STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଆକର୍ଷଣ ସ୍ମୃତିର

ଆକର୍ଷଣ ସ୍ମୃତିର

2 mins
363

  ଫୁଲ ଦିଟା ନହେଲେ ପୂଜାରେ ମନର ସନ୍ତୁଷ୍ଟତା ଆସେନି, ତେଣୁ ଛାତ ଉପରେ ଯାହା ଯେମିତି ଫୁଲ ଦିଟା ଫୁଟେ, କାମ ଚଳିଯାଏ ଅର୍ପିତାଙ୍କର । ଏଇ ଯେମିତି ବିନା ଖର୍ଚ୍ଚରେ ଅଳ୍ପ ଯତ୍ନରେ ବଢିଯାଏ ଓ ଫୁଲ ଫୁଟେ, ଟଗର, ଗେଣ୍ଡୁ, ଅପରାଜିତା ଇତ୍ୟାଦି ଫୁଲ ସହ ଖରାଦିନେ ବିନା ପାଣିରେ ଫୁଟେ ଟେବୁଲ୍ ଗୋଲାପ ଦିଟା।

ଘର ଛାଡି କୁଆଡେ ଯାଇ ହୁଏନି ଠାକୁର ପୂଜା ଓ ପକ୍ଷୀମାନଙ୍କ ପାଇଁ। ଝରକା ସେପଟ ଧାରରେ ଚାଉଳ ଦିଟା ବିଞ୍ଚି ଦେଇ ପାଣି ଗିନାଟେ ବା କପରେ ପାଣି ରଖିଦେଲେ, ଉଡ଼ିଆସନ୍ତି ଘରଚଟିଆମାନେ, ତାଙ୍କ ସହ

ବଣୀଗୁଡ଼ିଏ ଓ ବେଳେ ବେଳେ କାଠହଣା ଓ କେବେ କେବେ ହଳଦୀ ବସନ୍ତ। ମନ ପୂରି ଉଠେ। ସବୁ ଚାଉଳ ସାରି ଖାଇ ଦିଅନ୍ତି ନାହିଁ। ସରିଲା ପରେ କିଛି ଦିଅ ମାଗୁଥାନ୍ତି କିଚିରି ମିଚିରି ହୋଇ।

ଏସବୁ କଥା ପୁଅ ଝିଅ ବୁଝନ୍ତିନି। ଘରେ କୁକୁର ବିଲେ଼ଇ ତ ନାହାନ୍ତି, ଆଉ ଏଠାରେ ଆମ ପାଖେ ଠାକୁର ପୂଜା କରିବାରେ ଅସୁବିଧା କଣ ବୋଲି ପଚାରିବସନ୍ତି ତ, ଅର୍ପିତା ସ୍ଵାମୀଙ୍କ ସହ କିଛି ଦିନ ପୁଅ ପାଖକୁ ଯାଇ ନେଇଆସିଥିଲେ, ମଧୁମାଳତି ଓ କୁଇ ଫୁଲର ଡାଳ କିଛି, ବୋହୁ କହୁଥିଲା ବଞ୍ଚିଗଲେ ଭଲ ନଚେତ୍ ମନ ଖରାପ ହେବ ତ ଅର୍ପିତା କହିଥିଲେ,ଦୀପ ଜାଲିଦେବୁ , ମୋ ପାଇଁ, ଠାକୁରଙ୍କ ପାଖେ ଗଛ ସବୁ ବଞ୍ଚିଯିବ। ସତକୁ ସତ ବଞ୍ଚିଗଲା ଡାଳ ଓ ଫୁଟିଲା ମାଳତୀ ଫୁଲ ଓ ଜୁଇ ଫୁଲ।

ଭାଇ ପାଖକୁ ଯିବ, ମୋ ପାଖକୁ ଆସିବ କାହିଁକି କହି ଝିଅର ଅଭିମାନ ଦେଖି ଯିବାକୁ ହେଲା ତା ପାଖକୁ, ଆଉ ସେଠାରୁ ଫେରିବା ବେଳେ ତରାଟ ଡାଳ ସହ ରଜନୀଗନ୍ଧା ଡାଳ ଆଣି ଆସି ସେହିକଥା କହିଆସିଥିଲେ ଅର୍ପିତା,ଦୀପ ଜାଲୁଥିବୁ ଝିଅ, ଡାଳ ଗୁଡ଼ିକ ଲାଗିଗଲେ ଶାନ୍ତି ଲାଗିବ। ଝିଅ ମନଦୁଃଖରେ କହୁଥିଲା ତୋର ବାପାଙ୍କର ଦେହ ଭଲ ନାହିଁ, କେମିତି ଭଲରେ ଘରେ ପହଞ୍ଚିଲା ଯାଏଁ ଜାଲୁଥିବି ସହର ପାଖାପାଖି ମନ୍ଦିରରେ ଦୀପ। ଅର୍ପିତା କିନ୍ତୁ କହିଥିଲେ ଫୁଲ ଡାଳ ଗୁଡ଼ିକ ବଞ୍ଚିଗଲେ ମୁଁ ଜାଲିବି ଦୀପ ମୋ ଫୁଲଗଛ ଡାଳ ବଞ୍ଚିଯିବା ପାଇଁ। ଝିଅ ର ବାରଣ ଆଉ କେତେଦିନ ରହିଯା, ତେବେ ତୋ ଡାଳ ବଞ୍ଚି ଫୁଲ ଫୁଟିବା ଯାଏଁ ଜାଳିବି ଦୀପ। ହେଲେ ଅର୍ପିତା ଫେରିଲେ କହିଲେ ତୋ ପାଇଁ ଦୀପ ଜାଳିବି ମାଆ,ତୋ ଜନ୍ମଦିନରେ ସାକ୍ଷୀଗୋପାଳଙ୍କ ନିକଟରେ, ଆଉ ରହିବାକୁ ବଳାନା ମାଆ।

ଘରେ ପହଞ୍ଚି ଆଗ ଡାଳ ଗୁଡ଼ିକ ପୋତିବାକୁ ବାହାରିଲା ବେଳକୁ, ଝରକା ସେପଟେ ଘରଚଟିଆମାନଙ୍କର ଖାଲି କିଚିରିମିଚିରି ଶବ୍ଦ ନୁହେଁ, ଏକରକମ କୋଳାହଳ. କେମିତି ଜାଣିଲେ ପକ୍ଷୀଗୁଡା ଆମେ ଆସିଗଲୁଣି ବୋଲି?? ତାଙ୍କ ପାଇଁ ଚାଉଳ ଓ ପାଣି ଥୋଇ ଉପରେ ଡାଳ ଲଗେଇଲା, ବେଳକୁ ଝିଅର ଘନ ଘନ ଫୋନ ଯେ ଡାଳ ପୋତିଲୁ କି ମାଆ, ନିଶ୍ଚୟ ବଞ୍ଚିଯିବ ଗଛ, ହଉମା ଠାକୁର ତୋର ମଙ୍ଗଳ କରନ୍ତୁ, ଫୁଲଗଛ ବଞ୍ଚିଯାଉ, ଜାଳିଦେବୁ ଦୀପ ମୋ ପାଇଁ। ଝିଅ ହସୁଥିଲା ଆଉ ଅର୍ପିତା ଢାଳ ଭର୍ତ୍ତି ପାଣି ରଖୁଥିଲେ ପକ୍ଷୀଙ୍କ ପାଇଁ, ଛାତ ଉପରେ।

ଏବେ ସବୁ ଡାଳ ବଞ୍ଚି ଫୁଟିଛି ପେନ୍ଥା ପେନ୍ଥା ଫୁଲ, ମନେପଡୁଛି ସ୍ମୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract