STORYMIRROR

Nabaranjan Palatasingh

Abstract Tragedy Inspirational

4  

Nabaranjan Palatasingh

Abstract Tragedy Inspirational

କାହାଣୀ

କାହାଣୀ

3 mins
11

କେବେ ତୁ ଗାଳ୍ପିକ ର ଗପ କେବେ ପୁଣି କବିର କବିତା। କେବେ ଆସୁ ତୁ ପ୍ରେମିକା ରୂପରେ ପୁଣି ସୁନ୍ଦର ଶସ୍ୟ ସାମଳା। କେବେ ତୁ ବୁଢ଼ୀ ଅସୁରୁଣୀ ପୁଣୀ କେବେ ପାହାଡ଼ ବକ୍ଷ ରେ ଲୁଚି ରହିଥିବା ମନର ରାଣୀ। କେବେ ତୁ ବୀର ରାଜା ର ସାହସର ଗାଥା ତ କେବେ ପ୍ରେମରେ ହାରିଥିବ ପ୍ରେମିକର ପାଗଳ ପ୍ରଳାପ। କେବେ ତୁ ସ୍ମୁତି ପୁଣି କେବେ ମରୀଚିକା। କେବେ ତୁ ମା ର ଉଦାରତା ତ କେବେ ବାପାଙ୍କର ମିଠା ଗାଳି। କେବେ ତୁ ସାନ ଭଉଣୀର ଅଳୀ କେବେ ବଡ଼ ଭାଇର ତାଳି। କେବେ ତୁ ମୋ ବନ୍ଧୁର ସ୍ନେହ ତ କେବେ ଗୋଧୂଳି ରାସ୍ତାର ପିଲାଦିନ। ତୁ କେହି ନୁହେଁ ମୋ ପରିକଳ୍ପନା ର ଚାଦର । ତୁ ହେଲା କାହାଣୀ ଜୀବନର। ଏମିତି କିଛି ଭାବୁ ଭାବୁ ବୟସର ଅପରାହ୍ନରେ ରମେଶ ବାବୁ ବିଷାଦ ଗ୍ରସ୍ତ ହୋଇ ଆଗେଇ ଚାଲିଛନ୍ତି ଗାଁ ଶେଷ ମୁଣ୍ଡରେ ଥିବା ବୁଢ଼ା ବରଗଛ ପାଖକୁ। ବରଗଛ ଆଜିବି ଶକ୍ତ ଆଉ ବଳିଷ୍ଠ ଅଛି। ସେ ହିଁ ଦେଖିଛି ଅନେକଙ୍କ ଜୀବନ କାହାଣୀ। ସେଥି ମଧ୍ୟରୁ ତା ଆଗରେ କେହି ବାହୁଡ଼ି ଗଲେଣି ଦୁନିଆରୁ।


ଏମିତି ଚିନ୍ତା ଧାରାରେ ବୁଡିଗଲେ ରମେଶ ବାବୁ। ପାଖରେ କେହି ଜଣେ ଆସି ପଚାରିଲା "ପୁଅ ର କିଛି ଖବର ମିଳିଲା"। କିଛି କ୍ଷଣ ଅବାକ୍ ରହି ଉତ୍ତର ଦେଲେ "ନାହିଁ କିଛି ଖବର ନାହିଁ"।


ରମେଶ ବାବୁ ଙ୍କ ପୁଅ ଅଜିତ। ଉଚ୍ଚ ଶିକ୍ଷିତ ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ର। ଆତ୍ମ ବୋଧରେ ବଞ୍ଚୁଥିବା ସରଳ ଏବଂ ମେଧାବୀ ଛାତ୍ର। ମନ ତାର ଇଞ୍ଜିିୟରିଙ୍ଗ୍ ରେ ନଥାଏ ଖାଲି ବାଧ୍ୟ ବାଧକତାରେ ପଢୁଥାଏ କିନ୍ତୁ ପାଞ୍ଚ ଖଣ୍ଡ ଗାଁ ରେ ସେ ସୁନାମ ଅର୍ଜନ କରିଛି କାରଣ କଳା ସାହିତ୍ୟରେ ଧୁରନ୍ଧର। ଗୋଟିଏ ଓଡ଼ିଆ ଲେଖା ମଧ୍ଯ ପ୍ରକାଶିତ। ଲେଖାରେ ସବୁ ବର୍ଗର ପାଠକ ପ୍ରଭାବିତ। ଅଜିତର ସ୍ବପ୍ନ ସେ ବଡ଼ ଲେଖକ ହେବ ହେଲେ ତା ବାପା ଜିଦ୍ ଧରିଛନ୍ତି "ଆରେ ଲେଖକ ହେଲେ ପେଟ କେମିତି ପୋଷିବୁ", 


ଅଜିତର ଏକା ଜିଦ୍ ମୁଁ ଗୋଟେ ବଡ଼ ଲେଖକ ହେବି, ଓଡ଼ିଆ ଭାଷା ସାହିତ୍ୟ କୁ ଆଗକୁ ନେବି। ଏମିତି କଥା କଟା କଟି ଭିତରେ ଅଜିତ ରାଗରେ ଘର ଛାଡ଼ି କୁଆଡେ ଚାଲି ଯାଇଛି ଆଉ ଛାଡ଼ି ଯାଇଛି ଗୋଟେ ହାତ ଲେଖା ଚିଠି। ଯେଉଁଥିରେ ଲେଖା ଅଛି 


"ବାପା ମୋର ଅନ୍ତିମ ପ୍ରଣାମ ନେବ , ବହୁତ ଅନୁରୋଧ କଲା ପରେ ମଧ୍ୟ ତୁମେ ନା ରାଜ। ମୋର ଇଚ୍ଛା ଥିଲା ଓଡ଼ିଆ ଭାଷା ସାହିତ୍ୟ ରେ ଭବିଷ୍ୟତ ଗଢ଼ିବି ହେଲେ ତୁମ ଜିଦ୍ ଆଉ ଇଚ୍ଛା ବିରୁଦ୍ଧରେ ଯିବାକୁ ମୋର ସାହସ ନାହିଁ। ଲେଖନୀ ବିନା ସତେ ଯେମିତି ଜୀବନ ତୁଚ୍ଛ ମୋର। ସେଥି ପାଇଁ ବିଦାୟ ନଉଛି ମୁଁ ଧରା ପୃଷ୍ଟରୁ।


ବର୍ଷା, ବାଦଲ, ସବୁଜ କ୍ଷେତ,କେବେ ପୁଣି ପାହାଡ଼ର ଅପେକ୍ଷା,ଶେଷ ବସନ୍ତ , ଯୋଛନ ରାତି, ଚଇତି ପୁନମି, ଗାଁ ଦାଣ୍ଡ, ଦଶହରା ବେଳ, କାର୍ତ୍ତିକ ମାସର ବୋଇତ ବନ୍ଦାଣ ପୁଣି କେବେ ଖୁଦୁରୁକୁଣୀ ଆସିଲେ ମୋ ଲେଖନୀ ହୋଇ ଯାଏ ଚଳ ଚଞ୍ଚଳ ଲେଖିବାକୁ ଇଚ୍ଛା ହୁଏ ଅନେକ କଥା। ବର୍ଷା ଆସିଲେ ଯେମିତି ଭାବନା ଆକାଶ ରେ ଆସେ କଳା ହାଣ୍ଡିଆ ମେଘ। ସେ ସବୁ ଅନେକ ମନେ ପଡ଼ିବେ। ଦେହର ଯତ୍ନ ନେବ। ଅଭିମାନ ଆକାଶରେ ଅଜିତ ବୋଲି ତାର ସବୁ ଦିନ ପାଇଁ ବିଲିନୀ ହେଇଯିବ।"


ଇତି 

ଜୀବନ ଯୁଦ୍ଧରେ ହାରି ଯାଇଥିବା ତୁମ ପୁଅ

ଲେଖକ ଅଜିତ


ଚିଠିଟି ପଢ଼ିବା ପରେ ରମେଶ ବାବୁ କୋହକୁ ସମ୍ଭାଳି ପାରିଲେ ନାହିଁ। ଦଉଡ଼ି ଗଲେ ସେ ବୁଢ଼ା ବରଗଛ ପାଖକୁ ଯେଉଁଠି ଅଜିତ ବସି ଲେଖେ ଅନେକ ମନ ଗଢା କାହାଣୀ। ଏତିକି ବେଳେ କଳା ହାଣ୍ଡିଆ ମେଘ ଅସରାଏ ଢାଳି ଦେଲା ଅସରାଏ ମେଘ। ହଠାତ୍ ରମେଶ ବାବୁଙ୍କ ଫୋନ ବାଜୀ ଉଠିଲା। ବିପରୀତ ପାର୍ଶରୁ କେହି ଜଣେ ଅଜଣା ସ୍ଵରରେ କହିଲା "ଆପଣ ଅଜିତ ର ବାପା"


ରମେଶ ବାବୁ କହିଲେ "ହଁ ମୁଁ ଅଜିତର ବାପା"

ଲୋକଟି କହିଲା "ଆପଣ ରାମପୁର ଡାକ୍ତରଖାନା ରେ ଜଲଦି ପହଁଚତୁ "

ରମେଶ ବାବୁ ଡେରି ନକରି ଦୌଡ଼ି ଗଲେ ଆଉ ଯାହା ଦେଖିଲେ। ଥକା ମାଡ଼ି ବସିଗଲେ। ଦେଖିଲେ ଅଜିତ ନିସ୍ତେଜ ଅବସ୍ଥାରେ ଶୋଇ ରହିଛି। ଡାକ୍ତର ଆସିଲେ ଆଉ ରମେଶ ବାବୁଙ୍କୁ ପଚାରିଲେ "ଆପଣ ପିଲାର କଣ ହେବେ?"। କୋହ ଭରା କଣ୍ଠରେ ରମେଶ ବାବୁ କହିଲେ "ମୁଁ ପିଲାଟିର ବାପା"। ଡାକ୍ତର ବାବୁ କହିଲେ ଆପଣ ଅପେକ୍ଷା କରନ୍ତୁ ଆମେ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଉଛୁ "।


ଏହା ଶୁଣିଲା ପରେ ରମେଶ ବାବୁ ଯେମିତି ଅବାକ୍ ହେଇ ରହିଗଲେ। କୋହରେ ଚିତ୍କାର କରିବାକୁ ଲାଗିଲେ। ଶବ ନେ଼ଇ ଘରକୁ ଫେରିଲେ ରମେଶ ବାବୁ। ଭେଣ୍ଡିଆ ପୁଅ ର ମୃତ୍ୟୁର ଦୋଷୀ ମାନିଲେ ନିଜକୁ। ଶେଷରେ ଶବ ଦାହ ପ୍ରକ୍ରିୟା ସରିଲା।


ଦିନେ ଆଉ ଏକ ଅଜଣା ଫୋନ କଲ ଆସିଲା ରମେଶ ବାବୁ ଙ୍କୁ। ଲୋକଟି କୋମଳ ସ୍ଵରରେ କହିଲା "ଆପଣ ଅଜିତଙ୍କ ବାପା"।

ଅଜିତ ବାବୁ କହିଲେ "ହଁ"। ଲୋକଟି କହିଲା " ଆପଣ ଙ୍କ ପୁଅ ଅଜିତଙ୍କର ଶେଷ ବହିଟି ପ୍ରକାଶିତ ଏବଂ ପାଠକ ମାନଙ୍କ ଭିତରେ ଅନେକ ଆଦର ଆଉ ଚାହିଦା ବହିଟି। ସେତିକି ନୁହେଁ ଏ ବର୍ଷର ଶ୍ରେଷ୍ଠ ବହି ଭାବେ ମନୋନୀତ ହେଇଛି। ଆପଣ ସପରିବାର ସହ ଭୁବନେଶ୍ୱର ଆସନ୍ତୁ ଅଜିତଙ୍କର ଜାଗାରେ ନିଜେ ତା କୃତ୍ତିତର ସହଭାଗୀ ହୁଅନ୍ତୁ। " ଏତିକି କହି କଲ କାଟିଦେଲା। ରମେଶ ବାବୁ ପରିବାର ସହ କବି ସମ୍ମିଳନୀ ରେ ଯୋଗ ଦେଲେ। ଅଜିତ ଙ୍କ ଲେଖା ଆଉ ତାଙ୍କ ବ୍ୟକ୍ତିତ୍ଵର ଚର୍ଚା ଆରମ୍ଭ ହେଲା। ସମସ୍ତେ ଭୂରି ଭୂରି ପ୍ରଶଂସା କଲେ। ହେଲେ ଅଜିତ ନାହିଁ ଏ ସବୁ ଦେଖି ରମେଶ ବାବୁ କାନ୍ଦି ଉଠିଲେ।


ଆଜି ଅଜିତ୍ ନାହାଁନ୍ତି ହେଲେ ତାଙ୍କ ଲେଖା ତାଙ୍କୁ ଅମର କରିଦେଲା। ଅଜିତ୍ ଠୁ ପ୍ରେରଣା ନେଇ ଆଜି ଅନେକ ପିଲା ଉଚ୍ଚ ଶିକ୍ଷିତ। କଳା ସାହିରେ ବେଶ ଚଳ ପ୍ରଚଳ।


Rate this content
Log in

Similar oriya story from Abstract