Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narendra Prasad Behera

Classics


2  

Narendra Prasad Behera

Classics


ଅହଲ୍ଯା ପଥର

ଅହଲ୍ଯା ପଥର

4 mins 511 4 mins 511

ରାମାୟଣରୁ କିଛି-୪୩


ଅହଲ୍ଯା ପଥର ହେବାର କାରଣ କ'ଣ ଥିଲା ଓ କିପରି ପୂର୍ବରୂପ ଫେରି ପାଇଲେ ।


  ସକାଳ ହେବାରୁ ଶ୍ରୀରାମ ଓ ଲକ୍ଷ୍ମଣ ପ୍ରାତଃକୃତ୍ଯ ସମାପନ କରି ବିଶ୍ବାମିତ୍ରଙ୍କୁ ପ୍ରଣାମ କଲେ ଓ ବିଶ୍ବାମିତ୍ର ସେ ଦୁହିଁଙ୍କୁ ଆର୍ଶୀବାଦ ଦେଲେ । ବିଶ୍ଵାମିତ୍ରଙ୍କୁ ଶ୍ରୀରାମ କହିଲେ -କେତେବେଳେ ସେହି ଦୁଇ ଦୈତ୍ଯ ମାରୀଚ ଓ ସୁବାହୁ ଯଜ୍ଞନାଶ କରିବାକୁ ଆସିବେ ? ଏହାଶୁଣି ସେଠାରେ ଥିବା ମୁନୀମାନେ କହିଉଠିଲେ-ମହର୍ଷି ବିଶ୍ବାମିତ୍ର ଯଜ୍ଞ ନିମିତ୍ତ ଆଜିଠାରୁ ଛଅଦିନକାଳ ମୌନଵ୍ରତ ଅଵଲମ୍ବନ କରିବେ । ବର୍ତ୍ତମାନ ଅନ୍ତତଃ ଏହି ଛଅ ଦିନ ତୁମେ ଯଜ୍ଞ ରକ୍ଷାକର । ଏହାଶୁଣି ରାମ ଓ ଲକ୍ଷ୍ମଣ ନିଦ୍ରା ବିଶ୍ରାମ ଛାଡି ଯଜ୍ଞରକ୍ଷା ପାଇଁ ପ୍ରସ୍ତୁତ ହୋଇ ରହିଲେ । ଚାହୁଁ ଚାହୁଁ ପାଞ୍ଚଦିନ ଚାଲିଗଲା । ଷଷ୍ଠ ଦିବସରେ ମହର୍ଷି ବିଶ୍ବାମିତ୍ର ଯଜ୍ଞରେ ଅଗ୍ନି ସ୍ଥାପନ କରି ଆହୁତି ଦିଅନ୍ତେ ଅଗ୍ନି ପ୍ରଜ୍ଜ୍ବଳିତ ହୋଇ ଆକାଶଯାଏ ଉଠିଗଲା । ସେହି ଅଗ୍ନିକୁ ଦୂରରୁ ଦେଖିପାରି ଦୁଇ ଦୈତ୍ଯ ମାରୀଚ ଓ ସୁବାହୁ ଯଜ୍ଞନାଶ କରିବାକୁ କ୍ରୋଧରେ ଧାଇଁ ଆସିଲେ । ଆକାଶ ମାର୍ଗରେ ରହି ଯଜ୍ଞକୁ ଅନାଇଲେ । ସେ ଦୁହିଁଙ୍କ ପାଖରେ ଥିବା ଅସୁର ଅନୁଚରମାନେ ଯଜ୍ଞ ସ୍ଥାନ ଉପରକୁ ରକ୍ତ ବୃଷ୍ଟି କଲେ । ଏହାଦେଖି ରାମଚନ୍ଦ୍ର ତୀର ବିନ୍ଧିବାରୁ ସେହି ରାକ୍ଷସ ଅନୁଚରମାନେ ଛିନ୍ ଛତ୍ର ହୋଇଗଲେ । ସେ ଦୁହିଁଙ୍କୁ ଦେଖି ରାମଚନ୍ଦ୍ର ଦୁଇ ଗୋଟି ଶର ବିନ୍ଧିଲେ । ଗୋଟିଏ ଶରରେ ମାରୀଚ ରକ୍ତବାନ୍ତି କରି ଶହେ ଯୋଜନ ଦୂରରେ ସମୁଦ୍ର କୂଳରେ ପଡିଲା । ଦ୍ବିତୀୟ ଶରଟି ସୁବାହୁ ଦେହରେ ବାଜିବାରୁ ସୁଵାହୁ ନିହତ ହୋଇ ସେହିଠାରେ ପଡିଲା । ବାକି ଯେତେ ଅସୁର ସେଠାରେ ଥିଲେ ସେମାନଙ୍କୁ ଲକ୍ଷ୍ମଣ ବାୟବ୍ଯ ଅସ୍ତ୍ରରେ ସଂହାର କଲେ । ଏହା ଦେଖି ସେଠାରେ ଥିବା ମୁନୀମାନେ ରାମଲକ୍ଷ୍ମଣଙ୍କୁ ଵହୁ ପ୍ରଶଂସା କଲେ । ବିଶ୍ବାମିତ୍ର ମଧ୍ଯ ନିର୍ବିଘ୍ନରେ ଯଜ୍ଞ ଶେଷ କଲେ । 


    ଆଉ କ'ଣ କରିବାକୁ ହେବ ଵୋଲି ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରନ୍ତେ ବିଶ୍ବାମିତ୍ର କହିଲେ -ମିଥିଳା ଦେଶର ରାଜା ଜନକ ଯଜ୍ଞ କରୁଛନ୍ତି । ଜନକଙ୍କ ପାଖରେ ଶିବଧନୁ ଅଛି । ପ୍ରତ୍ଯହ ସେ ସେହି ଧନୁକୁ ଫୁଲ ଚନ୍ଦନ ଦେଇ ପୂଜା କରନ୍ତି । ସେ ଧନୁ ବଡ଼ ଶକ୍ତିଶାଳୀ ଧନୁ । ଆଜିଯାଏ ସେହି ଧନୁରେ କେହି ଗୁଣ ଦେବାପାଇଁ ସମର୍ଥ ହୋଇ ନାହାନ୍ତି । ସେହି ଶିବ ଧନୁକୁ ତୁମ୍ଭେ ଥରେ ଦେଖିବା ଉଚିତ୍ । ତେଣୁ ଆଜି ତୁମ୍ଭେ ଦିହେଁ ମୋ ସହିତ ମିଥିଳା ଚାଲ । ଏହାପରେ ରାମ ଓ ଲକ୍ଷ୍ମଣ ମହର୍ଷି ବିଶ୍ବାମିତ୍ରଙ୍କ ସହିତ ମିଥିଳା  ଅଭିମୁଖରେ ଯାତ୍ରାରମ୍ଭ କରନ୍ତେ ସେଠାରେ ଥିବା ଅନ୍ଯାନ୍ଯ ମୁନୀଋଷିମାନେ ସେମାନଙ୍କ ସହିତ ଯଜ୍ଞ ଦେଖିବାକୁ ମିଥିଳା ଦେଶକୁ ବାହାରିଲେ । ସେମାନେ ମିଥିଳା ଅଭିମୁଖରେ ଯାଉ ଯାଉ ପଥମଧ୍ଯରେ ଏକ ସୁନ୍ଦର ଉପବନ ପଡିଲା । ଉପବନ ମଧ୍ଯରେ ଗୋଟିଏ ଅତି ପୁରାତନ ଆଶ୍ରମ ଥିଲା । ସେଠାରେ କୌଣସି ମନୁଷ୍ୟ ବା ପଶୁପକ୍ଷୀ ନ ଥିଲେ । ଏହା ଦେଖି ରାମଚନ୍ଦ୍ର ସେହି ସ୍ଥାନ ସମ୍ବନ୍ଧରେ ଜାଣିବାକୁ ଇଛା ପ୍ରକାଶ କରନ୍ତେ ବିଶ୍ବାମିତ୍ର କହିଲେ -ହେ ଶ୍ରୀରାମ , ଏ ହେଉଛି କାମ୍ଯକ ବନ । ଏଠାରେ ଏହି ଉପବନ ମଧ୍ଯରେ ଯେଉଁ ପୁରୁଣା ଆଶ୍ରମଟିଏ ତୁମ୍ଭେ ଦେଖୁଛ ତାହାଥିଲା ଗୌତମ ମୁନୀଙ୍କ ଆଶ୍ରମ । ପରିସ୍ଥିତିରେ ପଡି ଗୌତମ ଏହି ଆଶ୍ରମକୁ ପରିତ୍ଯାଗ କରି ଚାଲିଯାଇଥିବାରୁ ଏହି ଆଶ୍ରମ ପରିତ୍ଯକ୍ତ ଅବସ୍ଥାରେ ହତଶ୍ରୀ ହୋଇପଡିଛି । ଯେଉଁ ପରିସ୍ଥିତିରେ ଗୌତମ ଏହି ଆଶ୍ରମକୁ ଛାଡି ଚାଲିଯାଇଥିଲେ ତାହା ବହୁକାଳ ତଳର କଥା । ସେ ବିଷୟରେ ମୁଁ ତୁମ୍ଭଙ୍କୁ ବୁଝାଇ କହୁଛି , ଶୁଣ । ବ୍ରହ୍ମା ସୃଷ୍ଟି କରିଥିବା ଶତ ସଂଖ୍ଯକ କନ୍ଯାଙ୍କ ମଧ୍ଯରେ ଅହଲ୍ଯା ଥିଲେ ସବୁଠାରୁ ବଳି ସୁନ୍ଦରୀ । ଦିନେ ଗୌତମମୁନୀ ଆଶ୍ରମରେ ନଥିଲାବେଳେ ଇନ୍ଦ୍ର ଗୌତମମୁନୀଙ୍କ ବେଶରେ ସେଠାକୁ ଆସି ଅହଲ୍ଯାଙ୍କୁ ରତି ମାଗିଲେ । ଅହଲ୍ଯାଙ୍କୁ ସେ କହିଲେ-ପଥ ମଧ୍ଯରେ ଗୋଟିଏ ସୁନ୍ଦରୀ ଯୁବତୀର ରୂପ ଯୌବନ ଦେଖି ମୁଁ ବଡ଼ କାମାର୍ତ୍ତ ହୋଇ ପଡିଛି । ତେଣୁ ଏହି ମୁହୂର୍ତ୍ତରେ ତୁମ୍ଭଠାରେ ମୋର ରତି ଭିକ୍ଷା । ଏହି ମୁହୂର୍ତ୍ତରେ ରତି ଦାନ କରି ମୋତେ କାମପୀଡାରୁ ରକ୍ଷାକର । କିନ୍ତୁ ଅହଲ୍ଯା ଠିକ୍ ଠଉରେଇ ପାରିଲେ ଯେ ଇଏ ତାଙ୍କ ସ୍ବାମୀ ଗୌତମମୁନୀ ନୁହନ୍ତି । ଇଏ ହେଉଛନ୍ତି ଇନ୍ଦ୍ର ଯେକି ତାଙ୍କ ପାଖକୁ ଗୌତମଙ୍କ ଛଦ୍ମବେଶରେ ଆସିଛନ୍ତି । ଗୌତମରୂପୀ ଇନ୍ଦ୍ରଙ୍କୁ ଚିହ୍ନିପାରିଥିବା ସତ୍ତ୍ବେ ଅହଲ୍ଯା କାମବଶରେ ଇନ୍ଦ୍ରଙ୍କୁ ରତିଦାନ କଲେ । ଛଦ୍ମବେଶୀ ଇନ୍ଦ୍ରଙ୍କୁ ଅହଲ୍ଯା କହିଲେ-ହେ ଦେଵରାଜ ଇନ୍ଦ୍ର, ବର୍ତ୍ତମାନ ତୁମେ ନିଜ ସ୍ଥାନକୁ ପଳାୟନ କର । କାରଣ ମହର୍ଷି ଯଦି ପହଞ୍ଚିଯାନ୍ତି ଆମ ଅବସ୍ଥା ସାଘାଂତିକ ହୋଇପଡିବ । ଇନ୍ଦ୍ର ପଳାଇଯିବା ପାଇଁ ଆଶ୍ରମ ବାହାରକୁ ବାହାରିପଡିବା ମାତ୍ରେ ଗୌତମଙ୍କ ହାବୁଡରେ ପଡିଗଲେ । କାରଣ ସେତିକିବେଳକୁ ଗୌତମ ଆସି ଆଶ୍ରମ ଦ୍ବାରରେ ପହଞ୍ଚିଯାଇଥିଲେ । ଆଉ କୌଣସି କଥା ଋଷିଙ୍କଠାରୁ ଲୁଚାଇ ରଖିବା ସମ୍ଭବ ନୁହେଁ । ଏହିକଥା ଭାବି ଇନ୍ଦ୍ର ଗୌତମଙ୍କ ଗୋଡତଳେ ପଡିଗଲେ ଓ ତାଙ୍କ ଆଗରେ ନିଜର କୃତ ପାପକୁ ନିଜ ଆଡୁ ମାନିଗଲେ ।


