପାରୁଛି ସେ ମଣିଷ ନୁହେଁ ପଶୁରେ ଗଣା । ଆଉ ତମେ ସେ ପଶୁ କବଳରୁ ଖସି ଆସି କିଛି ବି ଭୁଲ୍ କରିନ । ଆଜି ଠୁ ସବୁ ଖୁସି ତୁମର , ଆଉ ତମେ ମୋର । ମୁଁ ତମକୁ କଥା ଦଉଛି ରିମା ଘରୁ ଗୋଡ଼ କାଢି ତମେ ଭୁଲ୍ କରିଛ ବୋଲି ଭାବିବାକୁ କେବେ ବି ସୁଯୋଗ ଦେବି ନାହିଁ ତମକୁ । କାହିଁକି ନା ଦୁନିଆର ସବୁ ଖୁସି ଯାହା ତମେ ପାଇବା ଦରକାର ସବୁ ଖୁସି ଆଣି ଦେବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିବି । 

  ବାସ୍ ତମେ ଏମିତି ସବୁବେଳେ ଖୁସିରେ ରୁହ ।

  ରିମା ଖୁସିରେ ଜାବୁଡ଼ି ଧରିଲା ଆକାଶକୁ ଆଉ ଆଖିରୁ ତାର ଝରି ଆସିଲା ଅମାନିଆ ଲୁହ ଯାହା ସବୁ ତା ମନ ଭିତରର କୋହକୁ ବାହାରକୁ ଆଣି ଦେଉଥିଲା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract