Gouranga Patel

Classics

4  

Gouranga Patel

Classics

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର

2 mins
320


(ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଚରିତ - ଏକ ବିହଙ୍ଗାବଲୋକନ)


 


ଚଳଚଞ୍ଚଳ, ମନୋହାରୀ, ଭାତୃ ବତ୍ସଳ, ପିତୃ ମାତୃ ଭକ୍ତ, ପ୍ରକୃତି ପ୍ରିୟ , ଜ୍ଞାନ ଅନୁସନ୍ଧେଶୁ, ତେଜମୟ ରାମଚନ୍ଦ୍ର।

ସର୍ବଗୁଣ ସମ୍ପନ୍ନ, ସର୍ବଜନ ହିତକାରୀ, ସର୍ବପ୍ରିୟ, ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର।


ସବୁ ମହତ ଗୁଣର ସମ୍ମିଶ୍ରଣ, ଦୀପ୍ତିମନ୍ତ, ମୁନି ଋଷି ପ୍ରିୟଭାଜନ, ଅଯୋଧ୍ୟା ମଉଡମଣୀ, ଯୁଗ ପ୍ରଦୀପ, ମହାନ ବ୍ୟକ୍ତିତ୍ୱ, ଦେବଗୁଣ ସମ୍ପନ୍ନ, ଚାରୁଚନ୍ଦ୍ର, ମିଷ୍ଟ ଭାଷୀ ରାଜକୁମାର ରାମଚନ୍ଦ୍ର। କାଲି ଅଭିଷେକ ହେବ, ମହାଧିପତି ରାଜା ଦଶରଥଙ୍କ ବଡ ପୁଅ ରାମ ଅଯୋଧ୍ୟାର ରାଜା ହେବେ। ହାୟ ! ପିତୃ ସତ୍ୟ ପାଳନକରିବାର ଦ୍ୱାହି ଦେଇ ବନାଭିଗମନ କଲେ। ମହାନ ତ୍ୟାଗର ମୂର୍ତ୍ତିମନ୍ତ ସ୍ୱରୂପ ବୋଲାଇଲେ।


କସା ବସ୍ତ୍ର ପିନ୍ଧି ସ୍ଵନାମଧନ୍ୟ ମୁନିଋଷି, ମହର୍ଷିଙ୍କ ଦର୍ଶନ ପୂର୍ବକ ଜ୍ଞାନାର୍ଜନ ସହ ଆଶିଷ ଲାଭକଲେ। ଅତ୍ୟାଚାରି ଦୁଷ୍ଟ ଦାନବ ମାନଙ୍କୁ ସଂଘାର କରି ବନାଞ୍ଚଳରେ ନିର୍ଭୟ ବାତାବରଣ କାମ୍ୟ କରି ପ୍ରତ୍ୟକ୍ଷ ନହେଲେବି ପରୋକ୍ଷ ଭାବରେ ନିଜ ମାତୃଭୂମିର ମଙ୍ଗଳ ସାଧିଲେ। 


ପଞ୍ଚବଟୀର ପର୍ଣ୍ଣକୁଟୀର ରେ ବାସ କରୁଥିବା ସନ୍ୟାସୀ, କନ୍ଦମୂଳ, ଫଳ ଆଦି ଗ୍ରହଣ କରି ସାଧରଣ ଜୀବନ ଯାପନ କରୁଥିବା ବେଳେ ରାବଣ ଦ୍ୱାରା ସିତୟା ହରଣ ହେଲେ। ଦୁଃଖରେ ମ୍ରିୟମାଣ ରାମଚନ୍ଦ୍ର ଏବଂ ଅନୁଜ ଲକ୍ଷ୍ମଣ କାଳକ୍ରମେ ସୁଗ୍ରୀବ ସାଙ୍ଗରେ ମୈତ୍ରତା କରି ଲଙ୍କା ଅଭିମୁଖେ ଅଗ୍ରସର ହେଲେ ହନୁମାନ, ଅଙ୍ଗଦ ଓ ବାନର ସେନାଙ୍କ ପଟୁଆର ନେଇ। ରାବଣର ସାମ୍ରାଜ୍ୟ କୁ ଧ୍ଵଂସକଲେ। ଅନ୍ୟାୟ ବିରୁଦ୍ଧରେ ସତ୍ୟର ଜୟ ହେଲା। ଚଉଦ ବର୍ଷ ବନବାସ ସମାପ୍ତିପରେ ଶ୍ରୀରାମଚନ୍ଦ୍ର ଫେରିଲେ ଅଯୋଧ୍ୟାକୁ। ଭାତୃ ଅନୁରକ୍ତ ଭରତ ଶ୍ରୀରାମଙ୍କ ଅପେକ୍ଷାରେହିଁ କାଳାତିପାତ କରୁଥିଲେ। 

ଶ୍ରୀରାମ ରାଜାହେଲେ। ପ୍ରଜାମାନେ ଖୁସିରେ ଥିଲେ। ଏହି ପାର୍ଯାୟରେ ହିଁ ଶ୍ରୀରାମଙ୍କ ରାଜଧର୍ମର ପରାକାଷ୍ଠା ଶିକ୍ଷଣ ଯୋଗ୍ୟ। ନ୍ୟାୟ ସଙ୍ଗତରେ ସିଏ ଯେତେ ସରଳ ତରଳ ଥିଲେ ଅନ୍ୟାୟ ପ୍ରତି ଥିଲେ ସେତିକି କଠୋର, ମହାମେରୁ ସମ ଅଟଳ। ପ୍ରଜାଙ୍କ ଅନ୍ତର ର କଥା ଗୋଚର ହେବା ମାତ୍ରେ ସୀତାଙ୍କୁ ତ୍ୟାଗ କରିବାପାଇଁ ତିଳେହେଲେ ସଂକୋଚ କରିନଥିଲେ। 


ବିଚ୍ଛେଦ ହେଲା ରାମ ଓ ସୀତାଙ୍କ। ବର୍ଷ ବର୍ଷର ସଂଘର୍ଷ ପରେ ହାସଲ କରିଥିବା ସୁଖ ଟିକକ ଅଳପରୁ ସମାପ୍ତ ହୋଇଗଲା। ରାଜମହଲ ଛାଡ଼ି ସୀତା ନିଜ ଭାଗ୍ୟ ଆଦରି ବନ ଗାମିନୀ ହେଲେ। ଏକ ନୂତନ ପର୍ଯାୟ ର ଆରମ୍ଭ ହେଲା।


ସୁଧୀ ଜନେ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ଚିତ୍ରଣ କରିବା ମୋର ବା କି ସାହସ। ସଂକ୍ଷେପରେ ଏହା ଏକ ଉଧୃତ ମାତ୍ର।


(ଖାସ କରି ରାମାୟଣ ଗାଥା ସନ୍ଧର୍ଭରେ, ପ୍ରଭୁ ଶ୍ରୀରାମଙ୍କ ରାଜା ହେବାପରେ ଯେଉଁ ବିଧିରେ ରାଜଧର୍ମ ପାଳନ କରିଥିଲେ, ତାହା ମୋ ମନକୁ ଛୁଇଁ ଯାଇଛି। ସରଳ ନିରାଡମ୍ବର ରାମ ଚରିତ୍ର ପ୍ରଭୁମୟ ହେଲେ, ରାଜା ରାମଚନ୍ଦ୍ର ଏକ ପରିବର୍ତ୍ତିତ ବ୍ୟକ୍ତିତ୍ୱ। ଏତକି ଦର୍ଶାଇବାକୁ ଚାହୁଁଛି। ମୋର ଧୃଷ୍ଟତା ପରିମାର୍ଜନା କରିବାହେବେ।)



Rate this content
Log in

Similar oriya story from Classics