Lalita Mohan Mishra

Drama Romance Tragedy

3  

Lalita Mohan Mishra

Drama Romance Tragedy

ଅନ୍ତରାତ୍ମାର ଭିଜାସ୍ବର

ଅନ୍ତରାତ୍ମାର ଭିଜାସ୍ବର

8 mins
12.3K


ବେଳେ ବେଳେ ମନୁଷ୍ଯ ଯାହା ଇଛା କରୁ ନ ଥାଏ ପରିସ୍ଥିତି ପରିବେଶର ତାଡ଼ନାରେ ସେ କର୍ମକୁ କରିବାକୁ ବାଧ୍ୟ ହୋଇ ହୋଇଥାଏ । ଏହାର ମୂଳ କାରଣ ପାରିପାର୍ଶ୍ୱିକ ସମୟ ଏବଂ ଅବସ୍ଥିତି । କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି । ନିଜର ପ୍ରତିଛବିକୁ ନିଜ ମନରେ ପ୍ରତିଷ୍ଠା କରିବା । ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ .....! କିଛି କୋହକୁ ଛାତିରେ ଧରି , କିଛି ଅନୁଭବକୁ ଅଙ୍ଗେ ଲିଭାଇ , କିଛି ଅସମ୍ଭବକୁ ସମ୍ଭବ କରିବାର ଅଭିପ୍ସା ହିଁ ଜୀବନ। ନିଜ ଭିତରେ ସଂଗଠିତ କରି କିଛି ବାଟ ଚାଲି , ଝୁଣ୍ଟି ପଡି ,ପୁଣି ଉଠି ଚାଲିବାର ନାମ ଜୀବନ .......!! ହଜିଯାଇଥିବା ସ୍ମୃତିକୁ ସ୍ମୃତିରେ ରଖି ଆଗକୁ ବଢ଼ିବାର ଇଚ୍ଛାକୁ ଉଜ୍ଜିବୀତ କରି.... କିଛି ସ୍ୱପ୍ନକୁ ଖାଲି ସ୍ୱପ୍ନରେ ନ ରଖି.... କିଛି ଅବାସ୍ତବତାରୁ ବାହାରି ବାସ୍ତବତାର ରୂପ ଦେବାପାଇଁ.... କିଛି ଭରଷା ରଖି ନିରାଶା ମୁହଁରେ ଦୁଃଖକୁ ଦୂରେଇବା ପାଇଁ ଶୁଖିଲା ଓଠ ଧାରେ ହସକୁ ସଜେଇ ହସି ହସି ଜୀଇଁବାର ନାମ ହିଁ ତ ଜୀବନ .......!!!।


ଝିଅଟିଏ ଯେବେ ଯାଏ ଶାଶୁ ଘରକୁ ମଥାରେ ଓଢଣା ଟାଣି ଆସିଥାଏ । ମୁଣ୍ତ ନଇଁ ନଇଁ ଚାଲୁଥାଏ । ଶାଶୁଘରେ ଏବଂ ତାହାର ପାଦକୁ ଗଣି ଗଣି ଚାଲୁଥାଏ । ଆଖିରେ ଥାଏ ତା'ର ଆଖିଏ ସପନ, ମନରେ ଥାଏ ଅନେକ ପ୍ରଶ୍ନ ? ସଂସାର ଜଞ୍ଜାଳେ ବସି ଏକାନ୍ତରେ ନିତି ଭାବେ.... ଏମିତି କେତେ ଦିନ ବିତି ଗଲାଣି । ପ୍ରତି ମୂହୁର୍ତ୍ତରେ ଭାବେ ସ୍ୱାମୀର କଥା ! ! ! ଅଜାଗା ଘାଆ ଦେଖାଇ ହୁଏନା କି ଦେଖି ହୁଏନା.....


ସାହି ପଡିଶା ବନ୍ଧୁ ବାନ୍ଧବ ନ ଜାଣିବା ନ କହିବା ଲୋକଙ୍କ ମନରେ ପ୍ରଶ୍ନ ଝିଅର ଦୋଷ ନା ପୁଅର ଦୋଷ । କିଏ କିଏ ତ ପଚାରି ଦେବାକୁ ତଣ୍ଟି ପର୍ଯ୍ୟନ୍ତ କଥାଟା ଆଣୁଛନ୍ତି କିନ୍ତୁ କ'ଣ ଭାବିବେ ଭାବି ପଚାରି ପାରୁ ନାହାଁନ୍ତି  । କେତେ ମୁଖୁଡା ସ୍ତ୍ରୀ ଲୋକ କ'ଣ ଭାବିଲେ ଭାବୁ... ବୋଲି ଭାବି ପଚାରି ଦିଅନ୍ତି ! ! ! ଉପଯୁକ୍ତ ଉତ୍ତର ପାଇ ପାରନ୍ତି ନାହିଁ । କାହାକୁ କହିବ ମନର କଥା... କିଏ ବୁଝି ପାରିବ... ନିଜ ମନ ହୃଦୟର କଥା ! ବରଂ ଠିକ୍ ହେବ... କାହାକୁ କିଛି ନ କହି ନିରବ ରହିବା । ଆଉ ସେୟା କରିଥିଲା ବର୍ଣ୍ଣାଳୀ ।


ବାପା ବୋଉଙ୍କର ଏକମାତ୍ର କନ୍ୟା ବର୍ଣ୍ଣାଳୀ । ବାପା ବୈରାଗୀ ଚରଣ ବାବୁ ଝିଅକୁ ବାହାରକୁ ପଢିବାକୁ ଛାଡି ନ ଥିଲେ । ଏକ ମାତ୍ର ଅଲିଅଳି କନ୍ଯା । ରୂପ ଗୁଣ ସୌନ୍ଦର୍ଯ୍ୟ କେଉଁ ଥିରେ ବି କମ୍ ନୁହେଁ । ବର୍ଣ୍ଣାଳୀ ମେଟ୍ରିକରେ ଫାଷ୍ଟ ଡିଭିଜନ, 2 ଏବଂ 3 ବିଜ୍ଞାନରେ ଶତକଡା ଅଶୀ ପ୍ରତିଶତ ମାର୍କ ରଖି ପାଶ୍ କଲା । ଏମ୍.ଏସ୍. ସି ରେ ମଧ୍ୟ ଭଲ ନମ୍ବର ରଖିଲା । ଚାକିରୀ କରିବା ତାର ଉଦେଶ୍ୟ ଥିଲା । କିନ୍ତୁ ବୈରାଗୀ ବାବୁ ଆଇ. ଟି. ଡି. ଏ ର ସ୍ପେଶାଲ ଅଫିସର ଥିଲେ । ଝିଅକୁ ଚାକିରୀ କରାଇବାକୁ ସେ ଇଛା କଲେ ନାହିଁ । ବୈରାଗୀ ବାବୁଙ୍କର ବାଲ୍ୟ ବନ୍ଧୁ ବୈଷ୍ଣବ ବାବୁ ଯେ କି ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଛନ୍ତି । ତାଙ୍କର ଏକମାତ୍ର ପୁତ୍ର ବୈଭବ ବ୍ୟାଙ୍କ ପି. ଓ ଅଛି ତାହା ସହିତ ବର୍ଣ୍ଣାଳୀର ବିବାହ କରାଇ ଦେଲେ ।


  ସାମାଜିକ ନିତି ନିୟମ ଏବଂ ପ୍ରଥା ଅନୁସାରେ ବର୍ଣ୍ଣାଳୀ ବର୍ଷେ ଦେଢବର୍ଷ ପର୍ଯ୍ୟନ୍ତ ଶାଶୁ ଘରେ ରହିଲା । ବୈଭବ ଚାକିରୀରୁ ମାସେ ଦୁଇ ମାସରେ ଥରେ ଅଧେ ଘରକୁ ଆସେ । ଗାଁ ସାହି ପଡିଶା ବର୍ଣ୍ଣାଳୀକୁ ପୁଅ ପାଖକୁ ଛାଡି ଦେବାକୁ କହିଲେ । କିଏ କିଏ ମଧ୍ୟ ଏମିତି ବି କହିଲେ - ବୈଭବ ଟି ଆଉ କେତେ ଦିନ ହାତରେ ରାନ୍ଧି ଖାଇବ ? ବୋହୁକୁ ପୁଅ ପାଖକୁ ଛାଡି ଦେଉନ ! ବୈଷ୍ଣବ ବାବୁ ବିଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ କଥା ଶୁଣିଲେ । ବିବାହ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି ବୋହୁ କୋଳରେ ଛୁଆଟିଏ ନାହିଁ । କିଏ କହିଲା ଶାଶୁ ଶ୍ବଶୁର ସେବା ଶୁଶ୍ରୁଷା ପାଇବେ ବୋଲି ବୋହୂକୁ ରଖିଛନ୍ତି । କିନ୍ତୁ "କାଲା ମା' କାଲ ଠାର ଜାଣେ" । ଅସଲ କଥାଟା କାହାକୁ କହିବେ ବାପା ମାଆ ।


   ବର୍ଣ୍ଣାଳୀ ଘର ମଧ୍ୟରେ ଶାଶୁ ଶ୍ବଶୁରଙ୍କର ସେବା କରି କରି ଅଣାନ୍ତିଆ ହୋଇ ଗଲାଣି । ବିବାହର ପରେ ବୁଢାବୁଢୀ ଗୁରୁଜନ ମାନେ ଆଶା କରନ୍ତି ନାତି ନାତୁଣୀଟିଏ । ବର୍ଣ୍ଣାଳୀର ସାଙ୍ଗମାନେ କେତେ ପରେ ବିବାହ କରି ସେମାନେ ମାଆ ହେଲାଣି । ନାରୀର ପୂର୍ଣ୍ଣତା ମାତୃତ୍ୱ ଲାଭରେ ଥାଏ କିନ୍ତୁ ବର୍ଣ୍ଣାଳୀର ଭାଗ୍ୟରେ ସେତକ ନାହିଁ । ଆଶା ଆକାଂକ୍ଷାରେ ପ୍ରତୀକ୍ଷା କରିଥାଏ ବର୍ଣ୍ଣାଳୀ । ଲୋକମାନଙ୍କର କଥା ଶୁଣି ଶୁଣି ବୈଷ୍ଣବ ବାବୁ ବିରକ୍ତ ହୋଇ ବୈଭବ ସାଥିରେ ଏଥର ବର୍ଣ୍ଣାଳୀକୁ ଛାଡି ଦେଲେ । ବୈଭବ ଅବଶ୍ଯ ବଡ ଘରଟିଏ ଭଡା ନେଇ ଥାଏ । ଘର ମାଲିକିଆଣୀ ବଢିଆ ଲୋକ । ଘର ମାଲିକ ଦୁଇ ବର୍ଷ ତଳେ ହୃଦ୍ ଘାତରେ ପରଲୋକ ହୋଇଗଲେ । ତାଙ୍କର ପୁଅ ଟିଏ ଝିଅଟିଏ । ଝିଅ ବୈଜୟନ୍ତୀ ପୁଅ ବିଜନ । ଝିଅକୁ ପୂର୍ବରୁ ବିବାହ କରାଇ ଦେଇଥିଲେ ପୁଅ ବିଜନ ବି. ଏସି ସେକେଣ୍ଡ ଇଅରରେ ପଢୁଛି । ବର୍ଣ୍ଣାଳୀକୁ ଭାଉଜ ଭାଉଜ ଡାକେ । 


ସ୍ବାମୀ ସ୍ତ୍ରୀ ଚଳିବା ପାଇଁ ଟିଭି ଫ୍ରିଜ୍ ଜିନିଷ ପତ୍ର ଆଗରୁ ରଖିଥାଏ ବୈଭବ । ବ୍ୟାଙ୍କ ଚାଲିଗଲେ କେତେବେଳେ ଫେରିବ ଠିକ୍ ଠିକଣା ନାହିଁ ବୈଭବର । କେବେ ରାତି ଆଠଟା ତ କେବେ ନଅଟା । ରାତିରେ ଅଫିସରୁ ଆସି ଖାଇଦେଇ ଶୋଇପଡେ ବୈଭବ । ନାରୀ ମନର କଥା ସେ ବୁଝି ପାରେ ନାହିଁ । ଏପଟେ ନୂଆ ଯାଗା ନୂଆ ପରିଚୟ । ଦିନ ଦିନ ଏକା ଏକା ଘରେ ବସି ରହି ବିରକ୍ତ ହୁଏ ବର୍ଣ୍ଣାଳୀ । ଛାତ ଉପର ତଳ ହୋଇ କେତେ ସମୟ କଟାଇବ । ବେଳେ ବେଳେ ସ୍ବାମୀଙ୍କୁ ପଚାରେ - ସବୁଦିନ କ'ଣ ତୁମର ରାତି ପର୍ଯ୍ୟନ୍ତ ଅଫିସ୍ କାମ ପଡୁଛି ? ସ୍ତ୍ରୀ ର ମନ କଥା ବୁଝି ପାରେ ନାହିଁ କି ବୁଝି ଅବୁଝା ପଣର ଅଭିନୟ କରେ ସେ କଥା ଜାଣି ପାରେ ନାହିଁ ବର୍ଣ୍ଣାଳୀ । ସ୍ବାମୀ ପାଖରେ ନିଜକୁ ସମର୍ପଣ କରେ ବର୍ଣ୍ଣାଳୀ କିନ୍ତୁ ପ୍ରକୃଷ୍ଠ ଆଦର ପାଇ ପାରେ ନାହିଁ । ନିଜକୁ ହତୋତ୍ସାହିତ ମନେ କରେ । ନିଜର ତୃଷ୍ଣା ମେଣ୍ଟାଇ ପାରେ ନାହିଁ ବୈଭବ । ନିଜର ଅବୟବ ଅତୃପ୍ତ ହୋଇ ରହିଯାଏ ବର୍ଣ୍ଣାଳୀର । ନିଜର ଉତ୍ତେଜନାକୁ ପ୍ରଶମିତ କରିବା କଷ୍ଟକର ହୁଏ ବର୍ଣ୍ଣାଳୀକୁ ଏହି ବୟସରେ । ଗୋଟିଏ ସ୍ତ୍ରୀ ସ୍ବାମୀ ଠାରୁ ଯାହା ଆଶା କରେ ତାହାର ଲକ୍ଷଣ ପାଇ ପାରେ ନାହିଁ । ସ୍ବାମୀ ସ୍ତ୍ରୀ ଏକାଠି ବୁଲିବା.... ହସ ଖୁସି କରିବା... ସ୍ତ୍ରୀ ର ସାନିଧ୍ୟ ଲାଭ କରିବା... ଆପଣାର କରିବା... । ଏ ସବୁ ଦେଖିବାକୁ ମିଳେ ନାହିଁ ।


ବୈଭବର ଏହି ଭଳି ବ୍ୟବହାରରେ ନିରୁତ୍ସାହିତ ମନେ କରେ ବର୍ଣ୍ଣାଳୀ । ସ୍ବାମୀର ପୌରୁଷ୍ବତରେ ସନ୍ଦେହ କରେ । ଅନନ୍ୟୋପାୟ ହୁଏ ସ୍ବାମୀଙ୍କର ସାନିଧ୍ୟ ଲାଭ ପାଇଁ.... ନିଜର କାମ ଭାବନା ପୂର୍ଣ୍ଣ କରିବା ପାଇଁ... କାମୋଦ୍ଦୀପକ ସମସ୍ତ ଅସ୍ତ୍ର ପ୍ରୟୋଗ କରେ ବର୍ଣ୍ଣାଳୀ । ସଫଳତା ପାଇ ପାରେ ନାହିଁ । ଫୁଲ କଢିରୁ ଶୁଖି ଗଲା ପରି ସ୍ତ୍ରୀର ସ୍ପର୍ଶ ମାତ୍ରେ ନିଜକୁ

କ୍ଷଣିକ ତୃପ୍ତି ଲାଭ କରେ ବୈଭବ ଅଥଚ ବର୍ଣ୍ଣାଳୀର କାମାଗ୍ନିକୁ ପ୍ରଶମିତ କରିପାରେ ନାହିଁ ।


ସ୍ତ୍ରୀର ମନରେ ସନ୍ଦେହର ବୀଜ ବପନ ହେଲା । ସ୍ବାମୀର ଏଭଳି ଆବଭାବରେ ପ୍ରଶ୍ନ କରେ ବର୍ଣ୍ଣାଳୀ - ତୁମେ ମୋତେ ସାମାଜିକ ନିତି ନିୟମ ଦୃଷ୍ଟିରୁ ବିବାହ କରିଛ ? ବାସ୍ତବିକ ସ୍ତ୍ରୀ ର ମନ କଥା ବୁଝି ପାରୁନାହଁ ବା କୌଣସି ତରୁଣୀର ପ୍ରେମରେ ପଡି ମୋତେ ହତାଦର କରୁଛ ? ମୁଁ ସମାଜ ଆଗରେ ବାଂଞ୍ଝର ଆଖ୍ୟା ପାଉଛି । ମୋତେ ଲୋକେ ଦେଖିଲେ ପଳାଶଫୁଲ ବୋଲି କହୁଛନ୍ତି । ପଳାଶଫୁଲର ଯେମିତି ସୁନ୍ଦରତା ଅଛି କିନ୍ତୁ ଠାକୁରଙ୍କର ନା ତ ପଦ ସେବାରେ ଲାଗି ପାରୁଛି ନା ସୁଗନ୍ଧ ଅଛି । ରୂପ ଗୁଣ ସୌନ୍ଦର୍ଯ୍ୟରେ ମୁଁ ପରିପୂର୍ଣ୍ଣ ଥିଲେ କ'ଣ ହେଲା ନା ସ୍ବାମୀର ନା ତ ମାତୃତ୍ୱ ଲାଭ କରି ପାରିଲି । ସ୍ବାମୀ ସ୍ତ୍ରୀ ପାର୍କରେ.. ମନ୍ଦିରରେ.. ମଲ୍ ରେ.. ହାତକୁ ହାତ ଛନ୍ଦି ବୁଲୁଛନ୍ତି । ଏସବୁ ଦେଖିଲେ ତୁମ ମନରେ କିଛି ଭାବନା ସୃଷ୍ଟି ହେଉନାହିଁ ନା ତୁମେ ପୁରୁଷ ନୁହଁ ? 


ତୁମେ ବାହାରେ ଆରାମରେ ଜୀବନ ବିତାଉ ଅଛ । ମୁଁ ଦିନରାତି ଘରେ ପଡି ରହି ହତୋତ୍ସାହିତ ହେଉଛି । ପଚାରିଲେ କହୁଛ - ମୋର ଆଜି ଅଫିସ୍ ରେ ଗୁଡାଏ କାମ ଥିଲା । ସ୍ତ୍ରୀ ର ଭାବାବେଗକୁ ହୃଦୟଙ୍ଗମ କରିପାରୁ ନାହଁ । ତାର ମନ, ତାର ଆବେଗ, ତାର ଖୁସିକୁ ତୁମେ ଉପଲବ୍ଧି କରି ପାରୁ ନାହଁ । ଜଣେ ଖାଲି ବିଭା ହୋଇଗଲେ ସ୍ତ୍ରୀ ହୋଇଯାଏ ନାହିଁ । ସ୍ତ୍ରୀକୁ ସ୍ନେହ ମମତାରେ ବାନ୍ଧି ନ ରଖି ପାରିଲ ସ୍ବାମୀ ସ୍ତ୍ରୀରେ ଫାଟ ସୃଷ୍ଟି ହୁଏ । ତୁମେ ଆମ ଦୁଇ ଜଣଙ୍କ ମଧ୍ୟରେ ବିରାଟ ଫାଟ ସୃଷ୍ଟି କଲ । ତୁମେ ଜଣେ ହୃଦୟହୀନ ସ୍ତ୍ରୈଣ ପୁରୁଷ । ନାରୀକୁ ପ୍ରେମ ଦେଇ ବଞ୍ଚାଇବାର ସାମର୍ଥ୍ୟ ତୁମ ଠାରେ ନାହିଁ । ଏହା କହି ବର୍ଣ୍ଣାଳୀ କାନ୍ଦିବାକୁ ଲାଗିଲା ।


ବୈଭବ ନିଜକୁ ଅସହାୟତା ବୋଧ କଲା । ସ୍ତ୍ରୀକୁ କେମିତି କହିବ ଯେ - ସେ ଜଣେ ହୃଦ୍ ରୋଗୀ । ବାପା ମାଆ ସିନା ତାଙ୍କର ବଂଶ ରକ୍ଷା କରିବାକୁ ଯାଇ ପୁଅ ବିବାହ କରିଦେଲେ କିନ୍ତୁ ଡାକ୍ତରଙ୍କର ପରାମର୍ଶ ସଂଭୋଗ ଠାରୁ ନିଜକୁ ଦୂରେଇ ରଖିବେ । ନଚେତ୍ ଜୀବନ ପ୍ରତି ବିପଦ ଅଛି । ସ୍ତ୍ରୀ ର କାମନାକୁ ପୂର୍ଣ୍ଣ କରିବାର ଶକ୍ତି ଥିଲେ ମଧ୍ୟ ଜୀବନ ପ୍ରତି ବିପଦ ଦୃଷ୍ଟିରୁ ଆଗେଇ ପାରେ ନାହିଁ । ବର୍ଣ୍ଣାଳୀର କଥାରେ କାନ୍ଦରେ ବୈଭବ ମର୍ମାହତ ହେଲା । ନିଜେ ସ୍ତ୍ରୀ ପାଖରେ କାନ୍ଦିବାକୁ ଲାଗିଲା । ନିଜକୁ ଅପାରଗତ, ଅସହାୟତା, ଅକ୍ଷମଣୀୟ ପରୋକ୍ଷରେ ପ୍ରକାଶ କଲା । ଜ୍ଞାନ ଦୃଷ୍ଟିରୁ ସମସ୍ତ ବିଷୟ ବୁଝିବାକୁ ସମୟ ଲାଗିଲା ନାହିଁ ବର୍ଣ୍ଣାଳୀକୁ ।


ନାରୀ ଜାୟା ଜନନୀ ଭଗିନୀ । ସେ ସୃଷ୍ଟିର ସର୍ଜନା । ସାମାଜିକ ଦୃଷ୍ଟି କୋଣରୁ ନିଜକୁ ଅକ୍ଷମଣୀୟ ଅନୁଭବ କଲା ନାହିଁ ବର୍ଣ୍ଣାଳୀ । ନିଜ ଠାରେ ମାତୃତ୍ୱ ଲାଭ କରିବାର ପ୍ରବଳ ଆଗ୍ରହକୁ ଦ୍ବିଗୁଣିତ କଲା । ନିଜକୁ ବେଶ ପୋଷାକ ପରିଧାନ ସଜାଡି ହେଲା । ଜୀବନର ଗତିପଥରେ ହାରି ଜିତିବାର ପ୍ରୟାସ କଲା । ସେଦିନ ସକାଳୁ ସକାଳୁ ସ୍ନାନ ସାରି ଲୁଗା ପାଲଟିବା ସମୟରେ ବିଜନ ଘର ଭିତରକୁ ପଳାଇ ଆସିଲେ । ବିଜନ ଦୃଷ୍ଟି ଭାଉଜଙ୍କର ବକ୍ଷ ଦେଶ ଏବଂ ଗୌର ରୂପ ଲାବଣ୍ୟ ଉପରେ ପଡିଥିଲା । ବିଜନ ତ ଏବେ ଆଉ ପିଲା ନୁହେଁ । ସୁସ୍ଥ ଶବଳ ଅତୁଟ ଚେହେରା । ନୂଆ ମାଟିରେ କଅଁଳ ଘାସ କଅଁଳିଲା ପରି ବିଜନର କଅଁଳିଆ ମୁହଁରେ ନିଶଟି ଅତି ସୁନ୍ଦର ଲାଗୁଛି । ଏବେ ବୟସ ତାକୁ ଗୋଡିଏ ବାଇଶି ହେବଣି । ବର୍ଣ୍ଣାଳୀ ଠାରୁ ସିନା ବୟସରେ ସାନ ନଚେତ୍ ଯୁବକତ୍ବ ଭାବ ଓ ଭାବନା ।


ନିସଙ୍ଗତା ଭିତରେ ଆଶ୍ରୟ ଖୋଜେ ମନୁଷ୍ଯ । ଯଦି ସେହି ସମୟ ମଧ୍ୟରେ ତାକୁ ଆଶ୍ରୟ ମିଳିଯାଏ ସେ ନିଜକୁ ଧନ୍ୟ ମଣେ । ବିଜନ ମାଆ ଏବଂ ବର୍ଣ୍ଣାଳୀର ସମ୍ପର୍କ ଅତି ଉତ୍ତମ । ଗୋଟିଏ ପରିବାର ପରି ଚଳନ୍ତି । ବିଜନ ଦୃଷ୍ଟି ଭଙ୍ଗି ବେଳକୁ ବେଳ ଭାଉଜଙ୍କ ଆଡେ ଗଲାଣି । ଭାଉଜଙ୍କ ସାଥିରେ ଅଧିକ ସମୟ ଗପିବା । ଥଟ୍ଟା ପରିହାସ କରିବା । ଭାଉଜ ଯାହା କହିବେ ବଜାରରୁ ଆଣିଦେବା । ଏମିତି ବେଳକୁ ବେଳ ଭାଉଜଙ୍କର ଅତି ଆଦରର ଦିଅର ପାଲଟିଗଲା ବିଜନ । ଭାଉଜଙ୍କର ସୌନ୍ଦର୍ଯ୍ୟରେ ବିଜନ ମନ ଲାଗି ରହିଲା । ମନକୁ ଚଞ୍ଚଳ ଏବଂ ବ୍ୟତିବ୍ୟସ୍ତ କରିପକାଇଲା । ଭାଉଜଙ୍କର ଚେହେରା ବିଜନର ମନ ହୃଦୟରେ ଆଇନା ପରି ପ୍ରତିବିମ୍ବିତ ହେଲା । ପ୍ରତି ମୂହୁର୍ତ୍ତରେ ଭାବି ହେଲା ଭାଉଜଙ୍କୁ ।


