The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lalita Mohan Mishra

Classics

1.0  

Lalita Mohan Mishra

Classics

ଅହଂ ଭାବ

ଅହଂ ଭାବ

4 mins
226


ଆଜି ମାନବୀୟ ସମ୍ବନ୍ଧ ଦୁଷିତ କାଳ ପ୍ରବାହ ଦ୍ୱାରା ଆକ୍ରାନ୍ତ । ପରିବାରରେ ପାରସ୍ପରିକ ସ୍ନେହ, ସହଯୋଗ, ଆଦର, ସମ୍ମାନ ଓ ସମରସତା ଦେଖିବା ଦୁର୍ଲ୍ଲଭ ହୋଇଗଲାଣି । ମାନବ ସମାଜରେ ହିଂସା, ନିରାଶା, ମାନସିକ ଦୁଶ୍ଚିନ୍ତା, ପଶ୍ଚାତାପ , ଅଶାନ୍ତି ସର୍ବତ୍ର ବ୍ୟାପ୍ତ । ପରିଣାମ ସ୍ବରୂପ କଳହ, ବିବାହ ବିଚ୍ଛେଦ, ଶତ୍ରୁତା, ମାଲିମକଦ୍ଦମା, ସନ୍ଦେହ, ଭ୍ରମ, ଆତଙ୍କବାଦ, ଗୃହଯୁଦ୍ଧ , ଗୋଷ୍ଠୀ ସଂଘର୍ଷ ଆଦିର ଭୟ ମାନବ ମନର ଭାବନାକୁ ନିଃଶେଷ କରି ଦେଇଛି ।ଏଣୁ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ସ୍ନେହ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ବର୍ତ୍ତମାନ ଆବଶ୍ୟକତା ହୋଇପଡିଛି । ଏଥିପାଇଁ ମାନବ-ମନର ଅନ୍ତର୍ନିହିତ ରହସ୍ୟକୁ ବୁଝି ମାନବୀୟ ସମ୍ବନ୍ଧଗୁଡ଼ିକର ସିଦ୍ଧାନ୍ତ ସମୂହକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ଅପରିହାର୍ଯ୍ୟ ।


ମଣିଷ ପରସ୍ପରର, ଗୁଣ, ସ୍ବଭାବ, ଲକ୍ଷ୍ୟ, ଆଶା- ଆକାଂକ୍ଷା, ମହାତ୍ବାକାଂକ୍ଷା, ଇଛା-ଅନିଚ୍ଛା ତଥା ଦୁର୍ବଳତାଗୁଡ଼ିକୁ ଜାଣିଲେ ସହଜରେ ପାରସ୍ପରିକ ସମ୍ବନ୍ଧର ସ୍ଥାପନା ଓ ବିକାଶ ହୋଇ ପାରିବ । ଜ୍ଞାନ ଓ ଯୋଗ୍ୟତା ନ ଥିଲେ କୌଣସି କ୍ଷେତ୍ରରେ ସଫଳତା ମିଳେ ନାହିଁ । ଆମକୁ ମନେ ରଖିବାକୁ ହେବ ଯେ ମନୁଷ୍ୟ କେବଳ ପଞ୍ଚ ଭୂତରେ ନିର୍ମିତ ଭୌତିକ ଶରୀର ନୁହେଁ । ମନ, ବୁଦ୍ଧି, ସଂସ୍କାର ଓ ଚେତନା ଯୁକ୍ତ ହୋଇଥିବାରୁ ସେ ମଣିଷ ପଦବାଚ୍ୟ । ତେଣୁ ତାର ଅନ୍ତଃନିହିତ ଗୁଣାବଳୀର ଦୃଷ୍ଟିକୋଣ, ପ୍ରତିଷ୍ଠା ଆଦିକୁ ଦୃଷ୍ଟିରେ ରଖି ବ୍ୟବହାର କରିବା ଉଚିତ୍ । 


