STORYMIRROR

Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ଆତ୍ମନୈପଦୀ

ଆତ୍ମନୈପଦୀ

3 mins
250

   ଜୀବନ କେତେବେଳେ ଗୋଟେ ସରଳ ରେଖା ତ କେତେବେଳେ ବକ୍ର, ପୁଣି କେତେବେଳେ ସମାନ୍ତର ସରଳରେଖା ତ କେତେବେଳେ ଅସମାନ୍ତର. ସବୁଠୁ ନିଜର ପିତା ମାତାଙ୍କ ବିଚ୍ଛେଦ ଯେମିତି ଅସମାନ୍ତର ସରଳରେଖା,ଜୀବନ ପରିଧିରେ ଆଉ ଭେଟିବା ଭାଗ୍ୟରେ ନଥାଏ. ସ୍ମୃତି କିଛି ଛଟପଟ କଲା ବେଳେ ଅସମାନ୍ତର ବକ୍ର ରେଖା, ସ୍ୱାମୀ ସ୍ତ୍ରୀ, ପୁଅ, ଝିଅ ଜୀବନରେ ସାମାୟିକ ଖୁସି ଦେଇ ଆଣନ୍ତି ଆଶାନ୍ତି, କରାନ୍ତି ମୋହଭଙ୍ଗ, ଦିଅନ୍ତି ଦୁଃଖ ଓ ନୈରାଶ୍ୟ. ରକ୍ଷା ପାଇଁ କିଏ କିଏ ସଂସାରୀ ତ୍ୟାଗି ସନ୍ୟାସୀ. ଆଉ କେହି ସମୁଦ୍ର ଭଳି ପ୍ରାକୃତିକ ବିଶାଳ ସୌନ୍ଦର୍ଯ୍ୟରେ ବୁଡିଗଲାବେଳେ ଶ୍ରୀମନ୍ତ ବହି ସୁଡ଼ଙ୍ଗ ଭିତରେ ନିଜକୁ ହଜେଇ ଦେଇଥିଲା. ବହି ଭିତରେ ନିଜକୁ ନିବିଡ଼ କରି ରଖୁଥିବା ମଣିଷଟିକୁ ନିଜ ପାଇଁ, ନିଜ ଆତ୍ମରକ୍ଷା ପାଇଁ ବହି ଭିତରେ ବୁଡି ଜୀବନ କାଟୁଥିବା ଲୋକ ନିଜ ପାଇଁ ବହି ସୁଡ଼ଙ୍ଗ କରି ବଞ୍ଚିଯିବାକୁ ଚେଷ୍ଟା କରୁଥିଲା. ଅଧିକାଂଶ ବହି ଥିଲା ତା ବାପାଙ୍କ ସ୍ଵହସ୍ତ ଲିଖିତ ପୁସ୍ତକ. ସେଥିରୁ ସେ ପାଉଥିଲା ଆଧ୍ୟାତ୍ମିକ ଗନ୍ଧ ଓ ବାସ୍ନା. ସମର୍ପଣ ହିଁ ଜୀବନ ଜିଇଁବାର ଏକମାତ୍ର ପଥ ଓ ପାଥେୟ. ପଢୁ ପଢୁ ସେ ଭୁଲିଗଲା ସ୍ଥିତି ଅବସ୍ଥିତି ଓ ସ୍ମୃତି. ଭୁଲିଗଲା ଅନେକ ଦର୍ଶନ, ଗଢିଲା ନିଜ ଭିତରେ ଅନ୍ୟ ଏକ ସମ୍ମୋହନ. ବାପାଙ୍କ ବହି ପଢୁ ପଢୁ ପଢିଲା ରାମାୟଣ ମହାଭାରତ ଓ ମହାପୁରୁଷଙ୍କ ଜୀବନୀ. ପୁଣି ସକ୍ରେଟିସଙ୍କ ଦର୍ଶନ ତ କେବେ ଆରିଷ୍ଟୋଟଲଙ୍କ ଦର୍ଶନ ତତ୍ତ୍ୱ ପୁଣି କେବେ ପଢିଲା, ଆତ୍ମଜୀବନୀ. ସେସବୁ ଆତ୍ମ ଜୀବନୀ ଗାନ୍ଧି, ଗୋପବନ୍ଧୁ, ଜବାହାରଲାଲ ନେହେରୁଙ୍କର. ତଥାପି ଶୋଷ, ସେହି କାମନା, ଅଜବ ନିଶା. ସେ ବହି ସଂଗ୍ରହ କଲା. ବହିର ସୁଡ଼ଙ୍ଗକୁ ପିରାମିଡ଼ ପରି ରଖା ଥୁଆ କରୁ କରୁ ସମୟ ସହିତ ସେ ଦୌଡୁ ଥିଲା.।

