Siddhartha Tripathy

Abstract Romance Inspirational

3.4  

Siddhartha Tripathy

Abstract Romance Inspirational

*ଅମିମାଂସିତ ପ୍ରେମ*

*ଅମିମାଂସିତ ପ୍ରେମ*

4 mins
308



ବାଉଲି ! ଏ ବାଉଲି !

କଥାରେ କୁହନ୍ତି, ଝିଅକୁ ହେଲାଣି ସତର, ମାଆ କୁହେ ମୋତେ ଅଠର। ସେମିତି ମୋ ବୟସ ପନ୍ଦର ଆଉ ତୋର ସତର। ଆମ ବିବାହ କେମିତି ହେବ ଯେ ? ଲୁଚିଛପି ଏହି କିଆବଣ ଭିତରେ କଣ୍ଟାଫୋଡ଼ି ହୋଇ ଲହୁଲୁହାଣ ପ୍ରେମ କ'ଣ ଚିରସ୍ଥାୟୀ ?


ବୋଧେ ନା । 


ବାଉଲି ଚୁପ୍ ରହିବା ଦେଖି କୁଡେଇ କନ୍ୟା ରମୋଲା ତା ଜଙ୍ଘର ଘନକେଶକୁ ଟାଣିଦେଲା। ଚମକି ଉଠିବା ସହ ବିରକ୍ତିରେ ନାକ ସିକୁଡୁ ଥିଲା ବାଉଲି।


ପ୍ରେମ ! ଉଛୁଳା ନଈ ! ମାନେନା ବନ୍ଧ ବାଡ ! ହସାଇ ଥାଏ, କନ୍ଦାଇ ନିଏ। ପ୍ରେମର ସାଗରରେ ଉବୁଟୁବୁ ହେଉନଥିବା ଅଥବା ସେଦିଗକୁ ଆଦୌ ଆକୃଷ୍ଟ ନଥିବା ରମୋଲାର ଶାନ୍ତ ସୌମ୍ୟ ଜୀବନେ ଦିନେ ଝଡର ଇଗଲ ପରି ମାଡି ଆସିଲା ନା ଧସେଇ ପଶିଲା ପ୍ରେମ ଜାଣିବା ପୂର୍ବରୁ ପ୍ରେମ ହୋଇଗଲା।

ଏମିତି କେମିତି ହେଲା ବାଉଲି !!


 କହିଉଠେ ବାଉଲି, ଜାଣିଛୁ ରମୋଲା , ସେଇ ମିଳନ ପରର ପରିଣତି ? ହସିଉଠି ରମୋଲା କୁହେ, ତମ ଘରେ ବିଜୁଳି ଚାଲିଗଲେ ମହମବତୀ ଲଗାଅ ନା ? ବାଉଲି କୁହେ ପ୍ରେମ , ଶାରିରୀକ ମିଳନ ସହ ମହମବତୀର ସମ୍ପର୍କ କ'ଣ ? ରମୋଲା ଦାର୍ଶନିକ ପରି କହିଉଠେ, ପତଙ୍ଗ ଜାଣେ ଅଗ୍ନି ପାଖକୁ ଗଲେ ତାର ଅନ୍ତ ନିଶ୍ଚିତ। କିନ୍ତୁ ମହମବତୀ ଆଲୋକ ପାଖକୁ କାମୋଦ୍ଦିପନାରେ ଦୌଡି ଆସେ ସେ। ଆଉ ସେଇ ଅଗ୍ନିରେ ନିଜକୁ ଝାସ ଦିଏ ସେ। ସେଥିରେ ବି ଆନନ୍ଦ ପାଏ ସେ।


ହସିଦେଇ ବାଉଲି କୁହେ, ଆମେ ଛୋଟ ବେଳରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଛେ କିନ୍ତୁ କେବେ ବି ସେଇ ପତଙ୍ଗ ମହମବତୀ ଉପାଖ୍ୟାନ ଆମ ପାଇଁ ଲାଗୁ ହୋଇନାହିଁ କି ହେବ ନାହିଁ।



ନାବାଳକ ନାବାଳିକା ବାଉଲି ଓ ରମୋଲା ଘରେ ଏହି ପ୍ରେମର ବିରୋଧ ଯୋଗୁଁ ଦୁହେଁ ଲୁଚି ଚାଲିଗଲେ ରାୟଗଡ଼ା। ଛୋଟ ଦୋକାନରେ କାମ କଲା ବାଉଲି ଓ ପଢା ଜାରି ରଖିଲା ରମୋଲା। ଦୁହିଁଙ୍କ ବାସସ୍ଥାନ ଥିଲା ରାୟଗଡ଼ା ବସଷ୍ଟାଣ୍ଡର ଖୋଲା ଆକାଶ। ବହାରେ ରୋଷେଇ ଓ ସେଇଠି ଶୟନ।


କିଛି ବର୍ଷ ପରେ .........


ଗ୍ରାଜୁଏସନ୍ ସମାପ୍ତ କରି ଚାକିରି ସନ୍ଧାନ କରୁଥିଲା ରମୋଲା।

ବାଲ୍ୟପ୍ରେମର ସାହିତ୍ୟ ପଢ଼ୁ ପଢ଼ୁ ପ୍ରେମର ଭୂଗୋଳରେ ପ୍ରଵେଶ କରି କାମର ଗାଣିତିକ ସୂତ୍ରରେ ଜନ୍ମ ନେଲା ରମୋଲାର କନ୍ୟା ସନ୍ତାନ ନିର୍ମଳା। ପ୍ରେମର ଗଣିତରେ ଉବୁଟୁବୁ ହୋଇ ସନ୍ତାନ ଜନ୍ମପରେ ଦାରିଦ୍ର୍ୟର ତାଡ଼ନାରେ ବାଉଲିର ରମୋଲା ପ୍ରତି ପ୍ରେମର ଇତିହାସ ସମାପ୍ତ ହୋଇସାରିଥିଲା। ମଦ୍ୟପାନ କରି ଆସୁଥିଲା ବାଉଲି ଓ ଅର୍ଥ ପାଇଁ ରମୋଲାକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିଲା। ରମୋଲା ଆପତ୍ତି କରିବାସହ ବାଉଲି ଓ ତା ପ୍ରେମ କଥା ଭାବି କାନ୍ଦିବା ଛଡା ଅନ୍ୟ ଉପାୟ ନଥିଲା।


ଆଜି ରମୋଲା ସ୍ମାର୍ଟସିଟି ଭୁବନେଶ୍ଵରର ଅତିରିକ୍ତ ଏସ୍. ପି। ସେଦିନ ପ୍ରତାରଣାର ପୁର୍ବ ପାହାଚରେ ଛାଡିଯାଇଥିବା ବାଉଲିକୁ ଖୋଜିବୁଲୁଛି ଆଖି, କିନ୍ତୁ ମନୁଷ୍ଯ ଯାହା ଚାହେଁ ତାହା ପାଏନା ନ୍ୟାୟରେ ଅଦ୍ରୁଶ୍ୟ ଖଳନାୟିକ ବାଉଲି। 


    ଆଜିକାଲି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବହୁତ ସକ୍ରିୟ। ବାରମ୍ବାର ସହରର ଅନୈତିକ କାର୍ଯ୍ୟର ଲମ୍ୱାତାଲିକା ଯୋଗୁଁ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିଲା। 


     ହଠାତ୍ ଖବର ପାଇ ସହରର ପ୍ରତିଷ୍ଠିତ ହୋଟେଲ୍ ଉପରେ ଚଢାଉ କଲା ପୁଲିସ୍ ଟିମ୍ ରମୋଲାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ। ସମସ୍ତେ ଧରା ହୋଇ ଥାନାକୁ ବୁହା ହେଲେ। ଶେଷରେ ଗୋଟିଏ ରୁମ୍ ଭିତରକୁପଶିଗଲେ ରମୋଲା । ଓଃ ରୁମ୍ ସାରା ମଦ ଗନ୍ଧ। ଅର୍ଦ୍ଧ ଉଲଗ୍ନ ଯୁବତୀ ଜଣେ ମୁଣ୍ଡ ତଳକୁ କରି ଅର୍ଦ୍ଧଚେତନ ଅବସ୍ଥାରେ ଖଟତଳେ ଗୋଟିଏ କୋଣରେ ବସିଛି। ପିଠିସାରା ରକ୍ତାକ୍ତ। 

    ମହିଳା ପୋଲିସକୁ ନିଜର କୋଟ୍ ଟି ଝିଅଟି ଦେହରେ ଢାଙ୍କି ଦେବାକୁ ଆଦେଶ ଦେଲେ ରମୋଲା।

ତାପରେ ଯୁବତୀଜଣକ ପାଖରେ ପହଞ୍ଚିଗଲେ ସେ । କହି ଉଠିଲେ, ତମେ ନାରୀ ନା ରାକ୍ଷସୀ। କିଛି ଟଙ୍କାର ଲାଳସାରେ ନିଜ ଶରୀରକୁ କ୍ଷତାକ୍ତ କରି ପୁରୁଷମାନଙ୍କୁ ଆକର୍ଷିତ ଓ ଆମୋଦିତ କରିବାର ଅଭିନବ ଉପାୟ। ଲଜ୍ଜା ଲାଗୁଛି ତମପରି ନାରୀମାନଙ୍କ ପାଇଁ। ଏହି ଦେଶ ସୀତା, ଦ୍ରୌପଦୀ, ରାଧା, ମିରାବାଇ ପାଇଁ ଗର୍ବିତ କିନ୍ତୁ ତମପରି ନାରୀମାନଙ୍କ ପାଇଁ ଇତିହାସର ପ୍ରୁଷ୍ଠାର କଳଙ୍କିତ ଅଧ୍ୟାୟର ଅୟମାରମ୍ଭ। କିନ୍ତୁ ଏଇ ଦେଶପ୍ରେମୀ ସଚ୍ଚୋଟ ପୋଲିସ ଅଫିସର ବଞ୍ଚିଥିବା ଯାଏଁ ଏସବୁର ପ୍ରଶ୍ରୟ ଦେବନାହିଁ କହି ହାତରେ ଧରିଥିବା ବାଡିରେ ଯୁବତୀର ମୁହଁକୁ ଉପରକୁ ଉଠାଇଦେଲା।ଚମକି ଉଠିଲା ରମୋଲା ! ପଚାରି ଉଠିଲା, ତମେ ବ

କୁଡେଇର ରତ୍ନା ପରି ଦେଖାଯାଉଛ। ଜାଣିନି ମୁଁ ସେ ଏବେ କେଉଁଠି। ମୋର ପୁରୁଣା ଅତୀତ ଆଜି ମୁଁ ରୋମନ୍ଥନ କରିବାକୁ ବାଧ୍ଯ ହେଉଛି। କ୍ଷୀଣ କଣ୍ଠରେ ଯୁବତୀଟି କହିଲା ମାଆ ! ଆପଣ କିଏ ? ମୁଁ ଅତିରିକ୍ତ ଏସ୍. ପି ରମୋଲା । କେଉଁଠୁ କେଜାଣି ଝିଅଟି ଦେହରେ ଶକ୍ତି ଆସିଗଲା, କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଉଠିଲା, ମୁଁ ହିଁ ରତ୍ନା। ଦୁର୍ବଳତା ପ୍ରେମରେ ପହଞ୍ଚିବା ସମୟରେ ବନ୍ଧନ ଦ୍ରୁଢ ହୋଇଯାଏ। ରମୋଲା ପଚାରିବସିଲା, ତମ ପରି ସୁଶୀଳ, ଶିକ୍ଷିତ ଯୁବତୀର ଏମିତି ଅବସ୍ଥା କିପରି ?



     ରତ୍ନା କହିଉଠିଲା କଲେଜ ସରିବାପରେ ମେଡିକାଲ ପଢି ସହରର ସ୍ବନାମଧନ୍ଯ ଡାକ୍ତର ହେବାର ଲକ୍ଷ୍ଯ ନେଇ ବାପାମାଆଙ୍କ ଆଦେଶରେ ଏଇଠି ଜଣେ ସମ୍ପର୍କିୟଙ୍କ ଘରେ ରହି ପଢିବା ଆରମ୍ଭ କଲି। ସବୁକିଛି ଠିକଠାକ୍ ଥିଲା। ମୋର ପଢାପଢି ଓ ପ୍ରତିପୋଷଣ ପାଇଁ ବାପା ସମସ୍ତ ସମ୍ପତ୍ତି ଏହି ନିକଟ ସମ୍ପର୍କିୟଙ୍କ ନାଆଁରେ କରିଦେଲେ। କଳାବାଦଲ ସେଇଦିନ ଘୋଟିଆସିଲା, ଯେଉଁଦିନ ବାପାମାଆଙ୍କ ଦେହାନ୍ତ ଖବର ପାଇଲି। ଆଜିଯାଏଁ ସେହି ମ୍ରୁତ୍ୟୁ ରହସ୍ୟାବୃତ୍ତ। ତଥାପି ସମ୍ପର୍କିୟଙ୍କ ତତ୍ତ୍ବାବଧାନରେ ସୁନ୍ଦର ଭାବରେ ଗତିଶୀଳ ହେଲା ଜୀବନ। ସମ୍ପର୍କିୟଙ୍କ ସମସ୍ତ ସମ୍ପତ୍ତି ଧିରେଧିରେ ଶେଷ ହେବାକୁ ଲାଗିଲା ସମ୍ପତ୍ତି। ଦଲାଲ ହାତରେ ଟେକିଦେଲେ ସମ୍ପର୍କିୟ । ଆରମ୍ଭ ହେଲା ଅତ୍ୟାଚାର। ଉଲଗ୍ନ କରି ବୁଟ୍ ମାଡ, ପାଶବିକ ଅତ୍ୟାଚାର ମୋ ପାଇଁ ନିତିଦିନିଆ ଘଟଣା ଥିଲା। ରୁଦ୍ଧକୋଠରୀରେ ବନ୍ଦ ରଖୁଥିଲା ଦଲାଲ ଜଣକ। ଗ୍ରାହକ ମାନଙ୍କ ପାଖରେ ନେଇ ଛାଡିଆସୁଥିଲା ଓ ନିଜ ଈଚ୍ଛା ଅନୁସାରେ ଶରୀରକୁ ପଶୁ ପରି ଉପଭୋଗ କରୁଥିଲା। କୁକୁରର ଅଇଁଠା ଖାଇବାକୁ ଦେଉଥିଲା। 



    ଆଜି ବି ବୟସ୍କ ମଦ୍ୟପ ପାଖରେ ଛାଡିଦେଇ ଚାଲିଗଲା। ବୟସାଧିକ୍ୟ ଯୋଗୁଁ ସେ ଯୌନକ୍ଷୁଧା ଉପଶମ କରିନପାରି ମୋତେ ଅର୍ଦ୍ଧନଗ୍ନ କରି ମାଡମାରି ଅଚେତ କରିଦେଇ ଚାଲିଗଲେ। 



    ମୋତେ ଛାଡିଦିଅ ରମୋଲା , ମୁଁ ଏଇ ଅଇଁଠା ଶରୀରର ବିସର୍ଜନ ସହ ଏହି ନର୍କ ଯନ୍ତ୍ରଣାରୁ ମୁକ୍ତି ଚାହେଁ। ହଁ ତମ ଈଚ୍ଛା ନିଶ୍ଚୟ ପୁରଣ କରିବି। ହେଲେ ସେ ନର ପିଶାଚର ଠିକଣା ଦିଅ । ରତ୍ନା ହାତରୁ ଠିକଣା ଦେଖି ଚମକି ଉଠିଲା ରମୋଲା। ଆରେ ! ଏ ତ ତା ସ୍ଵାମୀ ବାଉଲି। 


ଠିକଣାରେ ପହଞ୍ଚିଗଲା ରମୋଲା। ଛୋଟ ଭଙ୍ଗା ଚାଳଘର। ରମୋଲାକୁ ବିଶେଷ କଷ୍ଟ କରିବାକୁ ପଡିଲା ନାହିଁ। ନିଶାସକ୍ତ ଅବସ୍ଥାରେ ଉଦ୍ଧାର କଲା ବାଉଲିକୁ। ଘୃଣାରେ ଚାରି ପାହାର କଷିଦେଲା। ହାଜତରେ ଭର୍ତ୍ତି କଲା ବାଉଲିକୁ । ବାଉଲିର ଚେତା ଫେରିଲା ଚାରି ଘଣ୍ଟାପରେ। ସାମ୍ନାରେ ରକ୍ତସିକ୍ତ ନୟନରେ ରମୋଲା। 


ପାଟି କଲା ରମୋଲା। ଆବେ ଲମ୍ପଟ ! ବାଉଲି କହିଲା, ରମୋଲା ! ମୁଁ ତମ ସ୍ଵାମୀ। ତା ମୁହଁକୁ ଛେପ ପକାଇ ରମୋଲା କହିଲା, ଯା ବେ ଶଳା ! ଅଶ୍ରୁଶିକ୍ତ ନୟନରେ ବାଉଲି କହିଲା, ନା ଲୋ ରମୋଲା । ଏସବୁ ପାଇଁ ଦାୟୀ ଆମ ବାଳୁତ ଅମିମାଂସିତ ପ୍ରେମ। ତମ କଷ୍ଟ ଦେଖି ନପାରି ମୁଁ ଅଧିକ ରୋଜଗାର ଆଶାରେ ଗୋଟିଏ ଦଲାଲର ଖେଳନା କଣ୍ଢେଇ ହୋଇଗଲି। ମୁଁ ବାଧ୍ୟ ହେଲି ଏସବୁ କୁକର୍ମ କରିବା ପାଇଁ। ଅନିଚ୍ଛା ସତ୍ତ୍ବେ ମୋତେ ଏଥିରେ ନିୟୋଜିତ କରାଗଲା। ମୁଁ ସାଜିଲି ଦଲାଲର ଖେଳନା କଣ୍ଢେଇ। ତମକୁ ବି ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିବାର କାରଣ ସେ ଦଲାଲ ଯିଏ ମୋ ସହ ଆସୁଥିଲା। ନହେଲେ ତମକୁ ଜୀବନରୁ ମାରଦେବାପାଇଁ ମୋତେ ଧମକ ଦେଉଥିଲା। ତେଣୁ ମୁଁ ବାଧ୍ୟହୋଇ ସ୍ଥାନାନ୍ତର ଅନୁରୋଧ କଲି। ଦେହଜୀବୀ ବ୍ୟବସାୟରେ ଲିପ୍ତ ହେବାରୁ ସେ ତମକୁ ଛାଡିଦେଲା। କୁହ ରମୋଲା ମୋର ଭୁଲ କ'ଣ ? ଏଇ ତା ଠିକଣା କହି କାଗଜଟିଏ ବଢେଇ ଦେଲା। ରମୋଲା କାଗଜ ପଢ଼ୁ ପଢ଼ୁ ନିଜ ବେକ କାଟିଦେଲା ବାଉଲି ଆର ଜନ୍ମରେ ଦେଖା କହି। କିଛି ବୁଝପାରୁ ନଥିଲା ଏ .ଏସପି ରମୋଲା। ଭାବୁଥିଲା ତାହେଲେ ନାବାଳକ ପ୍ରେମ ଅସଫଳ, ନା ଅବିଶ୍ବାସ ଯୋଗୁଁ ପ୍ରେମ ଅସଫଳ, ନା ପ୍ରେମ ହିଁ ଅସଫଳ ! ବୋଧେ ରମୋଲା ପାଇଁ ଉତ୍ତର ଅମିମାଂସିତ।




Rate this content
Log in

Similar oriya story from Abstract