Gouranga Patel

Others

3  

Gouranga Patel

Others

ଏଇ ମନ ବୃନ୍ଦାବନ

ଏଇ ମନ ବୃନ୍ଦାବନ

2 mins
196



ଶଶାଙ୍କ ଓ ତାଙ୍କ ଧର୍ମପତ୍ନୀ ଅମୃତ ମଧ୍ୟରେ ଆଜିବି ମନାନ୍ତର ହୋଇଛି। ଅଫିସ ରୁ ଫେରନ୍ତି ଶଶାଙ୍କ। ସାଧାରଣତଃ ସେ କବାଟ ର ବୋଲ୍ଟକୁ ଦି ଥର ଠକ ଠକ କରି ଦିଅନ୍ତି। କବାଟ ଖୋଲିବାରେ ଡେରି ହେଲା। ବେଲ ଦେଲେ। ଅମୃତ କବାଟ ଖୋଲିଲେ, ହେଡ ଫୋନ ଲାଗିଛି।  ମୁହଁ ହାତ ଧୋଇ ସୋଫାରେ ବସିଛନ୍ତି ଶଶାଙ୍କ ମୋବାଇଲ ରେ କଲ ଆସିଲା। ଚା, ଜଳଖିଆ ଖାଉ ଖାଉ କଥା ବି ଚାଲିଥାଏ। ଡ୍ରଇଂ ରୁମରେ ଇଏ ଆଉ ସେପଟେ ଶୋଇବା ପ୍ରକୋଷ୍ଠରେ ଅମୃତ ମୋବାଇଲ ରେ ଅଭିଭୂତ। ଝିଅ ଯାଇଛି କୋଚିଂ କ୍ଲାସ। ଶଶାଙ୍କର କଥା ସରିଲା। ଅମୃତ ଆସି ପାଖରେ ବସିଲେ। କ'ଣ ସେଇ ମିସ୍ ମଲ୍ଲିକା ର ଫୋନ ଥିଲା କି, ଅମୃତ ପଚାରିଲେ। ହଁ ତ କ'ଣ ହେଲା, ଅଫିସ କାମ ନେଇ କଥା ହେଉଥିଲି। ଭୁବନେଶ୍ୱର ଯିବାକୁ ପଡିବ କାଲି। ଟିଭି ର ସାଉଣ୍ଡ ବଢ଼ାଇଲେ ଶଶାଙ୍କ। ଅମୃତ ଉଠିକି ଚାଲିଗଲେ ରନ୍ଧା ଘରକୁ। କାହିଁକି କେଜାଣି ଅନ୍ୟମନସ୍କ ଲାଗୁଥିଲେ ଶଶାଙ୍କ। ରନ୍ଧାଘରକୁ ଆସିଲେ, କଣ ରନ୍ଧା ହେଉଛି ଆଜି, ଶଶାଙ୍କ ପଚାରିଲେ। ଜବାବ ଆସିଲାନି ଅମୃତ ପଟୁ।  ତ କାଲି ଯାଉଛ ଭୁବନେଶ୍ୱର, ପୁରୀ ଆରେ ବାବା, ମିଟିଂ ଅଛି, ଶଶାଙ୍କ ବୁଝାଇ କହିଲେ। ମିସ୍ ବି ଯିବଟି ? ହଁ କହିଲେ ଶଶାଙ୍କ। ଛାନିଆଁ କାହିଁକି ହେଉଛ ? ସନ୍ଧ୍ୟାରେ ପୁଣି ଫେରି ଆସିବୁ। ଦୁଇ ମିନିଟର ନିରବତା, ଶଶାଙ୍କ ଟିଭି ରୁମ କୁ ଚାଲିଆସିଲେ। ଅମୃତର ମନ ରୁନ୍ଧି ହେଉଥିଲା। ଏଇ ସେହି ଶଶାଙ୍କ, କେତେ ଯତ୍ନ ନେଉଥିଲେ ଅମୃତର। କୌଣସି ଗସ୍ତ ଅର୍ଥାତ ଅମୃତ ସାଙ୍ଗରେ ଯିବା