STORYMIRROR

Archana Sahoo

Abstract Children

4  

Archana Sahoo

Abstract Children

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୧

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୧

2 mins
221

ମନ ର ମଣିଷ କୁ ତ ନେଇ ଆସିଲି । ହେଲେ ତାକୁ ରଖିବି କୋଉଠି ? ଏ କରୋନା ସମୟ ରେ ଘରଭଡା କିଏ ଦେବ ? ଏମିତି ସଂଳାପ କରି ଚାଲିଥିଲା ଚନ୍ଦନ ଭାଇ । ଘର ଆଗରେ ବସି ରହିଥିଲେ ସ୍ୱାମୀ ସ୍ତ୍ରୀ । ଏବେ ମନ୍ଦିରରୁ ବାହା ହେଇ ଫେରିଛନ୍ତି ପରା । ହେଲେ ଆଜି ତ ଜାତି ଭେଦ ଜୀବିତ ଅଛି । ତାଙ୍କୁ ଘରେ ପୁରଉଛି କିଏ ? ବର୍ଷା ଝିପି ଝିପି ପକେଇଲାଣି । ହେଲେ ଦୁହେଁ ସେମିତି ରାସ୍ତା ର ଗୋଟିଏ କଡକୁ ଠିଆ ହେଇଛନ୍ତି । ଚନ୍ଦନ ଭାଇଙ୍କ ବୋଉ ଆସି କହିଲେ, ଆରେ ନିଆଁ ଲଗା କି ପ୍ରେମ କରିଛୁ ? ସେ ପରା ଚଣ୍ଡାଳ ଆଉ ଆମେ ଚଷା । କେମିତି ତୁ ଏମିତି କଲୁ ? ନିଆଁ ପାଣି ବାସନ୍ଦ ଆଉ ନଥିଲେ ବି ଅଛି ଏକ ସମାଜ । ଯୋଉଥିରେ ନା ତତେ ସ୍ଥାନ ମିଳିବ ନା ମତେ ? କାହିଁକି ଏମିତି କଲୁ ରେ ଧନ ? ତୁ କ'ଣ ପାଇଲୁ ସେ ଝିଅକୁ ବାହା ହେଇ ? ଆରେ ସେ ତୋ ପାଇଁ ଏତେ ବଡ ହେଇଗଲା ଆଜି । ମୁଁ ତତେ ଜନ୍ମ ନକରି ଥିଲେ, ତୁ କଣ ସେ ଝିଅକୁ ଦେଖି ଥାଆନ୍ତୁ ? 

   ହଉ ପିଲା ଅମାନିିିଆ ହେଲେ କେମିତି ଲାଗେ ? ତୁ ବାପା ହେଲା ପରେ ବୁଝିବୁ ରେ ଧନ ।  ତୁୁ ବାପା ହେଲେ ପରେ ବୁୁୁଝିବୁ .......। 

   ଆଉ ବାହାରେ ଠିଆ ହେଲୁ କାହିଁକି ଭିତରକୁ ଆ'....

ଏ ତ ଗଲା ପ୍ରଥମ କରୋନା ଲହର ବେଳ ର କଥା । ଏବେ ଏହି କଥା କୁ ପୁରା ବର୍ଷଟାଏ ପୁରି ଗଲାଣି । ଏବେ ତାଙ୍କ ର ଗୋଟେ ଝିିିଅ ଟେ । 

   ବାପା ମାଆ ଦୁଇ ଜଣ ଯାକ ଲାଗିି ପଡିିଛନ୍ତି ପାଳିବାରେ । ଦିନେ ଚନ୍ଦନ ଭାଇଙ୍କ ଶଶୁର ଅଚାନକ ଆସି ପହଁଚି ଗଲେ ଚନ୍ଦନ ଭାଇଙ୍କ ଘରେ । 

   କହିଲେ ନାତୁଣି କୁ ଟିକେ ଦେଖିବାକୁ ଆସିିିଛି ପରା । ମତେ ତାକୁ ଟିକେ ଦେଖାଅ । ନାତୁୁଣୀ କୁ ଟିକେ ଦେଖା କରି ସେ ଚାଲି ଗଲେ । ଗଲା ବେଳେ କହିକି ଗଲେ । ତାକୁ ବେଶି ଆଦର କରିବୁନି ରେ ମାଆ । ନ ହେଲେ ସେ ତୋଆଶା ଭାଙ୍ଗି ଦେଇ ଉଡିିିଯିବ । 

   ଚନ୍ଦନ ଭାଇ ଅନେଇ ଥିଲେ ସେମିିତି ତାଙ୍କ ଶଶୁର ଙ୍କୁ । ଆଖିରୁୁ ଲୁହ ପୋଛି ପୋଛି ଗୋଟେ ବାପା କେମିିତି ଚାଲିି

ଯାଉଛି ଦୂରକୁ ଦୂରକୁ......।

   ଏବେ ସିଏ ନିିିଜ ଝିଅକୁ ଦେଖି ନିଜ କଥା ଭାବୁୁ ଥିଲେ କ'ଣ ଗୋଟେ .....? ଏବେ ସେ ନିଜେ ବାପା ହେଇଛନ୍ତି

ନିଜର ଭିିିତରେ ସେ ଅନୁଭବ କରିପାରୁଛନ୍ତି ଗୋଟେ ବାପାର ମନକୁ ଆଉ ହୃଦୟ କୁ .....। ସେ ସେମିିତି ନିଜ ଝିଅକୁୁ ଅନେଇ ଥିଲେ ।

  ବୋଧେ କିିଛି ହରେଇ ଦେବା ର ଭୟଥିଲା, ତାଙ୍କ ଆଖିରେ l କରୋନା ର ତାଣ୍ଡବ ସାଙ୍ଗରେ ସେ ନିଜ ଝିିିଅ ର ଭବିଷ୍ୟତ କୁ ବି ବିିଚାର କରୁଥିଲେ । ସତରେ ଏ ବାପା ଯେ ନିିଜ ଝିଅ ପାଇଁ କେତେ ଯେ ସ୍ବପ୍ନ ଦେଖନ୍ତି ଚନ୍ଦନ ଭାଇ ଜାଣି ପାରୁୁୁଥିଲେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract