ପ୍ରେରଣା
ପ୍ରେରଣା
ଖରାଦିନ ଝାଞ୍ଜି ପବନକୁ ଭୁବନେଶ୍ୱରର ଦାଉ ଦାଉ ହେଉଥିବା ଖରା ଦେହକୁ ଜାଳି ପକାଉଥାଏ । ଅପର ପାର୍ଶ୍ୱରେ ଘରର ଆର୍ଥିକ ଅନାଟନ ସହ ଇଂଜିନିୟରିଂ ର ଶେଷ ବର୍ଷ ତା ସହ କଲେଜରେ ନାନା ପ୍ରକାର କମ୍ପାନୀ ମାନଙ୍କର ପ୍ଲେସମେଣ୍ଟ ଆରମ୍ଭ ହେଇଯାଇଥଏ । ଆମ କଲେଜରେ ପ୍ରାୟତଃ ମଧ୍ୟବିତ୍ତ ପରିବାରର ପିଲା ପଢ଼ନ୍ତି । ସମସ୍ତଙ୍କର ଆଶା ଗୋଟିଏ ଭଲ ଚାକିରୀ ।
କଲେଜରେ ମୁଁ ବହୁତ ପରିଶ୍ରମ କରେ ମନେ ମନେ ଭାବେ ମୋର ଚାକିରୀ ହେଇଯିବ । ହେଲେ ୨ଟା ଇଣ୍ଟରଭିଉରେ ଫେଲ ହେଇସାରିଥାଏ ଆଉ ସେପଟେ ଘରେ ଭାରି ଅସୁବିଧା ଏବଂ ନାନା ପ୍ରକାରର ଋଣ ଭାର ବାପା ଏବଂ ବୋଉ ଉପରେ । ସବୁ କମ୍ପାନୀ ଆସି ଇଣ୍ଟରଭିଉ କରି ଚାଲିଗଲେଣି ,ସାଙ୍ଗ ମାନେ ନୂଆ ଚାକିରୀ ପାଇଁ ଖୁସି ହେଲେ ମୁଁ ଦୁଃଖରେ ଥାଏ । ମୋ ସାଙ୍ଗ ଅବଦୁଲ ମତେ ବୁଝେ କହେ ଆଲ୍ଲା ତୋ ପାଇଁ କିଛି ଭଲ ସୁଯୋଗ ତିଆରି କରିବେ । ବହୁତ କାନ୍ଦେ ଆଉ ଅବଦୁଲ ପ୍ରତିଟି ମୁହୂର୍ତରେ ପାଖରେ ଥାଏ । ହଠାତ ଦିନେ ଏକ ଅଜଣା ନମ୍ବର ରୁ ଫୋନ ଆସିଲା ଆଉ ଭୁବନେଶ୍ୱରରୁ ଡାକରା ଆସିଲା ଇଣ୍ଟରଭିଉ ପାଇଁ । ସକାଳୁ ଦଉଡି ଗଲି ଭୁବନେଶ୍ୱର,ସେଠି ଯାଏ ଦେଖେ ତ ବଡ଼ବଡ଼ ବୈଷୟିକ ଵିଶ୍ଵବିଦ୍ୟାଳୟ ର ପିଲାମାନେ ଆସିଥାନ୍ତି ପାଖାପାଖି ଦେଢ଼ଶ ପିଲା । ଆରମ୍ଭ ହେଲା ଲିଖିତ ପରୀକ୍ଷା ସେଥିରେ ଅଶି ପିଲା ପାସ କଲେ ସେଥିରେ ମୁଁ ଥାଏ ।
କିଛି ସମୟ ବିରତି ପରେ ପୁଣି ଆରମ୍ଭ ହେଲା ଅନ୍ୟ ଏକ ରାଉଣ୍ଡ । ଯୋଉଥିରେ ଇଂରାଜୀରେ କିଛି କହିବା । ମୋର ଇଂରାଜୀ ପ୍ରିୟ ଆଉ ସେଥିରେ ମୋ ସହ ଅନ୍ୟ ଚଉଦ ଜଣ ପାସ । ଇଣ୍ଟରଭିଉ ପ୍ରଥମ ଦିନ ଶେଷ ,ଦ୍ୱିତୀୟ ଦିନ ପାଇଁ ପନ୍ଦର ଜଣ ଥାନ୍ତି । ଘରକୁ ଫେରିଲା ବେଳକୁ ସଂଧ୍ୟା । ରାତିରେ ନିଦ ନଥାଏ ମନେ ମନେ ଚିନ୍ତା କରୁଥାଏ କାଲି କଣ ହେବ । ତା ପରଦିନ ଇଣ୍ଟରଭିଉ ଆରମ୍ଭ ହେଲା ଆଉ ଭଲ ଉତ୍ତର ଦେଲି ମଧ୍ୟ । ସନ୍ଦ୍ୟା କୁ ଫଳାଫଳ ଆସିଲା ନଅ ପାସ ଆଉ ମୁଁ ମଧ୍ୟ ସେ ବହୁରାଷ୍ଟ୍ରୀୟ କମ୍ପାନୀ ର ପରୀକ୍ଷାରେ ପାସ । ଖୁସି ହେଇ ଘରକୁ ଫେରିଲି । ହେଲେ ଆମ ନ ଜଣଙ୍କ ଭିତରୁ ଦୁଇଟି ପିଲା ଭାରି ଜ୍ଞାନୀ ଜଣେ ଥିଲେ ପୁରୀର "ବୁବୁନ କୁମାର ଜେନା " ଆଉ ଜଣେ ବାଲେଶ୍ୱର ର ଏକ ଘରୋଇ ଇଂଜିନିୟରିଂ କଲେଜ ର ଆଲାଉଦ୍ଦିନ । ପରେ ଆଲାଉଦ୍ଦିନସହ ମୁଁ ଦିଲ୍ଲୀ ବାହାରି ଗଲି ସେ କମ୍ପାନୀରେ ଯୋଗଦାନ କରିବାକୁ । ହେଲେ ମନ ଭିତରେ ବୁବୁନ ଭାଇ କୁ ଖୋଜେ ଆଉ ଖବର ନିଏ ସେ କେବେ ଆସିବେ । ସେହି ପରୀକ୍ଷା ସମୟରେ ସେ ମତେ ସାହସ ଦେଉଥାନ୍ତି ତମର ହେଇଯିବ ।
ଭାରି ସାହସୀ ସେ ଆଉ ମିଷ୍ଟଭାଷୀ । ତାଙ୍କ ବେଶ ପୋଷାକ ରୁ ଲାଗେ ସେ ଭାରି ଧନୀ ଘରର ପିଲା । ଖବର ନେବାପରେ ଜାଣିଲି ବୁବୁନ ଭାଇ ସେପ୍ଟମ୍ବର ମାସରେ ଯୋଗଦେବେ । ତାଙ୍କ ଆସିବାକୁ ଚାହିଁ ରହିଥାଏ ଆଉ ସବୁ ସହକର୍ମୀ ଙ୍କୁ କୁହେ "ଜାଣିଛ ସେପ୍ଟମ୍ବରରେ ଗୋଟେ ନୂଆ ଇଂଜିନିୟର ଆସିବ ଆଉ ସେ ଭାରି ଜ୍ଞାନୀ ପିଲା "
ସେପ୍ଟମ୍ବର ଆସିଲା ବୁବୁନ ଭାଇ ଆସିଲେ । ମୁଁ ଭାରି ଖୁସି ,ଆମ ଦୁଇ ଜଣଙ୍କ ବନ୍ଧୁତ୍ୱ ଜମିଲା ,ସେ ମତେ ନୂଆ ନୂଆ କଥା କୁହନ୍ତି କଳ କ୍ରମେ ଆମେ ସେ କମ୍ପାନୀରେ ଏତେ ସୁଯୋଗ ପାଇଲୁ ନାହିଁ ଶିଖିବାକୁ ମୁଁ ମନସ୍ତ କରେ ସଫ୍ଟୱାରେ ଇଂଜିନିୟର ହେବି । ଏମିତି ଦିନ ବିତି ଚାଲିଲା ମୁଁ ଚିନ୍ତାଗ୍ରସ୍ତ ହେଇ ଚାକିରୀ ଛାଡ଼ିଲି । ବୁବୁନ ଭାଇ ମଧ୍ୟ ଚାକିରୀ ପୁନେ କୁ ବଦଳେଇ ଦେଲେ । ଦୁଇ ବର୍ଷ ସେ କଷ୍ଟ କଲେ । ଆମେ ଦୂରରେ ରହିଲେ ମଧ୍ୟ ଯୋଗାଯୋଗ ରହିଥାଏ । କିଛି ବର୍ଷ ପରେ ମୁଁ ସଫ୍ଟୱାରରେ ନୂଆ ଚାକିରୀ ପାଇଲି ।
ହଠାତ ଦିନେ ବୁବୁନ ଭାଇ ସହ କଥା ହଉ ହଉ ସେ କହିବସିଲେ ତାଙ୍କ ଅନୁଭୂତି ଜୀବନ ସହ ଲଢେଇ ।
