STORYMIRROR

Nabaranjan Palatasingh

Drama Tragedy Inspirational

4  

Nabaranjan Palatasingh

Drama Tragedy Inspirational

ଅବୁଝା ଲେଖନୀ

ଅବୁଝା ଲେଖନୀ

5 mins
62

ପଶ୍ଚିମ ଆକାଶ ଆଭାସରୁ ଜଣା ପଡ଼ିଲାଣି ସୂର୍ଯ୍ୟ ପ୍ରାୟ ଅସ୍ତ ହେବାକୁ ଗଲେଣି। ପକ୍ଷୀମାନେ ଦୂର ଦିଗବଳୟ ରେ ଉଡ଼ି ବସା ଅଭିମୁଖେ ବାହୁଡ଼ି ଗଲେଣି। ବାଦଲ ତାର ପରାକାଷ୍ଠା ଦେଖେଇବା ଆରମ୍ଭ କଲାଣି । ଗଉଡ଼ ଗୋ ମାତା ମାନଙ୍କୁ ନେଇ ଘରକୁ ଫେରିଆସିଲେଣି। ଗାଁ ର ଶେଷ ମୁଣ୍ଡ ରଘୁଆ ଦାଦା ବିଲରୁ ଘାସ କେରାଏ ବାନ୍ଧି ମାଧବ ଜେଜେ ଙ୍କୁ କହୁଛନ୍ତି "କକା ବର୍ଷା ଅସରାଏ ଆସିଲାଣି ସଅଳ ଚାଲ ଘରକୁ ଯିବା"। 


ବିଲରୁ ଫେରୁଫେରୁ ନଈ ପାଖରେ ପହଞ୍ଚିଲେ ଦୁହେଁ। ସେଠାରେ ପବନ ବହିବାରେ ଲାଗିଲାଣି ଜୋର ରେ। ମାଧବ ଜେଜେ ଙ୍କ ଜରା ଜୀର୍ଣ୍ଣ ଶରୀର କମ୍ପିବା ଆରମ୍ଭ କଲାଣି ଥଣ୍ଡା ପବନ ସହ ବର୍ଷା ଯୋଗୁଁ। ଦୁହେଁ ଅଟକି ଗଲେ ନଈ ପାଖକୁ ଲାଗି ଥିବା ସୁରିଆ ବଡବାପା ଙ୍କ ଜମିରେ। ସେଠି ଥାଏ ଏକ ଛୋଟ କୁଡିଆ ଟିଏ। କଥା ଆଳରେ ମାଧବ ଜେଜେ କହୁଛନ୍ତି " ବୁଝିଲୁ ରଘୁଆ ମଣିଷ ଟିକେ ରକ୍ଷା ପାଇଲା ଏଇ ବର୍ଷା ଦାଉରୁ। ଦେଖୁନୁ କେମିତି କଳା ହାଣ୍ଡିଆ ମେଘ ସାଙ୍ଗକୁ ଅମାନିଆ ପବନ ଉପରେ ବରକୋଳି ପରି ବର୍ଷା ଠୋପା କେଉଁଠି ଥିଲା କେଜାଣି?"


ଏମିତି ଗପ ସପ କରୁ କରୁ ରଘୁଆ କକା ଙ୍କ ନଜର ପଡ଼ିଲା ନଈ କୂଳରେ। ଦେଖିଲେ ରାଜୁ ବସିଛି ନଈ କୂଳରେ। ବର୍ଷା ରେ ଶରୀର ଭିଜୁଛି ହେଲେ ଆକାଶ କୁ ଚାହିଁ ରହିଛି ସେ। ମନେ ମନେ ହସୁଛି ପୁଣି କାନ୍ଦୁଛି। ମନକୁ ମନ କହୁଛି "ପ୍ରେମରେ ହାରିଛି କେତେ ପୁଣୀ ଜିତିଛି ସେତେ ଏଠି ହିସାବ ରଖୁଛି ସିଏ। ସେ ଗଲା ପରେ ମୋ ବିରହ କୁ ଏଠି ବୁଝୁଛି କିଏ "। ରଘୁଆ କକା ମାଧବ ଜେଜେ ଙ୍କୁ କହୁଛନ୍ତି "କକା ଦେଖିଲ ଏ ଆମ ରାମିଆ ଭାଈ ପୁଅ ରାଜୁଆ ଟି। ଏଠି ଏତେ ବର୍ଷା ପବନରେ ପଥର ପରି ବସି ରହିଛି ଜେ। ପୁଣି ମନେ ମନେ କଣ ସବୁ କହି ଯାଉଛି।"


ମାଧବ ଜେଜେ କହୁଛନ୍ତି "ହଁ ସେ ରାଜୁଆ। ବିଚରା ମେଧାବୀ ପିଲାଟି କଣ ହେଇଗଲା ସବୁ। ରାମିଆ କେତେ ଆଶା କରିଥିଲା ହେଲେ ପିଲାଟି ଶେଷରେ ଏମିତି ହେଇଯିବ ବୋଲି କିଏ କଣ ଜାଣିଥିଲା "।


ରଘୁଆ କକା ପଚାରୁଛନ୍ତି "କଣ ହେଇଛି ରାଜୁଆ ର। ସେ ତ ସହର ରେ ପାଠ ପଢ଼ିବାକୁ ଯାଇଥିଲା "।


ମାଧବ ଜେଜେ କହୁଛନ୍ତି "ଆରେ ଚାଲ ଘରକୁ ଯିବା ବର୍ଷା ପ୍ରାୟ ଛାଡ଼ି ଗଲାଣି। ପରେ କେତେ ବେଳେ ସେସବୁ କହିବି।"


ଏମିତି ସବୁ ଶୁଣିଲା ପରେ ରଘୁଆ କକା ଙ୍କ ମନରେ ଭାସି ଆସିଲା ଅସୁମାରୀ ପ୍ରଶ୍ନର ସୁଅ। ମନେ ମନେ ସେ ଅନେକ କଥା ଭାବୁଥାଆନ୍ତି।" ରାଜୁଆ ଆମ ସ୍କୁଲ୍ ସହ କଲେଜ୍ ଟପ୍ପର ଜେ। ମେଧା ବୃତ୍ତି ପାଇ ସେ ସହରକୁ ଯାଇଥିଲା ପଢ଼ିବାକୁ। ସେଠୁ ପଢା ସାରିବା ପରେ ସେ ଏକ ବଡ଼ ଇଞ୍ଜିନିୟରିଂ କଲେଜ ରେ ପଢ଼ୁଥିଲା। ମୋର ମନେ ଅଛି ସେ କେଉଁ ଏକ କମ୍ପାନୀ ରେ ଉଚ୍ଚ ପଦସ୍ତ ଇଞ୍ଜିନିୟର ଭାବରେ ଚାକିରୀ ପାଇଁ ଦିଲ୍ଲୀ ଯାଇଥିଲା। ରାମିଆ ଭାଈ ଖୁସିରେ ଗାଁ ଲୋକଙ୍କୁ ଚଣ୍ଡୀ ମନ୍ଦିର ରେ ବିରାଟ ଭୋଜିର ଆୟୋଜନ କରିଥିଲା। " ଏମିତି ଭାବୁ ଭାବୁ ନିଦ ଆସିଗଲା ରଘୁଆ କକାଙ୍କୁ।


ସକାଳୁ ସକାଳୁ ରାଧିକା ଖୁଡିଙ୍କର ପାଟି ଶୁଣି ନିଦରୁ ଉଠିଲେ ରଘୁଆ କକା। ଖୁଡି କହୁଛନ୍ତି " ହେଇ ଶୁଣିଛ ଟି ହାଣ୍ଡିଶାଳ ପାଖରେ ଚକଟା ରଖି ଦେଇ ଯାଉଛି ବାସି କାମ କରିବାକୁ। ସେପଟେ ବାରି ଅଗଣା ସେମିତି ପଡ଼ି ରହିଛି। ସଫା ସୁତୁରା କରିବି। ତୁମେ ଖାଇ ଦେଈ ଯିବ। ଫେରିଲା ବେଳେ ଦୋକାନରୁ ଲାଉ ଆଣିଥିବ।"


ଖାଇଦେଇ ରଘୁଆ କକା ବହାରି ଗଲେ ବିଲକୁ। ସକାଳର ବିଲ କାମ ସାରି ସେ ଚାଲି ଗଲେ ରାମିଆ ଭାଈ ପରିବା ଦୋକାନ ପାଖକୁ। ସେଠି ଦେଖିଲେ ରାମିଆ ଭାଈ ଉଦାସ ମନରେ ବସି ରହିଛି। ସେ ଟିକେ ନଜର ଫେରେଇ ନେଇ କହିଲେ "ରାମିଆ ଭାଈ ଲାଉ ଅଧ କିଲେ ଦେଲୁ"।


ପରିବା କିଣା ସରିବା ପରେ ସେ ଟିକେ ନିଜର ନିରିଖି କରି ଦେଖିଲେ। ରାଜୁଆ ର ଦେଖା ନାହିଁ। ଆସୁ ଆସୁ ସେ ପହଁଚିଲେ ମନ୍ଦିର ପାଖରେ ଦେଖିଲେ ରାଜୁଆ ଆକାଶ କୁ ଚାହିଁ ରହିଛି ପୁଣି ହାତରେ ଥିବା ଡାଏରୀରେ କଣ ଲେଖି ପକାଉଛି। ପୁଣି ମନକୁ ମନ ପଢୁଛି


" ସେ ମୋ ସପନ ରାଇଜରେ ସୁକୁମାରୀ ରାଜକୁମାରୀ 

ପୁଣି କେବେ ସେ ମୋ ମନ ଆକାଶର ରାଣୀ।


ସେ ଫେରିବନି ଢାଙ୍କି ଲମ୍ବା ଓଢ଼ଣି

ଚାନ୍ଦ ପରି ଆଜି ମଉଳି ଯାଇଛି ତା ଚାହାଣି "।


ଏମିତି ଶୁଣି ଚମକି ପଡ଼ିଲା ରଘୁଆ କକା। ଘରକୁ ଫେରି ରାଧିକା ଖୁଡି ଙ୍କୁ ସବୁ ବଖାଣି ଲେ ସେ। କଥା ଛଳରେ ସେ କହିଲେ "ରାଜୁଆ ତ ଆମ କୁନୁ ର ସାଙ୍ଗ। ସେ ହିଁ କହି ପାରିବ କଣ ହେଇଛି।" ଏହା ଶୁଣି ରଘୁଆ କକା କହୁଛନ୍ତି "ହଁ। ସତ କଥା, ତମେ ଟିକେ କୁନୁକୁ କହିଲ ଆସିବ ଏଠାକୁ "


କୁନୁ ଆସିଲା ସବୁ କଥା ଶୁଣିଲା ଆରମ୍ଭ କଲା " ଯାହାକୁ ଆମେ ରାଜୁଆ ବୋଲି କହୁଛେ ସେ ହେଲା ରାଜେନ୍ଦ୍ର ମିଶ୍ର। ଆମ ସ୍କୁଲ୍, କଲେଜ ର ପଢୁଆ ପିଲା। ରାଜୁ ସ୍କୁଲ୍ ପଢା ଶେଷ କରି ସହରକୁ ଯାଏ। ସେଠି ତାର ଦେଖା ହୁଏ ଗୋଟିଏ ଝିଅ ସହ ତା ନା ହେଲା ମୀରା। ସହରର ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଝିଅ। ସେ ବି ପାଠ ପଢାରେ ଧୁରନ୍ଧର। ଆମ ରାଜୁ ସହ ତାର ବନ୍ଧୁତା ହେଲା ସେଠି। ଦୁହେଁ ମନ ଦେଇ ପାଠ ପଢନ୍ତି। ସେ ଝିଅର ଉଛ କୋଟିର ଚିନ୍ତାଧାରା। ଖୁବ୍ ମେଧାବୀ। ଦେଖୁ ଦେଖୁ ଦୁହେଁ ଦୁହିଁକ ପ୍ରେମରେ ପଡିଲେ। ହେଲେ ଝିଅ ଘର ଲୋକ ବିରୋଧ କରିବା ଆରମ୍ଭ କଲେ। ସେ ତାକୁ ନେଇ ଏକ ଭିନ୍ନ କଲେଜ ରେ ନାମ ଲେଖାଇଲେ । ବିଚରା ରାଜୁ ଆମର ମନ କଥା କହିପାରେନା ହେଲେ ଲେଖେ ସେସବୁ କୁ କାହାଣୀ ପୁଣୀ କବିତାରେ। ଆମେ ସେସବୁ କବିତା ପଢ଼ୁ ହେଲେ ମର୍ମ ବୁଝିପାରୁ ନଥିଲୁ। ରାଜୁ ସେ ସମୟରେ ପ୍ରାୟ ଏକୁଟିଆ ରହେ। ସମସ୍ତ ସାଙ୍ଗ ମାନଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲା। ଧିରେ ଧିରେ ସେ ଗାଁ କୁ ଆସିବା ବି ବନ୍ଦ କରିଦେଲା। ଆମେ ମନ କଥା କେବେ ବୁଝିପାରୁ ନଥିଲୁ।ସେ ଖୋଲି କହିବାକୁ ପ୍ରସ୍ତୁତ ନଥିଲା। 


ସମୟ କ୍ରମେ ରାଜୁ ଏବଂ ତା ପ୍ରେମିକା ଦୁହେଁ ଇଞ୍ଜିିୟରିଙ୍ଗ୍ ଶେଷ ପରେ ଚାକିରୀ ପାଇଲେ। ଦୁହେଁ ରହୁଥାନ୍ତି ଅଜଣା ସହ ଅଲଗା ଅଲଗା ସହରରେ। ହେଲେ ପୂର୍ବପରି ସେମାନଙ୍କ ସଂପର୍କ ପୁଣି ଗଢି ଉଠିଲା। ଏବେ ସେ ପ୍ରେମ ସମ୍ପର୍କ କୁ ସିକୃତି ମଧ୍ଯ ମିଳିଲା ଦୁଇହିଁଙ୍କ ପରିବାରରୁ। ବେଶୀ ଖୁସିରେ ଥିଲେ ଦୁଁହେ। ଝିଅଟି ଜିଦ୍ ଧରିଲା ଚାକିରୀ ସହ ସେ ପୁଣି ପଢ଼ିବ । ପଢ଼ିବାକୁ ଲାଗିଲା ନିଜ ଶରୀର ଉପରେ ଧ୍ୟାନ ଦେଲାନି । ଶେଷରେ ଦିନେ ଭିଷଣ ଦେହ ଖରାପ ହେଲା। ଡାକ୍ତର ଙ୍କ ପରାମର୍ଶ ନେଲେ। ଡାକ୍ତର କହିଲେ ଝିଅଟି କର୍କଟ ରୋଗର ପଡ଼ିତ। ଅନେକ ପ୍ରଚେଷ୍ଟା ହେଲେ ମଧ୍ୟ ସେ ଝିଅଟି କୁ ତକ୍ତର୍ ବଞ୍ଚେଇ ପାରିଲେନାହିଁ। 


ରାଜୁ ଏସବୁ ଶୁଣି ସହ୍ୟ କରି ପାରିଲା ନାହିଁ। ଅନେକ ଚେଷ୍ଟା ବିଫଳ ହେଲା ତା ସ୍ମୁତି ସବୁକୁ ଭୁଲିବାକୁ। ଆଜିକୁ ପ୍ରାୟ ଅନେକ ବର୍ଷ ବିତିଗଲାଣି। ତଥାବି ସେ ସାଉଣ୍ଠୁଛି ମୀରା ର ସ୍ମୃତିକୁ। ବିଚଳିତ ହେଇ ଲେଖୁଛି ଅନେକ କାହାଣୀ , କବିତା ସହ ସତ୍ୟ ଘଟଣା ବଳିକୁ।" ଏମିତି କହି ଦୁଇ ଧାର ଲୁହ ବୋହି ଆସିଲା କୁନୁ ଆଖିରୁ। ଦୁଃଖର କୋହକୁ ଚାପି ରଖିଲେ ରଘୁଆ କକା।


ରଘୁଆ କକା ଦୌଡ଼ି ଗଲେ ରାଜୁଆ ର ବାପା ରାମିଆ ଭାଈ ପାଖକୁ। ସବୁ କଥା ତାଙ୍କ ସହ ଆଲୋଚନା କଲେ। କୁନୁ, ରଘୁଆ କକା, ଗାଁ ର ସାଙ୍ଗ ସାଥି ସହ ମାଧବ ଜେଜେଙ୍କ ସହ ବାହାରି ଗଲେ ସହରର ଏକ ବଡ଼ ଡାକ୍ତରଖାନା କୁ। ରାଜୁଆ ର ମାନସିକ ରୋଗର ଚିକିତ୍ସା ଆରମ୍ଭ ହେଲା। ଡାକ୍ତରଙ୍କୁ ରାଜୁଆ ର ବାପା ସେ ଡାଏରୀ ଟି ମଧ୍ଯ ଦେଲେ। ଡାଏରୀ ଡ଼ାକ୍ତର ପଢି କାନ୍ଦି ପକାଇଥିଲେ। ଧିରେ ଧିରେ ରାଜୁ ସୁସ୍ଥ ହେଲା ଘରକୁ ଫେରିଲା। ପୁଣି ନୁଆ ଜୀବନ ଆରମ୍ଭ କରିବ ବୋଲି ମନସ୍ଥ କରିଛି ସେ। ଦିନେ ପୋଷ୍ଟ ମାଷ୍ଟର ଘରକୁ କିଛି ଚିଠି ନେଇ ଆସିଥିଲେ। ସେଥିରେ ଲେଖା ଥିଲା।


"ପ୍ରିୟ ଲେଖକ,

ରାଜେନ୍ଦ୍ର ମିଶ୍ର। ଲେଖକ ସମ୍ମିଳନୀ କୁ ଆପଣକୁ ନିମନ୍ତ୍ରଣ ରହିଲା।


ଇତି 

ସଭାପତି ଲେଖକ ସମ୍ମିଳନୀ।"


ରାଜୁ ପ୍ରଥମେ କିଛି ପାରିଲାନାହିଁ। ତାରିଖ ମୁତାବକ ରାଜୁ ସହ ତା ସାଙ୍ଗ ସାଥି, ପରିବାର ସହ ଗାଁ ଗୁରୁଜନ ମନେ ପହଁଚିଲେ ସଭାରେ। ସେଠାରେ ରାଜୁ ଯାହା ଦେଖିଲା ଚକିତ ହେଲା। ଅନେକ ଯୁବକ ଯୁବତୀ ଚିତ୍କାର କରୁଛନ୍ତି ରାଜୁ ନାମ ରେ। କେହି କେହି କହୁଛନ୍ତି। " ମୀରା ରାଜୁ ପ୍ରେମ ଅମର ରହେ"। ରାଜୁ ଦେଖିଲା ମୀରା ସହ ତା ପ୍ରତିଛବିକୁ। ସମସ୍ତ ଙ୍କ ହାତରେ ଗୋଟେ ବହି ଥାଏ ତା ର ନାଁ " ପ୍ରେମର ନଦୀ ତିରେ"। 


ଡାକ୍ତର ମଧ୍ଯ ସେଠି ଉପସ୍ଥିତ ଥିଲେ। ସଭା ଆରମ୍ଭ ହେଲା। ଡ଼ାକ୍ତର କହିଲେ ରାଜୁର ମୀରା ପ୍ରତି ପ୍ରେମ ତାଂକୁ ଆକୃଷ୍ଟ କରୁଥିଲା। ସେ ରାଜୁର ଡାଏରୀ ପଢି ବିଭୋର ହେଇ ତାକୁ ପ୍ରକାଶିତ କରିବାକୁ ମନ କଲେ। ରାଜୁକୁ ନ କହି ସେ ତା ଲେଖାକୁ ସହରରେ ଥିବା ଏକ ନାମକରା ପ୍ରକାଶନ ସଂସ୍ଥା କୁ ଦେଲେ ଆଉ ଆଜି ତା ଲେଖା ଟି ପ୍ରକାଶିତ। ସମସ୍ତେ ତାଳି ମାରି ଡାକ୍ତର ଙ୍କୁ ସ୍ଵାଗତ କଲେ।


ଅନୁରୋଧ କ୍ରମେ ରାଜୁ ବଖାଣିଲେ ମୀରା ର ଉଦାର ପ୍ରେମକୁ। ଯାହା ତାଂକୁ ଜୀବନରେ ଅନେକ ପ୍ରେରଣା ଦେଇଥିଲା ସହରରେ ରହି ଭଲ ପଢି ମଣିଷ ହେବାକୁ।


କାହାଣୀ ର କିଛି ବାକ୍ୟ ରେ ରାଜୁ କହିଲେ।


"ସହରର ଚାରିକାନ୍ଥ ଭିତରେ ମଫସଲୀ ମଣିଷଟି ସେ। ସବୁଜ କ୍ଷେତ ପରି ସୁନ୍ଦର ତା ଚିନ୍ତା ଧାରା ପୁଣୀ ଜଙ୍ଗଲି ତା ମନ। ଘଞ୍ଚ ଜଙ୍ଗଲ ଭିତରେ ଲୁଛି ରହିଛି ତା ମନର ରାଣୀ। ସେ ମନର ରାଣୀ ଆଜି ନିଖୋଜ। ଅନେକ ଖୋଜି ଖୋଜି ସେ ରାଣୀକୁ ପାଇଲା ନାହିଁ ହେଲେ ତାଙ୍କ ସ୍ମୃତି ରେ ସେ ନିଜର ଏକ ନୂତନ ପରିଚୟକୁ ଖୋଜି ପାଇଛି"।


ରାଜୁର କେଇ ପଦ କଥାରେ ସମସ୍ତେ ବିଭୋର। ଇଞ୍ଜିନିୟର ରୁ ରାଜୁ ତଥା ରାଜେନ୍ଦ୍ର ମିଶ୍ର ଆଜି ଜଣେ ବଡ ଲେଖକ।



Rate this content
Log in

Similar oriya story from Drama