ଆତ୍ମାହୂତି
ଆତ୍ମାହୂତି


ଭିନ୍ନ ପରିବେଶ ପରିସ୍ଥିତି ନିୟନ୍ତ୍ରଣ କରିଥାଏ ମନୁଷ୍ୟକୁ । ମଣିଷ ମନରେ ବେଳେ ବେଳେ ଦେଖାଦିଏ ଅଦ୍ଭୁତ ମାନସିକତା ଏଭଳି ପରିସ୍ଥିତିରେ ସେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ । ଭଲମନ୍ଦ ଭୁଲ୍ ଠିକ୍ ର ବିଚାର କରୁ କରୁ ଜୀବନ ପଳାଇଯାଏ ।
ମନୁଷ୍ଯ ଭାବ ପ୍ରବଣତାରେ ଯେଉଁ ସମ୍ପର୍କ ସୃଷ୍ଟି କରିଥାଏ ସେଥିରେ ତାର ପରିବାର ଖିନଭିନ୍ ହୋଇଯାଏ ଓ ସୁନାର ସଂସାର ଭାଙ୍ଗି ଚୁରମାର ହୋଇଯାଏ ।
ଗାଁ ଟି ଯାକର ଲୋକ ନରହରି ଦୁଆରେ ଜମା । କଥା କିଛି ବୁଝି ହେଉ ନ ଥାଏ । ଭିଡ ଭିତରେ କିଏ କେତେ ପ୍ରକାର କଥା କହୁଥାନ୍ତି । କିଏ କହୁଥାଏ ସମାଜରୁ କଳଙ୍କ ଗଲା ତ କିଏ କହୁଥାଏ ମଲ ତ ମଲ ଏମିତି ମରିବାକୁ ଥିଲା ? ? ?
କିଛି ସମୟ ପରେ ନରହରି ଦୁଆରେ ପୋଲିସ ଗାଡି ଲାଗିଗଲା । ପୋଲିସ ଇନଭେଷ୍ଟିକେସନରେ ଲାଗି ପଡିଲା । ଶବ ଦୁଇଟିକୁ ପଙ୍ଖାରୁ ତଳକୁ ଓହ୍ଲେଇ ପରୀକ୍ଷା ନିରୀକ୍ଷା ପଚରା ଉଚରା ଚାଲିଲା ।
ମୁଁ ଦିନକ ପାଇଁ ଗାଁ କୁ ଆସିଥାଏ । କାହାର କଥାକୁ କାହାର କଥା ମେଳ ଖାଉ ନ ଥାଏ । ରହସ୍ୟ ବଢି ବଢି ଚାଲିଥାଏ । କିଏ କେତେ ପ୍ରକାରର କଥା କହୁଥାନ୍ତି । ଶେଷରେ ମୋର ସାଙ୍ଗ ଟୁନାକୁ ପଚାରିଲି ସେ ସବୁ କଥା ବିସ୍ତୃତ ଭାବରେ ବର୍ଣ୍ଣନା କଲା.....।
କଥା କଣ କି...... ନରହରିର ସ୍ତ୍ରୀ କସ୍ତୁରୀ ପଡିଶାଘର ଅଗାଧୁ ସାର୍ ଙ୍କ ପୁଅ ବିଚିତ୍ରା ସହିତ ଅବୈଧ ପ୍ରେମ ସମ୍ପର୍କ ରଖିଥିଲା । ଏ କଥାଟା ଗାଁ ର ଲୋକେ ଧିରେ ଧିରେ ଜାଣିଗଲେ । ନରହରି ତ ଭୁବନେଶ୍ବରରେ ରହେ ଶନି ଓ ରବିବାରେ ଗାଁ କୁ ଆସେ। ତାର ପୁଅ ଓ ସ୍ତ୍ରୀ କସ୍ତୁରୀ ଗାଁ ରେ ରୁହନ୍ତି ।
ଏହାର ସୁଯୋଗ ନେଇ ବିଚିତ୍ରା ଭାଉଜ ଭାଉଜ ଡାକି ଭାଉଜଙ୍କ ସାଥିରେ ସମ୍ପର୍କ ରଖିଲା ଏବଂ ଦିଅର ଭାଉଜ ସମ୍ପର୍କ ଧିରେ ଧିରେ ନିବିଡ ହେବାରେ ଲାଗିଲା ତା ପରେ ସୃଷ୍ଟି ହେଲା ପ୍ରେମ ।
ଏ କଥାଟା ଗାଁ ଲୋକ ହଜମ କରି ପାରିଲେ ନାହିଁ । ନରହରିକୁ ଏବଂ ବିଚିତ୍ରାର ବାପା ଅଗାଧୁ ସାର୍ ଙ୍କୁ ଜଣାଇଦେଲେ । ପ୍ରେମରେ ଥରେ ଯିଏ ପଡିଛି ସେ ଏତେ ଶୀଘ୍ର ଭୁଲି ପାରିବ ନାହିଁ ।
ଦୁହେଁ ଦୁହିଁଙ୍କୁ ଲୁଚାଇ ଛପା ହ୍ବାଟସପ୍ ମେସେଜ ଏବଂ ରାତିରେ ଯିବା ଆସିବା ଚାଲିଲା । ନରହରି ସ୍ତ୍ରୀ କୁ ସନ୍ଦେହ କଲା ପଚାରିଲା କିନ୍ତୁ ସଠିକ ଉତ୍ତର ପାଇ ପାରିଲା ନାହିଁ । ଅଗାଧୁ ସାର୍ ଙ୍କୁ ଲୋକେ ଜଣାଇଲେ । ହେଲେ ସେ କ'ଣ କରିବେ ପୁଅ ଛୋଟ ହୋଇଛି ଯେ ଆକଟ କରିବେ ?
ପଅରଦିନ ନରହରି ଗାଁ କୁ ଆସିଥିଲା । ସ୍ତ୍ରୀ ର ସତୀତ୍ବ ପରୀକ୍ଷା କରିବା ପାଇଁ ମୋର ସାଙ୍ଗ ସାଥୀଙ୍କ ସହିତ ଗୋଟିଏ ଭୋଜି ଅଛି । ସକାଳୁ ଆସିବି କହି ବାହାରେ ଲୁଚି ରହିଲା ।
ସ୍ବାମୀ ପଳାଇ ଯିବା ପରେ ଭାଉଜ କସ୍ତୁରୀ ଦିଅର ବିଚିତ୍ରାକୁ ଭାଇ ନାହାଁନ୍ତି ବୋଲି ଫୋନ୍ କରି ଡିକିଛନ୍ତି ଏବଂ ବିଚିତ୍ରା ମଧ୍ୟ ଆସିଛି । ଏ ସବୁ ଦୃଶ୍ୟ ଲୁଚିକରି ନରହରି ଦେଖୁଥିଲା ।
ବିଚିତ୍ରା ଓ କସ୍ତୁରୀର ପ୍ରେମ ଚାଲିଥିଲା ବେଳେ ନରହରି ବାହାର ପଟୁ କବାଟ ଦେଇ ଦେଇଛି ଏବଂ ଗାଁ ଲୋକଙ୍କୁ ଡାକିଛି ।
ଗାଁ ଲୋକ ଆସିବାର ପାଟି ତୁଣ୍ଡ ଶୁଣି କ'ଣ କରିବେ କ'ଣ ନ କରିବେ... ଏହା ଭାବି ଦୁଇ ଜଣ ଯାକ ମୃତ୍ୟୁର ପନ୍ଥାକୁ ଆଦରି ଥିଲେ । ଦୁଇଜଣ ଯାକ ନିଷ୍ପତ୍ତି ନେଇ ପଙ୍ଖାରେ ଜୀବନ ହାରି ଦେଇଥିଲେ ।
ପରିବର୍ତ୍ତନଶୀଳ ଦୁନିଆରେ ମୃତ୍ୟୁକୁ ପରିବର୍ତ୍ତନ କରି କେହି ଜଗତରେ ସବୁଦିନ ପାଇଁ ଜୀବନ ଜୀଇଁବାର ଡିଣ୍ଡିମ ପିଟି ପାରିନାହିଁ । ଏ ଧରା ଥିବ, ହେଲେ; ଆମେ ନଥିବା । ଆମର ଆୟୁ ଅଳ୍ପ । ଆମ ଆଗରୁ ଅନେକ ଆସି ପୁଣି ଚାଲି ଯାଇଛନ୍ତି । କେତେ କେତେ ମୁନିଋଷି, ଜ୍ଞାନୀଗୁଣି, ରାଜା ମହାରାଜା, ନେତାମନ୍ତ୍ରୀ ମୃତ୍ୟୁ କୁ ଜୟ କରିପାରି ନାହାଁନ୍ତି । ଅନେକ ଦାର୍ଶନିକ, କବି ସାହିତ୍ୟିକ, ବୈଜ୍ଞାନିକ ଏ ଧରାରେ ଜନ୍ମ ନେଇ ଧରାକୁ ପବିତ୍ର କରି ଦେଇଛନ୍ତି, ଅନେକ ଉଦ୍ଭାବନ ଆବିଷ୍କାର କରି ଦେଇଛନ୍ତି, ଅନେକ ଅନେକ ବେଦ ଶାସ୍ତ୍ର ପୁରାଣ ଗ୍ରନ୍ଥ ଶ୍ଳୋକ ମହାମନ୍ତ୍ର ରଚନା କରି ଯାଇଛନ୍ତି । ହେଲେ; ମୃତ୍ୟୁ କୁ ଜିତିବାର କଳା, ମହାମନ୍ତ୍ରକୁ କେହି ଦାନବ ମାନବ ଅବା ଦେବତା ହାସଲ କରି ପାରି ନାହାଁନ୍ତି । ଜନ୍ମ ଲଭିଲା ମାତ୍ରକେ ମୃତ୍ୟୁ ପଛରେ ସେମାନେ ସମସ୍ତେ ଧାଇଁଛନ୍ତି, ନଚେତ୍; ମୃତ୍ୟୁ ସେମାନଙ୍କ ପଛରେ ଧାଇଁଛି । ଏହା ହିଁ ଧ୍ରୁବ ସତ୍ଯ ।
ଧରାରେ ମୃତ୍ୟୁ ହିଁ ଧ୍ରୁବ ସତ୍ଯ । ମୃତ୍ୟୁ ବାଟର ସମସ୍ତେ ବାଟୋଇ । ଜନ୍ମ ନେଲେ ମୃତ୍ୟୁ ହେବ, ଏହା ବିଧିର ନିୟମ । ସ୍ବୟଂ ଭଗବାନ୍ ମଧ୍ୟ ମୃତ୍ୟୁ ଲୋକରେ ଅବତାର ନେଇ ଜୀବିତାବସ୍ଥାରେ ସ୍ବର୍ଗାରୋହଣ କରି ପାରି ନାହାଁନ୍ତି । ପଞ୍ଚଭୂତକୁ ଆୟତ କରି ମୃତ୍ୟୁ ଉପରେ ବିଜୟ ପାଇବା କ'ଣ ଏତେ ସହଜ କଥା ? ଏ ମୃତ୍ୟୁ ହେଉଛି ମହାକାଳ । ଆଉ ଏ ମହାକାଳ ହେଉଛି ସମୟ । ଯେ, ସମୟକୁ ଜିତିଯିବ ସେ ନିଶ୍ଚିତ ମୃତ୍ୟୁ କୁ ବିଜୟ ପ୍ରାପ୍ତ ହେବ । ଧରାରେ ଜନ୍ମ ଲଭି ଦେବତାଗଣ ସମୟକୁ ଜିତିବାର ଦୁଃସାହସ କରି ପାରି ନାହାଁନ୍ତି ଆଉ ଆମେ ତ ଛାର ମାନବ । ସମୟକୁ ଜିତିବାର ପ୍ରଚେଷ୍ଟା ଚିନ୍ତା ଆମ ଭାବନା ବାହାରେ, ଯାହା ହାସ୍ୟାସ୍ପଦ ।
ମୃତ୍ୟୁକୁ ଜିତି ପାରିବା ନାହିଁ ବୋଲି ଏଭଳି ସମ୍ପର୍କ ରଖି ଲୋକ ଲଜ୍ଜାକୁ ଭୟ କରି ଆତ୍ମହତ୍ୟା କରି ମୃତ୍ୟୁ ଆଦରିବାର ଠିକ୍ ନୁହେଁ । ଏହା ଆମର କ୍ଷୁଦ୍ର ମାନସିକତା ଏବଂ ଭାବ ପ୍ରବଣତାର ପରିଣତି ।
ମନୁଷ୍ଯ ମୃତ୍ୟୁକୁ ଭୟ କରେ କିନ୍ତୁ ବେଳେ ବେଳେ ମୃତ୍ଯୁ ତ ପାଇଁ ବିକଳ୍ପ ହୋଇପଡେ । ସଂସାରକୁ ଆସିଛେ ମାନେ ଦିନେ ନା ଦିନେ ନିଶ୍ଚିତ ଯିବା କିନ୍ତୁ ସମାଜକୁ କିଛି ନୂତନତ୍ବ ଦେଖେଇ କରିଯିବା ତାର ଅର୍ଥ ନୁହେଁ ବିଚିତ୍ରା କସ୍ତୁରୀ ଭଳି ଭାବପ୍ରବଣତାରେ ତୃତୀୟ ପନ୍ଥା ଆଦରିବା....