STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
177

   ମୋର ପ୍ରତିଟି ଦୈନଦିନ ଜୀବନର କର୍ମ ହେଉ ଅବା କୌଣସି ବି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ହେଉ କରିବା ପୁର୍ବରୁ ,ଅବା କୌଣସି ନିଷ୍ପତ୍ତି ନେବା ପୁର୍ବରୁ, ମୁଁ ଆଖି ବୁଜି କିଛି ସମୟ ବସିବା ପରେ ଛାଇଟିଏ ମୋ ମାନସ ପଟରେ ଭାସିଉଠେ ,ଆଉ ସମ୍ମତି ମିଳିଗଲେ ,ସେ କାମ ବା ନିଷ୍ପତ୍ତିରେ ଆଗେଇ ଯାଏ ମୁଁ,ଆଉ ସଫଳ ହୁଏ ନିଶ୍ଚିନ୍ତ l

   ସେଦିନ ଝିଅ ଯେବେ କହୁଥିଲା ଘାଟି ଦେଇ ଚାକିରୀ ସ୍ଥାନରୁ ଘରକୁ ଫେରିବ ପୁଣି ପଚାଶ କିଲୋମିଟର ସ୍କୁଟିରେ ,ତ କଥାଟା ଟିକେ ଅଡୁଆ ଲାଗିଲେ ବି ,ଝିଅ ଯେବେ କହୁଥିଲା ଥରେ କି ଦିଥର ଏକୁଟିଆ ଯିବା ଆସିବା ନକଲେ ସାହସ ବଢିବ କେମିତି? ,ତ ନିରୁତ୍ତର ରହିଲେ ବି ,ଆଖିମୁଜି ଦେଇ ସେଇ ଛାଇଟିକୁ ମନେ ପକାଇଲି ,ଛାଇଟି ଆଉ କାହାର ନୁହେଁ ,ମୋ ବାପାଙ୍କର ,ମୋ ଝିଅର ଅଜାଙ୍କର ,ତ ସେ ହସୁଥିଲେ ,ଦମ୍ଭ ଆସିଗଲା ମୋ ମନରେ ,ବାରଣ କଲିନି ଝିଅକୁ ,କିନ୍ତୁ ଲାଗୁଥାଏ କେମିତି କେମିତି, ମନେ ପକେଇଲି ଅତୀତ, ଝିଅ ଛୋଟ ଥିଲାବେଳେ ମୋ ବାପା ଆସି ନେଇଯାଆନ୍ତି taaku

   ସବୁଦିନ ପରି ଦୀପବସେଇଲି ,ଜଣାଣ କଲି ,ଆଉ ହନୁମାନ ଚାଳିଶା ବୋଲୁଥିଲି ,ପିଲାଙ୍କ ସୁରକ୍ଷା ପାଇଁ ,କିନ୍ତୁ ଘରେ ପହଂଚିବା,ଅଳ୍ପ ବାଟ ଥାଇ ସ୍କୁଟିରୁ ପଡିଲା ଝିଅ ,ସାଙ୍ଘାତିକ ଭାଵେ,ଚେତା ନାହିଁ ,ଖବର ପାଇ ,ସମସ୍ତେ ହସ୍ପିଟାଲରେ ,କି ଖିଆ କି ପିଆ ଘରେ ,କିନ୍ତୁ ଝିଅ ରକ୍ଷା ପାଇଯାଇଥିଲା ,ଭଗବାନ ଦି ଚାରିଦିନ ପରେ କହିଥିଲା ,ପଡିବା କାରଣ କଣ ତ କହିପାରିବିନି କିନ୍ତୁ ପଡିବା ପୁର୍ବରୁ ଛାଇଟିଏ କାହାର ମତେ ଧରିନେଉଥିଲା ବୋଲି ଖାଲି ମନେଅଛି ,ମୋ ଆଖିରୁ ଅଳ୍ପ ଲୁହ ଗଡି ଆସୁଥିଲା କୃତଜ୍ଞତାରେ ,ସେହି ଛାଇ ପ୍ରତି ,ଯାହାଙ୍କୁ ମୁଁ ଭଲ ଭାବେ ଜାଣେ ,ଯାହା ହାତ ମୋ ସହ ମୋ ପରିବାର ଉପରେ ସର୍ବଦା ଆଶୀର୍ବାଦର ଛାଇଟିଏ ହୋଇ ରହିଆସୁଛି ତାଙ୍କ ଆବର୍ତ୍ତମାନ ପର ଠାରୁ.ଆଖି ଲୁହ ସାଙ୍ଗକୁ, ଅଦିନିଆ ବର୍ଷା ବାରି ଝରିପଡ଼ୁଥିଲା ଆକାଶ ବୁକୁରୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract