STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଅପ୍ସରୀ

ଅପ୍ସରୀ

2 mins
613

 ମାର୍ଚ୍ଚ ଆଠ ତାରିଖ ଦିନ ପୃଥିବୀରେ ନାରୀଙ୍କ ଦିବସ ପାଳନ କରାଯାଉଛି ,ଦେଖି ଶୁଣି ସ୍ୱର୍ଗର ଅପ୍ସରୀ ଜଣେ ଇନ୍ଦ୍ରଙ୍କୁ ଗୁହାରୀ କଲେ ଯେ ସେ ପୃଥିବୀରେ ନାରୀଟିଏ ହୋଇ ଜନ୍ମ ନେବାକୁ ଚାହାନ୍ତି ,କାରଣ ତାଙ୍କୁ ଲାଗିଲା ପୃଥିବୀରେ ନାରୀମାନେ ବହୁ ସୁଖ ସୁବିଧା ଭିତରେ ଅଛନ୍ତି ,ଏମିତିକି ସମଗ୍ର ବିଶ୍ୱରେ,ନାରୀମାନଙ୍କୁ ସମ୍ମାନ ଜଣେଇ କେତେ ସୁନ୍ଦର ସୁନ୍ଦର ,ସଂସ୍କୃତି ,ସଂହତି ,ପରମ୍ପରା ଭିତ୍ତିକ ସାହିତ୍ୟସଭା ହେଉଛି ,ପୁଣି ସମ୍ବର୍ଦ୍ଧନା ଦିଆଯାଉଛି ନାରୀମାନଙ୍କ କୃତିତ୍ୱ ପାଇଁ ,ଏସବୁ ଦେଖି ଶୁଣି ,ସେ ଇନ୍ଦ୍ରଦେବଙ୍କୁ ଦେଇଥିବା ଦରଖାସ୍ତକୁ ,ଇନ୍ଦ୍ରଦେବ ସ୍ୱୟଂ ବିଷ୍ଣୁଙ୍କ ପାଖକୁ ପଠେଇଦେଲେ .ବିଷ୍ଣୁ ସେହି ଅପ୍ସରୀଙ୍କୁ ଡାକି ବୁଝେଇଲେ ,ଦୂରରୁ ଦେଖୁଥିବା ସବୁ ଜିନିଷ ,ପଦାର୍ଥ ,ବସ୍ତୁ ,ମଣିଷ ,ଏମିତିକି ଦୃଶ୍ୟରାଜି ସଜଗୋଲାପ ପରି ମନେ ହେଉଥିଲେ ବି ତା କଣ୍ଟାର ଆଘାତ ତୁମେ ସହ୍ୟ କରିବାକୁ ପଡିବ ,ସହ୍ୟ କରିପାରିବତ ,ଆଉଥରେ ଚିନ୍ତା କରି କୁହ ? ଅପ୍ସରୀ ଜଣଙ୍କ ଏତେ ଭାବବିହ୍ଵଳିତ ହୋଇ ପଡିଥିଲେ ଯେ ମର୍ତ୍ତ୍ୟ ମଣ୍ଡଳରେ ,ଯେମିତି ହେଲେ ନାରୀଟିଏ ହୋଇ ଜନ୍ମ ହେବାକୁ ଇଚ୍ଛା କରି ନିଜର ସମ୍ମତି ପ୍ରକାଶ କରିଦେଲେ ତ ,ଝିଅ ଟିଏ ହୋଇ ଜନ୍ମ ନେଲେ ,ମର୍ତ୍ତ୍ୟରେ .

