ଅଭୁଲା ଦିନର ସ୍ମୃତି
ଅଭୁଲା ଦିନର ସ୍ମୃତି
ଜୀବନରେ କିଛି ବି ଚିର ଦିନ ପାଇଁ ନୁହେଁ। ସବୁ କ୍ଷଣ ସ୍ଥାୟୀ। ଦିନ ତ ବିତି ଯାଏ ହେଲେ ସ୍ମୃତି ସବୁ ଅଭୁଲା ହେଇ ସାରା ଜୀବନ ରହି ଯାଏ। ନିଜ ଲୋକ ମାନଙ୍କ ମଧ୍ୟ ରୁ କିଛି ଲୋକଙ୍କୁ ଆମେ ହଜେଇ ବି ଦଉ ମୃତ୍ୟୁ ର ଜାଲ ଭିତରେ। ନା ରୁହନ୍ତି ଆମ ପାଖରେ ସେ ନା ତାଙ୍କର ସେ ସବୁ ରାଗ, ରୁଶା ଆଉ ଅଭିମାନ। ବାସ୍ ରହି ଯାଏ କେବଳ ସେ ନିଜ ଲୋକଙ୍କ ସହ କାଟି ଥିବା କିଛି ଅଭୁଲା ଦିନ ଆଉ ଅଭୁଲା ସ୍ମୃତି । ଆଉ ସାରା ଜୀବନ ଝୁରେ ତାଙ୍କୁ ଏଇ ମନ।
ମୁଁ ଆଜି ମୋର ମୋ ପରିବାର ସହ ବୁଲି ଯାଇଥିବା ଦିନ ର କିଛି ସ୍ମୃତି ବିଷୟରେ ବର୍ଣ୍ଣନା କରୁଛି। ଆମର ବଡ଼ ପରିବାର, ଜେଜେ ବାପା, ଜେଜେ ମା, ବାପା,ବୋଉ ବଡବାପା,ବଡ଼ବୋଉ, ଦାଦା, ଖୁଡି, ସବୁ ଭାଇ ଭଉଣୀ ମିଶି ରହୁ । ଆମ ପରିବାର ଭିତରେ ଏକତା ର କମି ନାହିଁ । ସମସ୍ତେ ମିଶି ବହୁତ୍ ହସ ଖୁସି ରେ ଚଳୁ। ଜେଜେ ବାପା ଙ୍କୁ ଘରେ ସମସ୍ତେ ଡରନ୍ତି। ଆଖ ପାଖ ଗାଁ ରେ ଜେଜେ ଙ୍କ ନା ଥିଲା। ବୟସ ହେଇ ଯାଇଥିଲେ ମଧ୍ୟ ଶରୀର ଥିଲା ତାଙ୍କର ହୃଷ୍ଟପୁଷ୍ଟ।
୨୦୧୯ ମସିହା ଜାନୁଆରୀ ମାସରେ ଆମେ ସମସ୍ତେ ଏକାଠି ବସି ଗୋଟିଏ ଜାଗା କୁ ବୁଲି ଯିବା ପାଇଁ ନିଷ୍ପତି ନେଲୁ। ଜେଜେ ବାପା ଓ ଜେଜେ ମା ଙ୍କ ବୟସ ହେଇ ଯାଇ ଥିବାରୁ ଭାବିଲୁ ତାଙ୍କୁ ନେଇ ଟିକେ ଜଗା ଦର୍ଶନ କରେଇ ଦବୁ। ନିଷ୍ପତି ନିଆ ଗଲା କି ଆମେ ସମସ୍ତେ ପୁରୀ ଯିବୁ। ଦିନ ଧାର୍ଯ୍ୟ ହେଲା ଆଉ ବସ୍ ଆସି ଘର ଆଗରେ ଠିଆ ହେଲା। ସମସ୍ତେ ବହୁତ୍ ଖୁସି ଥାନ୍ତି। ଆଉ ସବୁଠୁ ବେଶୀ ଖୁସି ଥାନ୍ତି ଜେଜେ ବାପା। ଭୋଜି ପାଇଁ ଜିନିଷପତ୍ର ସବୁ ରଖା ହେଇ ଗଲା ବସ୍ ରେ ଆଉ ଆମେ ବାହାରି ପଡ଼ିଲୁ ପୁରୀ ଅଭିମୁଖେ।
ପୁରୀ ରେ ପଂହଚିଲୁ ଭିଡ଼ ଥାଏ ବହୁତ୍। ସମସ୍ତେ ସମସ୍ତଙ୍କ ହାତ ଧରି ମନ୍ଦିର ଭିତରକୁ ଗଲୁ। ବହୁତ୍ ଭିଡ଼ ଥାଏ ଆଉ ଜେଜେ ବାପା ଜେଜେ ମା ଙ୍କୁ ଠାକୁର ଦେଖା ଯାଉ ନ ଥାନ୍ତି। ସେଥି ପାଇଁ ଦାଦା, ବାପା ମିଶି ତାଙ୍କୁ ଟେକି କି ଧରି ଠାକୁର ଙ୍କ ର ଦର୍ଶନ କରେଇ ଥିଲେ। ଆଉ ସେମାନେ ବହୁତ୍ ଖୁସି ହେଇ ଯାଇ ଥିଲେ। ବୁଲି ବୁଲି ସବୁ ମନ୍ଦିର ଦେଖିଲେ ଜେଜେବାପା। ଆମେ ବି ତାଙ୍କ ସହ ବୁଲିଲୁ। ବହୁତ୍ ପୁରୁଣା କଥା ସବୁ ଜେଜେବାପା ଆମକୁ କହୁ ଥାନ୍ତି।