ନିଶ୍ଚିତ ରହୁଥିଲା। ଝିଅର ପଢ଼ା ପ୍ରତି ଅବହେଳା ବି କରି ହେବନି। ଧରା ବନ୍ଧା ଜୀବନର ସିଢ଼ିରେ ଚଢ଼ୁ ଚଢ଼ୁ ବୈବାହିକ ସମ୍ପର୍କର ଷୋହଳ ବସନ୍ତ ପରେ, ନିସଙ୍ଗତାର ସାନ୍ଧ୍ରତା କମି କମି ଯାଉଛି। ଏଇ ଅଫିସ କଥା ନେଇ ଅନେକ ଥର ମତାନ୍ତର ବି ହୁଏ ଉଭୟଙ୍କ ଭିତରେ। ଜବାବ ସୁଆଲ ହୁଏ। ଝଡ଼ ଥମିଯାଏ ହେଲେ ଅମୃତର ଆତ୍ମ ସମୀକ୍ଷା ଜମି ଜମି ଜମାଟ ବାନ୍ଧିଦିଏ ! ଥରେ ଥରେ ସେ ଭାବେ କାହିଁକି ଏମିତି ଝଗଡା ଝାଟି ଚାଲିଥାଏ। ମନରେ ବିରକ୍ତି ଆସେ, ନକହିବା କଥା ମୁହଁ ରୁ ବାହାରି ଆସେ। କ୍ଷଣିକର ଉଦବେଗରେ ମନାନ୍ତର ହୋଇଯାଏ। ଏଭଳି ମୁହୂର୍ତ୍ତରେ ଉଭୟଙ୍କ ଭିତରୁ ଯଦି ଜଣେବି ସୁଖ ମୁହୁର୍ତ୍ତ ମାନଙ୍କର ସ୍ମୃତିଗର୍ଭରୁ ବିନ୍ଦୁଏ ସୁଖ ଛାଣିପାରନ୍ତେ, ଅଳପ ମନେ ପକାଇ ପାରନ୍ତେ, ତାହେଲେ ଝଗଡାର ସୃଷ୍ଟି ହୁଅନ୍ତା ନାହିଁ! ହେଲେ କ'ଣ ଏ ବିରକ୍ତି ଜିନିସଟା ଅଗଣିତ ଅଭୁଲା ମୁହୁର୍ତ୍ତମାନଙ୍କୁ ମସ୍ତିଷ୍କର କେଉଁ ରନ୍ଧ୍ରରେ ଠେସିଦିଏଯେ, ସେଗୁଡା ଉଁ ଚୁଁ କରି ପାରନ୍ତି ନାହିଁ ! ଅମୃତ ଗ୍ୟାସ ବନ୍ଦ କରିକି ସେମିତି ଛିଡା ହୋଇଥାନ୍ତି ମୂର୍ତ୍ତିମନ୍ତ ହୋଇ। ଘନ କେଶ ଛାନ୍ଦରେ ଶଶାଙ୍କଙ୍କ ଆଙ୍ଗୁଠିର କଅଁଳ ଆଉଁସିବାରେ ଅମୃତ ପ୍ରକୃତିସ୍ଥ ହେଲେ। 

ହେଟ୍ ଛାଡ, କିଏ ଦେଖିବ କହିଲେ ଅମୃତ। ଟିକିଏ ଲାଜେଇ ଗଲେ। କାହାରି ଆଉ କିଛି କାମ ଧନ୍ଧା ନାହିଁ ଯେ ତୁମ ପଟେ ନଜର ଲଗାଇ ବସିଥିବ, ନୁହଁକି କହିଲେ ଶଶାଙ୍କ। ଆସ, ଚାନେଲ୍ ଲଗାଇ ଦେଇଛି, ତମ ପସନ୍ଦର ସିରିଏଲ୍ ଦେଖିବନି ? ଆରେ ହଁ ତ କହି ଡ୍ରଇଂ ରୁମ କୁ ଆସିଲେ ଅମୃତ।

ଆଉ, ପାଣି ଢ଼ାଳରୁ ଦୁଇ ଗ୍ଲାସ ପାଣି ଢ଼ାଳୁଥିଲେ ଶଶାଙ୍କ। 


Rate this content
Log in