ସ୍ବୟଂର ‘ଅହମ’ ପ୍ରତି ଜାଗୃତ ରହିବା :- ମାନବୀୟ ସମ୍ବନ୍ଧ ବିକାଶରେ ‘ଅହଂକାର’ ହେଉଛି ସବୁଠାରୁ ବଡ଼ ଅନ୍ତରାୟ । ଅହଂକାରୀ ବ୍ୟକ୍ତି ସର୍ବଦା ନିଜକୁ ଶ୍ରେଷ୍ଟ ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେ କରେ । ଅନେକ ସମୟରେ ଅଭୀଷ୍ଟ ସିଦ୍ଧି ବା କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି ପରେ ମନରେ ଅହଂକାର ଜାତ ହୁଏ । ଏହା କର୍ତ୍ତୃତ୍ବାଭିମାନ । ମଣିଷ ନିଜ ଯୋଗ୍ୟତା, ପ୍ରତିଭା, ସମାଜିକ ପ୍ରତିଷ୍ଠା,ପଦ ମର୍ଯ୍ୟାଦା, ଆଭିଜାତ୍ୟ, ସମୃଦ୍ଧି ଆଦି ପାଇଁ ଅଭିମାନ କରେ । ଏହି ବ୍ୟର୍ଥ ଓ ମିଥ୍ୟା ଅଭିମାନ ମଣିଷକୁ ପତନ୍ମେୁାଖୀ କରିଥାଏ । ବିଶୁଦ୍ଧ ମାନବୀୟ ସମ୍ବନ୍ଧ ପାଇଁ ଏହି ‘ଅହଂ’ ଭାବକୁ ତ୍ୟାଗ କରିବା ଅନିବାର୍ଯ୍ୟ ।


ଏକଥା ମନେ ରଖିବାକୁ ହେବ ଯେ ପରିବାର ଓ ସମାଜର ସହଯୋଗ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ନିରହଂକାରୀ ବ୍ୟକ୍ତିର ବ୍ୟବହାର ଅନ୍ୟମାନଙ୍କ ଉପରେ ଚମତ୍କାରୀ ପ୍ରଭାବ ପକାଇଥାଏ । ଆମେ ଅନ୍ୟମାନଙ୍କ ଠାରୁ ଯେପରି ବ୍ୟବହାର ଆଶା କରୁ ସେପରି ବ୍ୟବହାର ଅନ୍ୟମାନଙ୍କୁ ଦେବାକୁ ପଡ଼ିବ । ‘ମୁଁ’ ଓ ‘ମୋର’ ଶବ୍ଦ ଅହଂ ଭାବ ପ୍ରଦର୍ଶନ କରେ । ଏହା ଆମକୁ ଅନ୍ୟମାନଙ୍କଠାରୁ ଦୂର କରି ଦିଏ । ତେଣୁ ‘ମୁଁ’ ପରିବର୍ତ୍ତେ ‘ଆମେ’ ଓ ‘ମୋର’ ପରିବର୍ତ୍ତେ ‘ଆମର’ ଶବ୍ଦ ବ୍ୟବହାର କରିବା ଉଚିତ୍ । ଏହା ଦ୍ୱାରା ପାରସ୍ପରିକ ସମ୍ବନ୍ଧରେ ମଧୁରତା ଆସିଥାଏ ।


ତେଣୁ ପୂଜା କରିବା ସମୟରେ ଭଗବାନଙ୍କୁ କ୍ଷମା ମାଗିବାର ଏ ହେଉଛି ଆମର ଏକ ପରମ୍ପରା , ଏହାଦ୍ଵାରା ଶେଷ ହୁଏ ଆମର ଅହଂକାର -