ବର୍ଣ୍ଣାଳୀକୁ ମଧ୍ୟ ଏସବୁ ଆବଭାବ ଅଛପା ରହିଲା ନାହିଁ । ନାରୀ ଲଜ୍ଜ୍ୟାଶୀଳା । ଉଭୟ ଉଭୟଙ୍କୁ ଧିରେ ଧିରେ ଆଉ ଭିନ୍ନ ଅନୁଭବ କଲେ ନାହିଁ । ବର୍ଣ୍ଣାଳୀର ଅବହେଳିତ ବିକ୍ଷୁବ୍ଧ ମନ ଆବେଗର ବେଳାଭୂମିରେ ମଥା ପିଟିବାକୁ ବ୍ୟାକୁଳିତ ହେଲା । ବିଜନ ସେଦିନ ସନ୍ଧ୍ୟାରେ ଭାଉଜଙ୍କ ସହିତ ଗପୁ ଗପୁ କେତେବେଳେ ଭାଉଜଙ୍କୁ କୋଳାଗ୍ରତ କରିଛି ଜଣାନାହିଁ । ନିଆଁ ପାଖରେ କ'ଣ ଘିଅ ରହିବ ? ବିଜନ ଭାଉଜଙ୍କୁ ଧରି ଶିହରି ଉଠିଛି । ବିଜନର ବେକରେ ଛନ୍ଦି ହୋଇଯାଇଛି ବର୍ଣ୍ଣାଳୀ । ପରସ୍ପର ପରସ୍ପରକୁ ସର୍ପ ସଙ୍ଗମ ଅବସ୍ଥାରେ ଉପଭୋଗ କରିଛନ୍ତି । ସତରେ କେତେ ଆନନ୍ଦ କେତେ ଉଲ୍ଲାସ, କେହି କାହାରିକୁ କିଛି କହିବାକୁ ଭାଷା ପାଇ ପାରୁ ନାହାଁନ୍ତି । ବର୍ଣ୍ଣାଳୀ କୌଣସି ପ୍ରକାର ପ୍ରତିବାଦ କରିନାହିଁ ବିଜନକୁ । ଏକ ନୂତନ ମାଧ୍ୟାକର୍ଷଣ ଶକ୍ତିରେ ଟାଣି ହେଲା ପରି ଅନୁଭବ କରିଛି ବର୍ଣ୍ଣାଳୀ ।


 ନିଜ ମନ ଓ ଦେହର ଭୋକ ଆଜି ମେଣ୍ଟାଇ ପାରିଛି ନିଜର କୁଳ ଧର୍ମ ଭୁଲି । ନ ଭୁଲିବ ବା କେମିତି ? ବୟସ ଏବଂ ମନର ଆବେଗିକ ମୂହୁର୍ତ୍ତକୁ ଯଦି ଜଣେ ସ୍ବାମୀ ବୁଝିପାରେ ନାହିଁ, ତାହାହେଲେ ସ୍ତ୍ରୀ କ'ଣ କରିବ ? କେତେଦିନ ନିଜ ମନକୁ ମାରି ରହିବ ? ନିଜର ଆବେଗକୁ କାହାକୁ ପରିଶିବ ? ବର୍ଣ୍ଣାଳୀ ଏହି ଭଳି କର୍ମରେ ଅନୁତପ୍ତ ହେଲା କିନ୍ତୁ କ୍ଷୁଧା ମେଣ୍ଟିଥିବାରୁ ତୃପ୍ତି ଲାଭ କଲା । ବର୍ଣ୍ଣାଳୀ ଏଥର ଆଉ କେବେ ପ୍ରଶ୍ନ କରେ ନାହିଁ ବୈଭବକୁ । ବ୍ୟାଙ୍କରୁ କେତେବେଳେ ଆସିଲେ କିମ୍ବା ଗଲେ ତା ଉପରେ ଗୁରୁତ୍ବ ଦିଏନାହିଁ ବର୍ଣ୍ଣାଳୀ । ନିଜକୁ ଏଥିରୁ ଛୁଟ୍ କାରା ମିଳି ଥିବାରୁ ଅନ୍ତରରୁ ଆନନ୍ଦ ଲାଭ କରେ ବୈଭବ । ଧିରେ ଧିରେ ବିଜନ ଓ ବର୍ଣ୍ଣାଳୀର ସମ୍ପର୍କ ଅଛପା ରହେ ନାହିଁ ବୈଭବକୁ । ବରଂ ବୈଭବ ନିଜକୁ ଅନୁଭବ କରେ "ହାତୀ ବନସ୍ତରେ ରହିଲେ ମଧ୍ଯ ରାଜାଙ୍କର" ।


