Er. Suchismita Satpathy

Abstract Tragedy Action

4.5  

Er. Suchismita Satpathy

Abstract Tragedy Action

ଅତିବ ଅତିଭୌତିକ

ଅତିବ ଅତିଭୌତିକ

2 mins
259



ଅନେକ ଦିନ ତଳର କଥା।ଏପର୍ଯ୍ୟନ୍ତ କିନ୍ତୁ ମାନସ ପଟରୁ ଘଟଣାଟି ଲିଭି ପାରିନାହିଁ।ପିଲାଦିନେ ଭୂତ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲ ଲାଗେ।ଡର ବି ଲାଗେ।ଛୋଟ ପିଲା ହିସାବରେ ଆମକୁ ଘରର ବଡମାନେ ଭୂତ ପ୍ରେତ କଥା ବିଶେଷ କୁହନ୍ତି ନାହିଁ କାଳେ ଆମେ ଡରିବୁ ବୈଲି।ଅନେକ ସମୟରେ ଛୁଟି ହେଲେ ଆମେ ସବୁ ଭାଇଭଉଣୀ ଏକାଠି ହୋଇ ବହୁତ ମସ୍ତି କରୁ।ରାତିରେ ସମସ୍ତେ ଶୋଇଲାପରେ ଆମେ ବସି ଭୂତ ଚଳଚ୍ଚିତ୍ର ଦେଖୁ।

ଏବେ ମନେପଡିଲେ ହସ ମାଡେ ,କାରଣ ବିଷୟବସ୍ତୁ ନଜାଣି କେବଳ ଭୂତ ଦେଖିବାକୁ ବସିଥାଉ।କେତେ ନା ବାହାରେ ତାଙ୍କର ,ଡାହାଣୀ, ଚିରୁକୁଣୀ ଇତ୍ୟାଦି।କିଏ କହେ ଏମାନେ ଜିବନ୍ତ ମଣିଷର ରକ୍ତ ପିଇଯାଆନ୍ତି।ସମସ୍ତେ ଦେଖନ୍ତି ମାତ୍ର ମୁଁ ଭାବେ ସତରେ କଣ ଏମାନେ ଅଛନ୍ତି।ଯଦି ଅଛନ୍ତି ତେବେ ଆମେ ତ ଏତେଥର ଗାଁ କୁ ଆସୁଛୁ କାହିଁକି ଆମକୁ ଦେଖାଦେଉନାହାନ୍ତି।

ଥରେ ଏହିପରି ଏକ ଚଳଚ୍ଚିତ୍ର ଦେଖିଲି।ଝିଅଟି ବହୁତ ସୁନ୍ଦର ଓ ଏକ ପ୍ରେତିନୀର ହାବୁଡରେ ପଡିଯାଇଛି ।ସେ ତର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାଣି ପାରିନାହିଁ ଯେ ସେ ଯାହାକୁ ପିଜର ବୋଲି ଭାବୁଛୀ ସେ ଏକ ମଣିଷ ରକ୍ତଖିଆ ଡାହାଣୀ।

ସେତେବେଳେ ଛୁଟିଥାଏ ତେଣୁ ଦିନରେ ଥରେ ଓ ରାତିରେ ତାର ପୁନରାବୃତ୍ତି ଦେଖୁ।ଦିନରେ ସମସ୍ତେ ଖେଳିବାକୁ ଗଲେ ମୁଁ ବସି ଦେଖେ।ଏତେମାତ୍ରାରେ ମତେ ଭଲଲାଗେ ଯେ ଟିଭି ପାଖରୁ ଉଠିବାକୁ ଇଛା ହୁଏନି।ସରିଗଲେ ଲାଗେ ଆହୁରି ଆସନ୍ତା କାଲିଟା ଆଜି ଦେଇଦିଅନ୍ତାକି।

