ବିରହ ବେଦନା
ବିରହ ବେଦନା
ବେଳେ ବେଳେ ଅଫିସରେ ଏକା ବସିଲା ବେଳେ ମନ ଆକାଶରେ ଭାସି ଆସେ କେତେ କଥା | ସବୁ ମନେ ପଡେ ସେ ସ୍କୁଲରେ ଘଟି ଯାଇ ଥିବା କିଛି ଘଟଣା ତୁ କଣ ଵୁଝି ପାରିବୁ ଆଉ ସେ ପିଲା ଦିନର ପ୍ରେମ | ଜାଣିନି ତୋ କଥା ଭାବୁ ଭାବୁ କେତେ ବେଳେ ଆଖି ଦୁଇଟା ଲୁହ ରେ ଭିଜି ଯାଏ ତ କେତେ ବେଳେ ମନେ ମନେ ହସି ପକାଏ ଆଉ ପୁଣି ସଫ୍ଟୱାରେ ଠିକ କରିବାରେ ଲାଗିଯାଏ | ବୋଧହୁଏ ସେଦିନ ମୋ ପାଖେ ସାମର୍ଥ୍ୟ ନଥିଲା ତୋତେ ବୁଝଇ ବାକୁ ଯେ ମୁଁ ତୋତେ ବହୁତ ଭଲପାଏ କାରଣ ଆଧୁନକୀ ଡାଞ୍ଚା ଆଉ ସହରୀ ମନ ଟା ତୋତେ ବହୁତ ସ୍ୱାର୍ଥପର କରିସାରିଥିଲା | ଆଜି ବି ମୋ ନିଷ୍ପପା ହୃଦୟ ତୋତେ ଖୋଜେ ହେଲେ ସମୟ ବହୁତ ଆଗକୁ ବିତି ଗଲାଣି | ଏମିତି ଭାବୁ ଭାବୁ ହଟାତ ଫୋନ ବାଜି ଉଠିଲା ରମାକାନ୍ତ ର |
ରମାକାନ୍ତ ଗୁରୁଃଗ୍ରାମ ର ଏକ ସର୍ବ ଭାରତୟ କମ୍ପାନୀ ର ସଫ୍ଟୱାରେ ଇଞ୍ଜିନିଅର ଭାବରେ କାର୍ଯ୍ୟରତ | ସେ ଦିନ ମା ନିବେଦିତା ଙ୍କର ଫୋନ ଆସିଛି ଆଉ ମା କହୁଛନ୍ତି "ଆରେ ରମା ଘରକୁ କେବେ ଆସିବୁ "
ରମା : ମା ଟ୍ରେନିଂ ଚାଲିଛି ସରିଗଲେ ଘରକୁ ଯିବି
ମା: ବାପା ରେ ଏ ଭିତରେ ଏକ ବର୍ଷ ବିତିଗଲାଣି କେବେ ବୁଲିକି ଯା
ରମା : ହଉ ମା ଯିବି | ରଖୁଛି କିଛି କାମରେ ବ୍ୟସ୍ତ ଅଛି
ରମା ଚିନ୍ତା କରୁଥାଏ ଚାଁହୁ ଚାଁହୁ ବରଷେ ବିତିଗଲାଣି ହେଲେ ସମୟ କେତେବେଳେ ଅତିବାହିତ ହେଇଗଲା ସେ ଜାଣିପାରିଲାଣି | ୟା ଭିତରେ ସେ ଘର ,ମା ,ବାପା ଏବଂ ଭଉଣୀ ଠୁ ଖୁବ ଦୂରରେ | ଅଲିଅଳି ଭଉଣୀ ସହ ଖୁବ ମଜା ମସ୍ତି କରେ ହେଲେ ସମୟ କ୍ରମେ ତାଠୁ ଦୂରରେ ରହୁଛି | କାହିଁକି ରମା ପରି ଯୁବକ ଏତେ ଯାତନା ରେ ଜର୍ଜରିତ , ଯୋଉ ବୟସ ରେ ହସି ଖେଳି ଜୀବନ ଅତିବାହିତ କରିବା କଥା ସେ ବୟସରେ ସେ ବେଦନା ର ପୀଡା ରେ ଅଣନିଶ୍ୱାସୀ |କାହିଁକି ଆଜି ବି ସେ facebook , Instagram ରେ ସାଗରୀକା ର ଫଟୋ ଗୁଡିକୁ ଆଖି ପୁରେଇ ଦେଖିନିଏ , ବେଳେବେଳେ ଆଖି ଲୁହ ରେ ଭିଜିଯାଏ ଆଉ ମନର ଅଜଣା କୋହ ବ୍ୟତିବ୍ୟସ୍ତ କରିପକାଏ | କଣ ପ୍ରେମର ପାଉଣା ବହୁତ ପଇସା କୁ ବୁଝାଏ ନା ପଖାରେ ଥିବା ଦାମୀ ଗାଡି ଆଉ ସୁନ୍ଦର ସ୍ଵାସ୍ଥ କୁ ବୁଝାଏ | ସାଗରୀକା ତାର ପିଲାଦିନ ର ବନ୍ଧୁ ଆଉ ପ୍ରେମିକା , କମ ବୟସରେ ଦୁହେଁ ପ୍ରେମର ପରିଭାଷା କୁ ବୁଝିପାରିଥିଲେ| ସେ କୁଆଡେ ରମା କୁ କଥା ଦେଇଥିଲା ତା ସହ ବାକି ଜୀବନ ଅତିବାହିତ କରିବ ହେଲେ ସମୟ ର ବିଡ଼ମ୍ବନା କିଛି ଅଲଗାଥିଲା ,ସେ ଚାଲି ଯାଇଥିଲା ରମା ର ବନ୍ଧୁ ସହ | ସାଗରିକା ଥିଲା ତା ହୃଦୟର ବହୁତ ପାଖଲୋକ ଯଦି ସେ ରମା ର ଦାରିଦ୍ର୍ୟ କୁ ବୁଝିପାରିଲାଣି ତେବେ ଆଉ କିଏ ତାକୁ ବୁଝିବ| ରମା ର ଦାରିଦ୍ର୍ୟ ଏକ ପ୍ରକାର ପାଚେରୀ ହୋଇ ଠିଆ ହେଲା ତା ପ୍ରେମର | ରମା ମା ନିଜ ର ଗହଣା ବିକି ହଷ୍ଟେଲ ଖର୍ଚ ବହନ କରନ୍ତି | ରମା ସହ ତାର ଦୁଇ ଭଉଣୀ ଖୁବ ମେଧାବୀ | ସାହିପଡିଶା ଖୁବ ଟାହିଟାପାରା କରନ୍ତି "ପୁଅ ଇଞ୍ଜିନିଅର ହେବ , ବାପାର ଯୋଉ ବାଟି ଗୁଡା ଅଛି "| ହଷ୍ଟେଲ ର ଚାରିକାନ୍ଥ ଭିତରେ ଗୋଟିଏ ଯୁବକ ଯେମିତି ପିଲା ପରି କାନ୍ଦି ପକାଏ ଆଉ ମନେ ମନେ ପ୍ରତିଜ୍ଞା କରେ ପଇସା ନଥିଲେ କଣ ହେଲା ମନ ଦେଇ ପାଠ ପଢ଼ିବି ଆଉ ମା ର ନା ରଖିବି |ୟା ଭିତରେ ସାଗରିକା ବି ରମା କୁ ପରିକରି ଦୁରକୁ ଚାଲିଯାଏ |
ବରଷେ ବିତିଗଲାଣି ସାଗରିକା ଯିବାର ,ରମା ଇଂଜିନିୟରିଂ ର ପ୍ରଥମ ବର୍ଷ ର ଛାତ୍ର ଏବଂ ମନରେ ବହୁତ ଆଶା ଭଲ ଇଂଜିନିୟର ହେବ ଆଉ ମା ର ନା ରଖିବ| ରମା ଦ୍ୱିତୀୟ ବର୍ଷ ରେ କଲେଜ ଟପ୍ପର ହେଲା ,ବହୁତ ଭଲ ପଢିବାରେ ଲାଗିଲା | ଶେଷ ବର୍ଷ ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ Mechanical Engineer ଭାବରେ ନିଯୁକ୍ତି