Kishori Mohini panigrahy

Abstract Classics Fantasy

4.5  

Kishori Mohini panigrahy

Abstract Classics Fantasy

ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ

4 mins
353


ଆତ୍ମବିଶ୍ୱାସ, ମଣିଷ ର ସବୁବେଳେ ନିଜ ପ୍ରତି ବିଶ୍ୱାସ ରହିବା ଉଚିତ୍। ଆତ୍ମବିଶ୍ବାସ ହେଉଛି ସଫଳତା ର ଚାବି କାଠି। ଆତ୍ମବିଶ୍ୱାସ ର ଅଭାବ ରେ ମନୁଷ୍ୟ ଜୀବନ ର ଅନେକ କ୍ଷେତ୍ର ରେ ହାରିଯାଏ, କିନ୍ତୁ ଆତ୍ମବିଶ୍ଵାସ ଥିଲେ ଅସମ୍ଭବ କାର୍ଯ୍ୟ କୁ ମଧ୍ୟ ସମ୍ଭବ ରେ ପରିଣତ କରିହେବ। ଦୁନିଆ ରେ ଏମିତି ଅନେକ କାର୍ଯ୍ୟ ଅଛି ଯାହା ଅସମ୍ଭବ ପ୍ରତୀୟମାନ ହୁଏ ଉଦାହରଣ ସ୍ୱରୂପ ଉଚ୍ଚ ପର୍ବତ ଚଢ଼ିବା, ମହାକାଶ ଗମନ କରିବା, ସମୁଦ୍ର ରେ ସେତୁ ବାନ୍ଧିବା ଇତ୍ୟାଦି କିନ୍ତୁ ଏହି ସବୁ କାର୍ଯ୍ୟ ସମ୍ଭବ ହୋଇପାରିଛି ବିଜ୍ଞାନ ର ଅଗ୍ରଗତି ପାଇଁ ଯେଉଁ ମାନେ ଏହି କାର୍ଯ୍ୟ କରିଛନ୍ତି ସେମାନେ ନିଜର ଆତ୍ମବିଶ୍ବାସ ପାଇଁ ଏହି ସବୁ ଅସମ୍ଭବ କାମ ସମ୍ଭବ ରେ ପରିଣତ କରିପାରିଛନ୍ତି। ଅନେକ କିମ୍ବଦନ୍ତୀ ଓ ଇତିାସ ରୁ ଆମ କୁ ମହାପୁରୁଷ ମାନଙ୍କ ଆତ୍ମବିଶ୍ବାସ ଗୁଣ ସମ୍ପର୍କ ରେ ପ୍ରମାଣ ମିଳେ।

     ସୌରାଷ୍ଟ୍ର ଦେଶ ରେ ଜଣେ ରାଜା ଧର୍ମବୀର ବୋଲି ରାଜୁତି କରୁଥିଲେ। ନିଜ ନାମ ଅନୁସାରେ ରାଜା ନ୍ୟାୟଧୀଶ, ଧର୍ମପରାୟଣ ଓ ଦୟାଳୁ ଥିଲେ। ରାଜା ଙ୍କ ଦୁଇ ରାଣୀ ପ୍ରଥମ ସ୍ତ୍ରୀ ଙ୍କ ନାମ ରତିଦେବୀ ଏବଂ ଦ୍ଵିତୀୟ ସ୍ତ୍ରୀ ଙ୍କ ନାମ ମାୟାଦେବୀ। ରତିଦେବୀ ନିଜ ସ୍ବାମୀ ଙ୍କ ଭଳି ଦୟାଳୁ ଏବଂ କୋମଳ ସ୍ଵଭାବ ର ଥିଲେ କିନ୍ତୁ ମାୟାଦେବୀ ଥିଲେ ଠିକ୍ ଏହାର ବିପରୀତ ନିଜର ସୌ୍ଦର୍ଯ୍ୟ କୁ ନେଇ ସେ ସବୁବେଳେ ଗର୍ବ କରୁଥିଲେ। ରତି ଦେବୀଙ୍କ ସ୍ଵଭାବ ପାଇଁ ମହାରାଜ ଧର୍ମବୀର ଅତ୍ୟଧିକ ସମୟ ରତି ଦେବୀ ଙ୍କ ସହ ବ୍ୟତୀତ କରୁଥିଲେ। ଏଥିପାଇଁ ମାୟାଦେବୀ ସବୁବେଳେ କ୍ରୋଧ ଏବଂ ଈର୍ଷା ରେ ବୁଡି ରହିବାର କିନ୍ତୁ ରତିଦେବୀ ମାୟାଦେବୀ ଙ୍କୁ ସାନ ଭଉଣୀ ଭାବି ସ୍ନେହ କରିବାର।

    ରାଜା ଧର୍ମବୀର ଙ୍କୁ ମାୟା ଦେବୀ ଙ୍କ ସ୍ଵଭାବ ବିଷୟ ରେ ଜ୍ଞାତ ଥିଲା କିନ୍ତୁ ରାଜ ପରିବାର ରେ ବିଭ୍ରାନ୍ତ ସୃଷ୍ଟି ହେବା ଭାବି ସେ କିଛି କହୁନଥିଲେ।ସେ ସର୍ବଦା ମାୟାଦେବୀ ଙ୍କୁ ବୁଝେଇବାର ତାଙ୍କ ଗୁଣ ପରିବର୍ତ୍ତନ ପାଇଁ ଚେଷ୍ଟା କରିବାର କିନ୍ତୁ ସଂସ୍କୃତ ରେ ଶ୍ଳୋକ ଅଛି,

   ପ୍ରକୃତି ନୈବ ମୁଚ୍ୟତେ

ମଣିଷ ର ପ୍ରକୃତି ମରିବା ଯାଇଁ ବଦଳେ ନାହିଁ।

  ମାୟାଦେବୀ ସାନ ରାଣୀ ହେଲେ ମଧ୍ୟ ସେ ପ୍ରଥମେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ ତାର ନାମ ହେଉଛି ଧୁମକେତୁ।ସେ ରାଜା ପରିବାର ର ଜ୍ୟେଷ୍ଠ ପୁତ୍ର ଥିଲା ଧୁମକେତୁ ଜ୍ୟେଷ୍ଠ ପୁତ୍ର ହେଇଥିବାରୁ ମହାରାଜ ଙ୍କ ପରେ ରାଜ୍ୟ ର ଉତ୍ତରାଧୀକାରୀ ସେ ହେବ ଭାବି ମାୟାଦେବୀ ଙ୍କ ମନ ରେ ସବୁବେଳେ ଗର୍ବ ଥିଲା। ରତି ଦେବୀ ଙ୍କ ପୁଅ କନିଷ୍ଠ ତାର ନାମ ଚିନ୍ମୟ।

   ମହାରାଜ ରାଜ କାର୍ଯ୍ୟ ରେ ବ୍ୟସ୍ତ ରହିବାର ତେଣୁ ଦୁଇ ପୁଅ ଙ୍କ ଲାଳପାଳନ ସେମାନଙ୍କ ମା ମାନେ ହିଁ କଲେ। ମାୟାଦେବୀ ଙ୍କ ଠାରୁ କୁ ସଂସ୍କାର ପାଇ ଧୁମକେତୁ ନିଜ ମା ଭଳି ଅଧର୍ମୀ, କୋଠର ଏବଂ କର୍କଶ ସ୍ଵଭାବ ର ଥିଲା। ଗରିବ ପ୍ରଜା ମାନ ଙ୍କୁ ହଇରାଣ କରିବାର ସେମାନଙ୍କ ଛୋଟ ନଜର ରେ ଦେଖିବାର । ଅନ୍ୟ ପକ୍ଷେ ଚିନ୍ମୟ ମଧ୍ୟ ନିଜ ମା ଙ୍କ ଭଳି ଦୟାବାନ, ମିଷ୍ଟଭାଷୀ ଏବଂ ପରୋପକାରୀ ଥିଲା।ସେ ଗରିବ ପ୍ରଜା ମାନ ଙ୍କୁ ସାହାର୍ଯ୍ୟ କରିବାର ଏଵଂ ସମ୍ମାନ ଦେବାର। ପ୍ରଜା ମାନେ ନିଜ ରାଜ୍ୟ ର ଉତ୍ତରାଧିକାରୀ ରୂପେ ଚିନ୍ମୟ କୁ ଦେଖୁଥିଲେ।

    ସମାୟ ର ଚକ୍ର ଗଡି ଚାଲିଲା।ଦୁଇ ରାଜକୁମାର ଯୁବକ ହେଲେ। ଦିନେ ମାୟାଦେବୀ ମହାରାଜ ଙ୍କୁ ଉତ୍ତରାଧିକାରୀ ଘୋଷଣା କରିବାକୁ କହିଲେ, ଏବଂ ଧୁମକେତୁ କୁ ଉତ୍ତରାଧିକାରୀ କରିବା କଥା କହିଲେ।

 ମାୟାଦେବୀ କହିଲେ, ମହାରାଜ ଧୁମକେତୁ ଏ ରାଜ ପରିବାର ର ଜ୍ୟେଷ୍ଠପୁତ୍ର ତେଣୁ ସେ ହିଁ ରାଜା ହେବାର ଯୋଗ୍ୟ।

  ମହାରାଜ ମାୟାଦେବୀ ଙ୍କ ମନ କଥା ବୁଝିଗଲେ ସେ କହିଲେ, ମହାରାଣୀ ରାଜ୍ୟ ର ଉତ୍ତରାଧିକାରୀ ବୟସ କିମ୍ବା ସମ୍ପର୍କ ଦେଖି ବିବେଚିତ କରାଯାଏନି ତାହା ଯୋଗ୍ୟତା ଏବଂ ପ୍ରଜାମାନଙ୍କ ନିର୍ଣ୍ଣୟ କୁ ଦେଖି ବିବେଚିତ କରାଯାଏ।

   ମାୟାଦେବୀ ଏହା ଶୁଣି କ୍ରୋଧିତ ହେଇ କହିଲେ, ଆପଣ ମହାରାଜ ଏ ରାଜ୍ୟ ର ମଙ୍ଗଳ ପାଇଁ ଆପଣ ନିର୍ଣ୍ଣୟ ନେବେ ଏ ମୂର୍ଖ ପ୍ରଜା ନୁହେଁ।

   ଏହା ଶୁଣି ଧର୍ମବୀର କହିଲେ, ପ୍ରଜା ମାନେ ମୂର୍ଖ ନୁହଁନ୍ତି ନିଜ ରାଜ୍ୟ ପାଇଁ ଉତ୍ତରାଧିକାରୀ ଚୟନ କରିବାର ଅଧିକାର ସେମାନଙ୍କ ଅଛି। ଏହା କହି ସେ ସ୍ଥାନ ଛାଡି ଚାଲିଗଲେ।

   ଏହା ଶୁଣି ମାୟାଦେବୀ କ୍ରୋଧିତ ଏବଂ ଭୟଭୀତ କାଳେ ମହାରାଜ ଚିନ୍ମୟ କୁ ଉତ୍ତରାଧିକାରୀ ଘୋଷିତ କରିବେ।

   ପରଦିନ ଧର୍ମବୀର ରାଜସଭା ରେ ସମସ୍ତ ପ୍ରଜା, ରାଜପରିବାର, ମନ୍ତ୍ରୀ ମଣ୍ଡଳ ଏବଂ ରାଜଗୁରୁ ଙ୍କ ଉପସ୍ଥିତି ରେ ପ୍ରଶ୍ନ କଲେ, ରାଜ୍ୟ ର ଉତ୍ତରାଧିକାରୀ କିଏ ହେବ ଉଚିତ୍। ସମସ୍ତେ ଏକ ସ୍ଵର ରେ ଚିନ୍ମୟ ଙ୍କ ନାମ ନେଲେ।ଏହା ଶୁଣି ଉଭୟେ ମାୟାଦେବୀ ଏବଂ ଧୁମକେତୁ କ୍ରୋଧିତ ହେଇଗଲେ।ଶେଷ ରେ ରାଜଗୁରୁ ମହାରାଜ ଙ୍କୁ ଉପଦେଶ ଦେଲେ, ଦୁଇ ରାଜକୁମାର ଙ୍କ ଯୋଗ୍ୟତା ପରୀକ୍ଷା କରାଯାଉ।ଯିଏ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ସେ ଯୋଗ୍ୟ ବିବେଚିତ ହେବା।

   ପ୍ରଥମେ ଶସ୍ତ୍ର ଚାଳନା ପ୍ରତିଯୋଗିତା ହେଲା, ଧୁମକେତୁକେବଳ ଈର୍ଷା ରେ ଯେ କୌଣସି ପରିସ୍ଥିତି ରେ ଚିନ୍ମୟ କୁ ହରେଇବାକୁ ଚାହୁଁଥିଲେ ସେଥିପାଇଁ ସେ ଏକାଗ୍ର ହେଇକି ଶସ୍ତ୍ର ଚାଳନା କରିପାରୁନଥିଲେ କିନ୍ତୁ ଚିନ୍ମୟ ଏକାଗ୍ର ଏବଂ ଆତ୍ମବିଶ୍ୱାସ ର ସହ ଶସ୍ତ୍ର ଚାଳନା କଲେ ଏବଂ ବିଜୟୀ ହେଲେ।  ପରେ ଶାସ୍ତ୍ରାର୍ଥ ଆଲୋଚୋନା ହେଲା।ଧୁମକେତୁ ଙ୍କ ମନ ପିଲାଟି ଦିନ ରୁ ବିଦ୍ୟା ଅଧ୍ୟୟନ ରେ ନଥିଲା ସେ ସବୁବେଳେ ଗୁରୁ ଙ୍କ ସହ ଯୁକ୍ତି ତର୍କ କରି ତାଙ୍କୁ ଅସମ୍ମାନ ଦିଅନ୍ତି କିନ୍ତୁ ଚିନ୍ମୟ ପିଲା ଟି ଦିନ ରୁ ଚତୁର ଏବଂ ବିଦ୍ୟା ରେ ନିପୂଣ ସେ ସର୍ବଦା ଏକାଗ୍ରତା ର ସହ ବିଦ୍ୟାଅଧୟନ କରିବାର ତେଣୁ ଶାସ୍ତ୍ରାର୍ଥ ରେ ସବୁ ଆତ୍ମବିଶ୍ବାସ ର ସହ ସବୁ ପ୍ରଶ୍ନ ର ସଠିକ୍ ଉତ୍ତର ଦେଇ ବିଜୟୀ ହେଲେ ଏବଂ ଧୁମକେତୁ ସେଥିରେ ବି ପରାଜୟ ହେଲେ।

    ପରଦିନ ମହାରାଜ ଦୁଇ ରାଜକୁମାର ଙ୍କୁ ଦୁଇ ଭରଣ ଜମି ଗୋଟେ ଦିନ ରେ ହଳ କରିବାକୁ କହିଲେ କିନ୍ତୁ କୌଣସି ମନୁଷ୍ୟ ର ବିନା ସାହାଯ୍ୟ ରେ ଏହା ସର୍ତ୍ତ ଥିଲା। ଏହା ଶୁଣି ଧୁମକେତୁ କହିଲେ ଏହା କିପରି ସମ୍ଭବ ହେଇପାରିବ ଏହା ଅସମ୍ଭବ ଦୁଇ ଭରଣ ଜମି ଏକ ଦିନ ରେ ହଳ କରି ହେବ ନାହିଁ କିନ୍ତୁ ଚିନ୍ମୟ ଙ୍କ ଦୃଢ଼ ଆତ୍ମବିଶ୍ବାସ ଥିଲା ଯେ ସେ ପାରିବେ ସେ ଟିକେ ଚିନ୍ତା କଲେ ଏବଂ ବଳଦ ଦୁଇ ଟି ଆଣି ଦିନ ରାତି କଠିନ ପରିଶ୍ରମ କରି ସବୁ ତକ ଜମି ହଳ କରିଦେଲେ। ଏହା ଦେଖି ମହାରାଜ ଖୁସି ହେଇଗଲେ ଏବଂ ଚିନ୍ମୟ କୁ ପଚାରିଲେ ଯେ ଗୋଟିଏ ଦିନ ରେ ଏହା କିପରି ସମ୍ଭବ ଚିନ୍ମୟ କହିଲେ ମହାରାଜ ଆପଣ ମୋତେ ମନୁଷ୍ୟ ମାନଙ୍କ ସାହାର୍ଯ୍ୟ ନେବାକୁ ମନା କରିଥିଲେ କିନ୍ତୁ ବଳଦ ତ ଏକ ପଶୁ ମୁଁ ତାହାର ସାହାର୍ଯ୍ୟ ନେଇ ସବୁ ତକ ଜମି ହଳ କରିଦେଲି ।

  ଏହା ଦେଖି ମହାରାଜ ଧର୍ମବୀର ଖୁସି ରେ ଚିନ୍ମୟ କୁ ନିଜ ରାଜ୍ୟ ର ଉତ୍ତରାଧିକାରୀ ଘୋଷିତ କଲେ।

  ଉପୋରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ , ଆତ୍ମବିଶ୍ବାସ ଥିଲେ ଅସମ୍ଭବ କାମ ମଧ୍ୟ ସମ୍ଭବ ରେ ପରିଣତ କରିହେବ।


Rate this content
Log in

Similar oriya story from Abstract