STORYMIRROR

Lopamudra Parida

Drama Romance Tragedy

3  

Lopamudra Parida

Drama Romance Tragedy

ଅପରାହ୍ନ

ଅପରାହ୍ନ

3 mins
92


ଗାଧୋଇପଡିଆସି ଓଦାଲୁଗାରେ ଆଗେ ମଙ୍ଗଳା ଗୌରୀ, ଚଉରା,ମହାଲକ୍ଷ୍ମୀଙ୍କୁ ସିନ୍ଦୁର ପିନ୍ଧେଇ

ଦର୍ପଣରେ ସୁନ୍ଦର କି ମଝିସୁନ୍ଥାଣୀ କାଟି ଗଣ୍ଠି ଟି କରିଦେଇ ସିନ୍ଦୁର ଡବାରୁ ଡାହାଣ ମଝିଆଙ୍ଗୁଳି ରେ ମନ ଭରି ସିନ୍ଦୁର ନେଇ ମଥା ମଝିରେ ଠିକ୍ ତୃତୀୟ ନୟନ ଥାନରେ ବଡ କି ଗୋଲ୍ ଟିଏ ଆଙ୍କିବାରେ ମନ ଦେଲେ । ଗୋଲ ଟା ବଙ୍କା ଟଙ୍କା ହେଲେ ମନ ବୁଝେନା, ଲୁଗା କାନି ଶେଷ ଧାର କୁ ସରୁଏଇକି ଗୋଲୋଉଥାନ୍ତି । ସେଇଟା ଦିନ ଯାକ ଭିତରେ ତାଙ୍କର ପ୍ରଥମ ପ୍ରିୟ କାମ,ଟିକେ ଟାଇମ୍ ନିଅନ୍ତି ଗୋଲ୍ ଟିଏ ନିଖୁଣ କରି ଆଙ୍କିବାକୁ । ନାକ ଉପରକୁ ଝରିପଡେ ଟିପେ, ଆପେ ମୁଣ୍ଡିଆ ମାରିଦିଅନ୍ତି । ଏଇଟା କାଳେ ସୌଭାଗ୍ଯଲକ୍ଷ୍ମୀ ମାନଙ୍କର ହୁଏ ବୋଲି ଶୁଣା । ନିଜକୁ ନିହାରନ୍ତି ମଥାର ସୁରୁଜ ସହ ଦଶଥର ଏପାଖ ସେପାଖ କରି । ପିଲାଦିନେ ସ୍ବାତୀ କହେ ,ମା ' ଏଇ ସିନ୍ଦୁର ବିନ୍ଦୁ ଟି ତୋ ମୁହଁ କୁ ଭାରି ମାନେ ।

ଆହାହା ..... ଏମିତି ଖୁଣନ୍ତିନି ଧନ ,ରୋକନ୍ତି ସୁରମା ।


ଆଜି ବି ଲଗଉଛନ୍ତି ମନ ଦେଇ ସବୁଦିନ ପରି,ନିଜ ଆଖିରେ ନିଜେ ହଜି । କାନ ଶୁଣେଇଦେଲା .....ଆହା, ବିଚାରୀ ଟିଏ ଲୋ ! କେମିତି ସିନ୍ଦୁର ମାରି ହଉଛନ୍ତି, ବାଇୟାଣୀ ହେଇଗଲେ କି ଲୋ ।

ଆଉ ଗୋଟେ ସ୍ବର କହୁଛି ଭାରି ମାନେ ଲୋ ତାଙ୍କ ମୁହଁ କୁ ଯା କହ ଦେବୀ ପରି .....ଆହା ,ଏତେ ଦିନ ର ଅଭ୍ୟାସ( ,ଦୀର୍ଘଶ୍ବାସ) କେମିତି କଣ କରିବେ କେଜାଣି! 

ହେ ,ଇଏ ସବୁ କିଏ ? କଣ ଆଡୁ ସାଡୁ କହୁଛନ୍ତି, ଅସ୍ପଷ୍ଟ..... ଅଦୃଶ୍ୟ ।

ସ୍ବାତୀ ଆଖିରେ ଏତେ ଲୁହ ଆଉ ମୁହଁ ଟା ଏଡେ କାନ୍ଦୁରା ,

ନା ମା ' ମୁଁ ବାୟାଣୀ ହେଇନି ରେ। ତୁ କାଇଁ ବ୍ଯସ୍ତ ହେଲୁ । ଆହେ !କଣ ଗରମ ଗରମ ଅଦା ପକା ଚା ଗୋଟେ ମିଳିବ କି ?


ଡାକରେ ଫେରିଲେ ଚମକି କି ସୁରମା । ହେ ,ଛି ଛି କି ମୁଣ୍ଡ ଟା କେଜାଣି?? କି କି ଅଲକ୍ଷଣିଆ କଥା ସବୁ ......ରାମ ରାମ ରାମ ।


_ହଁ, ହଁ ଆଣୁଚି । ଗୋଲ ମରିଚ ଟିକେ ପକଉଛି । ଥଣ୍ଡା କମିବ। ଉପରଓଳି ହେଲାଣି, ମୁଣ୍ଡ ଟୋପିଟା ପିନ୍ଧି ନିଅ ,ହାତ ପାଖକୁ ଅଛି ।


_ହ,ଦିଅ । ତମ ପାଇଁ ବି କପେ ଆଣ ।


_ହୁଁ ।


କାଲିଠୁ ୟାଙ୍କର ଟିକେ ଛାତି ଚିନ୍ ଚିନ୍ ମାରିବା କହିବାଠୁ ଡରଟେ ମନରେ କୋଉଠି ଗୋଟେ ଜାଲ ବୁଣିଛି । କାଳିଆରେ .....


ନିଅ ତମ ଚା ।

ଦୁହେଁ ଏକା ସାଙ୍ଗେ ଚା କପ୍ କୁ ଚୁମିଲେ, ଆଖି ରେ ଆଖି ସହ ଆହ୍ଲାଦିନୀ ହସ ଟେ ଖେଳେଇଗଲା ।  

ନିଉଜ୍ ଚାନେଲ୍ ସର୍ଫି ଚାଲିଲା, ଆଉ କଣ କାମ ରିଟାର୍ଡ ପରେ। ସୁରମା ସ୍ବାତୀ କୁ ଫୋନ୍ କରି ,ଆମେ ଭଲ ଅଛୁରେ ମା । ତୁ ତୋର ଯତ୍ନ ନଉଥିବୁ .। ଅବହେଳା କରିବୁନି । ..... ....... ନିଶ୍ଚିତ କରେଇଲେ ।

ଆରାମ ଚେୟାର ଦିଟା ସେଇ ସ୍ବାତୀ ହି ମଗେଇଆଣିଥିଲା ଜୟପୁର୍ ରୁ । ସତରେ ଆରାମ ଦିଏ ।

କହିଲା ତୁ ଆଉ ବାପା ଏକାଠି ବସି ଟିଭି ଦେଖୁଥିବ,ଚା ପିଉଥିବ, ଖୁସି ଗପ ହଉଥିବ ..... ମତେ ବି ମନେପକଉଥିବ । ବାୟାଣୀ ଟା ,ପିଲାଙ୍କୁ କଣ କିଏ ଭୁଲେ । ମା ଠାକୁରାଣୀ ଏମିତି ଚାହିଁ ଥାଉ ,ମୋ ସିନ୍ଦୁର ଟିପା ବଜର ହଉ। ଆଉ କଣ ଲୋଢା......ଢେଉ ଭିତରେ ସୁରମା । ଉବୁଟୁବୁ ।


ଜାଣିଲ! ତମର କିଛି ହବନି ।


ହହହ ମ ! ମୋର କାଇଁ କଣ ହବ ,ତମେ ବା ମୋର ଅଛ । ଏତେ ଓଷା ମୋ ପାଇଁ ବା ।


ହସ ଖେଳୁଥିଲା କମରା ସାରା ।


************************

କଣ କିଓ ? କି ଭାବନାରେ ହଜିଛ? ଚାଲୁନ ଟିକେ ଛାତରେ ବୁଲି ଆସିବା । ପାଗଟା ବଢିଆ ହେଇଛି ମ ,ଯିବା କି ?ଆୟେ କଣ ......ସୁରମା 

ସୁରମା .... ଘୁମେଇପଡିଲ କି ? 

ସୁର .....ମା  ।

ସୁରମା ।


*******************

ଛାତି ଚିନ୍ ଚିନ୍ ବଢୁଛି ।

ଲୁହ ସାଙ୍ଗେ ଶବ୍ଦ କେତୋଟି ......ଅସ୍ପଷ୍ଟ ।


ଆଉ କପେ ଚା. ...ଦବ .. କି ସୁ.....ରମା 


ଓଃ ଆଉ ....ଦ....ବ....ନି ନା । କିନ୍ତୁ ମତେ ତ ଟିକେ ଚା .......


ଠକି ଦେ.... ଲ..... କି ସୁ.....ରମା 


************


ନାରୀଟିଏ ସତରେ କେତେ ତରଳ ମନ ର ଅଧିକାରିଣୀ ନା ,ଭାବନା ସବୁ ତା ମନ ତଳେ କେବେ ଫୁଲ କେବେ ଡର ହେଇ ଖୋଲାଆଖି ରେ ବି ସତ ହେଇଯାନ୍ତି ,ନିରୁତା ଗୋଟିଏ ଅଦୃଶ୍ୟ ସିଆର ଟେ କାଟିଦେଲେ କୁଆଡେ ମନ କୁଆଡେ ବହିଯାଏ ଖିଆଲ ସବୁ ଅନେକ ଆକୃତିରେ । ଆକୃଷ୍ଟ ବି କରେ ଆଉ ଇସ୍ .....ନା, ନା, ନା ବି କୁହାଇଦିଏ ଅଜାଣତେ, ଅଚେତନେ ମାନେ ସବ୍ କନସିୟସ୍ ମାଇନ୍ଡ ଟି ସୁପର ଆକ୍ଟିଭ୍ ରୋଲ୍ କରେ , ଆଉ ନାରୀ ତ ଅଭିନୟ ରେ ସିଦ୍ଧ ଜନ୍ମଗତ । ଯେମିତି କେହି ବି ଭନକ୍ ନ ପାଏ ତା ସେ ନିଭୃତ ଶବ୍ଦ ସବୁର ସେ ଯତ୍ନଶିଳା ।


ସ୍ବପ୍ନ ଓ ଶବ୍ଦ କୁ ସାଇତି ଶିଖିଛି ଆଜନ୍ମ ।


ଲୁହ ତେଣିକି ତାର ଗୋଲାପି, ନୀଳ,ଧୂସର କି ପାରଦର୍ଶି ,ସେ କଥା କୁ ପଚାରେ କିଏ ,ପୋଛିବା ହାତ ତ ଭାଗ୍ୟ ହାତେ ।


************

ପବନରେ କି କଣ ଝଣ୍ କି କଣ ଗୋଟେ ପଡିଲା ,ଆଉ ବୁଣିଗଲା ।

ଅସ୍ତମିତ ଲାଲିମା ରେ ଦିଗ୍ ବଳୟ ଲାଲ୍ ।



Rate this content
Log in

Similar oriya story from Drama