Nabaranjan Palatasingh

Tragedy Inspirational

3  

Nabaranjan Palatasingh

Tragedy Inspirational

ଅଭିମାନ

ଅଭିମାନ

4 mins
206


ଚାକିରିରୁ ଟିକେ ବିରତି ମିଳିଲେ ମୋ କଲମ ପୁଣି ଆଗଭର ହୋଇଉଠେ କିଛି ଲେଖିବା ପାଇଁ | ମୁଁ ଦୌଡ଼ିଯାଏ ମୋ ପାଖରେ ଥିବା ପାର୍କକୁ | ଏକୁଟିଆ କିଛି ସମୟ ବସି ରହିଲା ପରେ ଏବଂ ସମସ୍ତଙ୍କୁ ନିରେଖି ଦେଖେ | କେତେ ଅଜଣା ଚେହେରା ଚଳ ଚଞ୍ଚଳ ହୋଇଉଠେ ଏବଂ କୁନି କୁନି ପିଲାମାନଙ୍କର ନିଷ୍ପାପ ହସରେ ମୁଁ ହଜି ଯାଏ | ସବୁବେଳେ ବୋଉର କଥା ମନେ ପଡ଼ିଯାଏ ପୁଣି ସେଠାରୁ ଦୌଡ଼ି ଆସେ କିଛି ଲେଖିପକାଏ |

ରାମଶଙ୍କର ମିଶ୍ର | ସମସ୍ତେ ରାମ ବାବୁ ବୋଲି ଡାକନ୍ତି, ପେଶାରେ ଜଣେ ବ୍ୟବସାୟୀ ଘରେ ସ୍ତ୍ରୀ ରମାବତୀ ସହ ରୁହନ୍ତି ଏବଂ ଏକମାତ୍ର ପୁଅ ଅଭିମନ୍ୟୁ ତାକୁ ସ୍ନେହରେ ସମସ୍ତେ ଅଭି ବୋଲି ଡାକନ୍ତି | ଅଭି ପେଶାରେ ଜଣେ ସଫ୍ଟୱେର ଇଂଜିନିୟର, ସୁଦୂର ଦିଲ୍ଲୀରେ କାର୍ଯ୍ୟରତ | ଅଭି ଭାରି ସ୍ୱାଭିମାନୀ ଏବଂ ଜିଦିଖୋର |

ସେଦିନ ହଠାତ ରାମ ବାବୁଙ୍କର ଫୋନ ବାଜି ଉଠିଲା |ଏକ ଅଜଣା ନମ୍ବରରୁ କଲ ଆସିଛି ଏବଂ ଅଜଣା ସ୍ୱରରେ କେହି ଜଣେ କହୁଛି " ଅଭିମନ୍ୟୁ ମିଶ୍ର ଙ୍କର ଆପଣ କଣ ହେବେ " ରାମବାବୁ କହୁଛନ୍ତି " ମୁଁ ଅଭିର ବାପା " ଅଜଣା ସ୍ଵରେରେ କେହି ଜଣେ ତାଙ୍କୁ କହି ଉଠିଲା " ଆପଣଙ୍କ ପୁଅ ଅଭି ଏ ଦୁନିଆରେ ଆଉ ନାହିଁ | ଏହା ଏକ ଆତ୍ମହତ୍ୟାଜନିତ ମୃତ୍ୟୁ ତେଣୁ ଦୟାକରି ଆପଣ ଦିଲ୍ଲୀ ଚାଲି ଆସନ୍ତୁ " ଏତିକି କହି ଅଜଣା ଲୋକଟି ଫୋନ ରଖିଲା | ରାମ ବାବୁଙ୍କର ପାଦ ତଳୁ ମାଟି ଖସିଗଲା, ବିଶ୍ୱାସ କରିପାରିଲେନି ଅଭି ଭଳି ସ୍ୱାଭିମାନୀ ପିଲା କେମିତି ଏସବୁ କରିପାରିବ | ଆଖିରୁ ଲୁହ ଆସିବା ଆଗରୁ ଦିଲ୍ଲୀ ବାହାରିଗଲେ ସେ ପରିବାରସହ | ସେଠି ପହଞ୍ଚି ଅଭିର ଶେଷ ଦର୍ଶନ କଲେ | ଅଭିର ମାଆ ରାମାବତୀଙ୍କୁ ସମ୍ଭାଳିବା କଷ୍ଟକର | ପରିବାରବର୍ଗ ପୁରା ସ୍ତମ୍ଵିଭୂତ | ଅଭି ଭଳି ମିଷ୍ଟଭାଷୀ ଆଉ ମେଧାବୀ ପିଲା ଏମିତି କେମିତି କରିପାରିବ | ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ବାଚୀ ହୋଇ ରହିଛି | ଓଡ଼ିଆ ରୀତି ନୀତି ଅନୁଶାରେ ଶବ ଦାହ ପକ୍ରିୟା ଶେଷ ହେଲା | ରାମ ବାବୁ ତାଙ୍କ ପରିବାର ସହ ନିଜ ଗାଁକୁ ଫେରିଲେ|

ରାମ ବାବୁ ଆଜି ଏକୁଟିଆ ଚିନ୍ତା କରୁଛନ୍ତି ତାଙ୍କ ପୁଅର ଇଂଜିନିୟର ହେବାର ନିଶା | ଭଲ ଚାକିରୀ ସହ ମୋଟା ଅଙ୍କର ଦରମା | ରାମ ବାବୁ ତାକୁ କେବେ ବି କିଛି କାମ କରିବାରେ କୌଣସି ବାଧା ଦେଇନାହାନ୍ତି | ହେଲେ ସେ ଆଜି ବି ଚିନ୍ତା ଗ୍ରସ୍ତ | କାହିଁକି ଅଭି ଭଳି ଯୁବକ ପୁଅ ଏମିତି କଠିନ ପଦେକ୍ଷପ ନେଲା | ସେ ସାଉଁଟି ବସିଲେ ଅଭିର ରହିଯାଇଥିବା ବ୍ୟାଗ ଗୁଡିକୁ ହଠାତ ସେଥିରୁ ତାଙ୍କୁ ମିଳିଲା ଗୋଟେ ହାତ ଲେଖା ଚିଠି | ଅଭିର ହାତ ଲେଖା କିଛି ଶେଷ କଥା

ବାପା, 

ବୋଉକୁ ସମ୍ଭାଳି ନେବ | ମତେ ଆଉ ବଞ୍ଚିବାର ରାସ୍ତା ଦିଶୁନି | କାହିଁକି କେଜାଣି ଏ ସମାଜ ମତେ ଠକି ଚାଲିଛି | କେତେ ନିରୀହ ଲାଗୁଥିବା ଚେହେରା ମତେ ବୁଝିବାର ଭୁଲ କରି ଚାଲିଛି | କେବେ ଆଶା ନଥିଲା ମୋ ସହ ଏମିତି ହେବ | କେତେ ସ୍ୱପ୍ନ ଥିଲା ବହୁତ ବଡ କାମ କରିବାର |ପରିବାର ଆଉ ଗାଁ ନାଁ ରଖିବି |

ହେଲେ ମିଛ ସମାଜ ଆଉ ମଣିଷର ଛଳନା ଆଗରେ ମୁଁ ହାର ମାନିଯାଇଛି | ମନ ଭିତରେ ରହିଯାଇଥିବା କିଛି ଯନ୍ତ୍ରଣାକୁ ଲେଖୁଛି |କଲେଜେର ପ୍ରଥମ ବର୍ଷରେ ମୋର ଦେଖା ସ୍ୱପ୍ନା ନାମକ ଝିଅ ସହ ଦେଖା ହେଇଥିଲା |

ମନେ ମନେ ତାକୁ ଭଲ ପାଇବସିଥିଲି | ହେଲେ ଯେତେବେଳେ ଭାବିଲି ମନର କଥାକୁ ତାକୁ କହିବି ବୋଲି ସେବେ ଜାଣିବାକୁ ପାଇଲି ସ୍ୱପ୍ନା ଆଉ ଜଣକୁ ଭଲ ପାଉଛି ଆଶା କଲି ତା ସହ ଭଲ ବନ୍ଧୁଟେ ହେଇକି ରହିବି |କିଛି ଦିନ ପରେ ଜାଣିବାକୁ ପାଇଲି ସ୍ୱପ୍ନାକୁ ସେ ପୁଅ ଧୋକା ଦେଇଛି | ସେତେବେଳେ ବି ତାକୁ କହିଲି ଆଜି ବି ତୋ ପାଇଁ ମୁଁ ଅପେକ୍ଷା କରିଛି ହେଲେ ସ୍ୱପ୍ନାର ଯନ୍ତ୍ରଣା ଏମିତି ଥିଲା ଯେ ସେ ସମୟରେ ସେ ମତେ ଆଉ ମୋ ପ୍ରେମକୁ ଗ୍ରହଣ କରିପାରିଲାନି | ୟା ଭିତରେ ଦୀର୍ଘ ୯ ବର୍ଷ ବିତିଗଲାଣି ଆଜି ବି ମୁଁ ସ୍ୱପ୍ନା ପାଇଁ ଅପେକ୍ଷା କରି ରହିଛି | କିଛି ବର୍ଷ ଭିତରେ ମୁଁ ଭବିଷ୍ୟତ ବିଷୟରେ ଚିନ୍ତିତ ତେଣୁ ମୁଁ ମୋ ମନର କଥାକୁ ମନରେ ଚାପି ରଖେ ଆଉ ଭାବେ ସ୍ୱପ୍ନା ଆଜିବି ଏକା ଅଛି | ସମୟ ଆସିଲେ ମୁଁ ମୋ ମନ କଥା କହିବି ଆଉ ଯୋଉଥିରେ କାହାର ଭବିଷ୍ୟତ ଖରାପ ନହେବ | ବେଳେବେଳେ ମୁଁ ସ୍ୱପ୍ନା ପଚାରି ବୁଝେ ତା ମନ ଭିତରେ ଆଉ କେହି ନାହିଁ ତ | ସେ ସବୁବେଳେ ପ୍ରେମ ଜନିତ ବାର୍ତ୍ତାଳାପ ଉପେକ୍ଷା କରେ| ମତେ ଲାଗେ ସେ ଆଜିବି ଏକା ଅଛି ହେଲେ ମୁଁ ଅପେକ୍ଷା କରିଥିଲି ଭଲ ଏକ ନୂଆ ଭବିଷ୍ୟତକୁ | ହଠାତ ଦିନେ ଜାଣିବାକୁ ପାଇଲି ସେ ଏଇ କିଛି ବର୍ଷ ଭିତରେ ତା ହୃଦୟରେ ଆଉ କାହାକୁ ଜାଗା ଦେଇସାରିଛି | ତାର ଦ୍ୱିତୀୟ ପ୍ରେମ ମଧ୍ୟ ବିଚ୍ଛେଦ ହେଇସାରିଛି| 

ସବୁଠାରୁ କଷ୍ଟଦାୟକ ଥିଲା ତାର ମିଛ |ଏତେ ବର୍ଷ ତାକୁ ଅପେକ୍ଷା କରିଥିଲି କାରଣ ସବୁବେଳେ ଆଶା ତାର ସୁନ୍ଦର ଭବିଷ୍ୟତ ହେଲେ ତାକୁ ମନର କଥା କହିବି | ତାର ମିଛ ପାଇଁ ମୋ ମନ ଭିତର ଥିବା ଭଲପାଇବା ଏକ ପ୍ରକାର ଘୃଣାରେ ପରିଣତ ହେଇସାରିଥିଲା |ମୁଁ ଆଉ କାହାକୁ ନିଜର କରିନଥାନ୍ତି | ସ୍ୱପ୍ନା ଏତେ କାହିଁକି ଭଲଲାଗେ ମୁଁ ନିଜେ ମଧ୍ୟ ଜାଣିନି |ମୋର ଯନ୍ତ୍ରଣା ଏତିକିରେ ଶେଷ ହେଇନି | ମତେ ସମସ୍ତେ ଠକି ଚାଲିଥିଲେ, ମିଛ ମଣିଷମାନଙ୍କ ପାଖରେ ମୁଁ ଅଣନିଃଶ୍ୱାସୀ ହେଇଯାଉଛି | ନାରୀର ନିରହ ଚେହେରା ତଳେଥିବା ଛଳନାକୁ ବୁଝିବା ମୋ ପାଇଁ କଷ୍ଟକର ଥିଲା | ପ୍ରେମ ଆଉ ବିରହ ଦୁଇଟି ଅବସ୍ଥା | ବିରହର ଯନ୍ତ୍ରଣାକୁ ଖଣ୍ଡନ କରି ଆଗକୁ ବଢିବା କଷ୍ଟ ଥିଲା ମୋ ପାଇଁ "

ମତେ କ୍ଷମା କରିବା | ଆପଣଙ୍କ ପ୍ରିୟ

ଅଭି 

ଏତିକି ପଢି ରାମ ବାବୁ ନିସ୍ତବ୍ଧ ହେଇଗଲେ | ଧୀରେଧୀରେ ରାମ ବାବୁଙ୍କ ମନର ଅବସ୍ଥା ବଦଳିବାରେ ଲାଗିଲା | ରାମ ବାବୁ ସମାଜ ତିଆରିରେ ଲାଗିପଡ଼ିଲେ |ସେ ମନସ୍ତ କଲେ ତାଙ୍କ ପୁଅ ପରି ଯୁବକ ଏମିତି ଆଉ କେହି କଠିନ ପଦେକ୍ଷପ ନ ନେବ ସେ ଦିଗରେ ସେ କାମ କରିବା ଆରମ୍ଭ କଲେ | ସେ ସାହସ ବାନ୍ଧି Dopamine ଭଳି ହର୍ମୋନ ବିଷୟରେ ଗବେଷଣା ଆରମ୍ଭ କଲେ | Dopamine ହର୍ମୋନକୁ ବ୍ୟବହାର ଜନିତ କୁହାଯାଏ | ଆପଣ କୌଣସି ମଣିଷ କିମ୍ବା କାମ ସହ ଅଭ୍ୟସ୍ତ ହେଲେ ସେତେବେଳେ ଆପଣଙ୍କ ମସ୍ତିଷ୍କ ହର୍ମୋନକୁ କ୍ରିୟାଶୀଳ କରେ, ଯା ଦ୍ଵାରା ଆପଣଙ୍କୁ ଖୁସି ଲାଗେ |ଯଦି ଆପଣ ସେ ପ୍ରିୟ ମଣିଷ ସହ ନ ଆସିଲେ |ସେତେବେଳେ dopamine ନେବା ବନ୍ଦ ହେଇଯାଏ ମତିଷ୍କରେ | ଧୀରେ ଧୀରେ ଏହା ମାନସିକ ଚାପ ଗ୍ରସ୍ତ କରେ |ଯା ଦ୍ଵାରା ଛାତିରେ ଯନ୍ତ୍ରଣା ହୁଅ ଏବଂ Heart attack ମଧ୍ୟ ହୁଅ | 

ରାମ ବାବୁ ଯୁବକ ମାନଙ୍କୁ ସୁଧାରି ତାଙ୍କୁ ନୂଆ ଜୀବନ ମଧ୍ୟ ଦେଇଛନ୍ତି | ସେ ଆଜି ସମାଜରେ ବେଶ ପରିଚିତ | 

ବିଷୟର ଚରିତ୍ର ଗୁଡିକ କାଳ୍ପନିକ ହେଲେ ମଧ୍ୟ ଅନୁଭୂତିଟି ମୋ ନିଜର | ହେଲେ ମୁଁ ଆଜି ବି ଜୀବିତ ଅଛି | ବିରହର କୌଣସି ଚିକିତ୍ସା ନାହିଁ |କିଛି ଆପଣଙ୍କୁ ଭଲ ପାଉଥିବା ଲୋକ ଆପଣଙ୍କୁ ସାହାଯ୍ୟ କରିପାରିବେ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ | ପ୍ରେମ ଖରାପ ନୁହେ ହେଲେ ଆମେ ମାନେ ଖରାପ ଲୋକକୁ ମନ ଦେଇ ବସୁ | ଯିଏକି ମିଛ ଛଳନା କରିଚାଲନ୍ତି | ମୁଁ ଆଜି ବି ଜାଣିନି ତାକୁ କାହିଁକି ଭଲ ପାଉଥିଲି | ତାର ଅତୀତକୁ ଆପଣେଇ ନେବାକୁ ଚାହୁଁଥିଲି ହେଲେ ଘର ଆଉ ବାପା ଙ୍କଦ୍ଵାହି ଦେଇ ଶେଷରେ ସେ ମତେ ଠକି ଚାଲୁଥିଲା | ଆଜି ଅଭିମାନ ନିଆଁ ଭରିଯାଇଛି ମୋ ହୃଦୟ |



Rate this content
Log in

Similar oriya story from Tragedy