ବାଲିଘର
ବାଲିଘର
ମରୁଭୂମିର ସାହାରା ଓଟ ଓ ସ୍ଲେଜ ଗାଡି ବୋଲି ପିଲାଦିନେ ପଢି ପଢି ବଡ଼ ହେଲା ପରେ ରାଜସ୍ଥାନର ଥର ମରୁଭୂମିର ବାଲି ଉପରେ ଚାଲିବାର ଆଦ୍ୟମ ଇଛାକୁ ଫଳବତୀ କରିବାକୁ ଯାଇ ଅଶୋକ ଯେବେ ସ୍ତ୍ରୀ ସହ ସେହି ଅଞ୍ଚଳକୁ ବୁଲି ଯାଇଥିଲା ଭାବୁଥିଲା ଆଗରୁ ଷ୍ଟଡି ଟୁରରେ ଆସିଥିଲେ ହୁଏତ ଅନେକ କଥା ଜାଣିପାରିଥାଆନ୍ତା ସେ.ତା ନିଜ ସହରରେ ସମୁଦ୍ର ବେଳାଭୂମିରେ ବାଲିରେ ଅନେକ ଦେଉଳ ତୋଳିଛି କିନ୍ତୁ ପ୍ରତିଥର ସମୁଦ୍ର ଲହଡି ମାଡି ଆସି ଧୋଇନେଇଛି ତା ବାଲିଘର. ତା ବାଲିଘରର ସାମ୍ରାଜ୍ୟରେ ସେ କେତେ ସ୍ବପ୍ନ ବୁଣି ନିଜକୁ ରାଜା ବୋଲି ଭାବୁ ଭାବୁ ପାଇଛି ଅନେକ ସଜା. ଯେ କୌଣସି ଜିନିଷ କୁ ଭାଙ୍ଗିଦେଲେ ଆଉ ଗଢିବା କି ଖୋଜିବା ଭାରି କଷ୍ଟ ବୋଲି ବୁଝିଗଲା ବୋଲି ତ ଅଶୋକ ଅଣ୍ଟା ସଳଖି ପୁଣି ଠିଆ ହେଲା. ବିବାହ ପରେ ମାଟ୍ରିକ ପାସ କରି ବାପା ମନୋଜଙ୍କୁ ଜଣେଇଦେଲା ଛତୁ ଉଠା କାଠରେ ମଧ୍ୟ ଜୀଵନ ଥାଏ ବାପା.ଯେମିତି ନିଶ ଉଠି ସାରିଥିଲେ ମଧ୍ୟ ମୁଁ ପାଠ ପଢି ଉତୀର୍ଣ୍ଣ ହୋଇଛି. ତା ପରଠୁ ସେ ଆଉ ପଛକୁ ଚାହିଁନି ବରଂ ନିଜକୁ ବାପାଙ୍କ ଅନୁଯାୟୀ ଗଢି ଆଜି ବଢି ଭମଣିଷ ହୋଇଯାଇଛି କିନ୍ତୁ ଆଜି ଏ ଥର ମରୁଭୂମରେ ସେ ଅନ୍ୟ ଏକ ସତ୍ୟର ଅନୁସନ୍ଧାନ କରୁଛି. ଏଠି ସମୁଦ୍ରର ଲହଡରେ ଜୁଆର ନାହିଁ. ସେ ଆସେନାହିଁ ବରଂ ତା ନିକଟକୁ ଯିବାକୁ ପଡେ ଠିକ ଅଲିଭ ରିଡଲେ କଇଁଛ ମାନଙ୍କ ପରି. ପତ୍ନୀ ଭାରି ଦୂର ଦୃଷ୍ଟିସମ୍ପନ୍ନା ତ ମଧୁର ପାଣି ବୋତଲ ଓ ଖାଦ୍ୟ ତା ପାଖେ ଥିବା ବ୍ୟାଗରେ ଏଯାଏଁ ସୁରକ୍ଷିତ ତଥା ସଞ୍ଚିତ ସତ ହେଲେ ଅଶୋକୁ ଲାଗୁଥିଲା ଯେତେ ଯତ୍ନଶୀଳ ହେଲେ ମଧ୍ୟ ମଣିଷ ଧୋକା ଖାଏ ଏଇ ଯେମିତି ଜଳଖିଆ ନଷ୍ଟ ହୋଇଯାଏ. କିନ୍ତୁ ବାଲି ପରି ବିଶାଳ ପାହାଡ଼ ଭାଙ୍ଗିଲେ ମଧ୍ୟ ଗଢି ହେଉଥାଏ ପୁଣି ନୂତନ ରୂପରେ ନୂତନ ସ୍ୱାଦ ଓ ଗନ୍ଧରେ.ଅଶୋକୁ ଲାଗିଲା ତା ବାଲିଘକୁ ସମୁଦ୍ରର ଲହଡି ସିନା ଭାଙ୍ଗିଦେଉନି କିନ୍ତୁ କେହି ଜଣେ କବଳିତ କରି ରଖିଛି. ସତକୁ ସତ ଅଶୋକ ଦେଖିଲା କଇଁଛଟିଏ ତା ବାଲିଘର ଭିତରେ.
ଅଶୋକ ଜାଣିଥିଲା ସତ କହିବାକୁ କିଆଁ ଡରିବି... ସତ କହି ପଛେ ମଲେ ମରିବି. ପିଲାଦିନୁ ମଧୁସୂଦନ ରାଓ ଲେଖିଥିବା ଆହେ ଦୟମୟ ବିଶ୍ୱବିହାରୀ ଜଣାନ କଲାବେଳେ ସେ ପଢିଛି ଓ ବାପାଙ୍କ ଠାରୁ ଶିଖିଛି ଯେ ସତ କହିବାକୁ କିଆଁ ଡରିବି, ପଦଟିରୁ ସତକୁ ଭଲ ପାଇବାକୁ ପଡିବ. କଣ ସେଇ ସତ. ସତ ଭିତରେ ତ ଅନେକ ମିଛ ଲୁଚି ରହିଛି ଯେମିତି ତା ହାତଗଢ଼ା ବାଲିଘରେ କଇଁଛ କହୁଛି ମୋ ଘର. ସତ ସେ ରହୁଛି ଆଉ ମିଛ ସେ ଗଢିନି କିନ୍ତୁ ସତ୍ୟ ଚେତନା ଓ ସତ୍ୟର ଚୈତନ୍ୟ କହୁଛି ଦାନରେ ପୁଣ୍ୟ. ଅନ୍ୟ କାହାର ଶ୍ରମରେ ଜୀବନର ଡ଼ଙ୍ଗା କେଡେ ସୁନ୍ଦର ସତରେ! ଅଶୋକ ଏଥର ମନେପକାଉଥିଲା ବାପାଙ୍କୁ. ସେ କହନ୍ତି ଗାନ୍ଧଙ୍କ ପିଲାଦିନ ଠାରୁ ଆରମ୍ଭ କରି ଗୁଳିରେ ଟଳି ପଡିବା ପର୍ଯ୍ୟନ୍ତ ଗାନ୍ଧି ଦର୍ଶନର କଥା. ଗାନ୍ଧିଜୀଙ୍କ ମାଆ ପୁତୁଳି ବାଇ ଉପାସ ରହି କାର୍ତ୍ତିକ ବ୍ରତ ପରି ମାସିକିଆ ବ୍ରତ ପରିବର୍ତ୍ତେ ଦିନିକିଆ ବ୍ରତ ରଖନ୍ତି ଓ ସନ୍ଧ୍ୟାରେ ନୀଡ଼ ବାହୁଡା଼ ପକ୍ଷୀ କୋଇଲି ସ୍ୱର ଶୁଣିଲେ ବ୍ରତ ଉଜେଇଁ ଖାଦ୍ୟ ଗ୍ରହଣ କରନ୍ତି. ସେ ବ୍ରତର ନାମ ଆଉ ଅଶୋକର ମନେ ନଥିଲା ସତ କିନ୍ତୁ କରବା ଚୌଥ ଭଳି ହୁଏତ ହୋଇଥିବ ଭାବୁ ଭାବୁ ସ୍ତ୍ରୀ କହୁଥିଲା ତା ପରେ?ଅଶୋକ କହୁଥିଲା ସେଦିନ କୋଇଲି ସ୍ୱର ଶୁଭିଲା ନାହିଁ. ମାଆ ସନ୍ଧ୍ୟା ଗଡିଗଲେ ଆଉ ଖାଦ୍ୟ ଗ୍ରହଣ କରିବେ ନାହିଁ ଭାବି କୋଇଲି ପରି ସ୍ୱର କରି ବୋବେଇ ଥିଲେ ଗାନ୍ଧି. ଉଦେଶ୍ୟ ଯଦିଓ ଭଲ ଥିଲା କିନ୍ତୁ ମିଛ କହିଥିବାରୁ ମାଆ ରାଗି ଥିଲେ. ସେଇଦିନଠୁ ଗାନ୍ଧି ସତ୍ୟ କାରିଥିଲେ ଜୀବନ ଥିବା ଯାଏଁ ସେ ସତ୍ୟକୁ ପାଥେୟ କରି ଚାଲିବେ ଫଳରେ ସତ୍ୟର ସାରଥୀ ଗାନ୍ଧି ସତ୍ୟ ଓ ଅହିଂସା କୁ ଅସ୍ତ୍ର ଓ ଶସ୍ତ୍ର କରି ଆମ ଦେଶ ଭାରତ କୁ ଇଂରେମାନଙ୍କଠାରୁ ସ୍ବାଧୀନ କରିବା