ଅନୁଭବ ଶାଶ୍ବତ ପ୍ରେମର
ଅନୁଭବ ଶାଶ୍ବତ ପ୍ରେମର
ବ୍ୟସ୍ତ ବିବ୍ରତ ଆମ୍ରପାଲି । ଭୂଖଣ୍ଡର ସର୍ବଶ୍ରେଷ୍ଠ ସୁନ୍ଦରୀ , ନଗର କଲ୍ୟାଣୀ ଉପାଧିରେ ଭୂଷିତା ,ରାଜନର୍ତ୍ତକୀ ଆମ୍ରପାଲିର ପ୍ରେମ ଅନୁରୋଧକୁ ଏକ ଭିକ୍ଷୁକ ଏଡାଇ ଦେଇ ପାରିଲେ କିପରି?
ରାଜା ଠୁଁ ବ୍ୟାପାରୀ ,ନଗରର ସବୁ ପୁରୁଷ ମୋହିତ ଥିଲେ ଆମ୍ରପାଲି ଠାରେ । ମଗଧର ରାଜା ବିମ୍ବିସାର ବିବାହ ପ୍ରସ୍ତାବ ଦେଇ ମହାରାଣୀ କରିବାକୁ ଚାହୁଁଥିଲେ, କିନ୍ତୁ ଯୁଦ୍ଧକୁ ଏଡାଇ ନଗରରେ ଶାନ୍ତି ପାଇଁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଏତେ ସୁନ୍ଦରୀ କେମିତି ଜଣଙ୍କର ବଧୂ ହୋଇ ରହିଥାନ୍ତା, ବନିଗଲା ନଗର ବଧୂରେ।
ଆଶ୍ଚର୍ଯ୍ୟ ଥିଲା ଆମ୍ରପାଲି। ତାର ସୁନ୍ଦରତା, ତାର ପ୍ରତିଷ୍ଠା କିଛି ବି ସେ ଭିକ୍ଷୁକଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲା। କେତେ ଶ୍ରଦ୍ଧାରେ ଅନୁରୋଧ କରିଥିଲା, ବର୍ଷା ଋତୁର ଚାରିମାସ ଏହି ମହଲରେ ବିତାଇବା ପାଇଁ ।
ଭିକ୍ଷୁ କହିଲେ କ'ଣ ନା ତଥାଗତଙ୍କ ଆଦେଶ ମିଳିଲେ ରହିବେ, ନଚେତ ଆମ୍ରପାଲିଙ୍କ ଅନୁରୋଧ ରଖିବା ସମ୍ଭବ ହେବନାହିଁ।
ସତରେ ମିଳିଯାଇଥିଲା ତଥାଗତଙ୍କ ଆଦେଶ। ଭିକ୍ଷୁ ରହିଥିଲେ ଚାରିମାସ ସ
େହି ମହଲରେ।
କିନ୍ତୁ...
ଚାରିମାସ ବିତିଗଲା ପରେ ଭିକ୍ଷୁକ ଫେରି ବାକୁ ବାହାରିଲେ, ମର୍ମାହତ ଆମ୍ରପାଲି। କିଏ ଏହି ତଥାଗତ? ଯାହାର ପ୍ରେମର ଆକର୍ଷଣ ଆମ୍ରପାଲି ଠୁଁ ଅଧିକ ! ନା !, ଆଉ ଧର୍ଯ୍ୟ ଧରି ହେବନି, ଦର୍ଶନ କରିବାକୁ ହେବ ତଥାଗତଙ୍କର। ଭିକ୍ଷୁଙ୍କୁ ଅନୁସରଣ କଲା ଆମ୍ରପାଲି।
ବୃକ୍ଷ ମୂଳରେ ତଥାଗତ ତପସ୍ୟା ମୂଦ୍ରାରେ। କି ! ତେଜ ତାଙ୍କ ମୂଖରେ।ଚକିତ ଆମ୍ରପାଲି, ଏପରି ପରମ ପୁରୁଷଙ୍କ ପ୍ରେମରେ କହି ବି ପଡିପାରନ୍ତି।ଚରଣ ସ୍ପର୍ଶ କଲା ଆମ୍ରପାଲି।ଓହୋ,କି! ଦିବ୍ୟ ଅନୁଭୂତି। ଗୋଟେ ଶାଶ୍ବତ ପ୍ରେମ ର ଶିହରଣ ଖେଳିଗଲା ଦେହ ,ମନରେ। ସବୁ ମାନ, ଅଭିମାନ, ଗର୍ବ ବୋହି ଗଲା ଆଖି ଲୁହରେ। ସତ୍ୟ ଏବଂ ମୁକ୍ତି ପଥରେ ଚାଲି ବାସ୍ତବ ପ୍ରେମର ପ୍ରାପ୍ତି ପାଇଁ ଲାଳାୟିତ ମନ ତାର। ଶରଣ ନେଇଥିଲା ତଥାଗତଙ୍କର'। ଚାଲିବାକୁ ଲାଗିଲା ତାଙ୍କ ପଛରେ ଭିକ୍ଷା ତାଳଟିଏ ଧରି। ମୂଖରୁ ବାହାରୁ ଥିଲା ଚିରନ୍ତନ ସତ୍ୟର ବାଣୀ,
"ବୁଦ୍ଧଂ ଶରଣଂ ଗଚ୍ଛାମି
ଧର୍ମଂ ଶରଣଂ ଗଚ୍ଛାମି
ସଂଘଂ ଶରଣଂ ଗଚ୍ଛାମି" ।
ପାରମିତା ଷଡ଼ଙ୍ଗୀ