Nabaranjan Palatasingh

Romance Classics Inspirational

4.5  

Nabaranjan Palatasingh

Romance Classics Inspirational

ଦାମୀ ନୁହେଁ ବେନାମୀ ପ୍ରେମ

ଦାମୀ ନୁହେଁ ବେନାମୀ ପ୍ରେମ

4 mins
369


ଶୀତ ଋତୁ ପରେ ବସନ୍ତ ଆସେ , ହାଲୁକା ପବନ ସହ ଅନେକ ଅକୁହା କଥା ମନରେ ରହିଯାଏ । ଇଛା ଏକ ଦୂର ଦିଗବଳୟରେ ରହିବାକୁ ନା ସେଠି ପଇସାର ଗର୍ବ ନା ମଣିଷ ସମାଜର ଟାହିଟାପରା ଥିବ। କଲମର ଢେର ସାରା କାରିଗରୀ ଥିବ । ଆଜି ଟିକେ ଫୁରସତ ମିଳିଛି କିଛି ଅକୁହା କଥାକୁ ପୁଣି କଲମର ସ୍ପର୍ଶରେ କାଗଜରେ ଉତାରି ଦେବାକୁ । ପୁଣି ଅନୁଭୂତିରୁ କିଛି ଗାଁ ଗୋବିନ୍ଦପୁର , ବଜାରରୁ ଏକ ବସଟି କିଛି ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା ଆଡକୁ ଅଗ୍ରସର ହୁଏ । ଆଗାମୀ ବଜାରଟି ହେଲା ପାଟପୁର ,ସେଠାରେ ବସଟି କିଛି ସମୟ ରେ ରହିଲା । ଅପେକ୍ଷାରତ ଯାତ୍ରୀ ମାନେ ବସ ଭିତରକୁ ଅଗ୍ରସର ହେବାରେ ଲାଗିଲେ । ଶେଷରେ ଏକ କଲେଜ ପଢୁଆ ଝିଅଟି ବସ ଭିତରକୁ ପ୍ରବେଶ କରୁଛି , ଏତିକିରେ ରମେଶର ନଜର ଯାଏ ସେ ଝିଅ ଉପରେ ପଡେ । ପ୍ରଥମ ଦେଖାରେ ରମେଶ ଝିଅଟିକୁ ପସନ୍ଦ କରେ । ରମେଶ ତାକୁ କଣେଇ କଣେଇ ନଜର ଫେରେଇ ଦେଖେ ଏମିତି ଦେଖୁ ଦେଖୁ ଖୋର୍ଦ୍ଧା ଆସିଯାଏ । ସେ ଝିଅ ବସରୁ ଚାଲିଯାଏ ତା କଲେଜ ଆଡକୁ । ରମେଶ ଧୀରେ ଧୀରେ ତା କଲେଜ ଆଡକୁ ଅଗ୍ରସର ହୁଏ । କ୍ଲାସରେ ପହଂଚି ବସ ରେ ଦେଖିଥିବା ସେହି ଝିଅ କଥାକୁ ମନେ ପକାଏ । ମନେ ମନେ ସ୍ତିର କରେ ତା ପରିଚୟ ଖୋଜିବାକୁ । 