ପାଇଲା | ହେଲେ ସାଗରିକା ର ଭାଇ କୁଆଡେ ବଡ software Engineer ଆଉ ବହୁତ ପଇସା ପାଏ | ରମା ଧୀରେ ଧୀରେ ସଫ୍ଟୱାର ପଢିବାରେ ଲାଗିଲା ଆଉ ସେ ଘରକୁ ଚାଲିଆସିଲା |କଠିନ ପରିଶ୍ରମ ପରେ ସେ ମଧ୍ୟ ଏକ Software Engineer | ହେଲେ ଆଜିବି ସେ ସାଗରିକା କୁ ମନେ ପକାଏ ଆଉ ବହୁତ ଖୋଜେ | ସାଗରିକା ଆଉ ରମା ଏକ ଗାଁ ର ହେଲେ ମଧ୍ୟ ରମା ତାକୁ ଛ ବର୍ଷ ଦେଖିନି |ବିରହ ର ବେଦନା ଏବଂ ତାର ନିଷ୍ପାପ ହୃଦୟ ଖୁବ ନିର୍ଯାତିତ ହେଇ ପଡିଥିଲା ଶେଷରେ ସେ ଗାଁ ଛାଡି ଦେଇଥିଲା ତା ସହ ସହର ମଧ୍ୟ | ରମା ତା ପ୍ରିୟ ଓଡିଶା ଠୁ ଖୁବ ଦୂରରେ ଆଜି | ପ୍ରେମର ବିରହ ତାକୁ ଆଜି ବଡ Engineer କରିଦେଇଛି ହେଲେ ସାଗରିକା କୁ ସବୁଦିନ ପାଇଁ ଭୁଲି ଯାଇଛି | ପ୍ରେମ ର ତୁଳନା କୁ କାହିଁକି ଲୋକମାନେ ଗାଡି,ସୁନ୍ଦରତା ,ପଇସା ଏବଂ ଖ୍ୟାତି ସହ ତୁଳନା କରନ୍ତି | ପ୍ରେମ ଏକ ସୁନ୍ଦର ଅନୁଭବ ଏବଂ ଭାବନା | ପ୍ରେମର ସ୍ତର କିଛି ଏମିତି ପ୍ରଥମେ ମା ଠାରୁ ଆରମ୍ଭ ,ବାପା ଙ୍କ ପାଖରେ ପ୍ରେମର ବାଲ୍ୟ କାଳ ତ ଭଉଣୀ ପାଖରେ ପ୍ରେମ ପିଲାଳିଆମୀ ଆଉ ପତ୍ନୀ ପାଖରେ ଏକ ସୁନ୍ଦର ବୁଝାବଣା | କାହିଁକି କିଛି ଲୋକ ଆମ ଜୀବନରେ ଚାଲି ଆସନ୍ତି ଆଉ ପ୍ରେମ କରନ୍ତି ଆମ ସହ ପୁଣି ମନ ଭାଙ୍ଗି ଚାଲିଯାନ୍ତି ବହୁତ ଦୁରକୁ | ପ୍ରେମର ଶିହରଣ ଏମିତି କିଛି ହୁଏ ଲେଖା ନ ଆସିଲେ ମଧ୍ୟ ଆମକୁ ଲେଖକ ସଜେଇ ଦିଏ |
ବିରହ ର ପରିଭାଷା କେତେବେଳେ ଆମକୁ ଭଲ ମଣିଷ ଟେ କରିଦିଅ ତ କେତେବେଳେ ଅମଣିଷ କରିପକାଏ | କେତେବେଳେ ମା କୋଳରୁ ତା ପୁଅ କୁ ନେଇଯାଏ ତ ଭଉଣୀ ପାଖରୁ ଭାଇକୁ | କାହିଁକି ଆମ ସମାଜରେ ସତ ପ୍ରେମ କୁ ଆଦର ମିଳେନି | ବେଳେ ବେଳେ ପ୍ରେମର ପରିଭାଷା କୁ କିଛି ଲୋକ ଆମ ମେଧାବୀତ୍ବ ସହ ତୁଳନା କରନ୍ତି | ପ୍ରେମ ଏବଂ ବିରହ ବେଦନା ର କେବେ ଅନ୍ତ ନଥାଏ |

