STORYMIRROR

Nabaranjan Palatasingh

Romance Fantasy

3  

Nabaranjan Palatasingh

Romance Fantasy

ପ୍ରେମର ପରିଭାଷା

ପ୍ରେମର ପରିଭାଷା

3 mins
213

ଅଫିସର ଡୋରକୁ ଲାଗି ନାନା ପ୍ରକାରର ରଙ୍ଗ ବେରଙ୍ଗି ଗଛ ଲାଗିଛି | ମୋର ବସିବା ସ୍ଥାନକୁ ସବୁ ଦେଖାଯାଏ , ଥଣ୍ଡା ପବନରେ ଗଛର ପତ୍ର ଗୁଡାକ ହଲେ ସେତିକି ବେଳେ ଭାବନା ସହ ତାଳଦେଇ ମୁଁ ପହଁଚି ଯାଏ ମୋ ଗାଁ ନଦୀ କୂଳରେ | ଏକ ବର୍ଷରୁ ଅଧିକା ହେଇଗଲାଣି ଘରକୁ ଆସିନି | ଆର୍ମିରେ ନଥିଲେ ମଧ୍ୟ ଭାରତୀୟ ସ୍ଥଳ ବାହିନୀକୁ ଭାରି ଆଦର ଆଉ ତାଙ୍କଠାରୁ ଅନୁପ୍ରେରଣା ମିଳେ | ପେଶାରେ ଜଣେ ଯୁବ ଇଂଜିନିୟର ଏଂବ ଗୁରୁଃଗ୍ରାମରେ ରୁହେ | ରାତି 9 ଟା ହେଲେ ଶୋଇଯାଏ ଭୋର 3 ଟା ରେ ଉଠେ | IT JOB ରେ ପଢିବାକୁ ପଡେ ସଦା ସର୍ବଦା ନୂଆ ଜ୍ଞାନ କୌଶଳ ଶିଖିବାକୁ ହୁଏ | 5 ଟା ଯାଏ ପଢି ବାହାରେ ପଡେ ପ୍ରାତଃ ଭ୍ରମଣରେ | ବେଶ କିଛି ସକାଳର ବ୍ୟାୟାମ କରି ରୁମକୁ ଆସେ | କିଛି ସମୟ ସକାଳ ନିତ୍ୟକ୍ରମ ସାରିବା ପରେ ପୁଣି ଇଂରାଜୀ ଉପନ୍ୟାସ ପଢେ | ପାଖାପାଖି ସକାଳ 9 ଟାରେ ଅଫିସ | 

ରାସ୍ତାରେ ସାଙ୍ଗ ପଚାରେ ପ୍ରେମ ବିଷୟରେ |ଟିକେ ମୁରୁକି ହସେ ଆଉ ଚୁପ ରୁହେ ଜବାବରେ ତାକୁ କୁହେ "ପ୍ରେମ କଥା ଜାଣିଲେ ସାନ ଭଉଣୀ ରାଗିବ | ସେଥି ଯୋଗୁ ତୁ ବେଶୀ ଆଲୋଚନା କରେନି ସମୟ ଆସିଲେ କେହି ଜଣେ ମିଳିଯିବ "ସାଙ୍ଗର କଥାକୁ ସବୁ ଶୁଣେ ହେଲେ ଚୁପ ରୁହେ | ମନେମନେ ଅଫିସରେ ଖୁବ ହସେ କାହା କଥା ଭାବି |ପୁଣି ଭଉଣୀ ଏବଂ ବାପାଙ୍କ କଥା ଭାବି ଚୁପ ରୁହେ | ଭଉଣୀ ସବୁଠାରୁ ଭଲ ସାଙ୍ଗ ଆଉ ସେ ସାନ ହେଲେ ମଧ୍ୟ ତାକୁ ଖୁବ ଡର | ଦୁନିଆରେ ସବୁଠୁ ଭଲପାଇବା ଦେବା ଆଉ ନେବା ମଣିଷଟିଏ ହେଲା ମୋ ସାନ ଭଉଣୀ |ତାକୁ ଡର ମାନେ ମୋ ଭୁଲରେ ସେ ଖରାପ ଭାବି ମତେ ଗାଳି କଲେ ଆମର ଲଢେଇ ହେବ ଆଉ ମୁଁ ତାକୁ ରାଗରେ କିଛି କହିଦେବି ଆଉ ସେଥି ପାଇଁ ମନ କଷ୍ଟକରିବ| 