ପିଲାଦିନ ଅତି ସୁରୁଖୁରୁରେ କାଟିଲା ତାଙ୍କର ,ହେଲେ ସେ ଯେମିତି କଲେଜରେ ପାଦ ଥାପିଛନ୍ତି ,ତାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ତାଙ୍କୁ ଭଲପାଇବାର ନାଟକ କଲେ ଅନେକ ,ସେମାନଙ୍କ ପ୍ରଦତ୍ତ ଛଳନାଭରା ଗୋଲାପ ଫୁଲର କଣ୍ଟାର ଆଘାତ ତାଙ୍କୁ କ୍ଷତାକ୍ତ କରୁଥିଲା .ସେସବୁ କେମିତି କେମିତି ସହି ପାଠ ପଢି ଚାକିରୀ କରିବା ବେଳକୁ ,ସେ ପିତା ମାତା ଙ୍କୁ ହରାଇବାର ଦୁଃଖ କଣ ଭୋଗି ସାରିଥିଲେ ,ତାହା ତାଙ୍କୁ ଶକ୍ତ କଣ୍ଟାର ଆଘାତ ଦେଇଥିଲା ଚାକିରୀ ଲୋଭରେ ପଡି ଅନେକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବି ପ୍ରକୃତ ଭଲପାଇବା କାହାରି ପାଖରେ ନଥିବା ହୃଦୟଙ୍ଗମ କରି ସେ ସବୁ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରିବା ପରେ ପରେ ଗଣଧର୍ଷଣର ଶୀକାର ହେଲେ ,ସେ ହେଲେ ନିର୍ଭୟା ,ସେ ହେଲେ ପତିତା ,ଆଉ କଳଙ୍କିନୀର କଣ୍ଟାର ଆଘାତ ସହ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା . ଚାକିରୀ ଛାଡି ଦିବ୍ୟାଙ୍ଗ ବାଳକ ବାଳିକା ମାନଙ୍କ ସେବା ପାଇଁ ଆଶ୍ରମଟିଏ କଲେ ,ସେହି କୋମଳମତି ଶିଶୁ କଳିକାମାନଙ୍କ ଭିତରେ ହଜିଗଲେ କିଛି ଦିନ ,ସେହିମାନଙ୍କୁ ଗଢି ତୋଳୁ ତୋଳୁ ଲେଖିଲେ,ଶିଶୁ ଗୀତ,ଗଳ୍ପ ,ଉପନ୍ୟାସ ,ପ୍ରବନ୍ଧ ,ଆଉ ଆଦୃତ ହୋଇ ,ସେହି ବର୍ଷ ଆନ୍ତର୍ଜାତୀୟ ସ୍ତରରେ ମାର୍ଚ୍ଚ ଆଠ ତାରିଖ ଦିନ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେବାକୁ ଯାଉଥିଲେ ଖୁସିରେ .ଏରୋପ୍ଲେନ ରୁ ଓଲ୍ହେଇ ଗନ୍ତବ୍ୟସ୍ଥଳରେ ପହଂଚିବା ବେଳକୁ ଦୁର୍ଘଟଣାରେ ପ୍ରାଣହରେଇଲେ ସେ .ସ୍ୱର୍ଗକୁ ଫେରିଯିବା ପୁର୍ବରୁ ଥରେ ସେହି ଅଡିଟୋରିଅମ ଭିତରେ କଣ ସବୁ ହେଉଛି ଦେଖି ଆସିବା ବେଳେ ଶୁଣୁଥିଲେ ଅତିଥିମାନେ କଥା ହେଉଥିଲେ ,ନିବେଦିତା ମାଡାମ ତ ମରିଗଲେ ,ତାଙ୍କ ଦ୍ୱାରା ପରିଚାଳିତ ଓଡିଶାର ଅନାଥାଶ୍ରମଟିକୁ ବନ୍ଦ କରି ସେଠାରେ ଏକ ସୁନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ କରିବା .ଏକଥା ଶୁଣି ସ୍ୱର୍ଗ ଅପ୍ସରୀଙ୍କ ହୃଦୟରେ କଣ୍ଟା ଫୁଟିଗଲା ଭଳି ଲାଗିଲା ଅପ୍ସରୀ ଜଣଙ୍କ ଶୀଘ୍ର ସ୍ୱର୍ଗରେ ପହଂଚି ପ୍ରଭୁ ବିଷ୍ଣୁଙ୍କୁ ନିଜ ଅଭିଳାଷ ଜଣାଇ ମର୍ତ୍ତ୍ୟରେ ଅନ୍ତତଃ କାହାକୁ ଦିବ୍ୟାଙ୍ଗ ନକରିବାକୁ ଅନୁରୋଧ କରିବା ସହ ସେହି ଦିବ୍ୟାଙ୍ଗ ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ କିଛି କରିବା ସହ ,ପୃଥିବୀରେ ,ନାରୀ ସୁରକ୍ଷା ଯେ ନିହାତି ଜରୁରୀ ତାହା ବିଷ୍ଣୁଙ୍କୁ ଜଣାଇ ଆଉ କେବେ ମର୍ତ୍ତ୍ୟରେ ଜନ୍ମ ନେବାକୁ ଅନୁରୋଧ କରିବିନି ପ୍ରଭୁ କହି ପ୍ରଣାମ କରୁଥିଲେ ତ ବିଷ୍ଣୁ ହସୁଥିଲେ ମୁରୁକି ମୁରୁକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract