Asish Ranjan Dash

Romance

3  

Asish Ranjan Dash

Romance

ଅଭିମାନିନୀ

ଅଭିମାନିନୀ

6 mins
199



ଆୟେଶା ପ୍ରଥମ ଥର ଘରକୁ ଆସିଥାଏ I ଆସିଫ ଆଉ ଆସମା ପୁରା ବ୍ୟସ୍ତ ବନ୍ଧୁ ଚର୍ଚ୍ଚାରେ I ଆସିଫ ଆୟେଶାର ପସନ୍ଦର ଚକଲେଟ କେକ୍ ଆଣି ଥାଏ I ତା ସହ ମଧ୍ୟାନ୍ନ ଭୋଜନ ପାଇଁ ଦେଶୀ ଚିକେନ ଆଣି ନିଜେ ବିରିୟାନୀ ବନେଇଛି I ଏତେ ବର୍ଷର ବନ୍ଧୁତା I ଅନେକ ଦିନ ପରେ ଦେଖା I ପୁରୁଣା ସ୍ମୃତିରେ ଦୁହେଁ ହଜିଗଲେ I କଲେଜ ଦିନର କଥା ମନେ ପକାଉଥାନ୍ତି I ବହୁତ ଭଲ ଥିଲା ସେ ଦିନ ଗୁଡିକ I 

ଆୟେଶା ଆଉ ଆସିଫ ଯେ କେବେ ପୁଣି ଦେଖା ହେବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା I ଏଇ ମୋବାଇଲ ଯୁଗରେ ମଧ୍ୟ ଦୁହେଁ ଯୋଗାଯୋଗ ବାହାରେ ଥିଲେ I କାରଣ ଆସିଫ କି ଆୟେଶା ସର୍ଚ୍ଚ କଲେ ଫେସବୁକରେ ହଜାରେ ଆଇଡି I ଫୋନ ନମ୍ବର ବି ନଥିଲା I ଘର ଦେଖିଥିଲେ ବି ଏତେ ବର୍ଷରୁ ଯୋଗାଯୋଗ ନଥିବାରୁ କେହି କାହା ଘରକୁ ଯିବାକୁ ଉଚିତ ମନେ କରୁ ନଥିଲେ I 

ଆୟେଶା ଓ ଆସିଫ ଗୋଟିଏ କଲେଜରେ ପଢୁଥିଲେ I ବହୁତ ଭଲ ବନ୍ଧୁ ସେମାନେ I ଭଲ ପାଠ ବି ପଢୁଥିଲେ I ଆୟେଶା ବର୍ଷେ ଜୁନିଅର ଥିଲେ ବି ଦୁହେଁ ପରସ୍ପରକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲେ I ତେଣୁ ବୟସର ତାରତମ୍ୟଟା ସେମିତି କିଛି ପ୍ରଭାବ ପକାଉନଥିଲା I 

କିନ୍ତୁ ଏମାନଙ୍କ ଘନିଷ୍ଠତା ଉପରେ କାହାର ନଜର ଲାଗିଗଲା ବୋଧେ, ଶେଷବର୍ଷ ବେଳକୁ ଧୀରେ ଧୀରେ ପରସ୍ପରଠାରୁ ଦୁରେଇ ଗଲେ I ଘଟଣାଟା କଣ? କାହାକୁ ଜଣା ନଥିଲା I ବୋଧହୁଏ ପରସ୍ପର ପ୍ରତି ଭଲପାଇବା ଆସିଯାଇଥିଲା I ପରସ୍ପରକୁ ହରେଇବା ଭୟରେ ହେଉ କି ବନ୍ଧୁତା ଭାଙ୍ଗିଯିବାର ଭୟ, ଦୁରେଇ ଯିବା ହିଁ ଶ୍ରେୟ ମନେକଲେ I 

ଆୟେଶାର ଶେଷବର୍ଷ ପରୀକ୍ଷା ପରେ ଶେଷଥର ପାଇଁ ଦେଖା ହେଇଥିଲେ I ପରସ୍ପରକୁ ବିଦାୟ ଦେଲା ବେଳେ କଥା ଦେଇ ଥିଲେ ପୁଣି ଦେଖାହେବ I ଆସିଫ ପଚାରିଲା କେବେ?  ଆୟେଶା କହିଲା ସେକଥା ତ ଜଣାନାହିଁ କିନ୍ତୁ ଦେଖା ହବା ନିଶ୍ଚୟ I ଦୁହିଁଙ୍କ ଆଖିରେ ଅଦୃଶ୍ୟ ଅଶ୍ରୁ ଥିଲା I ସେ ଲୋତକ ଝରୁଥିଲା ହୃଦୟରୁ I ସେ ଲୋତକ ଥିଲା ବିଛେଦର I 

ଦୁହିଁଙ୍କ ମନରେ ଅସୁମାରୀ ପ୍ରଶ୍ନ I ଇୟେ କି ପ୍ରକାରର ସମ୍ପର୍କ ! କଣ ନା ଦେବା ଏଇ ସମ୍ପର୍କକୁ ! ଏହା କଣ ବନ୍ଧୁତ୍ୱରେ ସୀମିତ ! ଯଦି ହଁ, ତେବେ ଏତେ ବନ୍ଧୁଙ୍କ ଠାରୁ ଅଲଗା ହେଇ ତ କାଇଁ ଆଉ କାହା ପାଇଁ ଏତେ ବିଷାଦ ନାହିଁ ମନରେ ? ଦୁହିଁଙ୍କ ମନ ଗାଉଥିଲା ଦୁହିଁଙ୍କ ମନପସନ୍ଦର ଗୀତ "ମୁଁ କିଏ ତମର, ତମେ କିଏ ମୋର, କି ସମ୍ପର୍କ ଆମର !"


ଆସିଫ ଭଲ ପିଲାଟିଏ I ଉଚ୍ଚଶିକ୍ଷିତ, ଶାନ୍ତ, ଭଦ୍ର ଓ ନମ୍ର I ବେଶି କାହା ସହ ମିଳାମିଶା କରେନାହିଁ I ତାର ବନ୍ଧୁ ପରିସର ବହୁତ ସୀମିତ I ଆୟେଶା ତାର ସବୁଠୁ ଭଲ ବାନ୍ଧବୀ I ତା ସହ ସବୁକିଛି ସେୟାର କରେ I ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ସୁଖ ଦୁଃଖ ସବୁକିଛି I 

ଆସିଫର ପରିବାର କହିଲେ ମା ପୁଅ ଆଉ ଗୋଟିଏ ଝିଅ I ବାପା ଅନେକ ବର୍ଷରୁ ଚାଲିଯାଇଛନ୍ତି I ଆସିଫ ପଢା ପଢି ସାରିବା ପରେ ବାପାଙ୍କ ବ୍ୟବସାୟକୁ ଆଧୁନିକ ରୂପ ଦେଇ ଅନେକ ଉନ୍ନତି କରିଛି I ଆଖପାଖରେ ସେଲ୍ଫ ମେଡ଼ ମ୍ୟାନ ଭାବରେ ବହୁତ ଲୋକ ତାକୁ ପ୍ରଶଂସା କରନ୍ତି ଆଉ ତା ସ୍ବର୍ଗତ ପିତାଙ୍କୁ ଧନ୍ୟବାଦ ଜ୍ଞାପନ କରନ୍ତି ଆସିଫ ଭଳି ପୁଅଟେ ଜନ୍ମ ଦେଇ ଥିବାରୁ I ତା ମାଆଙ୍କୁ ମଧ୍ୟ ବହୁତ ପ୍ରଶଂସା କରନ୍ତି ଆସିଫର ସୁଗୁଣ ପାଇଁ ଆଉ ତାର ସଠିକ ଲାଳନ ପାଳନ ପାଇଁ I


ଆୟେଶା ବାପା ମାଆଙ୍କର ଗୋଟିଏ ବୋଲି ଝିଅ I ତାର ମଧ୍ୟ ବାପା ଚାଲିଯାଇଛନ୍ତି ଅନେକ ବର୍ଷରୁ I ଅନେକ ସମ୍ପତ୍ତି ଛାଡ଼ିଯାଇଛନ୍ତି I ଚଳିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ପଢା ସାରିବା ପରେ ସିଏ ଗୋଟିଏ ସ୍କୁଲରେ ଶିକ୍ଷକତା କରେ I ନିଜର ସଉକ ପାଇଁ I ଆଉ ତା ସହ ହାତ ଖର୍ଚ୍ଚ ବି ବାହାରି ଯାଏ I ବସି ଖାଇଲେ ନଈବାଲି ବି ସରିଯିବ I ତେଣୁ କାମ କରି ଚଳିବାଟା ଅନେକାଂଶରେ ଭଲ I

ଆୟେଶା ଦେଖିବାକୁ ବହୁତ ସୁନ୍ଦର I ପୁରା ତନୁପାତଳି I ଗୋରା ତକତକ ମୁହଁକୁ କୁଞ୍ଚୁକୁଞ୍ଚିଆ କଳା ମଚମଚ ବାଳ I ଆଖି ଦୁଇଟି ପଦ୍ମ ପାଖୁଡା ପରି I ବ୍ୟବହାର ବି ବହୁତ ନମ୍ର I ଯେ କେହି ବି ତାକୁ ଦେଖିବ ତା ସହ ବନ୍ଧୁତା କରିବାକୁ ଆଗଭର ହବ I 

ଆସିଫ ସହ ଆୟେଶାର ବନ୍ଧୁତା ଏକ ସଂଯୋଗ ଥିଲା I ଆୟେଶା ପ୍ରଥମ ବର୍ଷ ଓ ଆସିଫ ଦ୍ଵିତୀୟ ବର୍ଷ ପରୀକ୍ଷାରେ ପାଖାପାଖି ବସିଥିଲେ I ଆୟେଶାର ପେନର ସ୍ୟାହି ସରିଗଲା I ତା ପାଖରେ ବାକି ସବୁ ପେନ ନୀଳ ସ୍ୟାହିର ଥିଲା I ଯେବେକି ଅସାବଧାନତା ବଶତଃ ସିଏ କଳା ସ୍ୟାହିରେ ଲେଖିବା ଆରମ୍ଭ କରିଥିଲା I ତା ପାଖରେ କଳା ସ୍ୟାହିର କେବଳ ସେଇ ଗୋଟିଏ ପେନ ଥିଲା I ସିଏ ତାର ଆଗରେ ବସିଥିବା ଆଉ ଜଣେ ସାଙ୍ଗକୁ ପେନ ମାଗିବାରୁ ଈଂଭିଜିଲଟର ପାଟି କଲେ I ଆୟେଶା ଡରିଗଲା I ତାକୁ ଚୁପଚାପ ବସିଥିବାର ଦେଖି ଆସିଫ କିଛି ନଭାବି କଳା ପେନଟିଏ ବଢ଼ାଇ ଦେଲା I ଆୟେଶା ସ୍ମିତହାସ୍ୟ ସହ ଗ୍ରହଣ କଲା I

ପରୀକ୍ଷା ସରିବା ପରେ ଆସିଫ ପ୍ରଥମେ ବାହାରି ଆସିଲା I ଆୟେଶା ତାକୁ ବାହାରକୁ ଆସି ଖୋଜିଲା I ତାକୁ ତାର ପେନ ଫେରାଇଲା I ଆଉ ଧନ୍ୟବାଦ ଜଣାଇଲା I

ଆସିଫ କହିଲା, " ସାମାନ୍ୟ ପେନ ପାଇଁ ଧନ୍ୟବାଦ !! ପୁଣି ଫେରାଇବା କଣ ଜରୁରୀ ଥିଲା !!"

ଆୟେଶା କହିଲା, "ପେନ ତ ସାମାନ୍ୟ, କିନ୍ତୁ ମୋ ପାଇଁ ସେ ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା I ସେଥିପାଇଁ ଧନ୍ୟବାଦ କହିଲି I ଆଉ ଫେରାଇବା ଏଥିପାଇଁ ଜରୁରୀ ଥିଲା, କାରଣ ପେନ ନେଇ ରଖିଦେଲେ ବନ୍ଧୁତା ଭାଙ୍ଗିଯାଏ I"

ଆସିଫ ବୁଝି ପାରିଲା I ଆୟେଶାର କହିବାର ଅର୍ଥ ତାଙ୍କ ଭିତରେ ବହୁତ ଭଲ ବନ୍ଧୁତା ହେଇସାରିଛି ଏଇ କିଛି ମିନିଟ ଭିତରେ I ତା ପରେ ଆସିଫର କଲେଜରେ ଶେଷବର୍ଷ I ତା ପରେ କଲେଜ ଯିବା ବନ୍ଦ ହେବା ସହ ଆୟେଶା ସହ ମିଳାମିଶା କମିଗଲା I କିଛିଦିନ ସେମାନେ ବାହାରେ ଦେଖା କରୁଥିଲେ, କିନ୍ତୁ ସମାଜର ଡରରେ ଧୀରେ ଧୀରେ ସେ ସବୁ ବି ବନ୍ଦ ହେଇଗଲା I ଆୟେଶାର ଶେଷ ବର୍ଷ ସରିବା ପରେ ତାଙ୍କର ଶେଷ ଦେଖା ହେଇଥିଲା I ତା ପରେ ଆଜି I ହଠାତ ! ବହୁତ ଖୁସି ଥିଲା ଆସିଫ I

କିନ୍ତୁ ଜଣେ ବହୁତ ଅନ୍ୟମନସ୍କ ଜଣା ପଡୁଥିଲା I ସିଏ ହେଉଛି ଆସିଫର ଧର୍ମପତ୍ନୀ ଆସମା I ସିଏ ବହୁତ ଖୁସି ହେବାର ଅଭିନୟ କରୁଥିଲା I କିନ୍ତୁ ତାର ବ୍ୟସ୍ତତା ଆଉ ଅନ୍ୟମନସ୍କତା ତାର ଭାବ ବ୍ୟକ୍ତ କରିଦେଉଥାଏ I 

ଆସମା ଏକ ପରିବାରର ଉଚ୍ଚଶିକ୍ଷିତ ଝିଅ ଓ ଗୋଟିଏ ଭଲ ବୋହୁ ମଧ୍ୟ I ଆସିଫ ପରିବାରର ସମସ୍ତେ ବହୁତ ଖୁସିଥାନ୍ତି I ଆସିଫ ତ ଗୋଟେ ଘଣ୍ଟା ବି ଆସମାର ପାଖ ଛାଡେନି I ନିର୍ମଳ ମନ ତାର I ଦେଖିବାକୁ ବି ସୁନ୍ଦର I ଗୋଲ ଚେହେରା ଆଉ ଛୋଟ ଛୁଆଟା ପରି ଆଖି ଆଉ ମୁହଁ I ଯିଏ ବି ଦେଖିବ, ଘଡ଼ିଏ ଚାହିଁ ରହିବ I 

କିନ୍ତୁ ସକାଳୁ ତା ମନଟା ଦୁଃଖ I ନାରୀ ମନ ତ ! ନ କହିବା ଯାଏ ବୁଝିବା ଅସମ୍ଭବ I ଆସିଫ ତ ବନ୍ଧୁ ଚର୍ଚ୍ଚାରେ ବ୍ୟସ୍ତ I ବୁଝିବ କେମିତି? 

