The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Paramita Sarangi

Horror

5.0  

Paramita Sarangi

Horror

ଗୋଟିଏ ରାତି ର କାହାଣୀ

ଗୋଟିଏ ରାତି ର କାହାଣୀ

3 mins
565



ଅନ୍ଧାରର ଛାତି ଚିରି ଗୋଟେ ବିକୃତ ସ୍ବର ଟା ରେ ମୋ ନିଦ ଭାଙ୍ଗିଗଲା। ସାମ୍ନାରେ ନିମି ଠିଆ ହୋଇଥିଲା । ସେ ମୋତେ ଡାହାଣ ପଟକୁ ଈଶାରା କରି ଆଙ୍ଗୁଠି ଦେଖାଇ କଛି କହିବାକୁ ଚେଷ୍ଟା କରୁଥିଲା କି ହଠାତ୍ କାନ୍ଥରେ ଲାଖି ରହି ଥିବା ଝିଟିପିଟିଟି ତଳକୁ ଖସି ଆସି ତାର କାୟା ବିସ୍ତାର କରିବାକୁ ଲାଗିଲା । ଚାହୁଁ ଚାହୁଁ ସେ ତାର ବିରାଟ ମୁହଁ ଖୋଲି ଅଚାନକ ନିମିର ମୁଣ୍ଡ ଟାକୁ ଗିଳିବାକୁ ଲାଗିଲା । ନିମି ବି ନିଜକୁ ବଞ୍ଚାଇବାକୁ ଚେଷ୍ଟା ନ କରି ଗୋଟେ ରହସ୍ୟମୟ ହସ ହସି ତାର ପାଟି ଭିତରେ ପଶିଯାଉଥିଲା। ମୁଁ ଛଟପଟ ହେଉଥିଲି, ଚିତ୍କାର କରି ମାମା , ବାପାଙ୍କୁ ଡ଼ାକି ବାକୁ, ନିଜକୁ ଉଠେଇ ସେ ଝିଟିପିଟିର ପାଟିକୁ ଫାଡ଼ି ଦେବାକୁ, ନିମିକୁ ବଞ୍ଚାଇବାକୁ ଇଚ୍ଛା ହେଉଥିଲା । ହେଲେ ମୁଁ ଯେମିତି ଜଡ ପାଲଟି ଯାଇଥିଲି। ମୋ ଦେହରେ ଥିବା ସବୁତକ ବଳ ଗୋଟେ ବରଫ ଖଣ୍ଡ ପରି ଜମି ଯାଇ ମୋତେ ଜାବୁଡ଼ି ଧରି ଥିଲା । ମୁଁ ଉଠି ପାରୁ ନଥିଲି। ମୋ ଶରୀରର ଭିତରର କେଉଁ ଏକ କୋଣରେ ପଡି ଥିବା ଚେନାଏ ଅସହାୟତା ଧିରେ ଧିରେ ତା କାୟା ବିସ୍ତାର କରି ଚାଲିଥିଲା।


ମୋ ସାମନାରେ ସେ ଝିଟିପିଟିଟା ନିମିକୁ ଗିଳି ଚାଲିଥିଲା। ନିମି ପଶି ଯାଉଥିଲା ତା ଶରୀର ଭିତରେ, ହଠାତ୍

"ଠକ୍ "


ସେ ପିନ୍ଧିଥବା ସ୍ଲିପରଟା ତଳକୁ ପଡ଼ିଗଲା। ସେ ଶବ୍ଦଟା ମୋ କାନର ପରଦାକୁ ତୀବ୍ର ଆଘାତ କଲା । ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ନିଜେ ନିଜକୁ ଜୋରରେ ଧକ୍କା ଦେଇ ଖଟ ଉପରୁ ଓହ୍ଲାଇ ଦେଲି ଏବଂ ସବୁ ଶକ୍ତି ଖଟେଇ ଭୟଙ୍କର ଚିତ୍କାର କଲି । ଭାବିଲି କାଳେ ସେ ଝିଟିପିଟିଟା ନିମିକୁ ବାନ୍ତି କରି ଦେବ କି!


ମୋ ଚିତ୍କାର ଶୁଣି ଝିଟିପିଟି ଟା ଗୋଟେ ବିକୃତ ଅଟ୍ଟହାସ୍ୟ କରି ଝରକାକୁ ଭାଙ୍ଗି ବାହାରକୁ ଚାଲିଗଲା।


"ନିମି.....ନିମି", ମୁଁ ଦୁଇ ହାତରେ ମୋ ମୁହଁକୁ ଲୁଚାଇ କାନ୍ଦିବାକୁ ଲାଗିଲି।


କିଛି କ୍ଷଣ ପରେ ମନେପଡ଼ିଲା ନିମି ଡାହାଣ ପଟକୁ ଈଶାରା କରି କିଛି କହିବାକୁ ଚାହୁଁ ଥିଲା। ଡାହାଣ ପଟରେ କ'ଣ ଅଛି, ରୋଷେଇ ଘର ଆଉ ତା ପାଖରେ ସିଡିଟା ଠିଆ ହୋଇଛି , ବାପା,ମାମାଙ୍କ ଶୋଇବା ଘର ଯାଏଁ ।


"ହେଃ ଭଗବାନ ! ବାପା , ମାମା ଠିକ୍ ଅଛନ୍ତି ତ?"


ଦୌଡ଼ି ଗଲି ଉପରେ ଥିବା ଶୋଇବା ଘରକୁ । ବାପା, ମାମା ନଥିଲେ। କୁଆଡେ ଗଲେ। କାନ୍ଥକୁ ଚାହିଁଲି,"ନାଇଁ ତ ଏଠି ତ କୌଣସି ଝିଟିପିଟି ନାହିଁ । ତେବେ କ'ଣ ସେଇ ଝିଟିପିଟି ଟା ବି ଆଗ ବାପା ମାମାଙ୍କୁ ଗିଳି , ତାପରେ ନିମିକୁ......"


ମୁଁ ପୁଣି କାନ୍ଦିବାରେ ଲାଗିଲି। କାନ୍ଦି କାନ୍ଦି ତଳେକୁ ଓହ୍ଲେଇ ଆସିଲି। ଡାହାଣ ପଟରେ କ'ଣ ଅଛି...... କ'ଣ କହିବାକୁ ଚାହୁଁ ଥିଲା ନିମି ?"


ନିଜ ଅଜାଣତରେ ରୋଷେଇ ଘରକୁ ପଶିଗଲି। ନାହିଁ ଏଠି ତ ମାମା ନାହାଁନ୍ତି । କୁଆଡେ ଗଲେ ସମସ୍ତେ । ଚାରିଆଡେ ନଜର ଘୁରେଇଲି। ସବୁ ଠିକ ଠାକ୍ ଅଛି । ଫେରି ଆସୁଥିଲି କି

"ଆଃ......"

"ଏ କ'ଣ , ଫ୍ରିଜ୍ ରୁ ଏତେ ରକ୍ତ ବାହାରିଛି ?"


ଫ୍ରିଜ୍ ର ଡୋର୍ ଟା ଖୋଲି ଦେଲି। ନିଜର ଚିତ୍କାରରେ ନିଜେ ଡରିଗଲି। ଅଣନିଃଶ୍ବାସୀ ହୋଇ ସିଡି ଦେଇ ଦୌଡ଼ି ଗଲି ଛାତ ଉପରକୁ। ଧଇଁ ସଇଁ ହୋଇଗଲି। ପେଟଟା ଟାଣି ହୋଇ କଷ୍ଟ ହେଉଥିଲା, ସିଧା ଠିଆ ହୋଇ ପାରୁ ନଥିଲି। ହଠାତ୍ କାହାରି ହାତର ସ୍ପର୍ଶ। "ମାମା" ପଛକୁ ବୁଲିକି ଚାହିଁଥିଲି।


"ଆଃ.....କିଏ ତମେ....ଚାଲିଯାଅ ଏଠୁ"


ଫ୍ରିଜ ଭିତରେ ଥିବା ସେଇ ଲାସ୍ ଟା ଠିଆ ହୋଇଛି ଟିକେ ଦୁରରେ। ତା'ର କଟା ହାତଟା ମୋ ପିଠି ଉପରେ ଥୁଆ ହୋଇଛି। ସେ ଲାସ୍ ଟା ଉଡ଼ି ଆସିଲା ମୋ ପାଖକୁ । କହିଲା,"ମୋତେ ସେମାନେ ମାରି ଦେଲେ..... ଏଇ ଦେଖ ମୋ ଓଠକୁ କେମିତି ନେଳିଆ ଦେଖାଯାଉଛି।" ମୁଁ ସାହସ ଗୁଡିଏ ଏକାଠି କରି ଚାହିଁଲି ତା ମୁହଁକୁ ଏଥର । ତା ଆଖିରୁ ରକ୍ତ ବୋହୁଥିଲା । ତା ମୁହଁଟା ଶେତା ପଡ଼ି ଧଳା ଦେଖା ଯାଉଥିଲା, ଓଠ ଟା ନେଳିଆ, ଆଖିରୁ ରକ୍ତ ବୋହୁଥିଲା, କଟା ହାତଟା ମୋ ହାତକୁ ଜାବୁଡ଼ି ଧରିଥିଲା ।