    ସେଦିନ ଶୀତକୁ ଖାତିର ନକରି,ସମୁଦ୍ରକୂଳେ ବସି ବସି କଣ ଭାବି ଚାଲିଥିଲା ଶ୍ରୀମନ୍ତ. କିଏ କେତେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ସମୁଦ୍ରର ଲହଡି ଭାଙ୍ଗୁଥିଲେ ତ କିଏ ଓଟ ଓ ଘୋଡା ସଵାରୀର ଆନନ୍ଦ ନେଉଥିଲେ. ଶ୍ରୀମନ୍ତ ମଧ୍ୟ ସେଦିନ ଭାବୁଥିଲା ସେ ମଧ୍ୟ ବହିଟିଏ ଲେଖିବ ହେଲେ କୋଉଠୁ ଆରମ୍ଭ କରିବ ସେ ବିଷୟ ବସ୍ତୁ. ସୁନ୍ଦର ପୃଥିବୀର ସମସ୍ତ ପ୍ରକୃତି, ଗଛ ଫୁଲ ଫଳ ନଦୀ ପର୍ବତ ହ୍ରଦ ସବୁକିଛି ନିଜ ସ୍ୱକୀୟ ସ୍ୱୀକୃତି ବହନ କରି ପରିପୃଷ୍ଠ.ତାରା ଆକାଶ, ସମୁଦ୍ର,ଆଜିବି କରେ ବିସ୍କିତ !ଚାହିଁଲା ଶ୍ରୀମନ୍ତ ପାଖରେ ସ୍ବର୍ଗଦ୍ୱାର. ଆଉ ଜଳୁଛି ମଣିଷର ଶେଷ ସଵାରୀର ଅନ୍ତିମ ପରିଚୟ. ସନ୍ଧ୍ୟା ଗାଡିଗଲାଣି. ସମୁଦ୍ର ବେଳାଭୂଇଁର ଦୃଶ୍ୟରେ ଘଟାନ୍ତର. ପକ୍ଷୀମାନେ ସମୁଦ୍ର ଉପରେ ଉଡି ଉଡି ଆଖି ନପାଇଲା ଯାଏଁ କୁଆଡେ ଅଦୃଶ୍ୟ. କେତେ ସବୁ ବିସ୍ମୟ ସ୍ୱୀକୃତି ଭିତରେ ଶ୍ରୀମନ୍ତ ଦେଖୁଥିଲା, ଶାବଦାହ କରିବା ପରେ, ଆତ୍ମୀୟ ସ୍ୱଜନମାନେ କଣ ସବୁ ବଡ଼ ବଡ଼ ଅଖାରେ ଧରି ସମୁଦ୍ର ଆଡକୁ ମାଡି ଆସୁଛନ୍ତି. ଆଖି ଆଗରେ ବସ୍ତା ଖୋଲି ବହି ଗୁଡିକୁ ସମୁଦ୍ରରେ ଭସେଇ ଚାଲିଥିଲେ ସେମାନେ, ସହି ପାରିଲାନି ଶ୍ରୀମନ୍ତ, ଦୌଡ଼ିଲା, ବାରଣ କଲା. ସେମାନେ ବଦ୍ଧପରିକର, ମାଆ ଲେଖିଥିବା ଗଦା ଗଦା ବହି ତା ମୃତ୍ୟୁ ପରେ ଜଗା ମାଡିବସିଛି ଘର ଥାକ ଇତ୍ୟାଦିରେ, ଆଉ ସେସବୁର କଣ ଲୋଡ଼ା!ଅଟକେଇବାକୁ ଚାହିଁବି ଅଟକେଇ ପାରୁନଥିଲା ଶ୍ରୀମନ୍ତ. ମାଆର ହାତଲେଖା ସବୁର ଜୀବନ୍ତ ଗଛରୂପୀ ବହିକୁ ଭସେଇ ଦେଇ ନିଷ୍ଠୁର ଭାବେ ଫେରିଯାଉଥିବା ଭାଇମାନଙ୍କୁ କେତେ ନେହୁରା ହୋଇଥିଲା ଶ୍ରୀମନ୍ତ. ଶୁଣିଲେନି, ଚାଲିଗଲେ.।