ତା ପରଦିନ ବସରେ ରମେଶ ଆଉ ଯାତ୍ରୀମାନେ ନିଜ ନିଜ ଯାତ୍ରା ଆରମ୍ଭ କରନ୍ତି ଖୋର୍ଦ୍ଧା ଆଡକୁ । ଆଗାମୀ ଷ୍ଟପେଜ ରେ ପୁଣି ସେ ଝିଅ ବସରେ ପ୍ରବେଶ କରେ ହେଲେ ଆଜି ରମେଶ ର ଗୋଟେ ଜୁନିଅର ତାଙ୍କ ଗାଁର ସେହି ବସ ରେ ଥାଏ । ସେହି ଅଜଣା ଝିଅଟି ଆସେ ତାଙ୍କ ଗାଁ ଝିଅ ସହ କଥା ହୁଏ । ଏଥିରୁ ରମେଶ ଜାଣିବାକୁ ପାଏ ସେ ଦୁଇ ଜଣ ଭଲ ବାନ୍ଧବୀ । ପୁଣି ପୂର୍ବ ପରି ବସ କଲେଜ ପାଖରେ ପହଁଚେ ଆଉ ସମସ୍ତେ ନିଜ କଲେଜ ଆଡକୁ ଯାନ୍ତି । ରମେଶ ମନେ ମନେ ଭାବେ "ଆରେ ୟେ ତ ଆମ ଗାଁ ସୁମିର ସାଙ୍ଗ " । ମନସ୍ତ କରେ ସେ ଝିଅ ବିଷୟରେ ନିଶ୍ଚିତ ପଚାରି ବୁଝିବ ହେଲେ ପୁଣି ସ୍ଥିର କରେ ନ କାଳେ କିଏ ଖରାପ ଭାବିବ । ଏମିତି ସମୟ ବିତି ଚାଲିଲା ଆଉ ରମେଶ ପଢା ପଢି ରେ ବ୍ୟସ୍ତ ରୁହେ । ବେଶ କିଛି ଦିନ ପରେ ସେ ପୁଣି ସେ ଝିଅକୁ ଦେଖିଲା ଆଉ ଧୀରେ ଧୀରେ ସେ ପସନ୍ଦ କରିବାକୁ ଲାଗିଲା । ଝିଅ ଟି ଦେଖିବାକୁ ସମ୍ଭ୍ରାନ୍ତ ଶ୍ରେଣୀର ଲାଗେ ହେଲେ ଶାନ୍ତ ଶିଷ୍ଟ । ବସରେ ଚୁପ ବସି ରୁହେ । ଧୀରେ ଧୀରେ ରମେଶ ତା ନାଁ ଜାଣିବାକୁ ପାଇଲା ,ହେଲେ କେବେ ତା ସହ ସୁଯୋଗ ପଇଲାନାହିଁ କଥା ହେବାର । ରମେଶ କେବେ ଚେଷ୍ଟା ମଧ୍ୟ କରିନି କଥା ହେବାର ।ଏମିତି ସମୟ ବିତି ଚାଲିଲା ସେତେବେଳେ ଫେସବୁକ୍ ନୂଆ ନୂଆ ଚାଲି ଥାଏ । ରମେଶ ତା ନାଁ ଖୋଜିଲା ଆଉ ଫେସବୁକ୍ ରେ ତାକୁ ବନ୍ଧୁତାର ଅନୁରୋଧ କଲା ,ଶେଷରେ ସେ ତା ବନ୍ଧୁତା କୁ ଗ୍ରହଣ କଲେ । ରମେଶ ପ୍ରଥମ କରି ତାଙ୍କୁ ଗୋଟେ ମେସେଜ ଦେଲେ ଆଉ ସେ ତାଙ୍କୁ ଜବାବ ମଧ୍ୟ ଦେଲେ ।

ଏମିତି ବେଶ କିଛି ଦିନ ଗଲା ହଠାତ ରମେଶ ଦେଖିଲା ସେ ଝିଅ ଆଉ ଫେସବୁକ୍ ରେ କ୍ରିୟାଶୀଳ ନାହାନ୍ତି ।ରମେଶ ବହୁତ ଖୋଜିଲାତ ତାଙ୍କୁ ହେଲେ ସେ ପାଇଲା ନାହିଁ । ଇତି ମଧ୍ୟ ରେ ରମେଶ ର ଗାଁ ରେ ଥିବା ସେ ଝିଅର ବାନ୍ଧବୀ ମଧ୍ୟ ବିବାହ କରିସାରିଥିଲା । ରମେଶ ପାଠ ପଢି ଦିଲ୍ଲୀ ରେ ଚାକିରୀ କରିବାକୁ ଲାଗିଲା । ଏମିତି ରେ କିଛି ବର୍ଷ ବିତିଗଲା । ସେହି ନାମ ରେ ରମେଶ ଗୋଟେ ଆଇଡ ପାଇଲା ଆଉ ତାଙ୍କୁ ବନ୍ଧୁତା ନିବେଦନ କଲା । ସେ ଝିଅ ତାଙ୍କ ବନ୍ଧୁତ୍ୱକୁ ପୁଣି ଗ୍ରହଣ କଲେ । ଧୀରେ ଧୀରେ ଆଗ ପରି ବନ୍ଧୁତା ହେଲା । ରମେଶ ମନେ ମନେ ତାଙ୍କୁ ବହୁତ ପସନ୍ଦ କରେ ହେଲେ କୁହେନାହିଁ । କିଏ ବା ଜଣେ କାଳେ ସେ କଣ ଭାବି ବନ୍ଧୁତ୍ୱ ଭାଙ୍ଗୀ ଦେବେ ଆଉ ଦୁରେଇ ଯିବେ । ମନର ଅକୁହା କଥାଟିଏ ମନରେ ରହି କୋହ ହେଇ ଲୁହ ଭାବେ ବୋହି ଯିବା ଭଲ ହେଲେ କେହି କାହାଠୁ ସମ୍ପୂର୍ଣ୍ଣ ଦୂରେଇଯିବାର କଷ୍ଟ ଅସହନୀୟ ।

ଆଜିବି ରମେଶ ସହ ଗୋଟେ ଭଲ ବାନ୍ଧବୀ ପରିଚୟ ବହନ କରୁଛନ୍ତି । ଦୁହେଁ ଦୁହିଁକୁ ଜୀବନର ନୂଆ ଦିଶାରେ ଯିବା ପାଇଁ ପ୍ରେରିତ କରୁଛନ୍ତି । ବୋଧେହୁଏ ରମେଶ ପାଇଁ ସମ୍ପର୍କଟିଏ ବେନାମୀ ହେଲେ ମଧ୍ୟ ନିଆରା । ଆଜି କାଲି ଖୁବ କମ ପୁଅ କି ଝିଅ ଏମିତି ସମ୍ପର୍କରେ ବାନ୍ଧି ହୁଅନ୍ତି । ଉତ୍ତମ ବନ୍ଧୁ କି ବାନ୍ଧବୀ ମିଳିବା କଷ୍ଟ । ହେଲେ ରମେଶ ପାଇଁ ସେ ବାନ୍ଧବୀଟି ଅତ୍ୟନ୍ତ ପ୍ରେରଣା ଦାୟୀ । ପ୍ରେମର ଦ୍ଵାହି ଦେଇ ଗୋଟେ ଭଲ ସମ୍ପର୍କ ଠୁ ଦୁରେଇ ଯିବା ସବୁଠୁ ବଡ ମୂର୍ଖାମୀ । ଆଜିବି ରମେଶ କିଛି ନୂଆ କଥା ଜାଣିଲେ ସେ ତା ବାନ୍ଧବୀକୁ ମେସେଜରେ ଜଣେଇ ପକାଏ । ରମେଶ ଚେଷ୍ଟା କରେ ତାଙ୍କ ନମ୍ବର ମାଗିବାକୁ ହେଲେ ପରେ ନାଁ । ରମେଶ ଭାବେ ସବୁ ବେଳେ ଭଲ ମଣିଷ ହେବି ।ସେତିକି ଯଥେଷ୍ଠ କାରଣ ଗୋଟେ ଭଲ ମଣିଷ ଆଉ ଜଣେ ମଣିଷକୁ ନିଶ୍ଚିତ ମନେ ରଖେ । ରମେଶର ବାନ୍ଧବୀ ମଧ୍ୟ ତାକୁ ବହୁତ ପ୍ରେରିତ କରନ୍ତି ଲେଖିବାକୁ ଆଉ ତାକୁ ବହୁତ ଭଲ ବ୍ୟବହାର ଦେଖାନ୍ତି । ବୋଧହୁଏ ଏମିତି କମ ଝିଅ ମିଳିବେ ତାଙ୍କ ପରି । ସେ ବାନ୍ଧବୀ ଜଣକ ନିଆରା ମଣିଷଟିଏ । କେଜାଣି ନିଜର ଲାଗନ୍ତି ବହୁତ ହେଲେ ଭୟ ଲାଗେ କାଳେ ବ୍ୟବହାର ଖରାପ ହେଲେ ଦୁରେଇ ଯିବେନି ତ।

ରମେଶ ସମ୍ପର୍କ ବେନାମୀ ହେଲେ ମଧ୍ୟ ପଇସା ପରି ଦାମୀ ନୁହେଁ । ଦାମୀ ଏଠି ବନ୍ଧୁତ୍ୱ ର ମୂଲ୍ୟବୋଧ । ପରସ୍ପର ପ୍ରତି ଥିବା ନିଷ୍ପାପ ସ୍ନେହ ।



Rate this content
Log in

Similar oriya story from Romance