Sunanda Mohanty

Comedy Tragedy Others

3  

Sunanda Mohanty

Comedy Tragedy Others

ଆଲବେଣ୍ଡାଜୋଲ

ଆଲବେଣ୍ଡାଜୋଲ

2 mins
9

ସବୁ ମନଧ୍ୟାନ ଦେଇ ଶୁଣୁଥିବା ସ୍ୱାମୀମାନଙ୍କ ମଧ୍ୟରେ ବଡ଼ ଜୋଇଁ ମାନେ ରବର୍ଟସନ ବଜଫଜଙ୍କ ସ୍ୱାମୀ କହିଥିଲେ ସମସ୍ତଙ୍କ ଭଲ ନାମ ଓ ଡାକ ନାମ ଉଭୟକୁ ମିଶାଇ ନାମକରଣ କରିଥିବା ବାପା ତୁମର ତୁମ ନାମକରଣ ବେଳେ କେବଳ ଡାକାନାମ ରେବାକୁ କାହିଁକି ଗୁରୁତ୍ୱ ଦେଲେ? ରେବା ଅର୍ଥାତ ବଜଫଜ କହିଥିଲେ ଆରେ ବୁଝୁନ. ମୋର ସେହି ଡାକ ନାମ ଭିତରେ କେତେ ଗୁଢ ରହସ୍ୟ. ସେ ସମୟରେ ପଡ଼ିଥିବା ସର୍କସରେ ରେବା ରକ୍ଷିତ ବୋଲି ପରିଚାଳିକା ଝିଅଟି ଦେଖିବାକୁ ଖୁବ ସୁନ୍ଦର ଥିଲା ତ ବୋଉ ପେଟରେ ଥିବା ପ୍ରଥମ ସନ୍ତାନ ଯଦି ଝିଅ ହୁଏ ଏହି ରେବା ନାମରେ ତାକୁ ଡାକିବି କହିଥିଲେ ବାପା କାରଣ ଏହି ସର୍କସ ପରିଚାଳିକା ଝିଅ ପରି ମୋ ଝିଅ ସର୍ବଗୁଣସମ୍ପର୍ଣ୍ଣା ଝିଅ ହେବ. ଏଥର ବଜଫଜଙ୍କୁ ଚିଡେଇ ସ୍ୱାମୀ କହୁଥିଲେ ଆଶ୍ଚର୍ଯ୍ୟ ତୁମ ଜେଜେମା ଓ ଆଈମା କେହି କେମିତି ତୁମକୁ ପାଠ ପଢିବାକୁ ନରୋକି, କି ଲୋ ରେବି.. ଲୋ ନିଆଁ.. ଲୋ ଚୁଲି ନଡାକି ବରଂ ଉତ୍ସାହିତ କରିଥିଲେ ପାଠ ପଢିବାକୁ!କାରଣ ମୋ ଆଈ ଓ ଜେଜେମା ଶିକ୍ଷା ଦୀକ୍ଷାର ମହତ୍ତ୍ୱ ବୁଝିଥିଲେ. ହଁ ଠିକ କଥା ନଚେତ ମୁଁ ଯେବେ ନାତୁଣୀର କୋଉ ଅନର୍ସ ଥିଲା ପଚାରିଥିଲି ଦୁହେଁ ଫିଲସିଫ କହିଥିଲେ ତ ବୁଝିନପାରି ଭାବିଥିଲି ଯା ହେଉ ସାଇନ୍ସ ଗ୍ରାଜୁଏଟ ଝିଅଟିଏ ପାଇବାକୁଯାଉଛି. ଦେଖିଲା ବେଳକୁ ଫିଲୋସଫି ଅନର୍ସ କହି ବଡ଼ଜୋଇଁ ରସିକତା କଲା ବେଳେ ସମସ୍ତେ ହସୁଥିଲେ ସିନା ରବର୍ଟସନ କହୁଥିଲେ ସେମାନେ ସବୁ ସ୍ୱର୍ଗପୁରକୁ ଯାଇଏଭିତରେ ବାପା ଓ ବୋଉ ବି ଗଲେଣି ଆମକୁ ଅନାଥ କରି.

    ଏଥର ପରିବାରର ବଡ଼ପୁଅ ଚନ୍ଦରସନ କିରଗୀଜ କହିଥିଲା ହଉ ଏଥର ଛୁଟିରେ ଚିଲିକାରେ କାଳିଜାଇ ଆସି ଏତେ ମସ୍ତି କଲ. ଏଣିକି ଯିଏ ଯାହା ଜନ୍ମଦିନରେ ପ୍ରସ୍ତାବିତ ପୀଠକୁ ନେଇ ମସ୍ତିର ଖୋରାକ ଯୋଗାଇବ.ହଁ ହଁ ନିଶ୍ଚୟ କହି ସମସ୍ତେ ସ୍ୱୀକୃତି ଦେଇସାରିବା ପରେ ପୁଣି ଘୋଷଣା କଲା ଚନ୍ଦରସନ କିରଗୀଜ ଯେ ବାପା ବୋଉଙ୍କ ଅସ୍ଥି ବିସର୍ଜ୍ଜନ ପାଇଁ ସମସ୍ତେ ଆସନ୍ତା ଛୁଟିରେ ଯିବାକୁ ପ୍ରସ୍ତୁତ ରୁହ. ତ ମାଇକେଲ ମମିଜ ଓ ପିଟରସନ ଟିନଟୋଜ କହୁଥିଲେ ଆମ ଦୁହିଁଙ୍କ ଝିଅ ବାହାଘର ଠିକ ନହୋଇଥିଲେ ଦେଖିବା. ଜୋକରସନ ଗିଜଗୁଜ କହିଲେ ସେତେବେଳକୁ ଆଲବେଣ୍ଡାଜୋଲ ଟାଵଲେଟ ବାଣ୍ଟିବା ଦାଇତ୍ୱ ନଥିଲେ ହେଲା. ପରିବାରର ସାନଭାଇ ସାମସନ ଟରଟୋଜ କହିଲା ସବୁ କାମ, କର୍ତ୍ତବ୍ୟ ଛାଡ଼ି ବାପା ବୋଉଙ୍କ ଅସ୍ଥି ବିସର୍ଜ୍ଜନ କରିଯିବାକୁ ସମସ୍ତଙ୍କୁ ଛୁଟି ନେବାକୁ ପଡିବ. ସମସ୍ତେ ରାଜି ହେଲେ.ଜଉତିଷ ଗଣନା, ନୂଆ ପାଞ୍ଜି ଦେଖା, ବାପା ବୋଉଙ୍କର ରାଶିଚକ୍ର ମେଳକ ତଥା ହୋଟେଲ ବୁକଫ୍ଲାଇଟ ଟିକେଟ କଟା ହୋଇସାରିବା ପରେ ଏଥର ଫ୍ଲାଇଟ ଯାତ୍ରାରେ ଛୁଟିରେ ସମସ୍ତେ ଅସ୍ଥି ବିସର୍ଜ୍ଜନ କରିବାକୁ ଯିବା ବେଳେ ମସ୍ତି ହୋଇପାରୁନଥିଲା କାରଣ ରବର୍ଟସନ ବଜଫଜ ଆଉ ଦୁନିଆଁରେ ନଥିଲେ.ବଡ଼ ଭିଣୋଇ, ବଡ଼ ଭଣଜା, ଭଣଜାବୋହୁ, ବଡ଼ ଭାଣିଜୀ, ଭାଣିଜୀ ଜୋଇଁ, ଝିଅର ଝିଅ ନାତୁଣୀ ଓ ପୁଅର ପୁଅ ନାତି କେହି ମଧ୍ୟ ଏଥର ଛୁଟି ଯାତ୍ରାରେ ସାମିଲ ନଥିଲେ. ଜୋକରସନ ଗିଜଗୁଜ କହିଲେ ଅପା ଆଲବେଣ୍ଡାଜୋଲ ଖାଏ କୃମି ମାରିବାକୁ ପ୍ରତିମାସରେ ଥରେ ଲେଖାଏଁ.ଏଥର ଅଧିକ ମାତ୍ରା ହୋଇଗଲା କି? ଆଉ ସବୁ ଭାଇ ଭଉଣୀ ଓ ଭାଉଜମାନେ କହୁଥିଲେ ସେ ବହୁତ ଭାଗ୍ୟବତୀ. ଭାଇଙ୍କୁ ବସେଇ ଚାଲିଗଲେ. ଜୋକରସନ ଗିଜଗୁଜ କିଛି ସମୟ ଚିନ୍ତା କରି କହିଲେ ନାହିଁ ମ ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପରେ ସେ ପରା ଶେଷକୁ ରେବତୀକୁ ମାରି ଦେଇଛନ୍ତି. ଆମ ବାପା ନୂତନ ସଂସ୍କରଣରେ ଅପା ନାମ ରେବା ରଖିବାରୁ ଅପାର ସ୍ବର୍ଗବାସ ହୋଇଛି.ଏତେ ଦୁଃଖ ଭିତରେ ମଧ୍ୟ ଜୋକରସନଙ୍କ କଥାରେ କୋଉଠିନା କୋଉଠି ମସ୍ତିର ଆଭାସ ଥିଲା ନିଶ୍ଚୟ କିନ୍ତୁ କେହି ହସି ପାରୁନଥିଲେ ।



Rate this content
Log in

Similar oriya story from Comedy