ସେବା
ସେବା
ମଣିଷ ଏକ ସାମାଜିକ ପ୍ରାଣୀ । ଏକଥା ସଂପୁର୍ଣ୍ଣ ସତ । ତେବେ ମଣିଷ ଠାରୁ ଆଜି ଏତେ ଦୁରେଇ ଯାଇଛି କିପରି ? ତେବେ କ'ଣ ଆମ ଭିତରେ ଥିବା ମଣିଷ ପଣିଆଟି ଲୋପ ପାଇ ଗଲାଣି ନା ଆଜିର ବ୍ୟସ୍ତଭରା ଜୀବନ ଭିତରେ ଆମେ ମସିନରେ ବଦଳି ଗଲେଣି । ଏଇ ସମାଜ ଭିତରେ ଆମେ ରହୁଛେ , ତଥାପି କେତେଗୁଡ଼ିଏ ସାମାଜିକ ଗୁଣ ଗୁଡିକୁ ଆମେ ଅଣଦେଖା କରିଦେଉନୁ ତ । 'ସମାଜ ର ସେବା' ଏହାର ପରିସର ବ୍ୟାପକ ଅଟେ। କିନ୍ତୁ ସେବା , ମଣିଷର ପରମ ଧର୍ମ । ଗୋଟେ ସୁନ୍ଦର ଉଦାହରଣ ଏଠାରେ ପ୍ରସ୍ତୁତ କରୁଛି । ଏକା ମାଟି , ପାଣି,ପବନ ଓ ସୂର୍ଯ୍ୟର ଆଲୁଅ ପାଇଁ ଲିମ୍ବ ପିତା ଏବଂ ଆଖୁ ମିଠା ହୋଇଥାଏ । ଲିମ୍ବ ପିତାର ସ୍ବାଦ ଓ ଆଖୁ ମିଠାର ସ୍ବାଦ ଦେଇ ସେବା କରିଥାନ୍ତି । କହିବାର କଥା ହେଲା ଭାବନା କାହାକୁ ଶିଖାଇ ଦିଆଯାଇ ପାରେନା । ଏହି ଭାବନା ଅନ୍ତର୍ନିହିତ ମନରେ ଆପେ ଜାଗ୍ରତ ହୋଇଥାଏ ।
ଆମେ ଏପରି ବହୁ ଦିଗପୁରୁଷଙ୍କ ବିଷୟରେ ଜାଣିଛୁ ଯେଉଁ ମାନେ ସମାଜରେ ପୀଡ଼ିତ ଓ ଅବହେଳିତଙ୍କ ସେବାରେ ନିଜ ଘର ସଂସାର ସୁଖକୁ ତୁଛ ମନେ କରିଥିଲେ।
ସେଥିରେ ଓଡ଼ିଶାର ମଉଡମଣି ଗୋପବନ୍ଧୁ ନାମ ସର୍ବପ୍ରଥମେ ଆସିବ। ଖାଲି ଓଡ଼ିଶା କାହିଁକି ଭାରତ ଦେଶ ଏବଂ ବିଦେଶ ବି ବହୁତ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମନେ ପଡେ ଯେଉଁ ମାନେ ସମାଜର ବିଭିନ୍ନ ବିଭାଗର ଉନ୍ନତି ପାଇଁ ସାଧନା କରିଥିଲେ।
ଏବେ ପ୍ରଶ୍ନ ଉଠୁଛି, ଆଜିର ଯୁବ ପୀଢ଼ି କ'ଣ ଏପରି ସେବା ମନୋବୃତ୍ତି ରଖୁଛନ୍ତି କି ? ମୋ ମତରେ , ହଁ ଆଜିର ଯୁବ ପୀଢ଼ି ମଧ୍ୟ ସାମାଜିକ କ୍ଷେତ୍ରରେ ବିଶେଷ ରୁଚି ରଖିଛନ୍ତି । ଆଜି କାଲି ଏପରି ଯୁବକ ମାନଙ୍କ ନାମ ଆମ ସାମନାରେ ଆସିଛି ଯେଉଁ ମାନେ ଉଚ୍ଚରୁ ଉଚ୍ଚତର ଶିକ୍ଷା ସମାପ୍ତ ପରେ ବିଦେଶରେ ଯାଇ ଚାକିରୀ କରିବା ବଦଳରେ ସମାଜରେ ପୀଡ଼ିତ ମାନଙ୍କ ସେବାରେ ନିଜକୁ ନିଯୁକ୍ତ କରିଛନ୍ତି। ଏହାର ପ୍ରକୃତ ଉଦାହରଣ ହେଲେ ସୋନମ୍ ଓ୍ବଙ୍ଗଚୁକ।
ସମାଜକୁ ଉନ୍ନତ କରିବା ମନୋଭାବ ରଖିଥିବା ବ୍ୟକ୍ତି ବହୁ ବାଧାବିଘ୍ନର ସମ୍ମୁଖିନ ହେବା ସତ୍ତ୍ୱେ , ସେଗୁଡିକୁ ଭୃକ୍ଷେପ ନ କରି ଆଗକୁ ବଢି ଥାଆନ୍ତି। ସେପରି ସମାଜସେବୀ ମାନଙ୍କୁ ମୋର ଶତ ଶତ ପ୍ରଣାମ।
ପାରମିତା ଷଡ଼ଙ୍ଗୀ