ବୈଭବ ଏକ ବ୍ଯାଙ୍କ କାମରେ ମାସେ ପାଇଁ ବମ୍ବେ ଯିବାକୁ ଇଛା କଲା । ଏ କଥାଟା ବର୍ଣ୍ଣାଳୀକୁ ଜଣାଇଲା ସେ ମଧ୍ୟ ସମ୍ମତି ପ୍ରଦାନ କଲା । ବୈଭବ ସବୁ ଜାଣି ଶୁଣି ନ ଜାଣିବାର ଅଭିନୟ କଲା । ଗଲା ବେଳେ ବିଜନକୁ ଡାକି କହିଲା - ମୁଁ ମାସେ ପାଇଁ ବମ୍ବେ ଯାଉଛି । ଭାଉଜ ଏକା ରହିଲେ.... ତାଙ୍କର ଯାହା ଦରକାର ତୁ ଟିକେ ଆଣିଦେଉ ଥିବୁ । ଭାଉଜଙ୍କୁ ଭୟ ଲାଗିଲେ... ଘରେ ଟିକେ ଜଗି ରହିବୁ ! ସତେ ଯେମିତି ଦିଅର ଭାଉଜ ସମ୍ପର୍କରେ ଅନଭିଜ୍ଞ ସେହି ପରି ଛାଡି ବମ୍ବେ ଚାଲିଗଲା ।


ବର୍ଣ୍ଣାଳୀ ଏବଂ ବିଜନ ସମ୍ପର୍କ ଅଧିକ ଦୃଢିଭୂତ ହେଲା । ବହୁପୂଣ୍ଯ ତପସ୍ୟାର ଫଳ ପାଇଲା ବର୍ଣ୍ଣାଳୀ । ମାତୃତ୍ୱ ଲାଭ କଲା । ବହୁଦିନର ସ୍ବପ୍ନ ଟି ସମସ୍ତଙ୍କୁ ଜଣାଇଲା । ସମସ୍ତେ ଖୁସିରେ ଗଦଗଦ ହେଲେ । ବୈଷ୍ଣବ ବାବୁ ନିଜର କୁଳ ରକ୍ଷା ହେଲା ବୋଲି ଆତ୍ମବିଭୋର ହେଲେ । ଠାକୁରଙ୍କ ଠାରେ ଯାଚଙ୍ଗା କଲେ । ମାସେ ପରେ ବୈଭବ ଆସି ସ୍ତ୍ରୀ କୁ କୃତଜ୍ଞତା ଜ୍ଞାପନ କଲା । ଅବଶ୍ୟ ଛେଳି ଯେତେ ହେଲେ ଗୋଲାର ଲାଭ ନ୍ୟାୟରେ ବୈଭବ ଆନନ୍ଦିତ । ନିଜର ବଂଶ ରକ୍ଷା ହେଲା ବୋଲି ବହୁତ ଖୁସି । କିଛିଦିନ ପରେ ପୁଅଟିଏ ହେଲା । ବୈଷ୍ଣବ ବାବୁ ନାତିର ଏକୋଇଶିଆକୁ ଦୂଆରେ ପାଲା ପୂଜା କଲେ । ସମସ୍ତେ ଖୁସି ହେଲେ କିନ୍ତୁ ବର୍ଣ୍ଣାଳୀର ଅନ୍ତରର ଭିଜାସ୍ବର କଥା କିଏ ବୁଝୁଛି ?


ଗଛରେ କେଉଁ ଦିନରୁ ମହୁମାଛି ବସାବାନ୍ଧି ଥିଲା । ବଡ ମହୁଫେଣାଟିଏ । ଆଜି ମହୁ ମାଛି ଗୁଡିକ ଆଉ ଦିଶୁ ନାହାଁନ୍ତି । ମହୁ ଫେଣାରେ ମହୁ ଭର୍ତ୍ତି ହୋଇ ମହୁ ଟପ୍ ଟପ୍ ପଡୁଛି । ଲାଗୁଛି ଏବେ ମହୁ କାହାର ? ନା ମହୁମାଛିର ? ନା ଗଛ ବାଲାର ? ନା ଯେ ମହୁ ବାହାର କରିବ ତାହାର ?


Rate this content
Log in

Similar oriya story from Drama