STORYMIRROR

Gouranga Patel

Classics

3  

Gouranga Patel

Classics

ଅଳ୍ପ ସ୍ୱଳ୍ପ

ଅଳ୍ପ ସ୍ୱଳ୍ପ

1 min
377


ଦିନର ଆରମ୍ଭ . . .

ସକାଳୁ ସକାଳୁ କିଛି ଭଲରୁ ନା କିଛି ମନ୍ଦରୁ !

ଭଲରୁ ଅର୍ଥାତ ଭଗବାନଙ୍କ ସୃଷ୍ଟିରେ କିଛି ମଣିଷ ନିଜକୁ ନିମତ୍ତ ମାତ୍ର ଚିନ୍ତନ କରି ଅନ୍ତର୍ମୁଖୀ ଭାବରେ ଭାଗବନଙ୍କଠି ଆସ୍ଥା ରଖି କାହାରି ଅମଙ୍ଗଳ ବା ଅନିଷ୍ଟ ଚିନ୍ତା କରିନ୍ତି ନାହିଁ। ସେମାନଙ୍କ ପାଇଁ କାଲି ଯେମିତି ଥିଲା ଆଜି ବି ସେମିତି ପ୍ରାୟ। ନିଜ ମାର୍ଗରେ ନିତିଦିନିଆଁ ଅଭ୍ୟାସରେ ନିଜକୁ ଢାଳିଦିଅନ୍ତି।

କିଛି ମନ୍ଦରୁ ତଥା, ମୁଣ୍ଡରେ ସମସ୍ୟାର ବୋଝ ନେଇ ଆରମ୍ଭ ହୁଏ ଦିନଟା। ସେହି ବର୍ଗର ଲୋକ ନିଜପାଇଁ ଦୁଃଖୀ ନୁହନ୍ତି, ଅନ୍ୟର ସୁଖ ବା ସମୃଦ୍ଧି ସେମାନଙ୍କର ଦୁଃଖର କାରଣ। କେହି କେହି ଜଡିତ ରହନ୍ତି ପରନିନ୍ଦା ତଥା ଆନଜନଙ୍କ ବିଷୟରେ ସମାଲୋଚନା କରିବାରେ।

କେଉଁଟା ଠିକ ? ଉତ୍ତର ସଫା ସଫା ଜଣା ପଡିଯାଉଛି।ଠିକ କଥାକୁ ସମସ୍ତେ ଠିକ କହିବେ କିନ୍ତୁ ସେଇ ପନ୍ଥାକୁ ଅବଲମ୍ବନ କରିବା ସେତେ ସହଜ ନୁହଁ।ଦୁନିଆଁ ଘଟଣା ବହୁଳ। ସାଙ୍ଗକୁ ଅତ୍ର ତତ୍ର ସର୍ବତ୍ର ଶୁଭ ମଙ୍ଗଳର ବାତାବରଣ ବି ଗୁଞ୍ଜି ଉଠୁଥାଏ। ହେଲେ, ଖରାପ ଖବରଟା ଦ୍ରୁତଗତିରେ ପ୍ରଘଟିଯାଏ।ଖବର କାଗଜ ଉଠାଅ କିମ୍ବା କୌଣସି ନିଉଜ ଚ୍ୟାନେଲ କୁ ଅନ କର . . . ଆସକ୍ସିଡେଣ୍ଟ, ହତ୍ୟା, ବଳାତ୍କାର, ଲାଞ୍ଚ, ଠକେଇ . . . ମାଳ ମାଳ ଖବର। ନରମ ମନକୁ ଟାଣ କରିଦିଏ। ମନ ବ୍ୟତିବ୍ୟସ୍ତ ହୋଇଯାଏ।

ତଥାପି

ଅନେକ ମନ୍ଦର ଭିଡରେ କିଛି ଭଲର ଅଙ୍କୁରୋଦଗମ ହୋଇଥାଏ।

ସେଇ ଅଳ୍ପ ଭଲର ସାହାରାରେ ହିଁ ଦୁନିଆଁ ଚଳୁଛି।

ଏଇ ତ ଦୁନିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics