STORYMIRROR

CHINMAYEE PRADHAN

Abstract Drama Tragedy

3  

CHINMAYEE PRADHAN

Abstract Drama Tragedy

ଭଡାଘର

ଭଡାଘର

2 mins
146


ସକାଳୁ ସକାଳୁ ନିଜେ କରିଥିବା ଛୋଟ ବଗିଚାରେ ଶୁଖିଲା ପତ୍ରଗୁଡ଼ିକ ବାଛିବାରେ ବ୍ୟସ୍ତ ଅଛନ୍ତି ରମାକାନ୍ତ ବାବୁ। ଝିଅ ଆସି କହିଲା, ବାପା ବୋଉ ଡାକୁଛି ଆସ। ମାଲିକ ଆସିଛନ୍ତି ଘରଭଡ଼ା ଟଙ୍କା ଦେବାକୁ। ହଁ ଯାଉଛି କହି ଆସିଲେ। ବସନ୍ତୁ ଆଜ୍ଞା। ମାନି ଟିକେ ଚା ଆଣ। ଚା ଥାଉ ରମାକାନ୍ତ। ଘରଭଡ଼ା ଟଙ୍କାଟା ଦେଇଦେଲେ ମୁଁ ଯିବି। ବହୁତ୍ କାମ ଅଛି। ରମାକାନ୍ତ ବାବୁ କହିଲେ, ଏ ମାସର ଦରମା ଆସିନି ଆସିଲେ ମୁଁ ନିଜେ ଯାଇ ଦେଇ ଆସିବି।

ମାଲିକ - ଦେଖ ରମାକାନ୍ତ, ତୁମେ ତିନି ମାସର ଭଡା ଦେଇନ। ଏମିତି ହେଲେ ମୁଁ ଆଉ ବେଶୀ ଦିନ ଘରେ ରଖି ପାରିବିନି। ତିନି ଦିନ ଭିତରେ ଦେବ ନହେଲେ ଘର ଖାଲି କରିବ।


ମାନି-ଏଇ! ଦରମା ଆସିଲା କି? କାଲି ତାକୁ ଭଡା ଟଙ୍କା ନ ଦେଲେ ରହିବା କୋଉଠି? 


ରମାକାନ୍ତ - ଆସିନି ମାନି। ଯାହା ଦରମା ଘର ଖର୍ଚ୍ଚକୁ ନିଅଣ୍ଟ। ଠିକ୍ ସମୟରେ ନ ଆସିଲେ, ଉପାସ ରହିବାକୁ ପଡିବ। ପକେଟ୍ ପୁରା ଖାଲି। କଣ କରିବି କିଛି ଜାଣି ପାରୁନି। 


ମାନି- ତାହେଲେ କଣ ଘର ଛାଡିବାକୁ ପଡିବ? 

     ଏତିକି ବେଳେ ରାଜା ଦୌଡ଼ି ଆସି କହିଲା ବୋଉ, କାଲି ରାନିର ଜନ୍ମଦିନ ।ମତେ ଟଂକା ଦବୁ ମୁଁ ତା ପାଇଁ ଗିଫ୍ଟ ନେବି। ମାନି କହିଲା, ଧନରେ କୋଉଠୁ ଆଣିବି? ବାପାଙ୍କ ଦରମା ଆସିନି। ରାଜା ଅଝଟ ହୋଇ କହିଲା, ମୁଁ ଜାଣିନି ତୁ ମତେ ଦବୁ। ରୋଜି ଆସି କହିଲା, ଭାଇ ତୁ କଣ ପାଇଁ ଦୁଷ୍ଟ ହଉଛୁ? ଜାଣିଛୁ ବାପା ବୋଉ କେତେ ହଇରାଣ ହେଉଛନ୍ତି। ରୋଜିକୁ ବୋଉ କୁଣ୍ଡେଇ ପକେଇଲେ। କେତେ ବୁଝିବାର ମୋ ଝିଅଟା। 


   ମାନି-ଏଇ ଶୁଣୁଛ ଏ ମୁଦିଟା ବନ୍ଧା ପକାଇ ଟଙ୍କା ଆଣି ଭଡାଟା ଦେଇ ଦିଅ। 

ରମାକାନ୍ତ - ମାନି... ! ହଁ ଆଉକିଛି ଉପାୟ ବି ନାହିଁ। ଦିଅ। 

    ହଠାତ୍ ଦିନେ ରମାକାନ୍ତ ଆସି କହିଲେ, ମାନି ଆମକୁ ଏ ଘର ଛାଡି ଗାଁକୁ ଯିବାକୁ ପଡିବ। ମୋ କଂପାନୀ ବନ୍ଦ ହେଇଗଲା। ଏଠି ଚଳବା କେମିତି? କାଲି ସବୁ ଜିନିଷ ପତ୍ର ସଜାଡି ଦେବ। ପିଲାମାନଙ୍କ ସ୍କୁଲରୁ ଟି. ସି. ଆଜି ମୁଁ ନେଇ ଆସିବି। ସେମାନେ ଗାଁରେ ପଢିବେ। 


   ସବୁ ଜିନିଷପତ୍ର ଗାଡିରେ ଲଦା ହେଲା। ରାଜା ଓ ରୋଜି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ବୋଉ! ଆମେ କୁଆଡେ ଯିବା? ବୋଉ - ଆମେ ଗାଁକୁ ଯିବା। ଆଉ ଏଠି ରହିବାନି । 


ଏ କଥା ଶୁଣି ଦି ଜଣ ଯାକ କାନ୍ଦିବାକୁ ଲାଗିଲେ। ଆମେ ଯିବୁନି ବୋଉ। ଏଠି ସାଙ୍ଗ ମାନଙ୍କ ସହ ମିଶି ଆମେ କେତେ ଖେଳୁଥିଲୁ। ଆମ ସ୍କୁଲରେ ସବୁ ସାର୍ ଦିଦି ଭଲ। ଆମ ସାଙ୍ଗମାନେ ବି ବହୁତ ଭଲ। ମୁଁ ରାନିକି ଛାଡି ରହି ପାରିବିନି ବୋଉ। ତା ସଙ୍ଗେ ମୁଁ ସବୁବେଳେ ଖେଳେ। ମୁଁ ଯିବିନି। ଏତିକି ବେଳେ ରାନୀ ଆସି ପହଂଚି ଗଲା। ରୋଜି, ରାଜା ଓ ରାନୀ ପରସ୍ପରକୁ କୁଣ୍ଢେଇ କାନ୍ଦିବାକୁ ଲାଗିଲେ। କେହି କାହାକୁ ଛାଡିବାକୁ ନାରାଜ। 


   ବାପା ବୋଉ ବହୁତ ବୁଝେଇଲେ। ଏଠୁ ଆମକୁ ଯିବାକୁ ପଡିବ। ଏଇଟା ପରା ଭଡ଼ାଘର। କାନ୍ଦି କାନ୍ଦି ଗଲାବେଳେ ରାଜା ଓ ରୋଜି ଭାବୁଥିଲେ ଏଇଟା ଭଡ଼ାଘର ନ ହୋଇ ନିଜ ଘର ହେଇଥାନ୍ତା କି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract