Akshayakumar Dash

Action Classics Inspirational

3  

Akshayakumar Dash

Action Classics Inspirational

ବାପାଙ୍କ ଲେଖା

ବାପାଙ୍କ ଲେଖା

2 mins
237


ପିଲାବେଳର କଥା।ଦିନେ ବାପା ଗୋଟିଏ କବିତା ଲେଖି ଶୁଣେଇଲେ।କବିତାଟି ଥିଲା ଛୁଆଙ୍କ ପାଇଁ ।ପଚାରିଲେ, କିମିତି ଲାଗିଲା,କହିଲି ବହୁତ ଭଲ। କବିତା କୁ ଭଲକରି ଲେଖି ପଠାଇଦେଲେ ସମାଜ ଶିଶୁରାଇଜ ।କିଛିଦିନପରେ ଖବରକାଗଜରେ ବାହାରିଲା ।ମତେ ଦେଖେଇଲେ। ପଚାରିଲି, ବାପା ଓଡିଶା ସାରା ଆଜି ତ ତୁମ କବିତା ପଢୁଥିବେ ।କହିଲେ ,ହଁ ଯେ, ଯେଉଁମାନେ ସମାଜ ପଢୁଥିବେ ସେଇମାନେ କେବଳ କବିତା ପଢିବେ ।ସେଇଦିନ ବାପାବହୁତ ଖୁସି ଥିବାର ଦେଖିଲି ।ଦିନେ ଭୋରୁ ମୋର ନିଦ ଭାଙ୍ଗିଗଲା, ଦେଖେତ ଳଣ୍ଠନ ଦିକି ଦିକି ଜଳୁଛି । ବାପା ତାଙ୍କ ଶୋଇବା ଜାଗାରେ ବିଛଣା ଉପରେ ବସି ତକିଆ ଉପରେ ଖାତା ରଖି କଣ ନଇଁ ପଡ଼ି ଲେଖି ଚାଲିଛନ୍ତି ।ଏତେ ଧ୍ୟାନ ଥିଲାଯେ ମତେବି ଦେଖିନାହାନ୍ତି ।ମୁଁ ଉଠି ଏକ ଯାଇ ଫେରିଲି ।ସେଇମିତି ବାପା ବସି ଲେଖୁଥିଲେ ।ପଚାରିଲି ବାପା କଣ ଲେଖୁଛନ୍ତି । ମତେ ଟିକେ ଚାହିଁଦେଇ ଲେଖି ଚାଲିଲେ । ସେ ମତେ କିଛି କହିଲେ ନାହିଁ । ମୁଁ ବି ପାହାନ୍ତିଆ ସୁଲୁସୁଳିଆ ପବନ ସାଙ୍ଗକୁ ଶୋଇଗଲି । ଖରାଦିନ ଥିଲା । ଭୋରୁ ବାପା ଉଠି ଲେଖିବା ତାଙ୍କର ନିତିଦିନିଆ ଅଭ୍ୟାସ କହିଲେ ଚଳେ। ସକାଳ ପହରୁ ତାଙ୍କର ରାତି ପଯ୍ୟନ୍ତ କାମ ଚାଲିଥାଏ ।ସକାଳୁ ଗାଧୋଇ ଠାକୁର ପୂଜା, ତାପରେ ସାଇକେଲ ଧରି ନିଜ କାର୍ଯ୍ୟ କ୍ଷେତ୍ର ଘରଠାରୁ ତିରିଶ କୋଶ ବାଟ ସାଇକେଲ ଧରି ଯିବାଆସିବା କରି ସନ୍ଧ୍ୟା ବା କୋଣସି ଦିନ ରାତ୍ରିରେ ଫେରନ୍ତି । ରାତିରେ ଗଣ୍ଡେ ଖାଇଦେଇ ଶୋଇପଡନ୍ତି ।ଶୀଘ୍ର ଶୁଅନ୍ତି । ଭୋରୁ ଉଠି କବିତା ଲେକନ୍ତି । ମୁସେଦିନ ବାପା ଗଲାପରେ ତାଙ୍କ ଲେଖା ଦେଖିଲି । ମୋଟା ଖାତାରେ ପ୍ରାୟ ଶହେ ଫର୍ଦ୍ଦ ଲେଖିଛନ୍ତି । କ୍ଷୀରବ୍ଧହି ତନୟା ନାମକ କାବ୍ୟ । ମୁଁ କିଛି ପଢ଼ିଲି । ଅଧା ବୁଝିଲି ।କାରଣ ଭାଷା କ୍ଲିଷ୍ଟ ଥିଲା । ଅଳ୍ପ ପଢି ରଖିଦେଲି । କ୍ରମେ ମୁଁ ହାଇସ୍କୁଲ ପଢା ଶେଷ କରି କଲେଜ ଗଲି । କଲେଜ ମେଗାଜିନ ରେ ଲେଖି ଦେଲି ।ଆଗରୁ ହାଇସ୍କୁଲ ରେ ବି ପଡ଼ିଲା ବେଳେ ଗୋଟିଏ କବିତା ପୋଡପିଠା ଶିଶୁ କବିତାଟିଏ ଲେଖି ବାପାକୁ ଦେଖେଇଲି । ବାପା ଟିକେ ଯାହା ଭୂଲ ଥିଲା ତାହା ଠିକ କରିଦେଲେ ।ତାକୁ ସମାଜ ଶିଶୁ ରାଇଜକୁ ପଠେଇଦେଲି । ମାସେ ହେବ , ଭୂଲି ଯାଇଥିଲି । ରଜ ସମୟ । ରବିବାର ସମାଜ ଦେଖୁ ଦେଖୁ ମୋ କବିତା ପୋଡପିଠା ବାହାରିଛି । ବହୁତ ଖୁସିରେ ବାପାକୁଂ ଆଣି ଦେଖେଇଲି । ବାପା ପଢି ସାବାସ କହିଲେ । ସେଇଦିନୁ ମୋର ଲେଖାଲେଖିରେ ଆଗ୍ରହ ପ୍ରକାଶ ହେଲା ।ବାପା କଂ ବହି ୧୯୭୯ ମସିହାରେ ଖୀରବ୍ଧହି ତନୟା ଲେଖାହୋଇ ପ୍ରକାଶ ହୋଇନଥିଲା ।ମୋର ଚାକିରୀ ହେଲା ପରେ ବହିଛପା ହେଲା । ବାପା ରାଜି ହେଉନଥିଲେ ଛପେଇବାକୁ । ମୁଁ ବୁଝେଇ ଛପେଇଲି ବିରଜା ପ୍ରେସ ଜାରକା ଠାରେ । ବହି ଛପାହେଲା ପରେ ବାପା ବହିଧରି ତାଙ୍କ ସାଙ୍ଗ ସାଥି ଲେଖକ ଓ କବି ଗାହଣମାନକୁ ନେଇ ଦେ ତତାଙ୍କର ଆଗରୁ ୧୯ ୫୬ ମସିହାରେ ଏକ ପତ୍ରିକା କମନୀୟ ଛପା ବହି ବାହାରିଥିଲା । ତାହା ପ୍ରଜାତନ୍ତ୍ର ପ୍ରେସରେ ଛପା ହୋଇଥିଲା । କମନୀୟ ଏ ଅଞ୍ଚଳର ପ୍ରଥମ ଛପା ପତ୍ରିକା ରୂପେ ପରିଚିତ ।ଅନେକ ଗୁଡିଏ ଲେଖା ଅପ୍ରକାଶିତ। ଏବେ ବାପାଙ୍କର ନାତୁଣୀ ମୋର ଭାଣିଜୀ ତୀର ତରଙ୍ଗ ର ପ୍ରକାଶିକା ବନ୍ଦନା ମିଶ୍ର କୁ ନେଇ ଦେଇଛି ପ୍ରକାଶ କରିବାକୁ । ବାପା ଆରପାରିକୁ ଚାଲି ଗଲେଣି ଆଜକୁ କୋଡିଏ ବର୍ଷ ହେବ ।ତାଙ୍କର ପ୍ରେରଣାରେ ମୋର କଲମ ଚାଲିଛି ।


Rate this content
Log in

Similar oriya story from Action