    କଣ ଭାବିଲା ଶ୍ରୀମନ୍ତ, ଶୀତକୁ ବେଖାତିର କରି ଡେଇଁ ପଡ଼ିଲା ସମୁଦ୍ରକୁ, ସାଉଁଟି ଆଣିଲା ବହି ସବୁକୁ. କିଛି ଉଦ୍ଧାର କରିପାରିଲା କିଛି ସମୁଦ୍ର ଗର୍ଭକୁ କ୍ଷେପି ସାରିଥିଲା. ଆଉ ଯାହା କିଛି ସଂଗ୍ରହ କରିଥିଲା ସେସବୁକୁ ବିରାଟ ଏକ ଲହଡି ଆସି ବାହି ନେଇଗଲାବେଳେ ଶ୍ରୀମନ୍ତ ମଧ୍ୟ ସମୁଦ୍ର ଭିତରେ ପଶି ଏକମାତ୍ର ବହିଟିକୁ ଜାବୁଡି ଧରି ସ୍ୱାଗତୋକ୍ତି କରୁଥିଲା, ଆରେ ମାଆକୁ ଚିହ୍ନି ପାରିଲନି, ନଶ୍ଵର ଦେହ ଇଶ୍ୱର ନେଲେ କିନ୍ତୁ ବହି ଭିତରେ ମାଆ ବଞ୍ଚିଛି, ତା ମନ ହୃଦୟର ଫୁଲ ସବୁକୁ ବହି ଗଛ କରି ପୋତି ସାଇତି ରଖିଛି କେତେ ଅମୁଲ୍ୟ ମୁହୂର୍ତ୍ତ, ଭାବନା, ସଦ୍ଭାବନା ଫୁଲ ଫୁଟିଛି. ବୁଝିପାରିଲନି. କେବେ ବୁଝିବ ଏ ମଣିଷ. ବହି ହିଁ ଜୀବନର ଜୀବନ୍ତ ସାଥି, ଯିଏ ଧୋକା ଦିଏନା କେବେ. ଲୋକେ ଦେଖିଲେ ଏକମାତ୍ର ବହିଟିକୁ ଛାତିରେ ଚାପି ଧରି ଦୌଡୁଥିଲା ଶ୍ରୀମନ୍ତ, କହୁଥିଲା ମାଆ ବଞ୍ଚିଛିରେ, ମାଆ ବଞ୍ଚିଛି. କିଏ କହୁଥିଲା ପାଗଳ, କିଏ କହୁଥିଲା ପ୍ରେମିକ ହେଲେ ଶ୍ରୀମନ୍ତ କହୁଥିଲା ବଞ୍ଚିବା ପାଇଁ ଏହି ବହିଟି ନିଶ୍ଚିନ୍ତ ତା ପାଇଁ ସୁଅ ମୁଁହରେ ପତର.।


Rate this content
Log in

Similar oriya story from Abstract