ଏମିତି ଚିନ୍ତାରେ ବୁଡି ରହି ଜଣକ କଥା ଭାବେ |ସେ ଭାରି ପସନ୍ଦ ବେଳେବେଳେ ପ୍ରେମ ନିବେଦନ କରେ ହେଲେ ସେ ଚୁପ ରହେ ନା ହଁ କରେ ଏଂବ ନାହିଁ ବି କରେନି | କଥା ଆଳରେ କୁହେ "ତୋତେ କଥା ଦଉନି କାରଣ ମୁଁ ଘରେ ତୋ କଥା କହିପାରିବିନି ,ଆମ ଦୁଇ ଜଣଙ୍କ ଜାତି ଅଲଗା ହୁଏତ ମୋ ଘର ଲୋକ ରାଜି ହେବେନି ଆଉ ତୋ ମନ ଭାଙ୍ଗି ଯିବ "

ବେଳେବେଳେ କୁହେ ସେ "ତୁ ପ୍ରେମ କଥା ଜମା କହିବୁନି "

ମୁଁ ହଁ କରେ ଆଉ ଚୁପ ରୁହେ ବେଳେବେଳେ ମୁଁ କୁହେ , ଦେଖ ମୁଁ ଏବେବି ପଢୁଛି ଚାକିରୀ ସହ ହୁଏତ କାଲିକୁ ଗୋଟେ ବଡ ଇଂଜିନିୟରଟେ ହେଲେ ତମ ଘରେ ରାଜି ହେଇଯିବେ ।

ତାପରେ ତାର whats app ରେ ମେସେଜ ଆସେନି | ପୁଣି କିଛି ଦିନ ପରେ ମୁଁ ମେସେଜ କରେ |ତା ସହ ଏକତରଫା ପ୍ରେମ ତା ଛଡା ଆଉ କେହି ଜାଣନ୍ତିନି | ତାକୁ ନେଇ ବହୁତ ସ୍ବପ୍ନ ଦେଖେ ତାର ଖାଣ୍ଟି ଓଡ଼ିଆଣୀ ଭାବକୁ ବହୁତ ଭଲଲାଗେ |କେମିତି କେହିବି ତୁ ମୋ ପାଇଁ କେବଳ ପ୍ରେମ ନୁହେଁ ବରଂ ଏକ ପ୍ରେରଣା | ଅସଲରେ କହିବାକୁ ଗଲେ ସେ ଭାରି ପଢ଼ାଖୁ |ମୋ ଉଠିବା ସମୟ ଭୋର 3 ଟା ଆଉ ତାର ଶୋଇବା ସମୟ 3ଟା | ଏତେ ରାତି ଯାଏ ତାର ପାଠ ପଢାକୁ ମୁଁ ସମ୍ମାନ କରେ |ଆମ ବନ୍ଧୁତ୍ୱକୁ ଦଶ ବର୍ଷ ହେଇଗଲାଣି ଆଉ ମୋ ପାଇଁ ଆଜି ବି ସେ ଏକତରଫ ପ୍ରେମ | 

ତାକୁ ଭଲପାଇବା ଠୁ ଅଧିକ ତା କଥା ଭାବିବାକୁ ଭଲ ଲାଗେ | ତାକୁନେଇ କଳ୍ପନା କରିବାକୁ ଭଲଲାଗେ | ଯୁବକ ବୟସରେ ପ୍ରେମ ସହ ପ୍ରଣୟ ଉପରେ ବେଶୀ କଥା ପଡେ ହେଲେ ପ୍ରେମ ଯେ ପ୍ରଣୟ ଠାରୁ ଉର୍ଦ୍ଧରେ | ୟେ ଦଶ ବର୍ଷ ଭିତରେ ମୁଁ ତାକୁ ଦଶ ଥର କଲ ବି କରିନି କାରଣ ମୋତେଲାଗେ କାହା ପ୍ରେମରେ ଥରେ ହଜିଗଲେ ବାହାରିବାକୁ ସମୟ ଲାଗେ ଆଉ ସେ ଭିତରେ କେତେବେଳେ ବର୍ଷ ପରେ ବର୍ଷ ବିତିଯାଏ ଜଣାପଡେନି |ଦିଲ୍ଲୀ metro ରେ ଭ୍ରମଣ କଲାବେଳେ ନୂଆ ନୂଆ ପ୍ରେମୀ ଯୁଗଳଙ୍କୁ ଦେଖେ ଆଉ ଝିଅମାନଙ୍କର ହାତ ମେହେନ୍ଦି ସହ ଲମ୍ବା ନଖରେ ରଙ୍ଗ ବେରଙ୍ଗ ନେଲପଲିସ ଦେଖେ |ଟିକେ ସମୟ ପାଇଲେ ତାକୁ ନେଇ କଳ୍ପନା ଆରମ୍ଭ ହୁଅ |

ତାକୁ କିଛି ପଚାରି ପାରେନି ଡ଼ରରେ କାରଣ ସେ ଟିକେ ମୋ ଠାରୁ ବେଶୀ ମେଧାବୀ |"କଥା ଆଳରେ ସାନ ଭଉଣୀକୁ ପଚାରେ ତାକୁ କୁହେ ମେହେନ୍ଦି କରିବା ଗୋଟେ କଳା" 

ୟା ଭିତରେ ଦିଲ୍ଲୀରେ ବେଶୀ ବୁଲାବୁଲି କରୁନି ବୋଧେହୁଏ ବାହାର ଦୃଶ୍ୟ ମତେ ତା ଆଡକୁ ବେଶୀ ଆକୃଷ୍ଟ କରିଦେଉଛି |ମୁଁ କେବେବି ଚାଁହୁନି ଯୋଉ ସମ୍ପର୍କ ଏବଂ ପ୍ରେମର ପରିଚୟ ଆଜିବି କିଛି ନାହିଁ ତା ପାଇଁ ନା ତୋ ଆଗାମୀ ଦିନ ଖରାପ ହଉ ନ ମୋର | ବୟସ ଚପଳାମୀ ସହ ମୁଁ କେବେ ଚାହେଁନି ଆମେ ବାପାମାନଙ୍କ ନା ଖରାପ କରିବା |ତାକୁ ମୁଁ ଆଧୁନିକ ଡାଞ୍ଚା ର "girlfriend " କୁହେନି ବରଂ ତୁ ମୋ ହୃଦୟର ଏକ ପ୍ରାନ୍ତରେ ଜଳୁଥିବା ଏକ ପ୍ରେମର ଦୀପାଳିଟିଏ | ତୁ ଜାଳିବା ଆରମ୍ଭ କଲେ ଦୁନିଆ ତା ରଙ୍ଗୀନ ସହ ଆଲୋକ ମୟ ଲାଗେ ଆଉ ତୁ ନଜଳିଲେ ମତେ ଦୁନିଆ ନିଷ୍ପାପ ଆଉ ନିର୍ଜନ ଲାଗେ |ତୋତେ ନେଇ ଦେଖିଥିବା କଳ୍ପନା କେବେ ପୁରା ହେବନି |ରାଗରେ ବେଳେ ବେଳେ ପ୍ରେମ ନିବେଦନ କରିଲା ବେଳେ କହିପକାଏ 

" ତୁ ଦେଖିବୁ ଲୋ ଝିଅ ମୁଁ ଗୋଟେ ବଡ Data Scientist ହେବି ସେତେବେଳେ ମତେ କିଛି କହିବୁନି " ସେ ବି ନିରବ ରୁହେ |

ମୁଁ ଆଜି ଅପେକ୍ଷାରେ ମୋର ପ୍ରେମର ପରିଚୟକୁ ନେଇ |ତୁ ଯଦି ରାଜି ହଉ ସେ ପ୍ରେମ ଏକ ଉତ୍ତମ ବୁଝାବଣା ହେବ ନ ମିଳିଲେ ଏକ ପରିଚୟ ବିହୀନ ସୁନ୍ଦର ଅନୁଭୂତି |



Rate this content
Log in

Similar oriya story from Romance