STORYMIRROR

Er. Suchismita Satpathy

Abstract Inspirational Children

3  

Er. Suchismita Satpathy

Abstract Inspirational Children

ବଡ ଘର ବଡ ଗୁମର କଥା

ବଡ ଘର ବଡ ଗୁମର କଥା

3 mins
218

ବଡ ଘର ବଡ ଗୁମର କଥାଲୋ,

ବଡ ଘର ବଡ ଗୁମର କଥା,

ଏହି ପଦଟିକୁ ସଦା ସର୍ବଦା ମୋ ଜେଜେମା ଦୋହରାଉଥାନ୍ତି।କଣ ସେ ପଦର ଅର୍ଥ ମୁଁ ବୁଝିପାରେନି।ମାଆକୁ ପଚାରିଲେ କୁହେ ସେମିତି କିଛି ନାହିଁ।ଏକ ଧାରାବାହିକ ଦେଉଥିଲା ଦୂରଦର୍ଶନ ରେ ତାକୁହିଁ ତୋ ଜେଜେ ମା ସବୁବେଳେ ଘୋଷି ହୁଅନ୍ତି।ଏକଥା ଶୁଣି ମୁଁ ପଚାରିଲି କଣ ବହୁତ ଭଲ ଥିଲାକି?ମୋ କଥା ଶୁଣି ମାଆ କହିଲେ ତୁ ଛୋଟ ପିଲା ସେଥିରେ ମୁଣ୍ଡ ଖେଳାନି ଯାଆ ପଢିବୁ।ମାଆଙ୍କ ଠାରୁ ଏକଥା ଶୁଣି ମୁଁ ଭାବିଲି ମାଆ କେତେବେଳେ କଣ କହୁଛନ୍ତି ମୁଁ ବୁଝିପାରୁନି।ଯଦି କୋଉ କାମଟା କହିଥିବେ କରିପାରିନଥିବି ,କହନ୍ତି ଏତେ ବଡ ପିଲା ହେଲୁଣି ଏତିକି କାମ କରିପାରିଲୁନି ଆଉ ଏବେ କହୁଛନ୍ତି ଛୋଟପିଲା।ଓହୋ ଏ ବଡ ଲୋକ ମାନଙ୍କର ମୁଣ୍ଡ ବୋଧେ କାମକରେନି।ମୁଁ ପୁଣି ଛୋଟ।ଆଉ ଛ ମାସ ଗଲେ ମୋର ଟ୍ରେନିଂ ସରିବ ଓ ମୁଁ ନିୟମିତ ଚାକିରୀ ରେ ଯୋଗ ଦେବି।ତଥାପି ମାଆ କହୁଛନ୍ତି ଖାଲି ପଢ।

ଏହା କହି କହି ଆସୁଥିଲା ବେଳେ ମୁଁ ଦେଖିଲି ପଡିଶା ଘର ସିଲା କାନ୍ଧରେ ଏକ ବ୍ୟାଗ ଝୁଲେଇ ସଜେଇ ହୋଇ ଘର ଆଗରେ ଥିବା ତାଙ୍କ କାରରେ ବସି କୁଆଡେ ବାହାରିଗଲା।ଅନେକ ସମୟରେ ମୁଁ ଦେଖିଛି ସିଲାକୁ ବାହାରକୁ ଯିବାର ଓ ସବୁବେଳେ ନୂଆ ପୋଷାକ ଓ ଭାରି ଦାମିକା।ବେଳେବେଳେ ତାଙ୍କ ଘରକୁ ଡାକି ସେ ଆଣିଥିବା ପୋଷାକ ଦେଖାଏ।ଦେଖି ଆଖି ଲାଖିଯାଏ।ବହୁତ ମନ ହୁଏ ମୋର ବି ଏପରି ପୋଷାକ ଥାନ୍ତା କି।ତାଙ୍କ ବାପା ମାଆଙ୍କ ର ସେ ବି ଗୋଟିଏ ଝିଅ।ମୁଁ ବି।ତେବେ ମୋ ମାଆ ବାପା ମୋ ପାଇଁ ଦାମି ପୋଷାକ ଆଣିଦେଉନାହାନ୍ତି କାହିଁକି।ମନଟା ବେଳେବେଳେ ବିଦ୍ରୋହ କରିଉଠେମାତ୍ର କିଛି କହିପାରେନି।କାରଣ ପିଲାଟି ଦିନରୁ ବାପାମାଆ ଙ୍କର ମୋ ପ୍ରତି ସ୍ନେହ ଓ ଭଲ ପାଇବା ସହ ସରଳ ଅନୁଶାସନ ଆମ ପରିବାରକୁ ଏକ ବନ୍ଧନରେ ବାନ୍ଧି ରଖିଛି।ତେଣୁ ଏଠି ଆବଶ୍ୟକତା ପୂରଣ ହୁଏ।ଅତ୍ୟଧିକ ଆବଶ୍ୟକତା କୁ ସମୟ ଉପରେ ଛାଡିଦିଆଯାଏ।