ମନ୍ଦିର ରୁ ବୁଲି ସାରି ଆମେ ସମସ୍ତେ ସମୁଦ୍ର କୂଳ ଆଡେ ଗଲୁ। ମୁଁ କେବେ ବି ଆଗରୁ ସମୁଦ୍ର ଦେଖି ନା ଥାଏ। ମତେ ବହୁତ୍ ଖୁସି ଲାଗୁଥାଏ। ସମୁଦ୍ର ଭିତରେ ଭାଇ, ଦାଦା ସବୁ ମିଶି ଲହଡ଼ି ଭାଙ୍ଗିଲେ। ଛୋଟ ଭାଇ ଭଉଣୀ ତ ପାଣି ଦେଖି ଡରି ଯାଇ ଥିଲେ । ଆମେ ସମସ୍ତେ ମିଶି ବହୁତ୍ ଫଟୋ ଉଠେଇଲୁ ।
ଜେଜେ ବାପା ଜେଜେ ମା ଙ୍କୁ ଠିଆ କରି ତାଙ୍କର ବି ବହୁତ୍ ଫଟୋ ଉଠେଇଲୁ। ସମୁଦ୍ର କୂଳ ରେ ବହୁତ୍ ସମୟ ବୁଲାବୁଲି କରି ମଜା କଲୁ। ପୁଣି ସେଇଠୁ ବାହାରି ପଡ଼ିଲୁ ରାମଚଣ୍ଡୀ ଅଭିମୁଖେ। ଯୋଜନା ଥିଲା ଭୋଜି ସେଇଠି ହବ। ଭୋଜି ମଧ୍ୟ ସେଇଠି ହିଁ ହେଲା। ସାଙ୍ଗରେ ନେଇ ଥିବା ଖେଳ ସାମଗ୍ରୀ ରେ ଆମେ ସେଠି ଖେଳିବା ଆରମ୍ଭ କରି ଦେଲୁ। ଜେଜେ ବାପା ମଧ୍ୟ ବୁଲାବୁଲି କଲେ। ଭୋଜି ସରିାବ ପରେ ଆମେ ସମସ୍ତେ ମିଶି କି ଖାଇଲୁ। ସେ ଜାଗାକୁ ଭଲ ଭାବରେ ସଫା ସଫି କରି ଦେଇ ଘରକୁ ଫେରିବା ପାଇଁ ବାହାରି ପଡ଼ିଲୁ।
ବାଟରେ ଆସିଲା ବେଳେ କାକଟପୁରରେ ମା ମଙ୍ଗଳା ଙ୍କୁ ଦର୍ଶନ କରି ଆସିବାକୁ ମନ ହେଲା। ସନ୍ଧ୍ୟା ହେଇ ଆସି ଥିଲା। ଠିକ୍ ମାଙ୍କ ଆଳତି ସମୟରେ ଆସି ଆମେ ପଂହାଚିଲୁ ମନ୍ଦିର ରେ । ମାଆ ଙ୍କ ଆଳତି ଦେଖି ମନ୍ଦିର ରେ କିଛି ସମୟ ବୁଲା ବୁଲି କଲୁ। ତା ପରେ ଫେରି ଆସିଲୁ ଆମ ଘରକୁ। ବାଟ ରେ ବସ୍ ଭିତରେ ନାଚ ଗୀତ ର ଆସର ଖୁବ୍ ଜମି ଥିଲା। ପରିବାର ସହ କାଟି ଥିବା ସେ ସବୁ ସମୟ କ୍ୟାମେରା ର ଲେନ୍ସ ଭିତରେ ଅଭୁଲା ହେଇ ରହି ଗଲା। ଜେଜେ ବାପା ବହୁତ୍ ଖୁସି ଥିଲେ ସେ ଦିନ।
ଫେରିବାର ୨ ମାସ ପରେ ଦିନେ ହଠାତ୍ ରାତିରେ ଜେଜେ ବାପା ଙ୍କ ଦେହ ଖରାପ୍ ହେଇ ଗଲା ଆଉ ସେ ଇହଧାମ ତ୍ୟାଗ କଲେ। ଆଜି ସେ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କ ସହ କାଟି ଥିବା ସେଦିନ ର ସବୁ ମୁହୂର୍ତ୍ତ ଆମ ସମସ୍ତ ଙ୍କ ପାଇ ଅଭୁଲା ସ୍ମୃତି ହେଇ ସାରା ଜୀବନ ରହିବ। ଆଜି ଯାଏଁ ଆମେ ଭୁଲି ବି ପାରିନୁ ତାଙ୍କୁ କି କେବେ ଭୁଲି ବି ପାରିବୁନି ହେଲେ ସେ ସ୍ମୃତି ଚିର ଦିନ ପାଇଁ ଅମର।