ବଡ଼ ଅପା
ବଡ଼ ଅପା
ବା ମା ଚାଲିଗଲା ପରେ ଘରେ ଗୋଟେ ବିରାଟ ନୀରବତା ଥିଲା । ଭାଇ ଭଉଣୀ ମାନେ ସବୁ ବସି ଥିଲେ ଏକାଠି । ଘର ଓ ଜିନିଷ ପତ୍ର ଭାଗ ବଣ୍ଟା କଥା ଉଠିଲା । ଭାଈ ମାନେ କାହାର କଣ ଇଚ୍ଛା କଥା କହିଲେ ବଡ଼ ଅପା କହିଲା ବାପାଙ୍କ ବସିବା ଘରକୁ ସଜେଇ ରଖିବା ଓ ବୋଉର ସେ ସୁନ୍ଦର ବାକ୍ସ ଟା ମୁଁ ନେବି " । ଅନେକ ବୋଧେ ଜାଣି ନଥିଲେ କି ବୋଉର ଗୋଟେ ସୁନ୍ଦର ବାକ୍ସ ତା ଆଲମାରୀରେ ଅଛି ବୋଲି । ଆଲମାରୀ ଖୋଲି ସେ ବାକ୍ସ କଢାଗଲା । ସତରେ ବହୁତ ସୁନ୍ଦର ଥିଲେ ସେ ରୁପାର ବାକ୍ସଟି କିନ୍ତୁ ସେଥିରେ ଛବି ନଥିଲା ଅପା ଖୋଲୁଥିଲା ବାକ୍ଶ ସମସ୍ତେ ଘେରି ଠିଆ ହୋଈଥିଲେ ତାକୁ ଚାହିଁ ।
ବାକ୍ସରେ ବୋଉର ମା ବାପାଙ୍କ ଗୋଟେ ଛୋଟ ଫଟ ଥିଲା ଓ ଜଗନ୍ନାଥଙ୍କ ଫଟ ବାକ୍ସର ଭିତର ପଟ କଭରରେ ଲାଗିଥିଲା । ତା ମଝିରେ ଗୋଟେ ଛୋଟ କଣ୍ଢେଇ ଥିଲା ତା ଦେହରେ ତା ମାଙ୍କ ନାଁ ଲେଖା ହୋଇଥିଲା । ତା ପାଖରେ ଗୋଟେ ଚିଠି ବି ଥିଲା । ସମସ୍ତେ ସେ ଚିଠି ଖୋଲି ପଢିଲେ । ସେଥିରେ ଲେଖାଥିଲା " ମାରେ ଆମେ ଓ ପ୍ରଭୁ ଜଗନ୍ନାଥ ସବୁବେଳେ ତୋ ପାଖରେ ଅଛୁ , କୌଣସି କଥାରେ କେବେ ଜିଦ କରିବୁନି କି କାହା ସଂଗେ କେବେ ଝଗଡ଼ା କରିବୁନି । ତତେ ଦୁଃଖ ଲାଗିଲେ ଏ ବାକ୍ସଖୋଲି ଦେଖି ଦେବୁ ,ତୋର ସବୁ ଦୁଃଖ ଦୂର ହୋଇଯିବ " । ସେ ଚିଠି ପଢି ସମସ୍ତଙ୍କ ଆଖିରେ ଲୁହ ଆସି ଗଲା ।
ବଡ଼ ଅପା ଛଡା କେହି ସେ ବାକ୍ଶ ଦେଖିନଥିଲେ ତେଣୁ ସେ କଥା ଜାଣି ବି ନଥିଲେ । ମା କହା ସାଙ୍ଗରେ କେବେ ଝଗଡା କରିବାର କାହାର ମାନେ ବି ନଥିଲା । କାନ୍ଦୁ କାନ୍ଦୁ ବଡ଼ ଅପା କହିଲା ବାକ୍ସଟା ବୋଉ ଆଲମାରୀ ରେ ଥାଉ ମୋର ଦରକାର ନାହିଁ ।