ଏସବୁ ଭିତରେ ମୋର ସବୁବେଳେ ମନରେ ଥାଏ ମୋର ପ୍ରଥମ ଦରମା ପାଇଲେ ବାପାମାଆ ଓ ଜେଜେମାଆ ପାଇଁ ଭଲ ପୋଷାକ କିଣିବି।ତାପରେ ମୋ ପାଇଁ।ସେତେବେଳେ ସିଲାକୁ ଆମଘରକୁ ଡାକିବି।

ଦିନପରେ ଦିନ ଗଡିଚାଲେ ମଝିରେ ମଝିରେ ସିଲାର ମାଆ ଆମ ଘରକୁ ଆସନ୍ତି।ତାଙ୍କ ଝିଅ କେମିତି ପଇସା ରୋଜଗାର କରି ଘର ପାଇଁ ଦାମିକା ସଜସଜ୍ଜା ପଦାର୍ଥ ଓ ଦାମି ପୋଷାକ ଆଣେ ସେକଥା କୁହନ୍ତି।ଆଉ କୁହନ୍ତି ଆମ ଝିଅ ଆମ ଦୁଇଜଣଙ୍କୁ ନଦେଖିଲେ ଦଣ୍ଡେ ରହିପାରେନି।ବହୁତ ଭଲ ପାଏ।ମୋ ଜେଜେମାଆ ରହି ରହି ପଚାରେ ସିଲା କୋଉଠି ଚାକିରୀ କରିଛି କି।ଯେମିତି ଆମ ଝିଅ କଣ ଓଜିବି ରେ ଚାକିରୀ ପାଇଛି।ବ୍ୟାଙ୍କ ରେ।ସେମିତି।ଜେଜେମାଆ କଥା ଶୁଣି ମତେ ହସ ଲାଗୁଥାଏ।ସେ ଏମିତି କହୁଥାନ୍ତି ଯେମିତି ସେ ସ୍ୱର୍ଗ କୁ ନିଶୁଣି ପାଇଛନ୍ତି।ସିଲାର ମାଆ କିନ୍ତୁ କହିପାରନ୍ତି ନାହିଁ।କୁହନ୍ତି ନା ସେ ବହୁତ ବଡ ଚାକିରୀ କରିଛି।ତା ଅଫିସରୁ ସବୁଦିନ ଗାଡିଆସେ ସେ ଯାଏ।ଏହା କହି ଚାଲିଯାଆନ୍ତି।ସେ ଗଲାପରେ ଜେଜେମାଆ କୁହନ୍ତି , "ହଁ ମ ବଡ ଘର ବଡ ଗୁମର କଥା"।

ତଥାପି ମୁଁ ବୁଝିପାରେନି ସିଲା ଘର କଥା ପଡିଲେ ଜେଜେମାଆ ଏପରି କାହିଁକି କୁହନ୍ତି।କିଛି ଦିନ ଗଲା।ମାଆ କହୁଥିବା ଶୁଣିଲି ସିଲା ର ମାଆ ଅନେକ ଦିନ ହେବ ଆସିନାହାନ୍ତି।କଣ କିଛି ଅସୁବିଧା ହେଇଛିକି।ଟିକେ ଦେଖିଆସିଲେ ହୁଅନ୍ତା।ଜେଜେମାଆ କହୁଥାନ୍ତି କାହିଁକି ଯିବୁ ପୁଣି ଦେଖେଇ କି ଅନେକ କଥା କହିବ ତୋର ମନ ଦୁଃଖ ହେବ।ଏହା ଶୁଣି ମତେ ବି ଲାଗିଲା ମୁଁ ବି କିଛି ଦିନ ହେବ ତାଙ୍କୁ ଦେଖିନି।

ଦିନ ବେଳା ମାଆ କାହାକୁ କିଛି ନକହି ତାଙ୍କ ଘଳକୁ ଯିବାର ମୁଁ ଦେଖିଲି ମାତ୍ର କିଛି କହିଲି ନାହିଁ।କିଛି ସମୟ ପରେ ମାଆ ଫେରି ମନ ଦୁଃଖରେ ବସିପଡିଲେ।ଜେଜେମାଆ ମାଆର ଏପରି ଅବସ୍ଥା ଦେଖି କଣ ହେଲା ପଚାରିବାରେ ମାଆଙ୍କ ଆଖି ଛଳଛଳ ହୋଇଗଲା।ମତେ ବି ଲାଗିଲା ସିଲାର ମାଆ ବୋଧେ ଏମିତି କିଛି କହିଛନ୍ତି ଯେଉଁ ଥିରେ ମାଙ୍କ ମନ ଦୁଃଖ ହୋଇଯାଇଛି।ଜେଜେମାଆ ମାକୁ ଗାଳିକଲେ।କିଛି ସମୟ ପରେ ମାଆ କହିଲେ,ନାଇଁ ମ ବୋଉ ,ସେକଥା ନୁହେଁ ମୁଁ ଏମିତି କିଛି କଥା ଶୁଣିଲି ମୋର କାନ ଝାଇଁ ମାରିଗଲା।