    ଇନ୍ଦ୍ର ଭାବିଥିଲେ ଏହାଦ୍ବାରା ସେ ଗୌତମଙ୍କଠାରେ କ୍ଷମା ଉଦ୍ରେକ କରିପାରିବେ । କିନ୍ତୁ ତାହା ହେଲା ନାହିଁ । ଏଭଳି ପାପୀ ଦଣ୍ଡ ପାଇବା ଆବଶ୍ୟକ । ଏହି କଥା ଭାବି ମହର୍ଷି ଗୌତମ ଇନ୍ଦ୍ରଙ୍କୁ ଅଭିଶାପ ଦେଲେ-ହେ ଇନ୍ଦ୍ର, ତୁମ୍ଭେ ମୋ ଆଶ୍ରମକୁ ଆସି ମୋ ଅଜ୍ଞାତରେ ଯେଉଁ ପାପକାର୍ଯ୍ଯ କଲ ସେଥିପାଇଁ ତୁମ୍ଭର ପୁରୁଷତ୍ବ ନାଶ ପାଉ ଓ ତୁମ୍ଭ ଦେହସାରା ସହସ୍ର ସଂଖ୍ଯକ ଯୋନି ସୃଷ୍ଟିଲାଭ କରୁ । ଏହାପରେ ଗୌତମ ଆଶ୍ରମ ମଧ୍ଯକୁ ଗଲେ । ସେତେବେଳେ ଅହଲ୍ଯା ଭୟରେ ଥରୁଥାନ୍ତି । ଗୌତମ ଅହଲ୍ଯାଙ୍କୁ ଦେଖି ଅଭିଶାପ ଦେଲେ -ଲୋ ଅହଲ୍ଯା, ତୋ ପାପ ସକାଶେ ତୁ ପଥର ହେଇଯା । ପଥର ହେଇ ତୁ ଏହିଠାରେ ପଡିରହିଥିବୁ । ଯେତେବେଳେ ରାମଚନ୍ଦ୍ର ଏହି ବାଟେ ଆସିବେ ସେତେବେଳେ ତାଙ୍କ ପାଦଧୂଳି ତୋ ଉପରେ ପଡିଲେ ତୁ ପୁଣି ତୋ ପୂର୍ବ ଅବସ୍ଥା ଫେରିପାଇବୁ । ସଙ୍ଗେ ସଙ୍ଗେ ଅହଲ୍ଯା ସେଠି ପଥର ପାଲଟି ଗଲେ । ଗୌତମ ମୁନୀ ସେହି ଆଶ୍ରମକୁ ପରିତ୍ଯାଗ କରି ତପସ୍ଯା କରିବା ସକାଶେ ହିମାଳୟକୁ ଚାଲିଗଲେ । ହେ ରାମ,ଚାଲ ବର୍ତ୍ତମାନ ଗୌତମଙ୍କର ସେହି ପରିତ୍ଯକ୍ତ ଆଶ୍ରମକୁ ଯିବା ସେଠାରେ ଅହଲ୍ଯା ପଥର ଉପରେ ତୁମ୍ଭେ ପଦ ସ୍ଥାପନ କରିବ । ତୁମ୍ଭ ପାଦଧୂଳି ପଡିଲେ ଅହଲ୍ଯା ପୁଣି ପୂର୍ଵ ରୂପ ହେବେ ।


   ବିଶ୍ବାମିତ୍ରମୁନିଙ୍କ ସହିତ ଶ୍ରୀରାମ ଓ ଲକ୍ଷ୍ମଣ ଗୌତମ ଆଶ୍ରମକୁ ଗଲେ । ସେଠାରେ ଦୀର୍ଘକାଳ ଧରି ପଡିରହିଥିବା ଅହଲ୍ଯା ପଥର ଉପରେ ରାମଚନ୍ଦ୍ର ପାଦ ଦେଲେ । ଶ୍ରୀରାମଙ୍କ ପାଦଧୂଳି ପଡି ଅହଲ୍ଯା ପୂର୍ବରୂପ ଲାଭ କଲେ । ତାଙ୍କ ଦେହରୁ ଅଦ୍ଭୁତ ଜ୍ଯୋତି ପ୍ରକାଶିତ ହେଲା । ଶ୍ରୀରାମଙ୍କୁ ସେ ସ୍ତୁତି କରିବାରେ ଲାଗିଲେ । ଏହି ସମୟରେ ହିମାଳୟରୁ ଫେରୁଥିବା ମହର୍ଷି ଗୌତମ ସେଠାରେ ଆସି ପହଞ୍ଚିଲେ ଓ ଅହଲ୍ଯାଙ୍କୁ ପୂର୍ବପରି ନିଜର ପତ୍ନୀରୂପେ ପୁନଃଗ୍ରହଣ କଲେ ।



Rate this content
Log in

More oriya story from Narendra Prasad Behera

Similar oriya story from Classics