ଆସିଫ ଓ ଆୟେଶା କଲେଜ କଥା ମନେପକାଇ ହସୁଥାନ୍ତି I ଆସମା ରୋଷେଇ ଘରେ ରୋଷେଇ କରୁ ଥାଏ I ସେଠୁ ସବୁ ଶୁଣିପାରୁ ଥାଏ I ରୋଷେଇ ସରିବା ପରେ ସମସ୍ତେ ଏକ ସଙ୍ଗେ ଖାଇବାକୁ ବସିଲେ I ଆସିଫର ଭଉଣୀ ଆଗରେ ଆସମା ଆଉ ଆସିଫ ଆଗରେ ଆୟେଶା ବସିଲେ I ଆସିଫର ମା ପାଖରେ ବସିଲେ I ସମସ୍ତେ କଥା ହେଇ ହେଇ ଖାଦ୍ୟକୁ ଉପଭୋଗ କରୁଥାନ୍ତି I

ଆସିଫର ହଠାତ ନଜର ପଡିଲା, ଆସମା କିଛି ଖାଉ ନାହିଁ I ସେ ପଚାରିଲା, "କଣ ହେଇଛି ତମର ଆସମା? ତମେ କିଛି ଖାଉନ କଣ ପାଇଁ !" 

ଆସମା କହିଲା, "ମୋର ଦେହ ଭଲ ଲାଗୁନି I ମୋର ଖାଇବାକୁ ଇଚ୍ଛା ହଉନି I ମୁଁ ପରେ ଖାଇ ନେବି I ତମେ ମାନେ ଖାଇନିଅ I"

ଆସିଫ ଵ୍ୟସ୍ତହେଇ କହିଲା, ମତେ ସକାଳୁ କହିଲନି ! ତୁଛାଟାରେ ତମକୁ ହଇରାଣ କଲି I ମୁଁ ହୋଟେଲରୁ ଖାଇବା ନେଇ ଆସିଥାନ୍ତି I ତମେ ଏତେ କଷ୍ଟ କଲ I

ଆସମା କିଛି କହିଲାନି I ଆସିଫ ଆହୁରି ବ୍ୟସ୍ତ ହୋଇ ପଡିଲା I ଆସମା ନ ଖାଇ ଉଠି ଚାଲିଗଲା I ଆସିଫ ଭାବୁଥିଲା କିଛି ଗୋଟେ ହେଇଛି ନିଶ୍ଚୟ I ନହେଲେ ଆସମା ଏମିତି କିଛି ନକହି ଉଠି ଚାଲିଯିବାଟା ସ୍ୱାଭାବିକ ନୁହଁ I ଆୟେଶାକୁ ବି ଏକଥାଟା ଖରାପ ଲାଗିଥିବ I ଆୟେଶା ଖାଇ ସାରିବା ପରେ କହିଲା ବହୁତ ଡେରି ହେଲାଣି I ମୁଁ ଚାଲିଲି I ପୁଣି ଦେଖା ହବା I ଆସିଫ ସ୍ୱାଭାବିକ ଭାବରେ ପଚାରିଲା, କେବେ? ଏତେ ବର୍ଷ ପରେ ତ ଦେଖା ହେଲା I ପୁଣି କେବେ ଦେଖା ହବା? 

ଆୟେଶା ସ୍ମିତହାସ୍ୟ ସହିତ କହିଲା ଜଲଦି ଦେଖା ହବା I ତା ପରେ ଦୁହେଁ ପରସ୍ପର ମୋବାଇଲ ନମ୍ବର ନେଲେ I ସପ୍ତାହରେ ଅନ୍ତତଃ ଥରେ ଫୋନରେ କଥା ହବାର ପ୍ରତିଶୃତି ବି ଦେଲେ ପରସ୍ପରକୁ I ଆୟେଶା ବିଦାୟ ନେଲା ବେଳେ ଆସିଫ ତାକୁ ମିଠା ଖୁଆଇଲା I ଆସମା ବି ସେଠି ଥାଇ ସବୁ ଦେଖୁଥିଲା I ଆୟେଶା ସ୍କୁଟି ଷ୍ଟାର୍ଟ କଲା ଆଉ ଉଭୟଙ୍କୁ ବାଏ କହି ବାହାରି ଗଲା I ଆସମା ଆଉ ଆସିଫ ଘରକୁ ଆସିଲେ I ଆସମା ବେଡ଼ରୁମକୁ ଯାଇ ଗଡି ପଡିଲା I ଆସିଫ ପଚାରିଲା କଣ ହେଇଛି କୁହ ନା ! ଦେହ ତ ଠିକ ଠାକ ଲାଗୁଚି ତମର I ଖାଇଲନି କଣ ପାଇଁ?  

ଆସମା କହିଲା, ଆୟେଶା ତମର ପ୍ରଥମ ପ୍ରେମ ନା? ତମେ ମତେ ନ କହିଲେ କଣ ହେଲା, ମୁଁ ତମର ତାଙ୍କ ପ୍ରତି ଶ୍ରଦ୍ଧା ଦେଖି ଜାଣି ପାରିଲି I ଆସିଫ ହସିଦେଲା I କହିଲା ହଁ ବାବା ସିଏ ମୋ ପ୍ରଥମ ପ୍ରେମ କିନ୍ତୁ ମୁଁ ତାକୁ ବି ଏକଥା କେବେ କହିନାହିଁ I ତମକୁ କଣ କହିଥାନ୍ତି I ସିଏ ବି କେବେ ଏକଥା ଜାହିର ହେବାକୁ ଦେଇ ନାହିଁ I ଆମେ ଭଲ ବନ୍ଧୁ ଥିଲୁ, ଅଛୁ ଆଉରହିବୁ I

ଆସମା ଆସିଫର କଥାଶୁଣି ଖୁସି ହେଇଗଲା I କହିଲା ସତରେ ! ତମେ ଏବେ ତାଙ୍କୁ ଭଲ ପାଉନ ତ? ମୋ ରାଣ ଖାଇ କୁହ ତ !

ଆସିଫ କହିଲା, ହଁ ଭଲ ତ ପାଉଛି ତାକୁ କିନ୍ତୁ ଜଣେ ଭଲ ବନ୍ଧୁ ଭାବରେ I ତା ଠାରୁ ବେଶି ନୁହଁ କି କମ ନୁହଁ I ଆଉ ଅତୀତ ସବୁବେଳେ ଅତୀତ I ଏବେ ମୋର ପ୍ରଥମ ଆଉ ଏକମାତ୍ର ମାନେ ୱାନ ଆଣ୍ଡ ଅନଲି ପ୍ରେମ ହେଉଛ ତମେ I

ଆସମା ମୁହଁରେ ଗୋଟିଏ ହସ ଖେଳିଗଲା I ତାର ଛୋଟ ଛୁଆ ପରି ଚେହେରା ଖେଳି ଉଠିଲା I ସେ ଅଳି କଲା ପରି କହିଲା, "ଚାଲ ନା, ମତେ ଭୋକ କଲାଣି I ମୋ ପାଖରେ ବସିବ I ମତେ ଏକା ଖାଇବାକୁ ଭଲ ଲାଗେନି I

ଆସିଫ କହିଲା, "ହଉ ବାବା, ମୁଁ ଯାଉଛି ତମ ସହ I ଏବେ ପା ତମକୁ ଭୋକ ଲାଗୁ ନଥିଲା? ସାଙ୍ଗେ ସାଙ୍ଗେ ଭୋକ ଲାଗୁଚି !"

ଦୁହେଁ ହସି ହସି ଡାଇନିଂରୁମକୁ ଗଲେ.... ।


Rate this content
Log in

Similar oriya story from Romance