ଭାରତୀୟ ମହିଳାଙ୍କ ସେବା ପ୍ରେମ
ଭାରତୀୟ ମହିଳାଙ୍କ ସେବା ପ୍ରେମ
କେହି ଜାଣିନଥାନ୍ତି ଜୀବନର କୋଉ ମୁହୂର୍ତ୍ତରେ କୋଉ ଘଡ଼ିସନ୍ଧି ଆସିଯିବ ,ହଠାତ ସକାଳ ପାଇଲା ବେଳକୁ ଯୁଦ୍ଧର ବିଭୀଷିକା ସାଙ୍ଗକୁ ,ଆଶ୍ରୟ ସ୍ଥଳକୁ ଚାଲିଯିବା ପାଇଁ ନିର୍ଦେଶରେ ସବୁ ଓଡ଼ିଆ ଝିଅମାନଙ୍କ ସହ ଚାକିରୀ କରିଥିବା ମହିଳା ମାନଙ୍କୁ ହଷ୍ଟେଲରୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା .ଭୟ ଆଶଙ୍କା ଭିତରେ ନିଜ ଜୀବନ ରକ୍ଷା ପାଇଁ ସନ୍ତୁଳନ ଥିଲା ବେଳେ ,ଘରୁ ଆସୁଥିଲା ଭିଡ଼ିଓ କଲ ,ଆଉ ଆଶ୍ୱାସନା ଯେ ,ଖୁବ ଶୀଘ୍ର ତୁମମାନଙ୍କୁ ଉଦ୍ଧାର କରି ଅଣାଯିବ ,ବ୍ୟସ୍ତ ହୁଅ ନାହିଁ .ପୁଣି କୋଉ ମା ହନୁମାନ ଚାଳିଶା ବୋଲିବାକୁ କହୁଥାନ୍ତି ତ କିଏ ସାନ୍ତ୍ୱନା ଦେଉଥାନ୍ତି ,କିଏ ଧର୍ଯ୍ୟ ଓ ସାହସ ରଖିବାକୁ କହୁଥାନ୍ତି .
ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସୌଜନ୍ୟତାମୂଳକ କଥାବାର୍ତ୍ତା ତଥା ସବୁ ରାଜ୍ୟ ତଥା ଦେଶର,ଲୋକମାନଙ୍କର ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ମିଳିଯିବା ପରେ,ଶରଣାର୍ଥୀ ମାନେ ଆଶ୍ୱାସନା ପାଇ ଚାହିଁ ରହିଥିଲେ ସମୟକୁ ,ଆଉ ସେଇ ମୁହୂର୍ତ୍ତର ସମୟ ପହଂଚିବା ପୁର୍ବରୁ ,ଅନେକ କ୍ଷତାକ୍ତ ଶରଣାର୍ଥୀ ପହଂଚିଥିଲେ ,ତ ସୁନିତା ସବୁ ଭୁଲି ,ନୂଆ ଦୃଷ୍ଟି ସମ୍ପର୍ଣ୍ଣା ହୋଇ ଅହରହ ସେବା ଶୁଶ୍ରୁଷାରେ ଲାଗିପଡ଼ିଲେ ସେହି ସୈନିକ ମାନଙ୍କୁ .
ସେହି ସୁରକ୍ଷା ସମୟ ଆଗତ ,ଭାରତରୁ ,ସ୍ୱତନ୍ତ୍ର ଉଡାଜାହାଜ ପହଁଚିଯାଇଛି ,ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ,ସମସ୍ତେ ଉତ୍ସାହିତ ,ଏବଂ ଯିବାକୁ ପ୍ରସ୍ତୁତ ,ହେଲେ ସୁନିତା ଯିବାକୁ ରାଜି ନୁହଁ ,ତାଙ୍କର ମନେ ପଡୁଥିଲା ନାଇଟିଙ୍ଗେଲଙ୍କ କଥା ,ଯିଏ ଭାରତର ବୁଲବୁଲ ହିସାବରେ ପରିଚିତ ,ତାଙ୍କରି ପ୍ରେରଣା ଆଜି ଜାଗିଛି ସୁନିତାଙ୍କ,ମନ ହୃଦୟ ପ୍ରାଣ ରେ ,ସୈନିକ ମାନଙ୍କୁ ସୁରକ୍ଷା ଜନିତ ସେବା ଯୋଗାଇ ଦେବାକୁ ସେ ବଦ୍ଧପରିକର .
ବହୁ ଶରଣାର୍ଥୀ ପହଂଚିଗଲେ ଦିଲ୍ଲୀ ତଥା ବମ୍ବେର ଏୟାରପୋର୍ଟରେ ,କିନ୍ତୁ ସୁନିତା ରହିଯାଇଥିଲେ ସୁଦୂର ଶରଣାର୍ଥୀ ଶିଵୀରରେ ,ମା ରୂପୀ ସେବିକା ହିସାବରେ ,ନୂଆ ଦୃଷ୍ଟି ସମ୍ପର୍ଣ୍ଣ ହୋଇ ,ସତରେ ସୁନିତା ମାଆ ମାଆ ବୋଲି ଖୋଜୁଥିଲେ ସମସ୍ତେ ,ଜୟ ସୁନିତା କି ଜୟ କହୁଥିଲେ ,ଭାରତୀୟ ମାନେ ,ଯାହାର ମୂଳଭିତ୍ତି ଶାନ୍ତି ,ସୌହାର୍ଦ୍ୟ ,ଭାଇଚାରାରେ ପର୍ଯ୍ୟବେସିତ l