ଜେଜେମାଆ ପୁରା ଆଗ୍ରହର ସହ ମାଆ ପାଖରେ ବସିପଡି ପଚାରିଲେ କଣ ହେଲାକି ସେ ବଡଘରେ।

ମୁଁ ମଧ୍ୟ ସେଠାରେ ଯାଇ ବସିପଡିଲି।ମାଆ କହିଲେ ଝିଅମାନେ ବି ଏପରି ଥାନ୍ତି ଶୁଣି ଦୁଃଖ ଲାଗିଲା।ବାପାମାଆ ଦୁଇଜଣଙ୍କୁ ଚାକର କରି ଘରେ ରଖିଛି।କିଛି ଚାକିରୀ ବାକିରି କରେନାହିଁ ମ ସିଲା।ଯେଉଁ ମାନେ ଜାଗା ଦଲାଲ ତାଙ୍କ ପାଖରେ କାମକରେ ଜାଗା ବିକ୍ରି କରିବାରେ ମଧ୍ୟସ୍ଥି ହୋଇ।ବହୁ ବଡ ବଡ ରିଅଲ ଇଷ୍ଟେଟ ରେ ଦଲାଲଙ୍କ ପାଖରେ।କିଛି ଭଲ କାମ ନୁହେଁ ।ସେ ରାତି ରାତି ଘରକୁ ଆସେନି।ଅନେକ ଲୋକଙ୍କ ସହ ବୁଲେ।ତାର ପଇସା ରାତିକେ ହାତିଏ।ମାତ୍ର ବାପା ମାଆ ଦୁଇଜଣଙ୍କୁ ପଚାରେନି।ସେମାନେ ଝିଅକହି ଏଠାରେ ପଡିରହିଛନ୍ତି।ତଙ୍କର ଯାହା ଅର୍ଥ ଥିଲା ଏଘରଟି କରି ଦେଲେ ।ଏବେ ତାଙ୍କ ପାଖରେ କିଛି ଅର୍ଥ ନାହିଁ।ଝିଅ ହାତକୁ ଚାହିଁ ରହିଥାନ୍ତି।ଅନେକ ଦିନ ହେଲା ତା ବାପାଙ୍କ ଦେହ ଖରାପ ଅଛି।ଔଷଧ ପାଇଁ ପଇସା ମାଗିଲାରୁ ଝିଅ କହିଲା ଘରୁ ବାହାରିଯାଅ।ଏ ବୟସରେ ସେମାନେ ଯିବେ କୁଆଡେ।ପାଖରେ ଅର୍ଥ ଥିଲେ ପଳେଇଥାନ୍ତେ ବୋଲି କହିଲେ।ଝିଅ ଏପରି କାମ କରିବ ବୋଲି ସେମାନେ କେବେ ଭାବି ନଥିଲେ

ପାଖ ଦୋକାନରୁ କିଛି ଔଷଧ ଆଣି ତାଙ୍କୁ ଦେଇଆସିଲି।କହିଆସିଛି କିଛି ଦରକାର ହେଲେ କହିବେ ସଙ୍କୋଚ କରିବେ ନାହିଁ।

ଏକଥା ଶୁଣି ସିଲା ପ୍ରତି ମୋର ଧାରଣା ବଦଳିଗଲା।ଜେଜେମାଆ କହିଲେ ଦେଖିଲୁ ମୁଁ ସବୁବେଳେ କୁହେ ବଡ ଘର ବଡ ଗୁମର କଥା।ଏବେ ବୁଝିଲୁ ମୁଁ କାହିଁକି କୁହେ।ମାଆ ଶୁଣି କହିଲା ହଁ ବୋଉ ଆପଣ ଠିକ କୁହନ୍ତି।

ମୁଁ ବି ବୁଝିଗଲି ଜେଜେ ମାଆ କାହିଁକି ସବୁବେଳେ ଏକଥା କୁହେ। ପ୍ରକୃତରେ ବାହାର ସୁନ୍ଦର ଜିନିଷ ଯେ ସବୁବେଳେ ଭିତରେ ବି ସୁନ୍ଦର ଥିବ ତାହା ଭାବିବା ଭୂଲ।


Rate this content
Log in

Similar oriya story from Abstract