ପର୍ଯ୍ୟନ୍ତ ମଣିଷର ମୌଳିକ ଆବଶ୍ୟକତା କଥା ହିଁ ଚିନ୍ତା କରୁଥିଲେ. ଗୋଲାମୀ ନୁଁହଁ ବରଂ କୁଟି ଖାଅ ଓ କାଟି ପିନ୍ଧିବାରେ କଟକଣା ନରହୁ ର ଚେତନା ତାଙ୍କୁ ମହାତ୍ମା କରିଦେଇଛି. ଆଜି ଅଶୋକ ଉପଲବ୍ଧି କରୁଛି ବାଲିରେ ସେ ଗଢ଼ିଥିବା ଘରଟି କଇଁଛର ଆଶ୍ରସ୍ଥଳୀ ହୋଇଥିବାରୁ ତା ମନ ଓ ପ୍ରାଣରେ ଯେଉଁ ଶାନ୍ତି ସେ ଏଯାଏଁ ପାଇନଥିଲା. ବାକି ଭାବୁଥିଲା ବୁଦ୍ଧଙ୍କ କଥା. ଯିଏ ସତ୍ୟ ଚେତନାର ସନ୍ଧାନରେ ଯଶୋଧାରାଙ୍କ ପରି ପତ୍ନୀ ଓ ରାହୁଳ ପରି ପୁତ୍ର ଛାଡ଼ି ଚାଲିଯାଇଥିଲେ ଓ ସତ୍ୟର ଅନୁସନ୍ଧାନ କରୁ କରୁ ପୁଣି ଯେବେ ଉଆସକୁ ଫେରିଥିଲେ ଯଶୋଧାରା ପଚାରିଥିଲେ ଯୋଉ ସତ୍ୟର ଚେତନା ପାଇଁ ସାଂସାରିକ ସୁଖ ତ୍ୟାଗ କରିବାକୁ ପଡିଲା ଆପଣଙ୍କୁ ତାହା କଣ ଗ୍ରାହାସ୍ଥ୍ୟ ଜୀବନରେ ମିଳିପାରିନଥାନ୍ତା!ବୁଦ୍ଧ ସେଦିନ କିଛି ନକହି କେବଳ କହିଥିଲେ ବୁଦ୍ଧଂ ଶରଣଂ ଗଛାମୀ କିନ୍ତୁ ଯଶୋଧାରା ଙ୍କ ସେହି ପ୍ରଶ୍ନର ଉତ୍ତର ଆଜି ଅଶୋକ ତଣ୍ଟିରେ ଅଠା ପରି ଲାଖି ରହିଥିଲା. ସତେତ ସଂସାର ଭିତରେ ରହି ଘର କାରିଥିଲେ ଉପରେ ପଡିଲେ ସହୁ ସହୁ ସେବା, ଦାନ, ପୁଣ୍ୟ, କର୍ତ୍ତବ୍ୟ, ଐଶ୍ବର୍ଗୀକ ଚିନ୍ତା ଓ ଚୈତନ୍ୟ ତଥା ଦୟା ଓ କ୍ଷମା ପରି ମୌଳିକ ଭାବ ଇତ୍ୟାଦି ସବୁକିଛି ତ ପାଇହେବ, ଯଦି ହୃଦୟରେ ସତ୍ୟ ଚେତନାର ପରିପ୍ରକାଶ ଘଟିପାରିବ. ସ୍ତ୍ରୀ ସେତେବେଳକୁ କଇଁଛଟିକୁ ନେଇ ଓଟ ପିଠି ଉପରେ ଚଢି କହୁଥିଲା ପିତା ମାତଙ୍କ ଵିନା କଇଁଛଟି ଏକୁଟିଆ. ତାକୁ ଛାଡ଼ି ଯିବା ଉଚିତ ନୁଁହଁ. ଅଶୋକ କିନ୍ତୁ କଇଁଛଟିକୁ ସେଇ ବାଲିର ବିରାଟ ଘରେ ଛାଡ଼ିଦେଇ କହୁଥିଲା ବାଲିଘର ପରି ଏ ଜୀବନରେ ସେ ପ୍ରକୃତିରୁ ସବୁ କିଛି ପାଇଯିବ.ସତକୁ ସତ କଇଁଛଟି ନିଜକୁ ତା ମୋଟା ପିଠି ଉପର ଥିବା ଖୋଳ ଭିତରେ ଲୁଚାଇ ସାରିଥିଲା ସେତେବେଳକୁ.