“ଆବାହନଂ ନ ଜାନାମି ନ ଜାନାମି ବିସର୍ଜନମ୍

ପୂଜାଂ ଚୈବ ନ ଜାନାମି କ୍ଷମସ୍ୱ ପରମେଶ୍ୱର

ମନ୍ତ୍ରହୀନଂ କ୍ରିୟାହୀନଂ ଭକ୍ତିହୀନଂ ଜନାର୍ଦ୍ଦନଃ

ଯତ୍ ପୂଜିତଂ ମୟା ଦେବ ! ପରିପୂର୍ଣ୍ଣଂ ତଦସ୍ତୁ ମେ”।।


କ୍ଷମାର ଏହି ଭାବନା ଆମ ଭିତରେ ଥିବା ଅହଂ ଭାବ ବା ଅହଂକାରକୁ ନଷ୍ଟ କରେ। ଅହଂକାର ତ୍ୟାଗ କରି ନିଜ ଭୁଲ ର କ୍ଷମା ମାଗିବା ଉଚିତ୍ । ନା ତ ମୁଁ ମନ୍ତ୍ର ଜାଣିଛି ନା କର୍ମ, ମୁଁ ଭକ୍ତି କରିବା ବି ଜାଣି ନାହିଁ । ଯଥା ସମ୍ଭବ ପୂଜା କରୁଛି, କୃପା କରି ଭୁଲ ଥିଲେ କ୍ଷମା କରି ଏହି ପୂଜାର ପୂର୍ଣ୍ଣ ଫଳ ପ୍ରଦାନ କରନ୍ତୁ ।ଏହା ସତ୍ତ୍ବେ ଯେହେତୁ ମୁଁ ଜଣେ ଭକ୍ତ ଏବଂ ପୂଜା କରିବାକୁ ଇଛୁକ, ମୋ ଦ୍ଵାରା ଭୁଲ ହୋଇପାରେ, କିନ୍ତୁ ଭଗବାନ ମତେ କ୍ଷମା କର । ମୋ ଅହଂକାର ଦୂର କର , କାହିଁକି ନା ମୁଁ ଆପଣଙ୍କ ଶରଣାଧିନ। 


ଅନେକ ସମୟରେ ପୁରୁଷଙ୍କ ଅହଂ ଭାବ ନିଜ ମହିଳା ସାଥୀଙ୍କୁ ଧୋକା ଦେବା ଲାଗି ପ୍ରେରିତ କରିଥାଏ। ପୁରୁଷମାନେ ଭାବନ୍ତି ଯେହେତୁ ସେମାନେ ପୁରୁଷ ନିଜ ମନ ଇଚ୍ଛା ଯାହା ତାହା ପାରିବେ କରିପାରିବେ। ତେଣୁ ସେମାନେ ଅନେକ ମହିଳାଙ୍କ ସହ ସମ୍ପର୍କ ସୃଷ୍ଟି କରନ୍ତି। ଏତେ ସବୁ କରି ସାରିବା ପରେ ମଧ୍ୟ ସେମାନଙ୍କ ପ୍ରେମିକା ତାଙ୍କ ପ୍ରତି ବିଶ୍ବସନୀୟ ରହୁ ବୋଲି ଚାହାଁନ୍ତି ।


ଅହଂ ଭାବ ମନରେ ଉଚ୍ଚନୀଚ୍ଚ, ଛୋଟବଡ ଭେଦଭାବ ଉଦ୍ରକ କରେ ।


ଥରେ ଶାକ୍ୟବଂଶୀୟ ସାତଜଣ ରାଜକୁମାର ତଥାଗତ ବୁଦ୍ଧଙ୍କ ପ୍ରବଚନ ଶୁଣିବାକୁ ଯାଇଥିଲେ । ତଥାଗତଙ୍କ ଦିବ୍ୟବାଣୀରେ ରାଜକୁମାରମାନେ ଏତେ ପ୍ରଭାବିତ ହୋଇଯାଇଥିଲେଯେ ସେମାନଙ୍କର ସଂସାରପ୍ରତି ବୈରାଗ୍ୟଭାବ ଆସିଲା । ସିଦ୍ଧାନ୍ତନେଲେ ବୌଦ୍ଧଭିକ୍ଷୁ ହୋଇଯିବା ନିମିତ୍ତ । ନିଜ ମନୋଭାବ ସମ୍ପର୍କରେ ସେମାନେ ତଥାଗତଙ୍କୁ ଜଣାଇଲେ ।


ତଥାଗତଙ୍କ ଉତ୍ତର ଥିଲା- ଯଦି ତୁମମାନଙ୍କର ପ୍ରକୃତରେ ସଂସାର ପ୍ରତି ବୈରାଗ୍ୟ ଆସିଛି, ତୁମେମାନେ ବୌଦ୍ଧଧର୍ମ ଓ ସଂଘର ନିୟମପାଳନ କରିବାକୁ ଅଙ୍ଗୀକାରବଦ୍ଧ ତେବେ ମୁଁ ତୁମମାନଙ୍କୁ ସଂଘରେ ଗ୍ରହଣ କରିନେବି ।


ରାଜକୁମାରମାନେ ମନେମନେ ଭାବିଲେ ଯଦି ଏ ପ୍ରସ୍ତାବରେ ପିତାମାତାଙ୍କ ଅନୁମତି ଆଣିବାକୁ ଯିବେ ତେବେ ସେମାନେ କେବେହେଲେ ଅନୁମତି ଦେବେନାହିଁ, ବରଂ ଭଲ ହେବ ସଂଘ ଆଶ୍ରିତ ହେଲାପରେ ସେମାନଙ୍କର ଆଶୀର୍ବାଦ ନେବା । ରାଜକୁମାରମାନଙ୍କ ସାଥୀରେ ଜଣେ ସେବକ ଆସିଥିଲା । ସେମାନଙ୍କର ଅଙ୍ଗ ଭୂଷଣ ଓ ପରିଧାନ ସେହି ସେବାକାରୀଙ୍କ ହାତରେ ଦେଇ ସେମାନେ ସଂଘରେ ଯୋଗ ଦେଇଥିବା ବିଷୟ ରାଜାଙ୍କୁ ଜଣାଇ ଦେବାକୁ କହିଥିଲେ ।


ସେବାକାରୀଙ୍କ ମନକୁ ଆସିଲା ଯଦି ମୁଁ ସେମାନଙ୍କ ସାତ କୁମାର ସଂଘର ଆଶ୍ରୟ ନେଇଥିବା କଥା ଜଣାଇବି ତେବେ ରାଜା ହୁଏତ ବିଶ୍ୱାସ କରିବେନି । ଆହୁରି ମଧ୍ୟ ସେ ମୋତେ ସନ୍ଦେହ କରିବେ ଯେ ମୁଁ ରାଜକୁମାରମାନଙ୍କୁ କେଉଁଠି ଲୁଚାଇ ରଖିଛି । ସେବାକାରୀ ମନକୁ ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ଆସିଲା- “ହେ ସେବକ । ତୁମେ ବାରମ୍ବାର ସେହି ଆଭୂଷଣକୁ ଦେଖି ଆନନ୍ଦିତ ହେଉଛ, ତା’କୁ ରାଜକୁମାରମାନେ ନିର୍ଲୋଭ ହୋଇ ତ୍ୟାଗ କରିଛନ୍ତି । ନିଶ୍ଚିତ ଭାବରେ ସେମାନଙ୍କୁ ଏହାଠାରୁ ମୂଲ୍ୟବାନ ଆଉ କୌଣସି ଆଭୂଷଣ ମିଳିଛି ଯାହାଫଳରେ ସେମାନେ ଏହାକୁ ତ୍ୟାଗ କରିଛନ୍ତି ।’


ମନେମନେ ସେବକ ଭାବିଲେ, ଯଦି ସେମାନେ ରାଜକୁମାର ହୋଇ ଏକ ସୁରଭିତ ମାର୍ଗ ବାଛିନେଇ ପାରିଲେ ମୁଁ କାହିଁକି ସେଇ ମାର୍ଗରେ ନ ଯିବି ? ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ କିଛି ନିର୍ଣ୍ଣୟ କରି ନପାରି ରାଜକୁମାରମାନଙ୍କ ନିକଟକୁ ଫେରିଆସିଲେ ସେବକ । ରାଜକୁମାରମାନେ ସେ ସମୟରେ ଦୀକ୍ଷା ନେବାକୁ ତଥାଗତଙ୍କ ସମ୍ମୁଖରେ ଠିଆ ହୋଇଥାନ୍ତି । ସେବକ ସେଠାରେ ପହଞ୍ଚି ରାଜକୁମାରମାନଙ୍କୁ ନିଜ ମନୋଭାବ ବ୍ୟକ୍ତ କରି କହିଲେ- ମୁଁ ମଧ୍ୟ ତୁମମାନଙ୍କ ମାର୍ଗରେ ଯିବାକୁ ମନସ୍ଥ କରିଛି । ସେହି ଦିବ୍ୟମାର୍ଗରେ ଯିବାପାଇଁ ମୋର ମନ ଡାକୁଛି ।


ରାଜକୁମାରମାନଙ୍କ ମଧ୍ୟରୁ ଜଣେ ତଥାଗତଙ୍କୁ କହିଲେ- ମହାତ୍ମନ, ଆମମାନଙ୍କ ପୂର୍ବରୁ ଆମର ଏଇ ସେବକଙ୍କୁ ସଂଘରେ ଗ୍ରହଣ କରିିନିଅନ୍ତୁ । ତଥାଗତ ଏହାଶୁଣି କହିଲେ- “ତାଙ୍କୁ ପ୍ରଥମେ ସନ୍ନ୍ୟାସ ଦୀକ୍ଷା ଦେଲେ ତୁମେମାନେ ତାଙ୍କୁ ପ୍ରଣାମ କରିବାକୁ ହେବ ଓ ସେ ତୁମମାନଙ୍କଠାରୁ ଶ୍ରେଷ୍ଠ ବିବେଚିତ ହେବେ । ତୁମ ସାତଜଣଙ୍କୁ ତାଙ୍କ ସମ୍ମୁଖରେ ନତ ମସ୍ତକ ହେବାକୁ ପଡ଼ିବ ।’ ଏହାଶୁଣି ରାଜକୁମାରମାନେ ସମ୍ମିଳିତ ସ୍ୱରରେ କହିଲେ- “ମହାଭାଗ! ଆମେମାନେ କ୍ଷତ୍ରିୟ ବଂଶଜ । ଯୁଦ୍ଧରେ ଶତ୍ରୁକୁ ପରାଜିତ କରିବା ଆମର ଧର୍ମ ।


ଯଶ,କିର୍ତ୍ତୀ, ଖ୍ୟାତି, ପ୍ରତିଷ୍ଠା କ୍ଷତ୍ରିୟସୁଲଭ ସ୍ୱଭାବ, ହେଲେ ଏବେ ଅହଂକାର, ଗର୍ବ, ଯଶ, ଖ୍ୟାତି ଲିପ୍ସା, ସବୁକିଛି ଆମେ ତ୍ୟାଗ କରିଦେଇଛୁ । ତେଣୁ ଏଇ ସେବକ ନିକଟରେ ମଥାନତ କ’ଣ, ତାଙ୍କ ଚରଣସ୍ପର୍ଶରେ ମଧ୍ୟ ଆମର ଦ୍ୱିଧାନାହିଁ ।’ ଦିବ୍ୟମାର୍ଗର ଯାତ୍ରୀ ରାଜକୁମାରମାନଙ୍କ ଏଭଳି ଉକ୍ତିରେ ତଥାଗତ ଅତି ପ୍ରସନ୍ନ ହୋଇଯାଇଥିଲେ ।


ବାସ୍ତବରେ ଅହଂଭାବ ଉଚ୍ଚନୀଚ, ଛୋଟବଡ଼ ଭେଦଭାବ ଉଦ୍ରେକ କରିଥାଏ । ତାହା ଦୂର ହୋଇଗଲେ ସେବକ -ପ୍ରଭୁର ପ୍ରାଚୀର ମଧ୍ୟ ଭୁଶୁଡ଼ି ପଡ଼ିଥାଏ । ଅହଂ ଭାବ ଦୂର କରି ମନୁଷ୍ଯ ନୂତନତ୍ବ ଜ୍ଞାନ ଆହରଣ କରିବା ଉଚିତ୍। ଜନ୍ମ ମାତ୍ରକେ ଧୃବ ସତ୍ଯ ମୃତ୍ୟୁ । ମୁଁ ମୋର ଭାବି ଖାଲି ମିଛରେ ଛଟପଟ ହେଉଅଛେ । ଆମେ ଆମର ଭାବ ରଖି ଆଗେଇ ଚାଲିଲେ ଭଗବାନଙ୍କ ଶୁଭ ଦୃଷ୍ଟି ନିଶ୍ଚିତ ପଡିବ ।


Rate this content
Log in

More oriya story from Lalita Mohan Mishra

Similar oriya story from Classics