ଦିନେ ରାତିରେ ସମସ୍ତେ ଟିଭି ଦେଖିସାରି ଶୋଇଲୁ।ମତେ ବି ନିଦ ହୋଇଯାଇଛି।କିଛି ସମୟ ପରେ ମୁଁ ଦେଖୁଛି ଏକ ଘନ ଜଙ୍ଗଲ ଦେଇ ଏକ ନଦୀ ଯାଇଛି।ତାର କୁଳୁକୁଳୁ ନାଦ ମନକୁ ଓ ପ୍ରାଣକୁ ଅଥୟ କରିଦେଉଛି ।ସେହି ସମୟରେ ଦେଖିଲି ଜଣେ ସୁନ୍ଦର ରୂପରେ ସଜେଇ ହୋଇଥିବା ମହିଳା ସେଠାରେ ବସି କାନ୍ଦୁଛନ୍ତି।ହଠାତ ଏ ସ୍ଥାନରେ ବସି କାନ୍ଦିବାର ଅଭିପ୍ରାୟ ପଚାରିବାରେ ହଠାତ ସେ ମହିଳା ଜଣକ ମୋ ଆଡକୁ ବୁଲିପଡିଲେ।ଏତେ ସୁନ୍ଦର ରୂପ ମୁଁ କେବେ ଦେଖିନଥିଲି।କିଛି ଭାବିବା ଆଗରୁ ସେ କହିଲେ ମୁଁ ମୋ ସ୍ୱାମୀ ଙ୍କ ସହ ଏଠାକୁ ଆସିଥିଲି ମାତ୍ର ହଠାତ ସେ କହିଲା ଠାରୁ କୁଆଡେ ଚାଲିଗଲେ।ଏ ସ୍ଥାନରେ ମୁଁ ନୂଆ କିଛି ଜାଣିନି।ଏତେ ସୁନ୍ଦର ମୁହଁ କାନ୍ଦି କାନ୍ଦି ଲାଲ ପଡିଯାଇଥାଏ।ଦୟା ଲାଗିଲା,ତେଣୁ କହିଲି ରାତି ହେଲାଣି ଏବେ ତୁମେ ଆମ ଘରକୁ ଆସ ସକାଳେ ଖୋଜିବା।ସେ ମଧ୍ୟ ରାଜି ହୋଇଗଲେ ଓ ମୋ ସହ ଚିଲିଲେ।କିଛି ବାଟ ଯାଇଛି ମତେ ଲାଇଲା ଯେମିତି ସେ ଆଗକୁ ଆସୁଛନ୍ତି ମାତ୍ର ତାଙ୍କ ପାଦ ପଛକୁ ଯାଉଛି।ସେହି ମୁହୂର୍ତ୍ତରେ ମତେ ଡର ଲାଗିଲା,କଥାଟା ସତ କି ମିଛ ଜାଣିବା ପାଇଁ ମୁଁ ଟିକେ ଅଟକି ଗୋଡରେ କଣ୍ଟା ପଶିବାର ବାହାନା କରି ତଳକୁ ନଇଁ ପଡିଲି।ହଠାତ ଦେଖେତ ସତକୁ ସତ ପାଦ ଦୁଇଟି ପଛକୁ ଅଛି।ସେଇ ସ୍ଥାନରେ ମୁଁ ଜାଣିଗଲି ମୁଁ ଯାହା ସହ ଅଛି ସେ ଜଣେ ସାଧାରଣ ନାରୀ ନୁହେଁ ,ସେ ଏକ ଡାହାଣୀ।ଇଲୋ ବୋଉଲୋ କହି ସେଠାରୁ ଯେମୀତି ଦୌଡିବାକୁ ଆରମ୍ଭ କରିଛି ସେ ନାରୀ ଜଣକ ମୋ ହାତକୁ ଧରିବାକୁ ଚେଷ୍ଟା କଲେ ମାତ୍ର କଳେବଳେ ସେଠାରୁ ମୁଁ ଖସି ଆସିଲି।ଏତେ ଜୋରରେ ଚିତ୍କାର କଲି ଯେ ଆମ ଘରେ ସମସ୍ତେ ଉଠି ପଡିଲେ ଓ ମୁଁ ମୋ ନିଦରୂ ଉଠିପଡିଲି।ପ୍ରକୃତରେ ତାହା ଏକ ସ୍ୱପ୍ନ ଥିଲା ବୋଲି ମତେ ଜଣାଗଲା।ମାତ୍ର କିଛି କ୍ଷଣ ପରେ ମୋ ହାତଟି ଦରଜ କଲା ।ମୁଁ ଦେଖେତ ହାତଟି ମୋର ତିନି ଗାର ପଡି ଚିରି ହୋଇଯାଇଛି।ମୋ ସହ ଅନ୍ୟମାନେ ମଧ୍ୟ ଦେଖିଲେ।ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଡରିଗଲେ।ପାଖରେ ମୋ ଜେଜେମାଆ ଆସି ଦେଖି କହିଲେ ତୁ ଡରିଲୁ କାହିଁକି।ମୁଁ ତାଙ୍କୁ ସବୁକଥା କହିଲି।ଏହା ଶୁଣି ସେ କହିଲେ ଏହା ସ୍ୱପ୍ନ ନୁହେଁ ସତ।ପ୍ରକୃତରେ ଡାହାଣୀ ଆସିଥିଲା।ଏହା ଶୁଣି ଆମ ସମସ୍ତଙ୍କର ପିଳେହି ପାଣି।

ତା ପରଦିନ ଜେଜେମାଆ ପଣ୍ଡିତ ଡକାଇ ଅନେକ ପୂଜାର୍ଚ୍ଚନା କଲେ।ହାତର କ୍ଷତ ଶୁଖିବା ପାଇଁ ଅନେକ ଦିନ ଲାଗିଲା।ସେବେଠାରୁ ଘରେ ତାଗିଦ ଆଉ ସେସବୁ ଚଳଚ୍ଚିତ୍ର ନଦେଖିବାକୁ।

କିଛି ନଦେଖିଲେ ବି ସ୍ୱପ୍ନ ହେଉ ବା ବାସ୍ତବ, ଯାହାକୁ ମୁଁ ସ୍ୱ ଚକ୍ଷୁରେ ଦେଖିଥିଲି ସେ ସୌନ୍ଦର୍ଯ୍ୟ ଓ ରୁପ ଆଜି ପର୍ଯ୍ୟନ୍ତ ମୋ ମନ ଭିତରେ ଅଛି।


Rate this content
Log in

Similar oriya story from Abstract