STORYMIRROR

Amita Dash

Abstract Inspirational Thriller

3  

Amita Dash

Abstract Inspirational Thriller

ଅନୁଭୂତି ର‌‌‌ ଇନ୍ଦ୍ରଧନୁ

ଅନୁଭୂତି ର‌‌‌ ଇନ୍ଦ୍ରଧନୁ

2 mins
224


ମୁଁ ହଷ୍ଟେଲ ରୁ ଧାନ କଟା ଛୁଟିରେ ଘରକୁ ଆସିଥାଏ। ସମସ୍ତେ ଧାନ କଟାକଟି ରେ ବ୍ୟସ୍ତ ଥିବା ବେଳେ ,ବୋଉ ବି ତା କାମରେ ବ୍ୟସ୍ତ ଥାଏ। ମୁଁ ବାଡିପଟ ଧାନଖଳା ପାଖେ ମସିଣା ପକେଇ ପଢିବା ସହିତ ଖରା ପୋଉଁ ଥାଏ।ଧାନ ଖଳା ପାଖକୁ ପିଜୁଳି ଗଛ ଆମର। ପିଜୁଳି ଗଛ ତଳକୁ ଇଲେକ୍ଟ୍ରିକ୍ ଆରଥିଙ୍ଗ ହୋଇଥାଏ।ବାପା ,ଆମ ସମସ୍ତଙ୍କୁ ଯିବାକୁ ସେଠିକୁ ମନା କରିଥାନ୍ତି।ସେଇଟା ବି ଟିକେ ସନ୍ତସନ୍ତିଆ ଜାଗାରେ। ଗାଁ ମାନଙ୍କରେ ସେତେବେଳେ ଝାଡା, ପରିସ୍ରା ବାହାରକୁ ଯିବା ହେଉଥିଲା।ସେଇ ଯାଗାଟା ଧାନ ଗଦା ଉହାଡରେ ଥିବାରୁ ମୁଁ ପରିସ୍ରା ପଳାଇଲି।ଚାହିଁଲା ବେଳକୁ ଦାଦିଙ୍କ ପୁଅ ସେଠି ମୁହଁ ମାଡି ପଡିଚି। ମୁଁ ରବି ରବି ଦି,ତିନି ଡାକ ଦେଲି। ପିଜୁଳି ହେବା ସମୟ ବି ନୁହେଁ ଯେ ପିଜୁଳି ତୋଳୁ,ତୋଳୁ,ପଡିଯାଇଥିବ ଭାବିବି।ସେ ଶୁଣିଲା ନି।


ଆମର ବାଡି ପଟେ ସମସ୍ତଙ୍କ ର ଜାଗା ବେଶୀ ଥିବାରୁ ସମସ୍ତେ ବାଡି ପଟେ ଧାନ ଖଳା କରିଥାନ୍ତି। ନିକାଞ୍ଚନ ହେବ,ଅଧିକ ଯାଗା ବି ବଳଦ ବୁଲିବାକୁ ହେବ ଧାନ ବେଙ୍ଗଳା ପଡ଼ିଲା ବେଳେ।ଆମେ ପିଲାମାନେ କିଏ ନିଜ ଘର ଲୋକଙ୍କ ସହ ବିଲକୁ ଯାଉ ।କିଏ ,କିଏ ଧାନ ଗଦା ପାଖରେ ଲୁଚକାଳି ଖେଳ ଖେଳନ୍ତି।ଧାନ କଟା,ବୁହା ବେଳେ ବହୁତ ଧାନ ଶିଁଶା ବିଲରେ,ବାଟସାରା ପଡ଼ିଥାଏ। ପ୍ରାୟ ଅଧିକାଂଶ ଯାଉ ଗୋଟାଇ ବାକୁ।ପିଲା ରୁ ଅଭ୍ୟାସ ପଡ଼ିଯାଇଛି ଯେ ଯିଏ ଯେତେବଡ ହେଉ , ପୁଅ,ଝିଅରେ ବି ଫରକ୍ ନାହିଁ। ସମସ୍ତେ ଯାଉ। ଆମ ଘରେ ଭାଇ,ଭଉଣୀ ସମସ୍ତଙ୍କର ଧାନ ଏକାଠି କରି ମାଁ ଚାଉଳ କରେ । ସେଥିରେ ଗାଁ ର ସମସ୍ତ ପିଲା ସମସ୍ତଙ୍କ ର ଘରୁ ଗୋଟେଇ ଥିବା ଧାନର ଚାଉଳ ଆଣି ନୂଆ ବରଷ ରେ ଭୋଜି କରୁ।ଦାଦିଙ୍କ ପୁଅ ବୋଧହୁଏ ଆଜି ବିଲକୁ ଯାଇନି।ଏକା ବାଡିପଟେ ବଲ୍ ଖେଳୁଥିଲା।ବଲ୍ ଆମ ବାଡିରେ ଆରଥିଙ୍ଗ୍ ପାଖକୁ ପଡ଼ିଯାଇଛି।ସେ ଆଣିବାକୁ ଯାଇ କରେଣ୍ଟ ଖାଇ ସେଇଠି ପଡିଚି।କେତେବେଳୁ ପଡ଼ିଲାଣି।ଆଉ ଡାକିବି ପାରୁନି। ତା'କୁ ଏ ଅବସ୍ଥାରେ ଦେଖି ମୁଁ ସେଠୁ ଯାଇ ପାରୁଚି ନା କାହାକୁ ଡାକି ପାରୁଚି ପାଟି ଆପୁ ଆପୁ ବାଜିଲାଣି। ମୁଁ କ'ଣ କରିବି ଉପାୟ ନପାଇ ମୋ ଜ୍ୟାମିତି ସ୍କେଲ୍ ଟା ଧରିଥିଲି। ତାକୁ ନେଇକି ଗଲି । ତା'କୁ ସେ କାଦୁଅ ସନ୍ତିଆ ଯାଗାରୁ ଉଠେଇବି କ'ଣ ମୁଁ ତା ଉପରେ ପଡ଼ିଲି।ମୋତେ ଅନୁଭବ ହେଉଥିଲା ମୁଁ ମାଟିତଳକୁ ତଳ ଯାଉଚି।ବଳ ପ୍ରୟୋଗ କରି ହାତରେ ଧରିଥାବା ସ୍କେଲ୍ ରେ ବଲ୍ କୁ ପାହାର ଦେଲି।ବଲ୍ ରୁ ରବିର ହାତ ଛାଡ଼ିଗଲା।ରବିହାତରେ ବଲ୍।ବଲ୍ ଲାଗିଛି ଆରଥିଙ୍ଗ୍ ତାରରେ। କୁନ୍ଥେଇ ମୁନ୍ଥେଇ ତା'କୁ ଟେକି ଟେକି ଧାନ ଖଳାରେ ଶୁଆଇଲି। ମାଁ ପାଖକୁ ଘରକୁ ଆସି ଗରମ କ୍ଷୀର ନେଇ ତା'କୁ( ମା'ର ମୋର )ପିଆଇଲୁ। ମାଁ ମୋତେ ବି କ୍ଷୀର ପିଇବାକୁ ଦେଲା।ଆଉ ଟିକିଏ ଡେରି ହୋଇଥିଲେ ରବି ଆଜି ଆମ ସାଥିରେ ନ ଥାନ୍ତା। ମୁଁ ବି ଯଦି ବିଲକୁ ସବୁଦିନ ଭଳି ଧାନ ଗୋଟେଇ ପଳେଇ ଥାନ୍ତି!!


ଭାବିଲେ ଦେହ ଶିତେଇ ଉଠୁଛି। ମାଁ କହିଲା ଭଳି ରଖେ ହରି,ମାରେ କିଏ।ରବି ବଡ଼ ହୋଇ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେଲା,ଆଉ ମୁଁ ସମାଜ ସେବା ରେ ଗାଁ ରେ ରହିଗଲି। ଗାଁ ସ୍କୁଲରେ ଯୋଉଠି ଖଡ଼ି ଛୁଆଁ ହୋଇଥିଲା ସେଇଠି ମୋ ଗାଁ ପିଲାଙ୍କୁ ମାଷ୍ଟରାଣୀ ହୋଇ ପାଠ ପଢାଉ ଥିଲି ।ଏବେ ରିର୍ଟାଡ ହୋଇ ଗାଁ ର ସେବାରେ ନିଜକୁ ନିୟୋଜିତ କରିଚି। ପ୍ରତିବର୍ଷ ଧାନ କଟା ଛୁଟିରେ ବାହାରେ ଚାକିରୀ କରୁଥିବା ସମସ୍ତେ ଏକାଠି ହୁଅନ୍ତି। ଧାନ ଗୋଟା ଚାଉଳରେ ଭୋଜି ସିନା ନାହିଁ ହେଲେ ଭୋଜି ହେଉଛି ନିଶ୍ଚୟ।



Rate this content
Log in

Similar oriya story from Abstract