ମୁଁ ତା ସାମନାରେ ଆଣ୍ଠେଇ କରି ବସି ପଡ଼ିଲି, ମୋ ହାତ ଯୋଡ଼ି କହି ଚାଲିଲି "ମୋ ନିମିକୁ ଫେରେଇ ଦେ, ମୋ ବାପା, ମାମା ଙ୍କୁ ଆଣି ଦେବ ଦୟାକର ମୋ ଉପରେ"


ସେ ତା ଜିଭକୁ କାଢି ଗୋଟେ ବିକଟାଳ ହସ ହସି ବାକୁ ଲାଗିଲା। ବଡ଼ ବଡ଼ ଆଖିରେ ଚାହିଁଲା। ତା ଈଶାରା ରେ ହଠାତ୍ କଟା ହାତଟା ପବନ ବେଗରେ ଯାଇ ତା ଦେହରେ ଜୋଡି ହୋଇ ଗଲା । ସେ ପଛକୁ ବୁଲିକି ଚାଲିବାକୁ ଲାଗିଲା। ମୁଁ ତା ପଛେ ପଛେ "ନିମି....ନିମି " କହି ଚାଲୁଥିଲି।


ମୁଁ ଚାଲୁଥିଲି..... ସେ ଉଡୁଥିଲା


"ଅପା.... ଅପା.…..କାହିଁକି ଏତେ ଜୋରରେ ଚିଲ୍ଲେଉଛୁ ? କ'ଣ ହେଲା ,ଖରାପ ସ୍ବପ୍ନ ଦେଖିଲୁ କି ?"


କମ୍ବଳ ଭିତରୁ ମୁହଁ ବାହାର କରି ଚାରି ଆଡକୁ ନଜର ଘୁରେଇଲି। ନିମି ମୋ ସାମନାରେ ଠିଆ ହୋଇ ଥିଲା। ମାମା ରୋଷେଇ ଘରେ ଚା' କରି ବାକୁ ଫ୍ରିଜ ଖୋଲୁଥିଲେ। ବାପା ଠାକୁରଙ୍କ ପାଖରେ ଧୂପ କାଠି ଲଗାଉ ଥିଲେ ।


ମୁଁ ଆସ୍ବଶ୍ତ ହେଲି ସବୁ ଠିକ ଠାକ୍ ଥିଲା। ମୋ ହୃଦୟର‌ ସ୍ପନ୍ଦନର ତୀବ୍ରତା ଧିରେଧିରେ ସ୍ବାଭାବିକ ହୋଇ ଆସୁଥିଲା । ନିଜ ଉପରେ ନିଜେ ହସୁଥିଲି " ସ୍ବପ୍ନ ଦେଖି କେତେ ଡରି ଯାଇଥିଲି, ଡରକୁଳିଟା...."

"ଅନି , କେତେ ସମୟ ଶୋଇଲୁ ଆଜି ? ଯା ମୁହଁ ଧୋଇଆ, ଚା' ଦେଉଛି" ମାମାଙ୍କ ସ୍ଵର ଟା ଆଜି ଖୁବ୍ ମିଠା ଲାଗୁଥିଲା।

"ଓ....କେ, ମାମା"

ମୁଁ ମୁହଁ ଧୋଇ ,ଡାଇନିଙ୍ଗ ଟେବୁଲ୍ ଉପରେ ନ୍ୟୁଜ ପେପର ଧରି ବସି ପଡ଼ିଲି। ଖବରଟେ ଉପରେ ଆଖି ଲାଖିଗଲା।


"ଏମ୍ ଏ ଲେ ଶ୍ରୀ ମହାପାତ୍ରଙ୍କ ପତ୍ନୀ ଶୀଖା ଦେବୀଙ୍କର ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି"।


ଏ ତ କାଲିର ସ୍ବପ୍ନରେ ଥିବା ସେଇ ଲାସ୍ । ମୋ ହାତରୁ ପେପରଟା ତଳକୁ ଖସି ପଡ଼ିଲା। ମୁଁ କାନ୍ଥକୁ ଚାହିଁଲି ଲାଞ୍ଜ କଟା ଝିଟିପିଟି ଟା ସେଇଠି ଲାଖି ଥିଲା ସେମିତି।



Rate this content
Log in

More oriya story from Paramita Sarangi

Similar oriya story from Horror