ତାଙ୍କ ବାପା ଜଣେ କୃଷକ ,ଘରୋଇ ଅନାଟନ ଥାଏ ହେଲେ ତାଙ୍କ ବାପା ତାଙ୍କୁ ଚେଞ୍ଚୁରିଆନ ୟୁନିଭେର୍ସିଟିରେ ପଢ଼ାଉଥିଲେ । ବାପା କେତେ କଷ୍ଟ କରନ୍ତି ତାଙ୍କ ହଷ୍ଟେଲ ଖର୍ଚ ବହନ କରିବାରେ ହେଲେ କେବେ ଦୁଃଖ ପ୍ରକାଶ କରନ୍ତିନି । ବାପା ଙ୍କ କଷ୍ଟକୁ ବେଶ ଅନୁଭବ କରନ୍ତି ସେ । ପିଲାଟି ଦିନରୁ ବୁବୁନ ଭାଇ ଖୁବ ମେଧାବୀ ,କଲେଜରେ କେବେ କୌଣସି କ୍ଲାସ କୁ ଅଣଦେଖା କରନ୍ତିନି । ଗାଁ ର ଚାଲି ଚଳଣି ହେତୁ ହଷ୍ଟେଲରେ ନାନା ପ୍ରକାର ଟାହିଟାପରା ଶୁଣିବାକୁ ପଡେ । କଷ୍ଟ କରି ଦିଲ୍ଲୀ ସହରରେ ନୂଆ ଚାକିରୀ ଆଉ ଖୁବ ଦୃଢ ମନ, ଭାରି ସାହସୀ । ହସ ହସ ମୁଁହରେ ଗୋଟିଏ କଥା ଜୀବନରେ କିଛି ଭଲ କରିବି ଆଉ ବାପାଙ୍କ ନା ରଖିବି । ଦିଲ୍ଲୀ ପରେ ପୁନେ ସହରରେ ଢେର କିଛି ଦିନ କାଟିବା ପରେ ଏଥର ଭାରତ ବାହାର ଚାକିରୀ ପାଇଁ ସୁଯୋଗ ।
ମ୍ୟାନେଜେର ର ଗାଳି ସହ ଘରର ଆର୍ଥିକ ଅନାଟନ ଭିତରେ ସାନ ଭାଇ ପାଠ ପଢା ଏବଂ ତା ସହ ନିଜର ଉଚ୍ଚ ଶିକ୍ଷା । ପ୍ରାୟତଃ ସବୁକୁ ନଜରରେ ରଖି ଆଗକୁ ବଢି ଚାଲିଥାଏ ବୁବୁନ ଭାଇ । ହଠାତ ଗୋଟେ ଅଜଣା ମେଲ ଆସିଲା ଭାରତ ବାହାର ର ଚାକିରୀ ପାଇଁ । ପରୀକ୍ଷା ଦେଇ ସେଥିରେ ସଫଳ ହେଲେ ମଧ୍ୟ । ଆଜି ବୁବୁନ ଭାଇ ସେରବିଆ ଦେଶରେ ଏକ ବଡ ଇଂଜିନିୟର ଭାବରେ କାର୍ଯ୍ୟରତ । ସମସ୍ତଙ୍କର ଧାରଣା ଥାଏ ବାହାରେ ରହୁଥିବା ଭାରତୀୟ ଇଂଜିନିୟର ଦେଶକୁ ଭୁଲି ଯାଉଥାନ୍ତି । ହେଲେ ମାଟି ର ସହ ପ୍ରେମ କିଛି ନିଆରା । ଆମେ ଯେତେ ଦୁରକୁ ଗଲେ ମଧ୍ୟ ଆମ ଦେଶ ପାଇଁ ଭଲପାଇବା ସେମିତି ଅତୁଟ । ବୁବୁନ ଭାଇ ଆଜି ବି ଖାଣ୍ଟି ଓଡ଼ିଆ ଟେ । ଓଡିଶା ପ୍ରତି ପ୍ରେମ ତାର ଅତୁଟ । ସମୟ ର କାଳକ୍ରମେ ଆଉ ଅଭାବ ଯୋଗୁ ଆମ ଦେଶ ର ଭଲ ଇଂଜିନିୟର ଦେଶ ଛାଡି ଦେଉଛନ୍ତି । ବୁବୁନ ଭାଇ ଆଜି ବି ସେମିତି ,ଆଜି ବି ହସ ହସ ମୁଁହ ,କଥା ଗୁଡା ଭାରି ପ୍ରେରଣା ଦାୟିକ । ଆଜି ବି ସେ ମୋ ପାଇଁ ଏକ ପ୍ରେରଣା ଆଉ ବଡ ଭାଇ ଟିଏ । ଭାରି ଗର୍ବ ଅନୁଭୂତି ହୁଏ କେବେ ହାର ମାନିନୀ ଯେତେ ବି ଅଭାବ ଅନାଟନ ଆସିଲେ ମଧ୍ୟ ।
