ଅଫେରା ରାଇଜରେ ତୁମେ
ଅଫେରା ରାଇଜରେ ତୁମେ
ଆଜିକୁ ଦିର୍ଘ ଦିନହେଲା ମୁଁ ଆଉ ମୋ କଲମ ଭିତରେ ଦୂରତା ବଢ଼ି ଯାଇଛି , କାହିଁ କେତେ ଚେଷ୍ଟା କଲେବି ଲେଖିବାର ସାହସ ହୁଏନାହିଁ କିନ୍ତୁ ଆଜି ହୃଦୟର କିଛି ପରିଭାଷା ମୋ ଲେଖନୀରେ ପୁଣି ପରିଭାଷିତ | କେବେ ତୁମେ ଅନ୍ଧାର ରାତିର ଉଙ୍କି ମାରୁଥିବା ଅଜଣା ତାରା ଟିଏ ତ କେବେ ଶୀତ ସକାଳ ର ଥରି ଉଠୁଥିବା ଏକ ନିଷ୍ପାପ ପଥିକ ଟିଏ | ମୁଁ ଜାଣିନି ମୋ ଲେଖନୀ ତୁମ ସ୍ମୃତି କୁ କେବେ ଯଥାର୍ଥ ପରିଭାଷିତ କରିପାରିବ ,ହେଲେ ତୁମ ଉଦେଶ୍ୟରେ କିଛି ଲେଖିବାର ପ୍ରୟାସ | ବୋଧେହୁଏ ତୁମେ ଥିଲାବେଳେ କେବେ କିଛି ଲେଖିନି କାହିଁକି ତୁମେ ଗଲାପରେ ଇଛା ହୁଏ ତୁମକୁ ସଜେଇବି ମୋ କାହାଣୀ ର ମୁଖ୍ୟ ଚରିତ୍ର ଯାହାସହ କିଛି ନିରୋଳା ସମୟ ସହ କିଛି ଅଜଣା କୋହ ସବୁ କୁ ଉଜାଡି ଦେବି କଲମ ମୁନରେ | ଆଜି ମନେପଡେ ସେହି ଜୁନ ମାସ ୧୭ ତାରିଖ କଥା ଜେଜେଙ୍କ ସହ ଶେଷ ଦେଖା ,କେବେ ଭାବି ନଥିଲି ତୁମେ ଏତେ ଶୀଘ୍ର ଚାଲିଯିବ ଏକ ଅଫେରା ରାଇଜ କୁ |
ଜେଜେ ନାଁ ଟି ଦୁଇ ଅକ୍ଷର ବିଶିଷ୍ଟ ହେଲେ ମଧ୍ୟ ଏମିତି ଏକ ମଣିଷ ଯାହାଙ୍କର ଦୁଇ ଦଶନ୍ଧି ର ସ୍ମୃତି ଆମ ସହ ଜଡିତ | ମନେପଡେ ସେହି ପିଲାଦିନ ଜେଜେ ଙ୍କ ଜହ୍ନମାମୁଁ ଠାରୁ ଆରମ୍ଭ କରି ଗାଁ ମଶାଣିର ଭୁତ କାହାଣୀ | ଆଜି ଜେଜେ ଙ୍କର ଶେଷ ଠିକଣା ହେଇଯାଇଛି ଗାଁ ମଶାଣି | ହେଲେ ଆଜି ଡର ଲାଗୁନି ସେ ମଶାଣି ପାଖକୁ ଯିବାକୁ କାହିଁକି ଇଛା ହୁଏ ତୁମ ଉଦେଶ୍ୟରେ ଲେଖିଥିବା ହୃଦୟର କିଛି ବେଦନା କୁ ଉଜାଡି ଦିଅନ୍ତି ନିଷ୍ପାପ ଶିଶୁପରି | ବୟସର ଅପରାହ୍ନ ରେ ମଧ୍ୟ ତୁମ ର ଜୀବନ ସହ ବଞ୍ଚିବାର ସଂଘର୍ଷ ସର୍ବଦା ପ୍ରେରଣା ଯୋଗାଏ | ବେଳେବେଳେ ମନରେ ଥିବା କୋହ ଗୁଡାକ କାହିଁ ମତେ ଏକାକୀରେ କରିପକାନ୍ତି ଚିନ୍ତାମଗ୍ନ , କିଛି ମୁହୂର୍ତ୍ତ ମୁଁ ଭାବନା ରାଇଜରେ ନିଜସହ ନିଜେ ହଜିଯାଏ ଆଉ ପ୍ରାୟତଃ ଭାବେ ଜେଜେ ଆମର କଣ ସତରେ ଅଫେରା ରାଇଜର ଅଜଣା ଅତିଥି ଟିଏ | ପୁଣି ଚିହିଁକି ଉଠେ ଆଉ ଚେତନାର ପୃଷ୍ଟ ଭୂମିରେ କାହିଁ କେତେ ଅସୁମାରି ଅଜଣା ଭୟ ମାଡିଆସେ ,ପୁଣି ଲେଖନୀରେ ଲେଖି ଉଠେ ଏଠି ବଞ୍ଚିବାକୁ ଆସି ଦୁନିଆର ମାୟା ଜାଲ ଆଉ ଅନ୍ୟଙ୍କୁ ଠାରୁ ଭଲରେ ରହିବାର ମୋହରେ ପ୍ରାୟତଃ ତୁମସହ ଏତେ ସମୟ ବିତେଇ ପାରିଲିନି | ବୟସର ଶେଷ ସଞ୍ଜ ରେ ବସିପାରିଲିନି ତୁମ ସହ ଶୁଣିବାକୁ ତୁମ ବେଦନା ର ଗାଥା | ହେଲେ ଜେଜେ ସବୁବେଳେ ପ୍ରାୟଶଃ ଭଲ ଶିକ୍ଷୟିତ୍ରୀଟିଏ ହେବି ଆଉ ନିଜର ସମୟ ସବୁ ସେଠି ସାରିବି ଯୋଉଠି ଜୀବନ ଆରମ୍ଭ , କୁନିକୁନି ପିଲାଙ୍କ ଜୀବନର ପ୍ରଥମ ସହଯାତ୍ରାର ପଥିକଟିଏ ହେବି ତ କେତେବେଳେ ମାର୍ଗାହରା ଶିଶୁଟିର ମାର୍ଗଦସିକା ହେବି | ତୁମେ ଗଲାପରେ ଜୀବନ ଆଉ ମୃତୁ ଯାତ୍ରା କୁ ଭଲଭାବରେ ବୁଝି ପାରିଛି |
ଜେଜେ ମୋର ଦୂର ସମ୍ପର୍କୀୟ ହେଲେ ମଧ୍ୟ ମୋ ପ୍ରତି ତାଙ୍କର ଶ୍ରଦ୍ଧା ଆଉ ଭଲପାଇବା କେବେ କମି ନାହିଁ | ଜୀବନ ର ଶେଷ ସମୟରେ ତାଙ୍କର କିଛି ଶେଷ କଥା ଆଜିବି ମନେପଡେ | ଗଲାବେଳେ କହି ଯାଇଥିଲେ ମା ରେ ବାପା ର ନାଁ ରଖିବୁ ଆଉ ଗୋଟେ ଭଲ ଶିକ୍ଷୟତ୍ରୀ ଟିଏ ହେବୁ | ଜେଜେ ଆଉ ଏଇ ଦୁନିଆରେ ନାହାନ୍ତି ହେଲେ ତାଙ୍କ କଥା ମନେ ପଡିଲେ ଆଖି ଦୁଇଟି ଲୁହରେ ଭିଜି ଯାଏ | ବେଳେବେଳେ ମୁଁ ପରିକଳ୍ପନା କରିପାରେନି ମୁର୍ତୁର ପରବର୍ତ୍ତୀ ଅବସ୍ଥା | ଏମିତି ଭାବୁ ଭାବୁ ମା ର ଡାକଟି ଶୁଣିବାକୁ ମିଳିଲା | "ଆରେ ମା କୁଆଡେ ଗଲୁ ଡେରି ନକରି ଜଲ୍ଦି ବାହାରେ ଆଜି ପରା ଦଶାହ କାମ " | ହଠାତ ଏକ ଚେତନା ରେ ମୁଁ ଅନୁପ୍ରବେଶ କଲି ଆଉ ବାସ୍ତବ ଏଂବ ଦୁନିଆର ସତ୍ୟତା କୁ ମାନି ପୁଣି ପୁରୁଣା ଜାମା ପିନ୍ଧି ଗାଁ ନଈ ଆଡକୁ ମା ସହ ଅଗ୍ରସର ହେଲି | ପୁଣି ନୂଆ ଏକ ଜୀବନ ଆଡକୁ ଆଗେଇ ଚାଲିଲି କିଛି ନୂଆ ପ୍ରତିଶୁତି ସହ |
